Saturday 20th April 2024

ସୁସ୍ଥ ରହିବାର ୧୦ଟି ଉପାୟ…

ସୁସ୍ଥ ଜୀବନ ନିରାମୟ ଜୀବନ । ଆଜିକାଲି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ମଣିଷ ଏହି ନିରାମୟ ଜୀବନ କେମିତି ବଂଚିବ । ସେଥିପାଇଁ କଣ କରିବାକୁ ପଡିବ । ସମୟ ଅନୁସାରେ ଆମ ମାନଙ୍କର ଖାଇବା,ପିଇବା ଓ ଦୈନନ୍ଦିନ ଜୀବନଚଳଣୀ ସବୁକିଛି ବିଗିଡିବାରେ ଲାଗିଛି । ସେଥିପାଇଁ ସମସ୍ତେ ଚିନ୍ତିତ । କିନ୍ତୁ ପ୍ରକୃତରେ କଣ କଣ ଉପାୟ ଗ୍ରହଣ କଲେ ଏହିସବୁ ଅସୁବିଧାର ସମାଧାନ ହୋଇପାରିବ । ତେବେ ଉପାୟ ତ ଅନେକ ଅଛି । କିନ୍ତୁ ସାଧାରଣ ଉପାୟରେ କେଉଁ କେଉଁ ମୁଖ୍ୟ ଜିନିଷ ଉପରେ ଧ୍ୟାନ ଦେବା ଉଚିତ୍ । ତାହା ଉପରେ ନଜର ପକାନ୍ତୁ ।


ସନ୍ତୁଳିତ ଭୋଜନ ଗ୍ରହଣ କରି ଶରୀରକୁ ସୁସ୍ଥ ରଖାଯାଇପାରିବ । କିଛି ସହଜ ଓ ସରଳ ଉପାୟ ଅବଲମ୍ବନ କରି ଦୈନନ୍ଦିନ କାର୍ଯ୍ୟ ଭିତରେ ସୁସ୍ଥତା ଲାଭ କରିହେବ । ସେଗୁଡିକ ହେଉଛି-
-ଖାଦ୍ୟକୁ ଭଲଭାବରେ ଚୋବାଇ ଖାଆନ୍ତୁ । ଏହାଦ୍ୱାରା ପାଚନକ୍ରିୟା ଠିକ୍ ହୋଇଥାଏ ଏବଂ ଶରୀର ସୁସ୍ଥ ରହେ ।
-ଦ୍ୱିପହର ଓ ରାତ୍ରୀ ସମୟରେ ଭୋଜନ କରିବା ପୂର୍ବରୁ ସାଲାଡ୍ ନିଶ୍ଚୟ ଖାଆନ୍ତୁ ।
-ଅଟାରେ ଅଳ୍ପ ଚୋକଡ ରଖି,ସେଥିରେ ରୁଟି ପ୍ରସ୍ତୁତ କରନ୍ତୁ ।
-ରାତିରେ କମ୍ ପରିମାଣରେ ଖାଦ୍ୟ ଖାଆନ୍ତୁ ।
-ଖାଦ୍ୟରେ ଲୁଣର ବ୍ୟବହାର କମ୍ କରନ୍ତୁ ।
-ପନିପରିବାର ଚୋପାକୁ ସମ୍ପୂର୍ଣ୍ଣ ଛଡାନ୍ତୁ ନାହିଁ ।
-ଫାଷ୍ଟଫୁଡରୁ ଦୂରେଇ ରୁହନ୍ତୁ ।
-ସବୁଜ,ହଳଦିଆ,ଲାଲରଙ୍ଗର ଫଳ ଓ ପନିପରିବା ଅଧିକ ଖାଆନ୍ତୁ ।
-ଅଧିକ ଦିନ ଫ୍ରିଜରେ ରଖି ଖାଆନ୍ତୁ ନାହିଁ ।
-ସକାଳେ ଓ ସନ୍ଧ୍ୟାରେ କିଛି ସମୟ ଭ୍ରମଣ ପାଇଁ ଯାଆନ୍ତୁ ଓ ନିୟମିତ ବ୍ୟାୟାମ ନିଶ୍ଚୟ କରନ୍ତୁ ।

ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ୍ ମସ୍କ ନିଜକୁ ସୁସ୍ଥ ରଖିବା ଲାଗି ନିୟମିତ ବ୍ୟବଧାନରେ ଉପବାସ କରୁଛନ୍ତି। ଜଣେ ଭଲ ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରି ସେ ଉପବାସ କରୁଥିବା କହିଛନ୍ତି। ଟ୍ବିଟରରେ ଏହା ଜଣାବା ପରେ ତାଙ୍କ ଉପବାସ ଯୋଜନା ବିଷୟରେ ଜାଣିବା ଲାଗି ବହୁ ଲୋକ ଉତ୍ସୁକତା ପ୍ରକାଶ କରିଥିଲେ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )