Wednesday 24th April 2024
ହେବ ମାସିଭ୍ ଆଟାକ୍, ଭାରତ ମା ଙ୍କୁ ବଞ୍ଚେଇବେ ପଠାନ୍

ହେବ ମାସିଭ୍ ଆଟାକ୍, ଭାରତ ମା ଙ୍କୁ ବଞ୍ଚେଇବେ ପଠାନ୍

ଚାରି ବର୍ଷ ପରେ କିଛି ଧମାକେଦାର୍ ନେଇ କମ୍ ବ୍ୟାକ୍ କରିବେ ବଲିଉଡ୍ ର କିଙ୍ଗ୍ । ଫିଲ୍ମର ଗୀତ ଗୁଡିକ ଆଗରୁ ହିଟ୍ ହେଇସାରିଛି । ଏବେ ଅପେକ୍ଷା ରହିଛି ବଲିଉଡ କିଙ୍ଗ୍  ଶାରୁଖାନ୍ ବଡ ସ୍କ୍ରିନ୍ ରେ କଣ ଜଲଓ୍ୱା ଦେଖାଉଛନ୍ତି । ବହୁପ୍ରତିକ୍ଷୀତ ପିଲ୍ମ ପଠାନ୍ ର ଅପେକ୍ଷା ରେ ରହିଛନ୍ତି ସିନେପ୍ରେମୀ । ଗୋଟେ ଘଣ୍ଟାରେ ରେ ଫିଲ୍ମ ଟ୍ରେଲର ଟି କୁ ଚାରି ଲକ୍ଷ ଲୋକ ଦେଖି ସାରିଲେଣି । ଟ୍ରେଲର ରେ ରହିଛି ଆକ୍ସନ୍ ଆକ୍ସନ୍ ଆକ୍ସନ୍ । ‘ବେସରମ ରଙ୍ଗ’ ଏବଂ ‘ଝୁମେ ଜୋ ପଠାନ’ ର ଦୁଇଟି ଗୀତକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ଟ୍ରେଲର ରେ ଜନ୍ ଆବ୍ରାହମ ଙ୍କ ନେତୃତ୍ୱରେ ଭାରତ ବିରୁଦ୍ଧରେ ଏକ ଘରୋଇ ଆତଙ୍କବାଦୀ ଗୋଷ୍ଠୀର ମିଶନ ଆକ୍ରମଣ କୁ ଦେଖାଯାଇଛି । କିଏ ହିରୋ କିଏ ଭିଲେନ୍ ବୁଝିବା ଆଗରୁ ୨ ମିନିଟ୍ ୩୪ ସେକେଣ୍ଡ ର ଟ୍ରେଲର ଟି ସରିଯାଉଛି । ପୁଣି ରହିଛି ଦୀପିକା ପାଦୁକୋନ୍ ଙ୍କ ସେକ୍ସି ଆନନ୍ଦାଜ୍ ର ଦମ୍‌ଦାର୍‌ ଆକ୍ସନ୍ ।

ବିବାଦରେ ପଠାନ୍ –

କେତେବେଳେ ଦୀପିକା ଙ୍କ ଗେରୁଆ ରଙ୍ଗ ବିକିନି କୁ ନେଇ ବିବାଦ ଦେଖା ଦେଇଛି । ତ ପୁଣି କେତେ ବେଳେ “ବେସରମ୍ ରଙ୍ଗ” ଗୀତ ବିବାଦ ରେ ରହିଛି । ତେବେ ବାଦ ବିବାଦ ମଧ୍ୟରେ ସମସ୍ତ ଙ୍କ ର ନଜର ରହିଛି ୨୫ ଜାନୁଆରୀ ଉପରେ । ଟ୍ରେଲର ରେ ‘ଓ୍ୱାର୍’ ମୁଭି ଭଳି ଡିରେକ୍ସନ୍ ଦେଖିବାକୁ ମିଳୁଛି, କାହିଁକି ନା ‘ଓ୍ୱାର୍’ ମୁଭି ର ଡିରେକ୍ଟର ହିଁ ‘ପଠାନ୍’ ର ନିର୍ଦ୍ଦେଶନା ଦେଇଛନ୍ତି । ‘ଧୁମ୍’ ଫିଲ୍ମ ପରି ଆକ୍ସନ୍ ରେ ଦେଖିବାକୁ ମିଳିବ ଜନ୍ ଆବ୍ରାହମ୍ ଙ୍କୁ ଏବଂ ‘ଡନ୍ ୨’ ର ଷ୍ଟାଇଲ୍ ରେ ଦେଖିବାକୁ ମିଳିବେ କିଙ୍ଗ୍ ଖାନ୍ ଶାରୁଖାନ୍ । ଜଲଓ୍ୱା ଦେଖାଇବାରେ ପଛରେ ରହିନାହାନ୍ତି ଦୀପିକା ପାଦୁକୋନ୍ । ‘ରେସ୍ ୨’ ମୁଭି ଭଳି ହଟ୍ ଆକ୍ସନ ମୋଡ୍ ରେ ଆସିବେ ଦୀପିକା । ଚର୍ଚ୍ଚା ସାଉଁଟୁ ଥିବା ଫିଲ୍ମ ପଠାନ୍ ଏବେ ରିଲିଜ୍ ଅପେକ୍ଷା ରେ ।

ପଠାନ୍ ହେଉଛି ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ୍-କ୍ରାଇମ୍ ଚଳଚ୍ଚିତ୍ର | ଏହି ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ସିଦ୍ଧାର୍ଥ ଆନନ୍ଦ, ଶ୍ରୀଧର ରାଘବନ୍ ଏବଂ ଅଭାସ ତିରେୱାଲା ଙ୍କ ଦ୍ୱାରା ଲେଖାଯାଇଛି । ଏହି ସିନେମାରେ ମୁଖ୍ୟ ଭୂମିକାରେ ଶାହାରୁଖ ଖାନ୍, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମ ଙ୍କୁ ଦେଖିବାକୁ ମିଳିବ । ଅନ୍ୟାନ୍ୟ ସହାୟକ  ଭୂମିକାରେ ଅଭିନୟ କରିଛନ୍ତି ଡିମ୍ପଲ୍ କପାଡିଆ ଏବଂ ସିଦ୍ଧାନ୍ତ ଗେଗଡମାଲ୍  ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )