Friday 26th April 2024
ରେଳ ବିଭାଗର ଚେତାବନୀ : ‘ନିଯୁକ୍ତି ପରୀକ୍ଷାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କଲେ ଭବିଷ୍ୟତରେ ମିଳିବନି କୌଣସି ସରକାରୀ ଚାକିରି’

ରେଳ ବିଭାଗର ଚେତାବନୀ : ‘ନିଯୁକ୍ତି ପରୀକ୍ଷାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କଲେ ଭବିଷ୍ୟତରେ ମିଳିବନି କୌଣସି ସରକାରୀ ଚାକିରି’

() ଖୋଜୁଛନ୍ତି କି ସରକାରୀ ଚାକିରି ହୋଇଯାନ୍ତୁ ସତର୍କ । ଏଭଳି କିଛି ଚେତାବାନୀ ଦେଇଛି ଭାରତୀୟ ରେଳ ବିଭାଗ । ରେଳ ବିଭାଗ ଏକ ଚେତାବନୀ ନୋଟିସ ଜାରି କରି କହିଛି ଯେ ଯଦି କୌଣସି ଆଶାୟୀ ପ୍ରାର୍ଥୀ ରେଳ ବୋର୍ଡ ବିରୋଧରେ କେବେ କୌଣସି ବିରୋଧ କରନ୍ତି ତାହାଲେ ତାଙ୍କୁ ଭବିଷ୍ୟତରେ ରେଳ ବିଭାଗରେ କିମ୍ବା କୌଣସି ବି ସରକାରୀ ଚାକିରି ମିଳିପାରିବ ନାହିଁ । ତେଣୁ ବିରୋଧ ପ୍ରଦର୍ଶନରୁ ଦୂରେଇ ରୁହନ୍ତୁ । ତେବେ ବର୍ତ୍ତମାନ ରେଲୱେ ରିକ୍ୱାରମେଣ୍ଟ ବୋର୍ଡ ପରୀକ୍ଷା ରେଜଲ୍ଟ ପ୍ରକାଶ କରିବା ପୂର୍ବରୁ ଜାରି କରିଛି ଏଭଳି ଏକ ଚେତାବନୀପୂର୍ଣ୍ଣ ନୋଟିସ । ଏହା ସହ ରେଳ ବିଭାଗ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ରେଲୱେ ନିଯୁକ୍ତି ରେଜଲ୍ଟ ସହ ସମ୍ପର୍କୀତ କୌଣସି ବି ଗୁଜବରୁ ଦୁରେଇ ରୁହନ୍ତୁ। ଫଳାଫଳ ପାଇଁ ଧର୍ଯ୍ୟର ସହ ଅପେକ୍ଷା କରିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି ।Indian Railway Jobs 2021 : Central Railway Apprentice Recruitment, Vacancy, Notification 2021 | Upcoming Government Jobs 2021 - Latest Govt jobs 2022, 12th pass sarkari naukri, Govt jobs vacancy 2022

ଏଭଳି ଏକ ଚେତାବନୀ କଣ ପାଇଁ

ଅନେକ ସମୟରେ ରେଲୱେ ପାଇଁ ହୋଇଥିବା ପରୀକ୍ଷାର ରେଜଲ୍ଟ ପ୍ରକାଶ କରିବାକୁ ପ୍ରାର୍ଥୀମାନେ ବିରୋଧ ପ୍ରଦର୍ଶନ କରିଥାନ୍ତି । ଯେଉଁଥିରେ ଦେଶର ଅନେକ ସରକାରୀ ସମ୍ପତ୍ତି ନଷ୍ଟ ହୋଇଥାଏ । ଏଭଳି ଏକ ଚେତାବନୀ ଦେବାଦ୍ୱାରା ତାହା ଆଉ ହେବ ନାହିଁ । ଏନେଇ ରେଲୱ ବୋର୍ଡ଼ ସ୍ପଷ୍ଟ କରିଛି ଯେ ଯଦି ପରୀକ୍ଷାର୍ଥୀ ଶୀଘ୍ର ରେଜଲ୍ଟ ପ୍ରକାଶ କରିବାକୁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରନ୍ତି ତାହାଲେ ତାଙ୍କର ଭବିଷ୍ୟତ ଅନ୍ଧକାର ହେବ ନିଶ୍ଚିତ ।

ତେଣୁ କୌଣସି ବି ବିକ୍ଷୋଭରେ ଭାଗ ନେବାରୁ ଦୂରେଇ ରହିବାକୁ ରେଳ ବିଭାଗ ସଫା ସଫା ସତର୍କ କରାଇଛି । ଏହା ବ୍ୟତିତ ବିଭାଗ ବିରୋଧରେ କିଛି ଗୁଜବ ସୃଷ୍ଟି କରାଯାଉଛି ବୋଲି କହିଛି ରେଲୱେ ବୋର୍ଡ । ଆରଆରବି ରେଜଲ୍ଟ ଶୀଘ୍ର ପ୍ରକାଶ କରିବା କଥା ମିଛ । ସତ କଥା ହେଉଛି , ଯଦି କାହାରି ପ୍ରରୋଚନାରେ ଆସି କେହି ବିକ୍ଷୋଭ ପ୍ରଦର୍ଶନରେ ଭାଗ ନିଅନ୍ତି ତେବେ ତାଙ୍କ ବିରୋଧରେ ଦଣ୍ଡାତ୍ମକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୨୦୧୯ ମାର୍ଚ୍ଚ ମାସରେ ଆରଆରବି ଏନଟିପିସି ଓ ଆରଆରବି ଗ୍ରୁପ୍ ଡିରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ୨ ବର୍ଷ ବିତିସାରିଥିଲେ ମଧ୍ୟ ଏଯାଏଁ ଫାଇନାଲ ରେଜଲ୍ଟ ପ୍ରକାଶ ପାଇନାହିଁ । ତେଣୁ ଆଶାୟୀଙ୍କର ମନବଳ ଭାଙ୍ଗୁଥିବା ବେଳେ ରେଳ ବିଭାଗର ଏପରି ଚେତାବନୀ ଆଶାୟୀଙ୍କ ଚିନ୍ତାକୁ ଆହୁରି ବଢାଇଦେଇଛି ।Railways stalls recruitment drive after Bihar violence | India News - Times of India

 

CATEGORIES
TAGS
Share This

COMMENTS

Wordpress (0)
Disqus (1 )