Thursday 28th March 2024
ଏସପ୍ଲାନେଡରେ  ମୁର୍ମୁରେନ୍ ଫୁଡ୍ ଆଉଟଲେଟ୍ ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଉଦଘାଟିତ

ଏସପ୍ଲାନେଡରେ ମୁର୍ମୁରେନ୍ ଫୁଡ୍ ଆଉଟଲେଟ୍ ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଉଦଘାଟିତ

ଆମେ ଓଡିଆ ଭାରୀ ବଢିଆ । ଖାଦ୍ୟ ରୁଚିରେ ଆମ ଓଡିଆଙ୍କର ସ୍ୱାଦ ବହୁତ ଭିନ୍ନ । ଦେଶୀ ଜିନିଷକୁ ବିଶ୍ୱ ପ୍ରସିଦ୍ଧ କରିବାର କଳା ଆମ ଓଡିଆ ଖାଇବାେ ର ଲୁଚି ରହିଛି । ଓଡିଆଙ୍କ ପାଇଁ ତାଙ୍କ ମାଟିର ଜିନିଷ ସାରା ଦେଶର ଅନ୍ୟନ୍ୟ ଜାଗାର ଖାଇବା ଠାରୁ ବେଶ୍ ପ୍ରିୟ । ଏ ଯେମିତି ଆପଣ ମାନେ ଜାଣିଥିବେ ଆମ ଓଡିଶାରେ ସବୁ ଜିଲ୍ଲାରେ ଭିନ୍ନ ଭିନ୍ନ ଖାଦ୍ୟର ଚାହିଦା ରହିଛି । କଟକ ଯିବେ ସୁସ୍ୱାଦୁ ଦହିବରା ଖାଇବେ,ନୟାଗଡ ଯିବେ ମିଠା ଛେନାପୋଡ ଖାଇବେ ,ସମ୍ବଲପୁର ଯିବେ ଚାଉଳବରା ଖାଇବେ ଏମିତି ସବୁ ଜାଗାର କିଛି ନା କିଛି ଖାସ୍ ଖାଦ୍ୟ ରହିଛି ଯାହା ସେହି ସ୍ଥାନର ମହତ୍ୱକୁ ଆହୁରୀ ବଢାଇଦିଏ । କିନ୍ତୁ ଥରେ ଭାବିଲେ ଏତେ ସବୁ ଫେମସ୍ ଖାଦ୍ୟ ଖାଇବା ପାଇଁ କଣ ଖାଲି ସେହି ଜାଗାକୁ ଯିବାକୁ ପଡିବ ନହେଲେ କଣ ମିଳିବନି ?

ଏହି ପ୍ରଶ୍ନର ଉତ୍ତର ଏବେ ପ୍ରାୟତଃ ସମସ୍ତଙ୍କ ପାଖରେ । ଯଦି ଆପଣ ଭୁବନେଶ୍ୱରରେ ରହୁଛନ୍ତି ତାହାଲେ ଆପଣଙ୍କୁ ସବୁଧରଣର ଖାଇବାର ମଜା ନେବାର ସୁଯୋଗ ମିଳିପାରିବ । ଏଇ ଯେମିତି ବର୍ତ୍ତମାନ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ସବୁଠୁ ପ୍ରସିଦ୍ଧ ମୁଢିମାଂସ ଆପଣଙ୍କୁ ମୁର୍ମୁରେନରେ ମିଳିଯିବ । ହଁ ଆଜ୍ଞା ଏକ୍ସପ୍ଲାନେଡରେ ଖୋଲିଛି ଏହି ମୁଢିମାଂସର ଆଉଟଲେଟ୍ । ମୋଟାମୋଟି ଭାବେ କହିବାକୁ ଗଲେ ଏଇଠି ଆପଣଙ୍କୁ ଦେଶୀ ଅନ୍ଦାଜରେ ପାରମ୍ପରିକ ପଦ୍ଧତିର ମୁଢିମାଂସ ଖାଇବାର ଲାଭ ମିଳିପାରିବ । ଏହି ନୂଆ ଆଉଟଲେଟ ଶାଖା ଖୋଲିବା ଦିନ ଓଡିଶାର ଜଣାଶୁଣା ନାମୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯୋଗ ଦେଇଥିଲେ ।

ଓଡ଼ିଆ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ ଭୁବନେଶ୍ୱରର ଏସପ୍ଲାନେଡ ମଲରେ ମୁର୍ମୁରେନ୍ ଫୁଡ୍ ଆଉଟଲେଟର ଏକ ନୂତନ ଶାଖାର ଉଦଘାଟନ କରିଥିଲେ। ମୟୁରଭଞ୍ଜ ଗ୍ରାଣ୍ଡ ପ୍ରାଇଭେଟ ଲିମିଟେଡ଼ର ଏହି ଫୁଡ ଆଉଟଲେଟରେ ଗ୍ରାହକମାନଙ୍କ ପାଇଁ ପାରମ୍ପରିକ ପଦ୍ଧତି ଅନୁସାରେ ମୁଢ଼ି-ମଟନ , ମୁଢ଼ି- ଚିକେନ ଏବଂ ଝାଲମୁଢ଼ି ଆଦି ପ୍ରସ୍ତୁତ କରାଯିବ । ମୁଢି ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟ ଏବଂ ଏମପିଜିଲର ଏହି ଆଉଟଲେଟ ଗ୍ରାହକମାନଙ୍କୁ ସେହି ପାରମ୍ପରିକ ଖାଦ୍ୟର ସ୍ୱାଦ ସହ ଠିକ ଭାବରେ ପରିଚିତ କରାଇବ ବୋଲି ବର୍ଷା ମତବ୍ୟକ୍ତ କରିବା ସହ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଉଦଘାଟନୀ ସମୟରେ ଉପସ୍ଥିତ ସମସ୍ତ ଖାଦ୍ୟପ୍ରେମୀ ମୁର୍ମୁରେନ୍ ଫୁଡ୍ ଆଉଟଲେଟ ଦ୍ୱାରା ପ୍ରସ୍ତୁତ ଖାଦ୍ୟର ମଜାନେବା ସହ ସ୍ୱାଦର ପ୍ରଶଂସା କରିଥିଲେ ।

CATEGORIES
TAGS
Share This

COMMENTS

Wordpress (0)
Disqus (1 )