ଅଜୟ ଓ ତବୁଙ୍କ ଫିଲ୍ମ ଦୃଶ୍ୟମ୍-୨ ପରେ ଆସୁଛି ଭୋଲା….
ବଲିଉଡ ସିନେମା ଏବେ ବିବାଦରେ ହିଁ ରହୁଛି । ବଡ ବଡ ଫିଲ୍ମ ବି ବୟକଟ୍ ର ଶିକାର ହେଉଛନ୍ତି । ଖାଲି ସେତିକି ନୁହେଁ ବର୍ତ୍ତମାନ ତ ଏମିତି ବି ଲାଗୁଛି କେତେବେଳେ ବଲିଉଡ୍ ଫିଲ୍ମ ରିଲିଜ୍ ହେଇ ଉଠିଯାଉଛି ତାହା ବି ଜଣାପଡୁନି । କିନ୍ତୁ ଏତେ ବାଦ ବିବାଦ ଭିତରେ ବି ଭଲ ଫିଲ୍ମ ଭଲ କଲେକସନ୍ ମଧ୍ୟ କରୁଛି । ଏଇ ଯେମିତି ଦୃଶ୍ୟମ୍-୨ । ପୂର୍ବରୁ ବାହୁବଳି ପାଇଁ ଯେଉଁଭଳି ଲୋକଙ୍କ ମନରେ ଅପେକ୍ଷାର ଆଶା ଥିଲା,କେବେ ପାର୍ଟ-୨ ଆସିବ ସେ ବିଷୟରେ ଭାବି ଲୋକେ ବହୁତ ଉତ୍ସାହିତ ଥିଲେ । ଠିକ୍ ସେମିତି ଦୃଶ୍ୟମ୍ ଚଳଚିତ୍ର ବି ଲୋକଙ୍କ ମନରେ ସେମିତି ଛାପ ସୃଷ୍ଟି କରିଥିଲା ,ଯାହା ପାଇଁ ଦୃଶ୍ୟମ୍-୨ କୁ ଲୋକେ ଅପେକ୍ଷା କରି ରହିଥିଲେ । ବଲିଉଡର ସିଙ୍ଘମ୍ ଅଜୟ ଦେବଗନ୍ ଏହି ଦୃଶ୍ୟମ୍ -୨ ଚଳଚିତ୍ର ପାଇଁ ବହୁତ ସଫଳତା ପାଇଲେଣି । ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମ ୬୦ କୋଟିରୁ ଅଧିକ ବ୍ୟବସାୟ କରିସାରିଲାଣି । ଏହି ରୋଜଗାରରୁ ଜଣାପଡୁଛି କି ୩ ରୁ ୪ ଦିନ ଭିତରେ ଏହି ଫିଲ୍ମ କେତେ ମାତ୍ରାରେ ଲୋକଙ୍କୁ ପସନ୍ଦ ଆସୁଛି । ଦୃଶ୍ୟମ୍ ଚଳଚିତ୍ରଟି ସଂମ୍ଫୂର୍ଣ୍ଣ ରୂପେ ସସପେନ୍ସ ରେ ଭରପୂର । ଏଥିରେ ଏକ ମର୍ଡର ମିଷ୍ଟ୍ରି ଅଛି । ଆଉ ତାର ପାର୍ଟ-୨ରେ ସଂମ୍ପୂର୍ଣ୍ଣ କାହାଣୀ ରହିଛି ।
‘ଦୃଶ୍ୟମ ୨’ ଆରମ୍ଭ ଦିନରୁ ଦର୍ଶକଙ୍କୁ ଭଲ ପ୍ରତିକ୍ରିୟା ଦେଉଛି । ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ବହୁ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି। ପ୍ରଥମ ଦିନରେ ୧୫.୩୮ କୋଟି, ଦ୍ୱିତୀୟ ଦିନରେ ୨୧.୫୯ କୋଟି ଏବଂ ତୃତୀୟ ଦିନରେ ୨୭.୧୭ କୋଟି ଆୟ କରିଥିଲା । ଏହି ଚଳଚ୍ଚିତ୍ରର ମୋଟ ସଂଗ୍ରହ ୬୪.୧୪ କୋଟି ଟଙ୍କା ରହିଛି। ଏହି ଚଳଚ୍ଚିତ୍ରର ମୋଟ କଲେକସନ୍ ଏକ ସପ୍ତାହରେ ପ୍ରାୟ ୧୦୦ କୋଟିରେ ପହଞ୍ଚିବାର ସମ୍ଭାବନା ଅଛି ।
ଏହି ଫିଲ୍ମ ପରେ ଏବେ ଆଉ ଏକ ସର୍ପ୍ରାଇଜ୍ ନିଜ ଫ୍ୟାନମାନଙ୍କୁ ଦେଇଛନ୍ତି ଅଜୟ ଦେବଗନ୍ । ଯାହାର ଟିଜର ଆଜି ରିଲିଜ୍ ହୋଇଛି । ଏହା ଏକ ସାଉଥ୍ ଚଳଚିତ୍ରର ହିନ୍ଦୀ ରିମେକ୍ । ଯାହାକି ଖୁବ୍ ଶୀଘ୍ର ପ୍ରେକ୍ଷାଳୟକୁ ଆସୁଛି । ଟିଜର୍ କୁ ଦେଖି ଅନୁଭବ ହେଉଛି ଯେ ଏଥିରେ ଅଜୟଙ୍କ ଚରିତ୍ର ନିଶ୍ଚୟ ଦମ୍ଦାର୍ ହୋଇଥିବ । ଏହି ଫିଲ୍ମରେ ବୋଧହୁଏ କିଛି ଏମିତି କାହାଣୀ ଅଛି ଯାହା ଧର୍ମଯୁଦ୍ଧରୁ ଶିକ୍ଷା ନିଆଯାଇଛି । ସେଇଥିପାଇଁ ଏଥିରେ ଭଗବତ୍ ଗୀତାର ସିନ୍ ରହିଛି । ବହୁତ ଦମଦାର୍ ବେକ୍ ଗ୍ରାଉଣ୍ଡ ମ୍ୟୁଜିକ୍ ରହିଛି ।
ଅଜୟ ଏବଂ ତବୁ ‘ଦୃଶ୍ୟମ’ ଏବଂ ଏହାର ସିକ୍ୱେଲରେ ଏକାଠି କାମ କରିଛନ୍ତି । ଏହା ଉଭୟଙ୍କ ଏକାଠି ଅଷ୍ଟମ ଚଳଚ୍ଚିତ୍ର । ବର୍ତ୍ତମାନ ଏହି ଦୁଇ ପ୍ରତିଭାବାନ ଅଭିନେତା ପୁଣିଥରେ ‘ଭୋଲା’ରେ ଦେଖିବାକୁ ପାଇବେ। ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। କିନ୍ତୁ ୨୦୨୩ ଆରମ୍ଭରେ ଏହି ଫିଲ୍ମଟି ରିଲିଜ୍ ହୋଇପାରେ। ଅଭିନେତା ଫିଲ୍ମର ଏକ ଛୋଟ ଭିଡିଓ ସେୟାର କରି ଟିଜର ଘୋଷଣା କରିଛନ୍ତି। ଶୁଣିବାକୁ ମିଳିଛି ଫିଲ୍ମଟି 3D ରେ ରିଲିଜ ହେବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ଦେବଗନ୍।