Friday 26th April 2024
ପ୍ରଭାସ୍ ଓ ଦୀପିକାଙ୍କ ଯୋଡ଼ିକୁ ବଡ଼ ପରଦାରେ ଦେଖିବେ ଦର୍ଶକ

ପ୍ରଭାସ୍ ଓ ଦୀପିକାଙ୍କ ଯୋଡ଼ିକୁ ବଡ଼ ପରଦାରେ ଦେଖିବେ ଦର୍ଶକ

ନିକଟରେ ସାଉଥ ଷ୍ଟାର ପ୍ରଭାସ୍ ଙ୍କ ଅଭିନୀତ ଏକ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା । ଯାହାର ନାମ ରହିଛି “ଆଦିପୁରୁଷ”, ଯେଉଁଥିରେ ପ୍ରଭାସଙ୍କୁ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ଦେଖିବାକୁ ମିଳିଛି । କିନ୍ତୁ ଏହି ଟ୍ରେଲର ଅନେକ ଦର୍ଶକଙ୍କ ମନ ଜିଣି ପାରିନାହିଁ, ପ୍ରଭାସଙ୍କ ଗେଟ୍‌ଅପ୍ କୁ ନେଇ କେତେବେଳେ ଚର୍ଚ୍ଚା ଲାଗି ରହିଛି, ତ ପୁଣି କେତେବେଳେ ସେଫ୍ ଅଲିଖାନ୍ ଯିଏକି ରାବଣର ଭୂମିକାରେ ନଜର ଆସିଛନ୍ତି ତାଙ୍କ ପୁଷ୍ପକ ବିମାନକୁ ନେଇ ବିବାଦ ଲାଗି ରହିଛି । ଏଭଳି ପରିସ୍ଥିତି ଭିତରେ ସାଉଥ୍ ର ବାହୁବଳୀ ଓ ବଲିଉଡ୍ ର ରାଣୀ ଏକାଠି ହେବାକୁ ଯାଉଛନ୍ତି । ଠିକ୍ ଶୁଣୁଛନ୍ତି, ସାଉଥ ଷ୍ଟାର ପ୍ରଭାସ ଓ ବଲିଉଡ୍ ର ଦୀପିକା ପାଦୁକନ୍ ଦର୍ଶକଙ୍କ ପାଇଁ ନେଇ ଆସୁଛନ୍ତି ବଡ଼ ଭେଟି । ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ଖାଲି ସେତିକି ନୁହେଁ ବରଂ ଅନେକ ବଡ଼ ବଡ଼ ସୁପରଷ୍ଟାର ଏହି ଫିଲ୍ମରେ ନଜର ଆସିବେ ବୋଲି ସୂଚନା ମିଳୁଛି । ତେବେ ଫିଲ୍ମର ନାମ ହେଉଛି “ପ୍ରୋଜେକ୍ଟ କେ”, ବିଗ୍ ବଜେଟ୍ ଫିଲ୍ମ ମାନଙ୍କ ମଧ୍ୟରେ ଏହିଫିଲ୍ମ ମଧ୍ୟ ସାମିଲ ହେବାକୁ ଯାଉଛି ।

ସୂଚନା ଅନୁସାରେ “ପ୍ରୋଜେକ୍ଟ କେ” ପ୍ରଡକ୍ସନ ହାଉସ୍ ବୈଜନ୍ତୀ ମୁଭିସ୍ ର ସବୁଠାରୁ ମହଙ୍ଗା ଫିଲ୍ମ ହେବାକୁ ଯାଉଛି । ଫିଲ୍ମର ବଜେଟ୍ ପ୍ରାୟ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଯିବ । ଏହାକୁ ତିଆରି କରିବାକୁ ବହୁତ ବଡ଼ ଟିମ୍ ହାତ ମିଶାଇଥିବା ଜଣା ପଡ଼ିଛି । ନୂଆ ବର୍ଷର ବିଶେଷ ଦିନରେ ନିର୍ମାତାମାନେ ସ୍କ୍ରଚ୍‌-ରି ଇଭେଣ୍ଟିଙ୍ଗ ଦ ହ୍ୱିଲ୍ ନାମକ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ କେବଳ ଗୋଟିଏ ଚକ ର ଡିଜାଇନ କରିବା ପଛରେ ସମସ୍ତ କଠିନ ପରିଶ୍ରମ ଦେଖାଦେଉଛି । ଏହି ଭିଡିଓଟିରୁ ଜଣା ପଡ଼ୁଛି କି ପ୍ରତ୍ୟେକ ଦୃଶ୍ୟରେ ଅନେକ କାମ କରାଯାଇଛି । ଫିଲ୍ମରେ ଜବରଦସ୍ତ ଆକ୍ସନ୍ ଏବଂ ଭିଏଫଏକ୍ସ ଦେଖିବାକୁ ମିଳିବ । ଏହି ପ୍ରୋଜେକ୍ଟ ଟି ସଂପୂର୍ଣ୍ଣ କରିବାକୁ ପ୍ରାୟ ଏକ ବର୍ଷ ଲାଗିବ । ୨୦୨୪ ଗ୍ରୀଷ୍ମ ସମୟରେ ପ୍ରଶଂସକମାନେ ଏହି ଚଳଚିତ୍ରକୁ ଉପଭୋଗ କରିପାରିବେ ବୋଲି ଜଣା ପଡ଼ିଛି ।

CATEGORIES
TAGS
Share This

COMMENTS

Wordpress (0)
Disqus ( )