Thursday 28th March 2024
ବଢିଲା କେଆରକେଙ୍କ ଅଡୁଆ..ବନ୍ଧା ହେଇଗଲେ ଜେଲ୍

ବଢିଲା କେଆରକେଙ୍କ ଅଡୁଆ..ବନ୍ଧା ହେଇଗଲେ ଜେଲ୍

କଳା ଦୁନିଆରେ ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବାର ଲୋକ ଆପଣ ଦେଖିଥିବେ । ସେହି ଭିନ୍ନ ଭିନ୍ନ ଚରିତ୍ର ଜରିଆରେ ଦର୍ଶକ ଜଣେ କଳାକାର ଫ୍ୟାନ ହୋଇଥାଏ । କିନ୍ତୁ ଏହି କଳା ଦୁନିଆରେ ଆଉ ଏକ ଜିନିଷ ମଧ୍ୟ ବେଶ ଜରୁରୀ । ତାହା ହେଉଛି ଯେଉଁଥିପାଇଁ ଦର୍ଶକ ତାଙ୍କୁ ପସନ୍ଦ କରନ୍ତି ସେହି କାରଣକୁ ବଜାଇ ରଖିବା । ଯଦି ସେମିତି ନ କରନ୍ତେ ତାହାଲେ ତାଙ୍କର ପତନ ଘଟିବା ଶୁନିଶ୍ଚିତ । କିନ୍ତୁ ବଲିଉଡରେ ଜଣେ ଏମିତି କଳାକାର ଅଛନ୍ତି । ଯାହାଙ୍କ ଅଭିନୟକୁ ନା ହିଁ କେହି ପସନ୍ଦ କରନ୍ତି ନା ହିଁ ତାଙ୍କୁ କେହି ବିଶେଷ ରୂପେ ନିଅନ୍ତି । ହେଲେ ତଥାପି ସେ ନିଜର କଳା ଦେଖାଇବାରେ ସବୁ ଚେଷ୍ଟା କରିଚାଲନ୍ତି । ହେଲେ ସେ ଏସଆରକେଙ୍କ ଠାରୁ ବୋଧେ ବେଶୀ ଅନୁପ୍ରାଣିତ । ସେଥିପାଇଁ ନିଜ ପ୍ରକୃତ ନାଁ କୁ ବଦଳାଇ କେଆରକେ ରଖିଦେଇଛନ୍ତି । ହେଲେ ବର୍ତମାନ ସେହି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

 

ଅଭିନେତା ତଥା ଚଳଚ୍ଚିତ୍ର ସମାଲୋଚକ କମଲ ଆର ଖାନ । KRK ଭାବରେ ଜଣାଶୁଣା ଅଭିନେତା ତଥା ଚଳଚ୍ଚିତ୍ର ସମାଲୋଚକ କମଲ ଆର ଖାନ ପୁଣି ଥରେ ଚର୍ଚ୍ଚାରେ । କେଆରକେଙ୍କୁ ଗିରଫ କରିଛି ମଲାଡ ପୋଲିସ । ବିବାଦରେ ଥିବା KRK ବିରୋଧରେ ମଲାଡ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା । ସୂଚନା ଅନୁସାରେ କମାଲ ଆର ଖାନ ତାଙ୍କର ଏକ ଟ୍ୱିଟ୍ ପାଇଁ ଗିରଫ ହୋଇଛନ୍ତି । ବିବାଦିୟ ଟ୍ୱିଟ୍ କରି ଅଡୁଆରେ KRK। ଏକ ବିବାଦୀୟ ଟ୍ୱିଟ୍ ପାଇଁ KRKଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ମଲାଡ୍ ପୋଲିସ୍ ସୂଚନା ଦେଇଛି । ସୂଚନା ଅନୁସାରେ କମାଲ ଖାନଙ୍କୁ ବିମାନବନ୍ଦରରେ ପ୍ରଥମେ ପଚରାଉଚରା କରାଯାଇଥିଲା ଯାହା ପରେ ତାଙ୍କୁ ମଲାଡ ପୋଲିସ ଗିରଫ କରିଛି ।

ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ଅନେକ ଥର କମାଲ ଆର ଖାନ ନିଜ ଟ୍ୱିଟ୍ ପାଇଁ ବିବାଦରେ ରହିଆସିଛନ୍ତି । ବିବାଦୀୟ ଟ୍ୱିଟ୍ ପାଇଁ ସେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ବଲିଉଡର ଅନେକ କଳାକାରଙ୍କୁ ଟାର୍ଗେଟ୍ କରିବା ସହ ଟ୍ୱିଟ୍ କରି ସମସ୍ତଙ୍କୁ ସମାଲୋଚନା କରିଥାନ୍ତି । ସୁପରଷ୍ଟାର ସଲମାନ ଖାନଙ୍କ ଠାରୁ ଆରମ୍ଭ କରି ଶାହାରୁଖ ଖାନଙ୍କ ବିରୋଧରେ ଟ୍ୱିଟ୍ କରି ଚର୍ଚ୍ଚା ସାଉଁଟିଥାନ୍ତି କେଆରକେ । ଏପରିକି କେଆର୍‌କେ ସଲମାନ ଖାନ୍‌ଙ୍କ ଫିଲ୍ମ ‘ରାଧେ’କୁ ନେଇ ସୋସିଆଲ ମିଡିଆରେ ନେଗେଟିଭ୍‌ ରିଭ୍ୟୁ ଦେବା ସହ ଅନେକ ଥର ସଲମାନଙ୍କୁ ନେଇ ବ୍ୟକ୍ତିଗତ ଟିପ୍ପଣୀ ଦେଇଥାନ୍ତି ।ଯେଉଁଥି ପାଇଁ ସଲମାନ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )