Thursday 18th April 2024
ବିଶ୍ୱ ହସ ଦିବସ: ଜାଣନ୍ତୁ ହସିବା କାହିଁକି ଜରୁରୀ?

ବିଶ୍ୱ ହସ ଦିବସ: ଜାଣନ୍ତୁ ହସିବା କାହିଁକି ଜରୁରୀ?

ମଣିଷ ଜୀବନରେ ଦୁଃଖ କଷ୍ଟ ହସ ଖୁସି ସବୁ କିଛିର ଆବଷ୍ୟକତା ଥାଏ । ଯଦି କଷ୍ଟ ନରହିବ ତାହାଲେ ସଫଳତା ପାଇବାରେ ମଜା ନଥାଏ । ଠିକ୍ ସେମିତି ଯଦି ଦୁଃଖ ନରହିବ ତାହାଲେ ଖୁସି ପାଇବାରେ ବି ଆତ୍ମ ସନ୍ତୋଷ ନଥାଏ । ହେଲେ ଆମେ ମଣିଷ ସବୁ ସମୟରେ କେବଳ ଖୁସି ପଛରେ ହିଁ ଧାଉଁ ଆଉ ଯାହା ବି ଜୀବନ କାଳରେ କରୁ ସେଥିରୁ ଅସରାଏ ଖୁସି ମିଳୁ ବୋଲି ଚେଷ୍ଟା କରୁ । ତା ଛଡ଼ା ଆମ ନିଜ ଲୋକଙ୍କ ମୁହଁରେ ଟିକେ ହସ ଫୁଟେଇବା ପାଇଁ ଅନେକ ସଂଘର୍ଷ କରୁ । ତେଣୁ କରି ମୋଟା ମୋଟି ଭାବେ କହିଲେ ହସ ଆମ ମଣିଷଙ୍କର ପ୍ରଥମ ପସନ୍ଦ ।
World Smile Day 2021: How the smiling symbol came into being; read history, significance and moreଜୀବନରେ ଖୁସି ରହିବାକୁ ସମସ୍ତେ ଚାହାଁନ୍ତି । ସମସ୍ତେ ଚାହାନ୍ତି ଜୀବନଟା ଯାକ ଖୁସି ରହିବାକୁ ଏବଂ ପ୍ରତ୍ୟେକଟି ଲୋକକୁ ଖୁସିରେ ରଖିବାକୁ । କିନ୍ତୁ ବେଳେ ବେଳେ ପରିସ୍ଥିତି ଏମିତି ହୁଏ କି ଖୁସି ନଥିଲେ ମଧ୍ୟ ଖୁସି ରହିବାର ଅଭିନୟ କରିବାକୁ ପଡ଼େ । ଦେଖେଇବାକୁ ପଡ଼େ କି ଆପଣ ବହୁତ ଖୁସି ଅଛନ୍ତି । କିନ୍ତୁ ସତ କହିବାକୁ ଗଲେ ଏହି ସେହି ମୁହୁର୍ତ ଯୋଉ ସମୟରେ ଆପଣ ଆପଣଙ୍କୁ ଆହୁରି ମଜଭୁତ କରିପାରିବେ । ଏହା ଛଡ଼ା ଆପଣ ଖୁସି ରହିବା ଦ୍ୱାରା ଆପଣଙ୍କ ଆଖପାଖ ସହ ଆପଣଙ୍କ ଦେହ ପାଇଁ ବି ଏହା ବହୁତ ଭଲ ହୋଇଥାଏ । ଡାକ୍ତର ମାନେ ବି କୁହନ୍ତି କି ଖୁସି ରହିବା ସ୍ୱାସ୍ଥ୍ୟପକ୍ଷେ ଭଲ । ତେଣୁ କୁହାଯାଏ ଖୁସି ବାଣ୍ଟଲେ ବଢ଼ିଥାଏ ।Invention of Smiley Emoticon (Harvey Ross Ball) | by Gunjan Hurkat | Mediumଡାକ୍ତର ମାନେ କୁହନ୍ତି ଖୁସି ରହିବା ଦେହ ପାଇଁ ଭଲ । ଖୁସି ରହିବା ଦ୍ୱାରା ଆପଣ ଆପଣଙ୍କ ଶରୀରକୁ ଠିକ୍ ରଖିପାରିବେ । ବିଶ୍ୱ ହସ ଦିବସ ୧୯୯୯ ମସିହା ଠାରୁ ପ୍ରତ୍ୟେକ ବର୍ଷ ଅକ୍ଟୋବରର ପ୍ରଥମ ଶୁକ୍ରବାରରେ ପାଳନ କରାଯାଏ । ଏହି ଦିବସ ପାଳନ କରିବାର ମୂଳ ଲକ୍ଷ ହେଉଛି ହସର ଆମ ଜୀବନରେ କଣ ମହତ୍ୱ ରହିଛି ଜୀବନରେ । ଚଳିତ ବର୍ଷ ଏହି ଦିବସ ୭ଅକ୍ଟୋବରରେ ପାଳନ କରାଯାଉଛି । Harvey Ross Ball ସେହି ବ୍ୟକ୍ତି ଯିଏକି Smiley Face Symbolର ଆବିସ୍କାର ୧୯୬୩ରେ କରିଥିଲେ । ବର୍ଷକୁ ଥରେ ହସ ଦିବସ ପାଳନ କରାଯାଉ ବୋଲି ସେ ମତ ରଖିଥିଲେ । ଯେଉଁକାରଣରୁ ୧୯୯୯ରୁ ପ୍ରତ୍ୟେକ ବର୍ଷ ଏହି ଦିବସକୁ ପାଳନ କରାଯାଏ ।  ଖୁସି ରହିବା ଦ୍ୱାରା ଶରୀରରେ ଏକ ହରମୋନ ରିଲିଜ ହୁଏ ଯାହାର ନା ହେଉଛି ଡୋପା ମିନ ଯାହା ଦ୍ୱାରା ଇମ୍ୟୁନିଟି ପାୱାର ବଢ଼େ ଏବଂ ଖୁସି ରହିବାର ଅନୁଭୁତି ବି ମିଳିଥାଏ । ତେଣୁ ମଣିଷକୁ ସବୁ ପରିସ୍ଥିତିରେ ଖୁସି ରହିବା ଦରକାର ବୋଲି କୁହାଯାଏ ।Why Smiles Are Important for Kids - Glo Modern Dental

CATEGORIES
TAGS
Share This

COMMENTS

Wordpress (0)
Disqus (1 )