Thursday 25th April 2024
ବିଙ୍ଗ ଆଣ୍ଡ ବିକମିଙ୍ଗ ପକ୍ଷରୁ ‘ଦି ୟଙ୍ଗ ଚେଞ୍ଜ ମେକର ଆୱାର୍ଡ ୨୦୨୨’ ଅନୁଷ୍ଠିତ

ବିଙ୍ଗ ଆଣ୍ଡ ବିକମିଙ୍ଗ ପକ୍ଷରୁ ‘ଦି ୟଙ୍ଗ ଚେଞ୍ଜ ମେକର ଆୱାର୍ଡ ୨୦୨୨’ ଅନୁଷ୍ଠିତ

() ସ୍ବାସ୍ଥ୍ୟସେବା, ସମାଜ ସେବା, ଶିକ୍ଷା ଏବଂ କଳା, ସଂସ୍କୃତି କ୍ଷେତ୍ରରେ ମହତ୍ଵପୂର୍ଣ୍ଣ ଅବଦାନ ରଖିଥିବା ବ୍ୟକ୍ତିଙ୍କୁ ଦିଆଯାଇଛି ସମ୍ମାନ। ଲୋକଙ୍କ କଲ୍ୟାଣ ପାଇଁ କାମ କରୁଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିଙ୍ଗ ଆଣ୍ଡ ବିକମିଙ୍ଗ ଓ Indian medical Association  ପକ୍ଷରୁ ୨୫.୦୯.୨୨ ତାରିଖରେ ଜୁନିଅର୍ ଡାକ୍ତର ନେଟୱାର୍କ ଓଡ଼ିଶା ଏବଂ ରୋଟାରୀ ଇଣ୍ଟରନ୍ୟାସନାଲ ଇ-କ୍ଲବ ମିଳିତ କ୍ଲବର ମିଳିତ ଆନୁକୂଲ୍ୟରେ ‘The Young Change Maker Award 2022’  ଅନୁଷ୍ଠିତ ହୋଇଥିଲା । ସୁସ୍ଥ ସମାଜ ଗଠନ ପାଇଁ ସ୍ବାସ୍ଥ୍ୟସେବା, ସମାଜ ସେବା, ଶିକ୍ଷା ଏବଂ କଳା, ସଂସ୍କୃତି କ୍ଷେତ୍ରରେ ଉତ୍ସର୍ଗୀକୃତ କାର୍ଯ୍ୟ କରି ପରିବର୍ତ୍ତନର ନୂଆଧାରା ସୃଷ୍ଟି  କରୁଥିବା ଯୁବ ତଥା ଅନୁଭବୀ ବ୍ୟକ୍ତିତ୍ବଙ୍କୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟଲକ୍ଷ୍ୟ ଥିଲା।() ଏକ ମହତ ଉଦ୍ଦେଶ୍ୟ ନେଇ ଭୁବନେଶ୍ବର ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର ICMR ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ, ପୂର୍ବତନ ସାଂସଦ ଶ୍ରୀ ପ୍ରଭାସ ସିଂ, ଆଇଏମଏ ଓଡ଼ିଶା ରାଜ୍ୟ ଶାଖାର ରାଜ୍ୟ ସଚିବ ତଥା  DMET ଅତିରିକ୍ତ ନିର୍ଦ୍ଦେଶକ ବ୍ରଜ କିଶୋର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏଥିସହ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ବ୍ୟୋମକେଶ ତ୍ରିପାଠୀ, ଅବସରପ୍ରାପ୍ତ, ଏୟାରମାର୍ଶାଲ ଶ୍ରୀ ଜ୍ୟୋତି ରଞ୍ଜନ ବର୍ମା, ଏଟିଏସ ନୂଆଦିଲ୍ଲୀର କୋଲକାତା ଭେଞ୍ଚର୍ସର ନିର୍ଦ୍ଦେଶକ ଶ୍ରୀ ଆଭେଲୋ ରଏ, induslndର ନିର୍ଦ୍ଦେଶିକା ସୁକ୍ରୀତି ପଟ୍ଟନାୟକ, ୟୁନିସେଫ(ଭୁବନେଶ୍ବର)ର ସ୍ୱାସ୍ଥ୍ୟ ଅଧିକାରୀ ଡଃ.ମୀନା ସୋମ, ସ୍ୱାସ୍ଥ୍ୟ ପରାମର୍ଶଦାତା, ଡଃ. ବ୍ରଜେଶ ମାର୍ଥାଙ୍କ ଭଳି ମାନ୍ୟଗଣ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ।() ଦି ୟଙ୍ଗ ଚେଞ୍ଜ ମେକର ଆୱାର୍ଡ ୨୦୨୨ ପାଇଁ ଆମେ ସାରା ଦେଶର ୬୦୪ ସରକାରୀ ଏବଂ ବେସରକାରୀ ହସ୍ପିଟାଲରୁ ୫୦୦୦ ଆବେଦନକାରୀଙ୍କ ଦରଖାସ୍ତ ମିଳିଥିଲା । ଏଥି ମଧ୍ୟରୁ ଶ୍ରେଷ୍ଠ ୧୦୦ ଯୋଗ୍ୟ ବିବେଚିତ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି। Under-30, Under-40 ଏବଂ Special Category ଏହି ପରି ୩ଟି ବିଭାଗରେ ବ୍ୟକ୍ତି ବିଶେଷମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। Highland Group, Mo College Abhiyan, Digital Socio Art, KROO, JEEP, Mankind ଏବଂ Upheal ଭଳି ସଂସ୍ଥା ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ।

CATEGORIES
TAGS
Share This

COMMENTS

Wordpress (0)
Disqus (1 )