Tuesday 16th April 2024
କଣ ଆପଣ ଜାଣନ୍ତି ମାଛ ମନୁଷ୍ୟର ଅସଲ ପୂର୍ବଜ!

କଣ ଆପଣ ଜାଣନ୍ତି ମାଛ ମନୁଷ୍ୟର ଅସଲ ପୂର୍ବଜ!

ମାନବ ସଭ୍ୟତା ସୃଷ୍ଟିରୁ ଆମେ ଜାଣିଛୁ ଯେ ମଣିଷର ସୃଷ୍ଟି ମାଙ୍କଡ଼ ଠାରୁ ହୋଇଛି । କିନ୍ତୁ ମାନବ ସଭ୍ୟତାର ଏହି କାହାଣୀ ଆଜି ଯାଏଁ ଆମେ ବହିରେ ଓ ବିଭିନ୍ନ ଜାଗାରେ ପଢ଼ିଆସିଛୁ । ମାଙ୍କଡ଼ ଆମର ପୂର୍ବଜ ଓ ସେମାନଙ୍କ ଗୁଣାବଳୀ ଆମ ଭିତରେ ଅଛି ବୋଲି ବିଜ୍ଞାନ ବି କହିସାରିଛି । କିନ୍ତୁ ବର୍ତ୍ତମାନ ଏମିତି ଏକ ତଥ୍ୟ ସାମ୍ନାକୁ ଆସୁଛି ଯାହା ବର୍ଷ ବର୍ଷର ପ୍ରମାଣିତ କଥାକୁ ଭୂଲ କହିପାରିବ । ତେବେ ତଥ୍ୟ ଅନୁସାରେ ଆମେ ମଣିଷ ପ୍ରକୃତରେ ମାଙ୍କଡ଼ ଠାରୁ ନୁହେଁ ମାଛ ଠାରୁ ଜନ୍ମ ନେଇଛୁ । ଏକଥା ଆମେ ନୁହେଁ ବରଂ କିଛି ବିଶେଷଜ୍ଞ ଦାବା କରୁଛନ୍ତି । ତେବେ ଚାଲନ୍ତୁ ନଜର ପକାଇବା ପ୍ରକୃତରେ ଆମ ମାନଙ୍କ ପୁର୍ବଜ କିଏ?() କୁହାଯାଉଛି ଆମେ ମାଙ୍କଡ଼ ଠାରୁ ନୁହେଁ ବରଂ ମାଛ ଠାରୁ ଜନ୍ମ । ଏହି ଭଳି କିଛି ତଥ୍ୟ ଦେଇଛନ୍ତି କିଛି ବୈଜ୍ଞାନିକ ମାନେ । ସେମାନଙ୍କ ମତରେ ଆମ ପୂର୍ବଜ ମାଙ୍କଡ଼ ନୁହେଁ ବରଂ ମାଛ । କାରଣ ମାଛର ଦାନ୍ତ ଓ ମୁହଁ ମଣିଷ ସହ ମିଶୁଛି । ବୈଜ୍ଞାନିକଙ୍କ ମତରେ ୪୦ କୋଟି ବର୍ଷ ତଳର ଜୀବାଶ୍ମ ପରୀକ୍ଷଣରୁ ଏହି ସୂଚନା ମିଳିଛି । କୋଟି କୋଟି ବର୍ଷ ତଳେ ମାଛଠାରେ ପ୍ରଥମ ମୁହଁ ବା ପାଟି ସୃଷ୍ଟି ହୋଇଥିଲା । ବିବର୍ତ୍ତନ ସମୟରେ ଏହି ମାଛ ପାଣିରୁ ବାହାରିି ସ୍ଥଳକୁ ଆସିଥିଲେ । ତେଣୁ ମଣିଷର ମଧ୍ୟ ଟାଣ ଏବଂ କଞ୍ଚା ଭୋଜନ ଖାଇ ପାରୁଥିବା ପାଟି ରହିଛି ।

ଏହି ପାଟିର ବିକାଶର ପ୍ରମାଣ ଦକ୍ଷିଣ ଚୀନରୁ ମିଳିଛି । ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସ, କ୍ୱିଜିଂ ନର୍ମାଲ ୟୁନିଭର୍ସିଟି ଏବଂ ବର୍ମିହାମ ୟୁନିଭର୍ସିଟିର ଏହି ଅଧ୍ୟୟନ ନେଚର ଜର୍ଣ୍ଣାଲରେ ପ୍ରକାଶ ପାଇଛି । ତେବେ ବୈଜ୍ଞାନିକ ମାନେ ମାଛର ୫ ପ୍ରକାର ପ୍ରଜାତିର ଜୀବାଶ୍ମ ପାଇଛନ୍ତି । ଏଥି ମଧ୍ୟରୁ ୩ଟି ୪୩.୯ କୋଟି ବର୍ଷ ତଳର ହୋଇଥିବା ବେଳେ ୨ଟି ୪୩.୬ କୋଟି ବର୍ଷ ତଳର ଜୀବାଶ୍ମ ।  ଗବେଷକ ମାନଙ୍କ ଅନୁସାରେ ଏହି ମାଛ ମାନଙ୍କ ଭଳି ମେରୁଦଣ୍ଡ, ପାଟି ଏବଂ ଦାନ୍ତ ରହିଛି ।୪୨.୯ ରୁ ୪୪.୩ କୋଟି ବର୍ଷ ତଳେ ସମୁଦ୍ରରେ ଏହି ସବୁର ବିବର୍ତ୍ତନ ହୋଇଥିଲା । ଏହାକୁ ସେଲୁରିୟନ ପିରିୟଡ଼ ମଧ୍ୟ କୁହାଯାଏ । ଗବେଷକଙ୍କୁ ଜିୟୁସାନୋଷ୍ଟିୟସ ମିରାବିଲିସ ନାମକ ମାଛର ୨୦ଟି ଜୀବାଶ୍ମ ମିଳିଛି । ଯାହାର ଲମ୍ବ ୧.୨ଇଞ୍ଚ ରହିଛି । ଏହା ଥୋଡ଼ି କିମ୍ବା ପାଟି ଥିବା ସବୁଠାରୁ ପୁରୁଣା ମାଛ ଅଟେ । ବୈଜ୍ଞାନିକ ମାନଙ୍କ ମତରେ ବିଶ୍ୱରେ ମାଛ ୫୨ କୋଟି ବର୍ଷ ତଳେ ଦେଖା ଯାଇଥିଲେ । ପ୍ରଥମେ ଏହି ମାଛର ଦାନ୍ତ କିମ୍ବା ପାଟି ନଥିଲା । କିନ୍ତୁ ବିବର୍ତ୍ତନ କାରଣରୁ କ୍ରମାଗତ ଭାବେ ଶରୀରରେ ପରିବର୍ତ୍ତନ ଆସିଥିଲା । କୁହାଯାଏ ମାଛ ପୂର୍ବରୁ ସମୁଦ୍ରରେ ରହୁଥିବା ବିଛା ସବୁଠାରୁ ବିପଜ୍ଜନକ ସାମୁଦ୍ରିକ ଜୀବ ଥିଲେ । ପରେ ମାଛ ମାନଙ୍କ ଠାରେ ପାଟି ଏବଂ ଦାନ୍ତ ସୃଷ୍ଟି ହେବା ପରେ ସେମାନେ ସମଦ୍ରକୁ କବ୍ଚା କରି ନେଇଥିଲେ । ବିବର୍ତ୍ତନ ଯୋଗୁଁ ପାଣିରୁ ଆସିଲା ପରେ ମାଛଠାରୁ ସ୍ତନ୍ୟପାୟୀ ଜୀବ, ସରୀସୃପ, ପକ୍ଷୀ ଏବଂ ମନୁଷ୍ୟ ସୃଷ୍ଟି ହୋଇଥିଲେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )