Saturday 27th July 2024
ବିଶ୍ୱ ହୃଦୟ ଦିବସ-ବୟସ୍କଙ୍କ ଠାରୁ ଯୁବ ପିଢ଼ି କାହିଁକି ହେଉଛନ୍ତି ଅଧିକ ଆକ୍ରାନ୍ତ?

ବିଶ୍ୱ ହୃଦୟ ଦିବସ-ବୟସ୍କଙ୍କ ଠାରୁ ଯୁବ ପିଢ଼ି କାହିଁକି ହେଉଛନ୍ତି ଅଧିକ ଆକ୍ରାନ୍ତ?

() ଆଜି ବିଶ୍ୱ ହୃଦୟ ଦିବସ । ହୃଦରୋଗ କେବେ ବୟସ ଦେଖେନି । ବର୍ତ୍ତମାନ ସମୟରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପୂର୍ବରୁ ବୟସ୍କ ବ୍ୟକ୍ତିଙ୍କ ହୃଦଘାତ ଜନିତ ମୃତ୍ୟୁ ଅଧିକ ହେଉଥିବା ବେଳେ ଏବେ କିନ୍ତୁ ଅଳ୍ପ ବୟସ ବ୍ୟକ୍ତିଙ୍କର ମୃତ୍ୟୁ ବଢ଼ିବାରେ ଲାଗିଛି । ଜଙ୍କ ଫୁଡ, ଧୂମ୍ରପାନ, ଅଧିକ ଓଷøଧ ସେବନ, ବାୟୂପ୍ରଦୂଷଣ ଆଦି ସିଧାସଳଖ ଆମ ହୃଦୟ ଉପରେ ପ୍ରଭାବ ପକାଇଥାଏ ଯାହାଫଳରେ ପରବର୍ତ୍ତୀ ସମୟରେ ତାହା ହୃଦଘାତର ରୂପ ନେଇଥାଏ ।ହୃଦୟ ସମସ୍ୟା ବଡ଼ ହୋଇଥିଲେ ଜୀବନ ଶୈଳୀରେ ପରିବର୍ତ୍ତନ ହୋଇଥାଏ, ମାତ୍ର ସଚେତନ ରହିବା ଦ୍ୱାରା ଏହି ସମସ୍ୟାରୁ ଦୁରେଇ ରହିହେବ । World Heart Day - 29 September - Commercial ତେଣୁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ଅର୍ଥାତ ସେପ୍ଟମ୍ବର ୨୯କୁ ବିଶ୍ୱ ହୃଦୟ ଦିବସ ରୂପେ ପାଳନ କରାଯାଏ । ଏହି ଦିନକୁ ପାଳନ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟସଂଗଠନ ସହ ମିଶି ୱାଲ୍ଡ ହାର୍ଟ ଫେଡେରେସନ ଏହି ଦିବସ ପାଳନ କରିବାକୁ ୧୯୯୯ରେ ନିଶ୍ପତି ନିଆଯାଇଥିଲା । ତେବେ ଚଳିତ ବର୍ଷର ଥିମ ରହିଛି “use heart for every heart” । ପ୍ରଥମରୁ ହିଁ ଏହି ଦିନକୁ ସେପ୍ଟମ୍ବର ମାସ ଶେଷ ରବିବାର ଦିନ ପାଳନ କରାଯାଉଥିଲା । ମାତ୍ର ୨୦୧୧ରୁ ଏହି ଦିନକୁ ସେପ୍ଟେମ୍ବର ୨୯ରେ ପାଳନ କରାଯାଉଛି ।Celebrate World Heart Day – Sept. 29 – to a Different Beat() ଜଙ୍କ ଫୁଡ, ଧୂମ୍ରପାନ, ମୋଟାପଣ, ବାୟୁ ପ୍ରଦୂଷଣ, ଉକ୍ତ ରକ୍ତ ଚାପ ଆଦି ହୃଦଜନିତ ରୋଗ ହେବାର ମୂଳ କାରଣ ଅଟେ । ବ୍ୟାୟାମ ନକରିବା କିମ୍ବା ସଠିକ ସମୟରେ ଚିକିତ୍ସା ନକରିବା ଦ୍ୱାରା ହୃଦ ଜନିତ ରୋଗ ଗୁରୁତ୍ୱ ହୋଇପଡ଼େ । ବ୍ୟସ୍ତବହୁଳ ସମୟରେ ଅନେକ ଲୋକ ଶରୀରର ଯତ୍ନ ନେବାକୁ ଭୁଲିଯାଆନ୍ତି । ସେଥିମଧ୍ୟରୁ ଜଙ୍କପୁଡ ଓ ଠିକ୍ ଭାବରେ ରୁଟିନ ଫଲୋ ନକରିବା ପାଇଁ ଅଧିକାଂଶ ଲୋକ ହୃଦଘାତର ଶିକାର ହେଉଛନ୍ତି ।City hospitals to observe World Heart Day today | Deccan Heraldସାଧାରଣତଃ ଛାତି ଯନ୍ତ୍ରଣା, ହାର୍ଟ ଆଟାକ ଆଦି ଭିନ୍ନ ସମସ୍ୟା ବୋଲି ମନେ ହୁଏ କିନ୍ତୁ ଏହି ସମସ୍ୟା ଗୁଡ଼ିକର କାରଣ ସମାନ ହୋଇଥାଏ । ଧମନୀରେ ରକ୍ତ ଜମାଟ ବାନ୍ଧିବା ଛାତି ଯନ୍ତ୍ରଣା ସହିତ ଆରମ୍ଭ ହୁଏ ଏବଂ ଧୀରେ ଧୀରେ ହୃଦଘାତର ଆଶଙ୍କା ବଢିଥାଏ । ଛାତି ଯନ୍ତ୍ରଣା ହେଲେ ଚିକିତ୍ସାରେ ବିଳମ୍ବ କରନ୍ତୁ ନୁହେଁ । ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ପରିବାର ସଦସ୍ୟଙ୍କ ଠାରେ ଏପରି ସମସ୍ୟା ଥିଲେ ତୁରନ୍ତ ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ । ଛାତିରେ ଯେକୌଣସି ଅସୁବିଧା ହୃଦଘାତ ବୋଲି ସନ୍ଦେହ କରାଯିବା ଉଚିତ୍ ।World Heart Day: 5 things you can do to keep your heart young and healthy | Health - Hindustan Times

CATEGORIES
TAGS
Share This

COMMENTS

Wordpress (0)
Disqus (1 )