Thursday 28th March 2024
କଟିଯିବ ବନ୍ଧ୍ୟାଦୋଷ ଆଜି ହିଁ କରନ୍ତୁ ଏହି ଉପାୟ….

କଟିଯିବ ବନ୍ଧ୍ୟାଦୋଷ ଆଜି ହିଁ କରନ୍ତୁ ଏହି ଉପାୟ….

ସ୍ୱାସ୍ଥ୍ୟ ସମସ୍ୟା ଆଜିର ସମୟରେ ସବୁଠୁ ବଡ ସମସ୍ୟା । ଯାହାର ନିରାକରଣ ପାଇଁ ପ୍ରତ୍ୟେକ ବ୍ୟକ୍ତି କଣ କଣ ଟିପ୍ସ ନେଇପାରିବେ ସେ ବିଷୟରେ ଏବେ ଚିନ୍ତା ଘାରିଛି । କିଏ ମୋଟପଣ ପାଇଁ ଚିନ୍ତିତ ତ ପୁଣି କିଏ ଉକ୍ତ ରକ୍ତଚାପ ପାଇଁ କିଏ କେଶ ଝଡିବା ପାଇଁ ଚିନ୍ତିତ ପୁଣି କିଏ ଆଣ୍ଡୁଗଣ୍ଠି ବ୍ୟଥା ପାଇଁ ଚିନ୍ତିତ । ଏସବୁ ରୋଗ ଭିତରେ ଆହୁରୀ ଏମିତି ଅନେକ ରୋଗ ଅଛି ଯାହାର ନିରାକରଣ ପାଇଁ ଲୋକ ଡାକ୍ତରଙ୍କ ପାଖକୁ ଧାଉଁଛନ୍ତି ସତ କିନ୍ତୁ ଉପଚାର ମିଳିପାରୁନି ।

ଆଜିକାଲି ନାରୀ ମାନଙ୍କର ବି ଭିନ୍ନ ଭିନ୍ନ ରୋଗ ବାହାରୁଛି । ତେବେ ତାହା ଖାଇବା ପିଇବା,ଦୌନନ୍ଦିନ ଜୀବନ ଯାପନରେ ହେଉଥିବା ଅବହେଳା ଆଦି ଉପରେ ନିର୍ଭର କରେ । କିନ୍ତୁ ନାରୀ ମାନେ ନିଜର ଅନେକ ରୋଗକୁ ଅନ୍ୟମାନଙ୍କ ସହ ଆଲୋଚନା କରନ୍ତି ନାହିଁ ସେସବୁକୁ ଗୁପ୍ତ ରଖିବାକୁ ଚେଷ୍ଟା କରନ୍ତି ସେଥିପାଇଁ ତାଙ୍କରି ଭିତରେ ଅନେକ ରୋଗ ଲୁଚି ରହି ତାଙ୍କର କ୍ଷତିକରେ । ଆମ ଭାରତରେ ବନ୍ଧ୍ୟାଦୋଷ ଏକ ଅଭିଶାପ କହିଲେ ଚଳେ । ଏହି ଅଭିଶାପ ଅନେକ ସ୍ଥାନରେ କୁପ୍ରଥା ଭାବରେ ଓ ଅନ୍ଧବିଶ୍ୱାସ ଭାବରେ ଆଜିଯାଏଁ ପ୍ରଚଳିତ ରହିଛି । ସେଥିପାଇଁ ଆଜିକାଲି ଏହିଭଳି ସମସ୍ୟାର ସମାଧାନ େଓøଷଧ ନ କଲେ ବି ଯୋଗ କରିପାରିବ । ତେଣୁକରି ଯୋଗ ହିଁ ନିରୋଗର ବାଟ ବୋଲି ଆଜିର ସମାଜ ମାନିବା ଉଚିତ୍ । ତେଣୁକରି ଯେଉଁନାରୀମାନେ ବନ୍ଧ୍ୟାଦୋଷ ପାଇଁ ନିଜକୁ କଷୁଛନ୍ତି ସେମାନେ ଏହି ଉପାୟରେ କରନ୍ତୁ ଯୋଗାସନ ପାଇବେ ଫରପୁର ଫାଇଦା ।

ସୂର୍ଯ୍ୟ ନମସ୍କାର:-

ମାସିକ ଋତୁସ୍ରାବ ଅନିୟମିତତା ଏବଂ ମେନୋପୋଜ୍‌ ସମୟରେ ହେଉଥିବା ସମସ୍ୟାରୁ ମୁକ୍ତି ପାଇଁ ଯୋଗାସନ ଅତ୍ୟନ୍ତ ଉପକାରୀ। ମାସିକ ଋତୁସ୍ରାବରେ ହେଉଥିବା ଅନିୟମିତତାକୁ ରୋକିବା ପାଇଁ ସୂର୍ଯ୍ୟ ନମସ୍କାର ଅଭ୍ୟାସ କରନ୍ତୁ। ଯୋଗାସନ ମଧ୍ୟ ମହିଳାଙ୍କ ଗର୍ଭାଶୟରେ ମେନୋପୋଜ୍‌ରେ ପ୍ରଭାବ ପକେଇବା ସହ ଏବଂ ପିଲା ଜନ୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ସୂର୍ଯ୍ୟ ନମସ୍କାର ଯୌନ ଗ୍ରନ୍ଥିରେ ଥିବା ସମସ୍ୟାକୁ ଦୂର କରିବାରେ ସହଯୋଗ କରେ।

ବଦ୍ଧକୋଣାସନ:-

ବଦ୍ଧକୋଣାସନକୁ ପ୍ରଜାପତି ଆସନ ମଧ୍ୟ କୁହାଯାଏ। ଏହି ସ୍ଥିତିରେ ଭିତର ଜଙ୍ଘ, ପିଚାର ଅଂଶ ଏବଂ ଆଣ୍ଠୁର ମାଂସପେଶୀରେ ପ୍ରଭାବ ପଡେ। ଏହା ଶରୀରରେ ନମନୀୟତା ଆଣିଥାଏ। ଏହି ଆସନର ଅଭ୍ୟାସ ପ୍ରଜନନ କ୍ଷମତାକୁ ବୃଦ୍ଧି କରିଥାଏ। ଏହା ଆସନ୍ନ ପ୍ରସବ ସମୟରେ ହେଉଥିବା ଯନ୍ତ୍ରଣାକୁ ମଧ୍ୟ ହ୍ରାସ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ।

ପଶ୍ଚିମୋତ୍ତାନାସନ:-

ପଶ୍ଚିମୋତ୍ତାନାସନ ଦେହର ମାଂସପେଶୀକୁ ଷ୍ଟ୍ରେଚ୍ କରିଥାଏ। ଏହି ଆସନ ଅଭ୍ୟାସ କଲେ ପ୍ରଜନନ କ୍ଷମତା ବୃଦ୍ଧି ପାଇବା ସହ ମାନସିକ ଚାପ କମିଯାଏ।

ବାଳାସନ:-

ପ୍ରଜନନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାଳାସନ ମଧ୍ୟ ଅତ୍ୟନ୍ତ ଉପକାରୀ। ଏହି ଆସନ ପ୍ରଜନନ ଅଙ୍ଗରେ ରକ୍ତ ପ୍ରବାହ ବୃଦ୍ଧି କରିବାରେ ସହଯୋଗ କରେ। ଏହା ବ୍ୟତୀତ ପିଠି, ଆଣ୍ଠୁ, ପିଚା ଏବଂ ଜଙ୍ଘର ମାଂସପେଶୀ ମଧ୍ୟ ଏହି ଆସନ ଦ୍ୱାରା ମଜଭୁତ ହୋଇଥାଏ।

CATEGORIES
TAGS
Share This

COMMENTS

Wordpress (0)
Disqus (1 )