Wednesday 24th April 2024
ଯାହାଙ୍କ କଥାରେ ଗୋଟେ ଓଳି ଖାଇବା ଛାଡିଦେଇଥିଲେ ଭାରତୀୟ

ଯାହାଙ୍କ କଥାରେ ଗୋଟେ ଓଳି ଖାଇବା ଛାଡିଦେଇଥିଲେ ଭାରତୀୟ

ଜଣେ ସତ୍ୟପଥରେ ଚାଲିଲେ ତାର କାହାଣୀକୁ ସାରା ଦୁନିଆ ଜାଣିବାକୁ ଚାହାନ୍ତି । ଆଉ ଭୁଲ୍ ରାସ୍ତାରେ ଚାଲୁଥିବା ଲୋକଙ୍କୁ ଦୁନିଆ ଘୃଣାର ନଜରରେ ଦେଖନ୍ତି । କିନ୍ତୁ ଆମ ଭାରତରେ ଏହିଭଳି ମିଶ୍ରିତ ବ୍ୟକ୍ତିତ୍ୱ ବି ବହୁତ ଅଛନ୍ତି ଯାହାଙ୍କ ପାଇଁ ସତ ମିଛ ଅଧା ଅଧିରେ ହିଁ ଚାଲେ । ହେଲେ ଏସବୁ ଧରଣର ଲୋକଙ୍କୁ ନେଇ ଜଣେ ବ୍ୟକ୍ତି କେବଳ ନିଜ କଥା ମାଧ୍ୟମରେ ଏକଜୁଟ କରାଇପାରିଥିଲା । ରାଜନେତା କେମିତି ହେବା ଦରକାର,ଲୋକଙ୍କ ପାଇଁ କେଉଁ ସ୍ଥିତିରେ ଛିଡା ହେବା ଦରକାର ଏସବୁ କଳା ତାଙ୍କୁ ବେଶ୍ ନିକ୍ଷୁଣ ଭାବେ ଜଣାଥିଲା । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜନ୍ମ ଦିନରେ ଏହି ମହାପୁରୁଷ ବି ଜନ୍ମ ହୋଇଥିଲେ । ସେ ଆଉ କେହି ନୁହନ୍ତି ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ । ଆମ ଦେଶର ଶାସ୍ତ୍ରୀ ଜୀ । ତାଙ୍କ ଜୀବନରେ ତ ଅନେକ ଅଭୁଲା କାହାଣୀ ରହିଛି । କିନ୍ତୁ ଆଜିର କାହାଣୀ ସବୁଠୁ ଖାସ୍ ଓ ଅଲଗା ।

ଲାଲବାହାଦୁର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ବି ବହୁତ ସଂଙ୍କଟ ହେଇଛି । କିନ୍ତୁ ସେ ସମୟରେ ଦେଶବାସୀଙ୍କୁ ସାନ୍ତ୍ୱନା ଦେବା ଭଳି ନେତା କେବଳ ଶାସ୍ତ୍ରୀ ହିଁ ଥିଲେ । ଦେଶରେ ସେତେବେଳେ ଯୁଦ୍ଧସ୍ଥିତି ବି ଲାଗିରହିଥାଏ । ସେହି ସ୍ଥିତି ଅନୁସାରେ ନିଜ ମାଟିର ଯବାନ ମାନଙ୍କୁ ହରାଇ ଖୁବ୍ ମର୍ମାହିତ ହୋଇପଡୁଥିଲେ ଶାସ୍ତ୍ରୀ । ତେଣୁକରି ଜଣେ ୫ ଫୁଟ ୨ ଇଂଚର ଲୋକ ମନରେ ମନସ୍ଥ କଲା ଯେ ସେ ଲୋକଙ୍କ ପାଖରେ ନିଜର ସ୍ୱରକୁ ପହଂଚାଇବ ଓ ସେମାନଙ୍କୁ ଏହିଭଳି ଘଡିସନ୍ଧି ମୂହୂର୍ତ୍ତରେ ଲଢିବା ପାଇଁ ପ୍ରେରଣା ଦେବ । ଆଉ ତାଙ୍କର ବଳିଷ୍ଠ ଭାଷଣକୁ ଆଜି ବି ଲୋକେ ଉଦାହରଣରେ ଦିଅନ୍ତି । ଜୟ ଯବାନ ଜୟ କିଶାନ୍ । ଏହି ଦୁଇଧାଡି ଇତିହାସରେ କାଳଜୟୀ ହୋଇ ରହିଗଲା । କେହି ବି ମନ୍ତ୍ରୀ ଏହିଭଳି ଶଦ୍ଦ ତାଙ୍କ ପୂର୍ବରୁ ବ୍ୟବହାର କରିନଥିଲେ ।

୧୯୬୫ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଆମେରିକାର ରାଷ୍ଟ୍ରପତି ଲିନଡିନ୍ ଜନସନ୍ ସିଧାସଳଖ ଧମକ ଦେଲେ କି –“ଯଦି ଭାରତ ପାକିସ୍ତାନ ସହ ଯୁଦ୍ଦ ବନ୍ଦ ନ କରେ ତାହାଲେ ଆମେରିକାରୁ ଆସୁଥିବା ନାଲି ଗହମକୁ ରପ୍ତାନି କରିବା ଉପରେ ରୋକ ଲଗାଯିବ ।”

ଏହି କଥା ଶାସ୍ତ୍ରୀଙ୍କର ନିଦ ହଜାଇଦେଇଥିଲା । କେବଳ ସେତିକି ଯେହେତୁ ସେ ସମୟରେ ଭାରତ ଗହମ ଉତ୍ପାଦନରେ ଆତ୍ମନିର୍ଭର ନଥିଲା ସେଥିପାଇଁ ନିଜକୁ ଅସମର୍ଥ ଭାବିବାର ଚିନ୍ତା ତାଙ୍କୁ ଖାଇ ଚାଲିଥିଲା । କାରଣ ଶାସ୍ତ୍ରୀ ବହୁତ ହିଁ ସ୍ୱାଭିମାନୀ ବ୍ୟକ୍ତି ଥିଲେ କାହା ଆଗରେ ହାତ ପତାଇ ନିଜ ଦେଶକୁ ଖାଇବାର ଗୁଣ ତାଙ୍କ ପାଖରେ ନଥିଲା । ସେଥିପାଇଁ ସେ ଏକ ବଡ ନିଷ୍ପତ୍ତି ନେବାର ଯୋଜନା କଲେ ଯାହା ପାଇଁ ତାଙ୍କୁ ଦେଶବାସୀଙ୍କୁ ଆହ୍ୱାନ କରିବାର ଥିଲା ।


ସେ ସାରା ଦେଶବାସୀଙ୍କୁ କହିବାକୁ ଚାହୁଁଥିଲେ ଯେ- ଯଦି ଆମେ ସପ୍ତାହରେ ଗୋଟିଏ ଓଳି ଖାଇବା ଛାଡିଦେବା ତାହାଲେ ଗହମର ଆବଶ୍ୟକତା ଅଧିକ ରହିବ ନାହିଁ । କିନ୍ତୁ ନିଜ ଦେଶବାସୀଙ୍କୁ ଓପାସ ରହିବାର କଥା କହିବା ଆଗରୁ ସେ ନିଜ ପରିବାରକୁ ଏକଥା କହିଲେ । ସେ ନିଜ ପତ୍ନୀ ଲଳିତା ଶାସ୍ତ୍ରୀଙ୍କୁ କହିଥିଲେ ଯେ “ଗୋଟିଏ ଓଳିଆ ଖାଇବା ନ ଖାଇ ମୁଁ ଦେଖିବାକୁ ଚାହୁଁଛି କି ତୁମେ ଓ ଆମ ପିଲାମାନେ ରହିପାରୁଛ କି ନାହିଁ । ଯଦି ରହିପାରିବ ତାହାଲେ ହିଁ ଯାଇ ମୁଁ ମୋ ଦେଶବାସୀଙ୍କ ଆଗରେ ଏହିଭଳି ପ୍ରସ୍ତାବ ରଖିବି ।” ଆଉ ସତକୁ ସତ ନିଜ ଘରୁ ଏହିଭଳି ପରୀକ୍ଷାରେ ସଫଳ ହେଇ ସେ ତାପରଦିନ ଦେଶବାସୀଙ୍କୁ ଓଳିଏ ନ ଖାଇ ରହିବାର ପ୍ରସ୍ତାବ ଦେଇଥିଲେ । ତାସହ ଦେଶର ଏହିଭଳି ଗୁରୁତର ସ୍ଥିତିକୁ ଆଖି ଆଗରେ ରଖି ନିଜକୁ ଆତ୍ମନିର୍ଭର କରିବାର ଆହ୍ୱାନ ମଧ୍ୟ ଦେଇଥିଲେ ।

ସେ କହିଥିଲେ ”ଯେଉଁ ଜିନିଷ ଆମେ ନିଜେ ନିଜ ମାଟିରେ କରିପାରିବା ସେଥିପାଇଁ ବିଦେଶୀଙ୍କ ଉପରେ କାହିଁକି ବା ନିର୍ଭର କରିବା ।” ଆଉ ଶାସ୍ତ୍ରୀ ଜୀଙ୍କ କଥା ଅନୁସାରେ ସାରା ଦେଶବାସୀ ସେଇଆ ହିଁ କଲେ । ପ୍ରତ୍ୟେକ ଘରେ ଖାଦ୍ୟର ମାନ ରହିଲା କେହି ଅନ୍ନକୁ ଅସମ୍ମାନ କଲେ ନାହିଁ ଓ ଚେଷ୍ଟା କରିଲେ ଓଳିଏ ଖାଇ ଦେଶର ଖରାପ ପରିସ୍ଥିତିରେ ବିଦେଶୀଙ୍କୁ ମୁହଁତୋଡ ଜବାବ ଦେବାକୁ । ଦେଖିଲେ ତ ନେତା ହେବା ପାଇଁ କେବଳ ଚଉକିର ଲୋଭ ରଖୁଥିବା ଆଜିର ରାଜନେତାଙ୍କ ପାଇଁ ଏହିଭଳି କାହାଣୀ ବାରମ୍ବାର ଶୁଣିବା ଦରକାର ଯାହା ଫଳରେ ଆମ ଦେଶ ଆଗକୁ ବଢିବା ସହ ସ୍ୱାଭିମାନର ସହ ଆତ୍ମନିର୍ଭର ବି ହେଇପାରିବ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )