Friday 19th April 2024
ହାସ୍ୟ ଅଭିନେତା ମେହେମୁଦଙ୍କ ଜନ୍ମଜୟନ୍ତୀ, ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା

ହାସ୍ୟ ଅଭିନେତା ମେହେମୁଦଙ୍କ ଜନ୍ମଜୟନ୍ତୀ, ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା

() କଳାକାରର ଜନ୍ମ ହୋଇଥାଏ ନିଜ କଳା ମାଧ୍ୟମରେ  ସମାଜକୁ ଏକ ନୂଆ ଆଇନା ଦେଖାଇ ବା ପାଇଁ । କଳାକାରର ମନ ଯାହା ବି ହେଇ ଥାଉ ନା କାହିଁକି ପରଦାକୁ ଆସିଲେ ସେ କେବଳ ନିଜର ଚରିତ୍ରକୁ ଚିହ୍ନେ ।  ଆଉ କଳାକାରଟିର ଆୟୁଷ ସରେନି କହିଲେ ଚଳେ,ସେ ମରିଗଲା ପରେ ତାର ସ୍ମୃତି ଲୋକଙ୍କୁ ଚିର ଦିନ ପାଇଁ ମନୋରଂଜନ କରାଉଥାଏ । ଆଜି ସେମିତି ଜଣେ ଖାସ୍ କଳାକାରଙ୍କର ଜନ୍ମ ଦିନ । ଯòଏକି ଦିନେ ଅଭିନେତା ହେଇ ଅନେକ ଚଳଚିତ୍ର ଦର୍ଶକଙ୍କୁ ଭେଟି ଦେଇଛନ୍ତି, କେବଳ ସେତିକି ନୁହେଁ ଅଭିନୟ ଭିତରେ ସବୁଠୁ କଷ୍ଟ ଚରିତ୍ର ଥାଏ ହାସ୍ୟ ଅଭିନୟର । କିନ୍ତୁ ସେଥିରେ ସେ ଥିଲେ ଖୁବ୍ ପାରଙ୍ଗମ । ହଁ ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିଦେଉଥିଲେ ।Birth Anniversary Special: Remembering the King of comedy Mehmood Aliଭେଟନାର ହାସ୍ୟ ଅଭିନେତା ମେହେମୁଦ୍ ଆଲ୍ଲୀଙ୍କର ଆଜି ହେଉଛି ଜନ୍ମଦିନ । ୧୯୩୨ ମସିହା ସେପ୍ଟେମ୍ବର ମାସ ୨୯ ତାରିଖରେ ମୁମ୍ବାଇଠାରେ ସେ ଜନ୍ମ ଗ୍ରହଣ କରିଥିଲେ ଏବଂ ୨୩ ଜୁଲାଇ ୨୦୦୪ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ପିତା ମୁମ୍‌ତାଜ ଆଲ୍ଳୀ ମଧ୍ୟ ଜଣେ ମଞ୍ଚ ଅଭିନେତା ଥିଲେ । ସେ ମିନା କୁମାରୀଙ୍କ ଭଉଣୀ ମଧୁଙ୍କ ସହ ପ୍ରଥମ ବିବାହ କରିଥିଲେ । ଯାହାଙ୍କ ଠାରୁ ତାଙ୍କର ୪ଟି ପୁଅ ହୋଇଥିଲା ଏବଂ ଦ୍ୱିତୀୟ ବିବାହ ସେ ଟ୍ରେସିଙ୍କ ସହ କରିଥିଲେ । ଯାହାଙ୍କ ଠାରୁ ତାଙ୍କର ୨ଟି ପୁଅ ଓ ଗୋଟିଏ ଝିଅ ହୋଇଥିଲା ।Legendary Comedian/Actor Mehmood With His Brothers and Sisters | Parents, Wife, Son, Grandchildren - YouTube

ସଂଘର୍ଷର ସମୟ:

ତାଙ୍କ ପିତା ଏକ ଅଭିନେତା ଥିବା ସତ୍ୱେ ମଧ୍ୟ ମେହେମୁଦଙ୍କ ସଂଘର୍ଷ ଅଧିକ ଥିଲା । ତାଙ୍କ ସଂଘର୍ଷ ସମୟରେ ସେ ଅଣ୍ଡା ବିକିବା ଠାରୁ ଆରମ୍ଭ କରି ରିକ୍ସା ଚଲାଇବା ପର୍ଯ୍ୟନ୍ତ କାମ ମଧ୍ୟ କରଥିଲେ । କିନ୍ତୁ ସେ ପରିଶ୍ରମ କଲେ ଏବଂ ୧୯୪୩ ମସିହାରେ ସେ ତାଙ୍କ ପ୍ରଥମ ଚଳଚିତ୍ର “କିସମତ” ରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ । ମେହେମୁଦଙ୍କ ସଂଘର୍ଷମୟ ସମୟ ବେଳେ ତାଙ୍କୁ ମିନାକୁମାରୀଙ୍କୁ ଟେନିସ ସିଖାଇବାର କାମ ମିଳିଥିଲା । ତାଙ୍କୁ ଟେନିସ ଶିଖାଇବା ଭିତରେ ମିନାଙ୍କ ସାନ ଭଉଣୀ ମଧୁଙ୍କ ପ୍ରେମରେ ସେ ପଡ଼ି ତାଙ୍କୁ ବିବାହ କରିଥିଲେ ।Mehmood (Actor), Age, Death, Wife, Children, Family, Biography & More » StarsUnfoldedମେହେମୁଦ ଏକ ମାତ୍ର ଅଭିନେତା ଥିଲେ ଜାହାଙ୍କ ପୋଷ୍ଟର ହିରୋଙ୍କ ସହ ଲାଗୁଥିଲା । କାରଣ ନିର୍ଦ୍ଧେଶକ ମାନେ ଭଲ ଭାବରେ ଜାଣିଥିଲେ ଯଦି ମେହେମୁଦଙ୍କ ଫଟୋ ହିରୋଙ୍କ ସହ ଲଗାଯାଏ ତେବେ ସେହି ଫିଲ୍ମ ହିଟ ହେବା ନିଶ୍ଚିନ୍ତ । ମେହେମୁଦ ନିଜ ଜୀବନକାଳ ଭିତରେ ୩୦୦ରୁ ଅଧିକ ଚଳଚିତ୍ରରେ କମେଡିଆନ ଭାବରେ ଅଭିନୟ କରିଛନ୍ତି । ସବୁଠାରୁ ବଡ଼ କଥା ସେ କେବେ ବି ରିହରସଲ କରୁନଥିଲେ, ସେ ସିଧାସଳଖ ସେଟ୍‌ରେ ନିଜ ଅଭିନୟର କମାଲ ଦେଖାଉଥିଲେ ।Remembering Mehmood: The man with a tragic life who made people laugh | Entertainment News,The Indian Express

ମେହେମୁଦଙ୍କ ଶେଷ ଇଚ୍ଛା:

ମେହେମୁଦଙ୍କ ଶେଷ ଇଚ୍ଛା କଣ ଥିଲା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ସେ ମୁସଲିମ ଥିବା ସତ୍ୱେ ତାଙ୍କର ଶେଷ ଇଚ୍ଛା ଥିଲା କି ତାଙ୍କ ଦେହାନ୍ତ ପରେ ତାଙ୍କ ମର ଶରୀରକୁ ସମାଧୀ ଦିଆ ନ ଯାଉ ବରଂ ସେ ଚାହୁଁଥିଲେ କି ତାଙ୍କ ମର ଶରୀରକୁ ଦାହ ସଂସ୍କାର କରାଯାଉ ଏବଂ ତାଙ୍କ ଅସ୍ଥୀକୁ ୩ଟି ଅଲଗା ଅଲଗା ଯାଗାରେ ରଖାଯାଉ । ଏହା ଏକ ମନଗଢ଼ା କାହାଣୀ ନୁହେଁ, ବରଂ ଏହାର ସୂଚନା ଆମକୁ ମେହେମୁଦ୍ ଅଲ୍ଳୀଙ୍କ ଜୀବନ ଉପରେ ଅଧାରିତ ହନିକ ଜାବେରିଙ୍କ ଲିଖିତ ଏକ ପୁସ୍ତକ “Mehmood a man of many moods”ର ୨୦ ଅଧ୍ୟାୟରେ ଲେଖାଥିବା ଏକ ସତ କଥା ଅଟେ । Comedian Mehmood Ali Birthday Special, King Of Comedy Mehmood Moviesସୂଚନା ଅନୁସାରେ ମେହେମୁଦ୍ ଅଲ୍ଳୀଙ୍କ ମୃତ୍ୟୁର ଠିକ ୧ବର୍ଷ ପୂର୍ବରୁ ସେ ନିଜେ ଏହି କଥାଟି କହିଥିଲେ । ସେ କହିଥିଲେ କି ଯଦି ମୋର ସମାଧି ଦିଆଯାଏ ତେବେ ମୋ କବର ଗୋଟିଏ ଜାଗାରେ ହିଁ ରହିବ କିନ୍ତୁ ଯଦି ମୋ ମର ଶରୀରକୁ ଦାହ ସଂସ୍କାର କରାଯାଏ ତେବେ ମୁଁ ୩ଟି ଜାଗାରେ ରହି ପାରିବେ । କାରଣ ସେହି ୩ଜଣଙ୍କୁ ମୁଁ ସମାନ ଭାବରେ ଭଲ ପାଏ । ସେ ହେଉଛନ୍ତି ମେହେମୁଦଙ୍କ ବାପା ମୁମ୍‌ତାଜ ଆଲ୍ଳୀ, ମାତା ଲତିଫାଉନିସା ଆଲ୍ଲୀ ଓ ଜାତିର ପିତା ମହାତ୍ମା ଗାନ୍ଧୀ । ଏହା ସହ ଏମାନଙ୍କର କବର ବା ସମାଧୀ ୩ଟି ଅଲଗା ଅଲଗା ଜାଗାରେ ଅବସ୍ଥିତ । ତାଙ୍କ ବାପା ମୁମ୍‌ତାଜ ଆଲ୍ଳୀଙ୍କ କବର ମେହେମୁଦଙ୍କ ବେଙ୍ଗାଲୁରୁ ସ୍ଥିତ ଫାର୍ମହାଉସ ରେ ଅଛି, ତ ତାଙ୍କ ମା’ଙ୍କ କବର ମୁମ୍ବାଇର ଚାନ୍ଦିବାଲିରେ ଅଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧୀ ଦିଲ୍ଲୀରେ ଅବସ୍ଥିତ ।THE ORIGINAL "BHAI" WHO PUT "JAAN" INTO FILMS...ତେବେ ଯେତେବେଳେ ଏହି ଖବର ସେତେବେଳର ପତ୍ରିକା ଶାମା ଓ ସୁଷମାଙ୍କୁ ଜାଣିବାକୁ ମିଳିଥିଲା ସେ ଏହି ଖବରକୁ ଛାପିଥିଲେ । ଯାହାକୁ ବିରୋଧ କରିଥିଲେ ମେହେମୁଦ୍‌ଙ୍କ ପରିବାର ଲୋକ । ସେମାନେ କହିଥିଲେ ଏହି ଖବର ଆପଣ ଯଥା ସମ୍ଭବ ଆପଣଙ୍କ ପତ୍ରିକାରୁ ଏହି ଲେଖାକୁ ବାହାର କରିଦିଅନ୍ତୁ ନଚେତ ଦଙ୍ଗା ହେବାର ସମ୍ଭାବନା ଅଛି । ପରେ ଏହି କଥାକୁ ମେହେମୁଦଙ୍କୁ ତାଙ୍କ ପରିବାର ଲୋକ ବୁଝାଇବା ପରେ ସେ ସମୟରେ ସେ ତାଙ୍କ ଇଚ୍ଛାକୁ ପରିବର୍ତ୍ତନ କରିଥିଲେ ।Mehmood (Actor), Age, Death, Wife, Children, Family, Biography & More » StarsUnfolded

CATEGORIES
TAGS
Share This

COMMENTS

Wordpress (0)
Disqus (1 )