Friday 29th March 2024
କରନ୍ତୁ ଏହି ଚାକିରୀ ପାଆନ୍ତୁ ଭଲ ଦରମା

କରନ୍ତୁ ଏହି ଚାକିରୀ ପାଆନ୍ତୁ ଭଲ ଦରମା

() ସାଧାରଣତଃ ପିଲା ମାନେ ଦଶମ ପରେ କିମ୍ବା ଦ୍ୱାଦଶ ପରେ କେଉଁ subjectରେ career ଗଢ଼ିବେ ଚିନ୍ତାରେ ପଢ଼ିଯାନ୍ତି । ଆଜି ଆମେ ଆପଣଙ୍କର ସେହି ଚିନ୍ତାକୁ ଟିକେ ହାଲକା କରିବା ପାଇଁ ଗୋଟିଏ ଏମିତି subject ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ଏକ ଭଲ career ଗଢ଼ିପାରିବେ । ତାହା ହେଉଛି ହୋଟେଲ ମ୍ୟାନେଜମେଣ୍ଟ । ଆସନ୍ତୁ ଏହି କୋର୍ସ ସମ୍ବନ୍ଧରେ ବିସ୍ତୃତ ଭାବରେ ଜାଣିବା ।Hotel Management Course Archives - Hotel and Tourism

ଆପଣ ୩ ପ୍ରକାରର ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରିପାରିବେ:

୧-ଡିପ୍ଲମା ଇନ୍ ହୋଟେଲ ମ୍ୟାନେଜମେଣ୍ଟ

୨-ଅଣ୍ଡର ଗ୍ରାଜୁଏଟ ଇନ୍ ହୋଟେଲ ମ୍ୟାନେଜମେଣ୍ଟ

୩-ପୋଷ୍ଟ ଗ୍ରାଜୁଏଟ ଇନ୍ ହୋଟେଲ ମ୍ୟାନେଜମେଣ୍ଟBenefits of Doing a Diploma in Hotel Management Course

ଡିପ୍ଲମା ଇନ୍ ହୋଟେଲ ମ୍ୟାନେଜମେଣ୍ଟ:

ପ୍ରଥମେ ଆପଣଙ୍କୁ ୧୦, କିମ୍ବା +୨ରେ ଆପଣଙ୍କୁ ୫୦% ରୁ ଅଧିକ ମାର୍କ ଆଣିବାର ଅଛି । ଯାହାଦ୍ୱାରା ଆପଣ ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରିବା ପାଇଁ ଉପଯୁକ୍ତ ହେବେ । ଏହା ବ୍ୟତିତ ଏହି କୋର୍ସ ପାଇଁ ଆପଣଙ୍କୁ ଗୋଟିଏ entrance ପାସ କରିବାକୁ ପଡ଼ିବ ଯାହା ହେଉଛି AIMA, UGAT, AIHMCT, WAT,BVP, CET.DTE HMCT ଭଳି କୌଣସି ଗୋଟିଏ entrance ରେ ପାସ ହେବାକୁ ପଡ଼ିବ । ଏହି କୋର୍ସ ୧ବର୍ଷର ହୋଇଥାଏ ।Career Scope in Hotel Management and Catering

ଅଣ୍ଡର ଗ୍ରାଜୁଏଟ ଇନ୍ ହୋଟେଲ ମ୍ୟାନେଜମେଣ୍ଟ:

ଏହି କୋର୍ସ ଆପଣ +୨ ପରେ ମଧ୍ୟ କରି ପାରିବେ, କିନ୍ତୁ +୨ରେ ଆପଣଙ୍କୁ ୫୦% ରୁ ଅଧିକ ମାର୍କ ଆଣିବାର ଅଛି । ଏହା ବ୍ୟତିତ ଏହି କୋର୍ସ ପାଇଁ ଆପଣଙ୍କୁ ଗୋଟିଏ entrance ପାସ କରିବାକୁ ପଡ଼ିବ ଯାହା ହେଉଛି AIMA, UGAT, PVT, CET ଭଳି କୌଣସି ଗୋଟିଏ entrance ରେ ପାସ ହେବାକୁ ପଡ଼ିବ । ଆପଣ ଯଦି ଡିପ୍ଲମାରେ ହୋଟେଲ ମ୍ୟାନେଜମେଣ୍ଟ କରିଛନ୍ତି ତେବେ ଆପଣଙ୍କୁ ଏହି କୋର୍ସ ଦ୍ୱାରା ପାଠ ପଢ଼ି ବଢ଼ିବାର ଅଛି । ଏହି କୋର୍ସ ୩ବର୍ଷର ହୋଇଥାଏ ।Top 100 Institutes For Hotel Management in Mumbai - Best Hotel Management Institutes - Justdial

ପୋଷ୍ଟ ଗ୍ରାଜୁଏଟ ଇନ୍ ହୋଟେଲ ମ୍ୟାନେଜମେଣ୍ଟ:

ଏହି କୋର୍ସ କରିବା ପାଇଁ ଆପଣଙ୍କୁ ଅଣ୍ଡର ଗ୍ରାଜୁଏଟ ଇନ୍ ହୋଟେଲ ମ୍ୟାନେଜମେଣ୍ଟ ପାସ୍ କରିବାକୁ ପଡ଼ିବ । ଏହା ବ୍ୟତିତ ଏହି କୋର୍ସ ପାଇଁ ଆପଣଙ୍କୁ ଗୋଟିଏ entrance ପାସ କରିବାକୁ ପଡ଼ିବ ଯାହା ହେଉଛି UPSE MAT, XAT, NMAT, GMAT, MAT ଭଳି କୌଣସି ଗୋଟିଏ entrance ରେ ପାସ ହେବାକୁ ପଡ଼ିବ । ଏହି କୋର୍ସ ୨ବର୍ଷର ହୋଇଥାଏ ।LPU School of Hotel Management — Top college in India | by Lovely Professional University | Medium

ହୋଟେଲ ମ୍ୟାନେଜମେଣ୍ଟ ପାଇଁ କୋର୍ସ ଫିସ:

ଏହି କୋର୍ସ ଯଦି ଆପଣ କୌଣସି ପ୍ରାଇଭେଟ କଲେଜରେ କରିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ୫୦ହଜାରରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିବ । କିନ୍ତୁ ଆପଣ ଯଦି କୌଣସି ସରକାରୀ କଲେଜରେ ଏହି କୋର୍ସ କରୁଛନ୍ତି, ତେବେ ଆପଣଙ୍କୁ ପ୍ରାୟେ ୪୦ ରୁ ୬୦ ହଜାର ଟଙ୍କା ଏହି କୋର୍ସ ପାଇଁ ଫିସ ଦେବାକୁ ପଡ଼ିବ ।Top Hotel Management colleges India | Hospitality management Kerala

କେତେଟଙ୍କା ପର୍ଯ୍ୟନ୍ତ ପାଇ ପାରିବେ ଦରମା:

ଡିପ୍ଲମା ଇନ୍ ହୋଟେଲ ମ୍ୟାନେଜମେଣ୍ଟ ପରେ ଯଦି ଚାକିରୀ କରୁଛନ୍ତି ତେବେ ଆପଣ ୧୦ ହଜାର ଟଙ୍କା ପାଖାପାଖି ଦରମା ପାଇ ପାରିବେ । ସେହିପରି ଅଣ୍ଡର ଗ୍ରାଜୁଏଟ ଇନ୍ ହୋଟେଲ ମ୍ୟାନେଜମେଣ୍ଟ ପରେ ଯଦି ଚାକିରୀ କରୁଛନ୍ତି ତେବେ ଆପଣ ୨୫ହଜାର ଟଙ୍କା ପାଖାପାଖି ଦରମା ପାଇପାରିବେ । ପୋଷ୍ଟ ଗ୍ରାଜୁଏଟ ଇନ୍ ହୋଟେଲ ମ୍ୟାନେଜମେଣ୍ଟପରେ ଯଦି ଚାକିରୀ କରୁଛନ୍ତି ତେବେ ଆପଣ ୬୦ହଜାର ପାଖାପାଖି ଦରମା ପାଇ ପାରିବେ ।Hotel Management Salary in India: Job Profile, Allowances, Benefits & Growth

CATEGORIES
TAGS
Share This

COMMENTS

Wordpress (0)
Disqus (0 )