Friday 19th April 2024
ଭାରତର ପର୍ଯ୍ୟଟନ ସ୍ଥଳୀକୁ ଭାରତୀୟଙ୍କୁ ଯିବା ମନା

ଭାରତର ପର୍ଯ୍ୟଟନ ସ୍ଥଳୀକୁ ଭାରତୀୟଙ୍କୁ ଯିବା ମନା

ବୁଲିବା କାହାକୁ ବା ପସନ୍ଦ ନୁହେଁ, ସେ ଭାରତ ଭିତରେ ହେଉ କିମ୍ବା ଭାରତ ବାହାରେ । ଏମିତି ଅନେକ ଦେଶ ଅଛି ଯେଉଁଠିକି ଯିବାକୁ ଭାରତୀୟ ମାନଙ୍କୁ ଭିଜା ଦରକାର ହୁଏ ନାହିଁ । ତ ପୁଣି ଏମିତି ବି ଜାଗା ଅଛି ଯେଉଁଠିକୁ ବିନା ଭିଜାରେ ଆପଣ ଯାଇ ପାରିବେ ନାହିଁ । କିନ୍ତୁ ଆପଣ ଜାଣିଛନ୍ତି କି ଆମ ଭାରତରେ ହିଁ ଏମିତି କିଛି ଜାଗା ଅଛି ଯେଉଁଠିକି ଲୋକାଲ ଲୋକଙ୍କ ଛଡ଼ା ଅନ୍ୟ କୌଣସି ବି ଭାରତୀୟଙ୍କୁ ପର୍‌ମିସନ୍ ଦରକାର ପଡ଼େ । ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ କାରଣ ଏହା ସତ ପ୍ରତିଶତ ସତ କଥା । ତେବେ ଚାଲନ୍ତୁ ଜାଣିବା ସେହି ଜାଗା ମାନଙ୍କ ସମ୍ବନ୍ଧରେ ।() ଭାରତର ଇନର ଲାଇନ୍ ପର୍‌ମିଟ୍ ସେତେବେଳେ ଦରକାର ହୁଏ ଯେତେବେଳେ ସାଂସ୍କୃତିକ ରୂପରେ ସମ୍ବେଦନଶୀଳ ଜାଗାରେ ବୁଲିବା ପାଇଁ ହୋଇଥାଏ। ଏହା ଏଥିପାଇଁ ହୋଇଥାଏ କାରଣ ଏଭଳି ଜାଗାରେ ଲୋକଙ୍କ ଭିଡ଼ ହେବାରୁ ଅଟକାଯାଇ ପାରିବ ଏବଂ ଏଠାରେ ରହୁଥିବା ଆଦିବାସୀଙ୍କର ସଂସ୍କୃତିକୁ ସୁରକ୍ଷିତ ରଖାଯାଇପାରିବ । ଆଜି ଭାରତର ଏଭଳି ଜାଗା ସମ୍ବନ୍ଧରେ ଆପଣ ଜାଣିବାକୁ ଚାହୁଁଛନ୍ତି ଯେଉଁଠାକୁ ଯିବାକୁ ଭାରତୀୟ ମାନଙ୍କୁ ପର୍‌ମିଟ୍ ଦରକାର ହୋଇଥାଏ ଓ ବିନା ପର୍‌ମିଟ୍‌ରେ କୌଣସି ବି ଭାରତୀୟ ସେଠାକୁ ଯାଇପାରିବେ ନାହିଁ ।

ଅରୁଣାଚଳ ପ୍ରଦେଶ:

ଅରୁଣାଚଳ ପ୍ରଦେଶ ର ସୀମା ମିଆଁମାର, ଭୁଟାନ ଏବଂ ଚୀନ୍‌ର ସୀମାରେଖାକୁ ଛୁଇଁଥାଏ । ଏହି କାରଣରୁ ଏହି କ୍ଷେତ୍ରକୁ ବିବାଦୀୟ ମାନା ଯାଏ । ଲୋକାଲ ଲୋକଙ୍କ ବ୍ୟତୀତ କୌଣସି ବି ବ୍ୟକ୍ତି କୁ ଏଠାକୁ ଆସିବା ପାଇଁ ଇନର୍ ଲାଇନ୍ ପର୍‌ମିଟ୍ ଆଣିବାକୁ ପଡ଼ିଥାଏ । ଯେଉଁ ଲୋକ ବି ଏହି ଜାଗକୁ ବୁଲିବା ପାଇଁ ଯିବାକୁ ଚାହୁଁଛନ୍ତି ସେମାନେ ନୂଆ ଦିଲ୍ଲୀ, କଲିକତା, ଗୋହାଟି, ସିଲଙ୍ଗରେ ଅରୁଣାଚଳ ପ୍ରଦେଶର ସରକାରଙ୍କ ରେଜିଡେଣ୍ଟ କମିଶନରଙ୍କ ଠାରୁ ଆଣି ପାରିବେ । ସିଙ୍ଗଲ ପର୍‌ମିଟ୍ ଏବଂ ଗ୍ରୁଫ୍ ପର୍‌ମିଟ୍‌ର ମୂଲ୍ୟ ପ୍ରତି ବ୍ୟକ୍ତିଙ୍କ ମୁଣ୍ଡ ପିଛା ୧୦୦ ଟଙ୍କା ହୋଇଥାଏ ଏବଂ ଏହି ପରମିଟ୍ ୩୦ ଦିନ ପାଇଁ ହୋଇଥାଏ । ଏଠାକୁ ଯିବା ପାଇଁ ଅନ୍‌ଲାଇନ୍ ପର୍‌ମିଟ୍ ଭି ଆପଣ ନେଇପାରିବେ ।

ନାଗାଲାଣ୍ଡ:

ନାଗାଲାଣ୍ଡର ସୀମା ମିଆଁମାର ସୀମାକୁ ଛୁଇଁଥାଏ । ଏଠାରେ ୧୬ ପ୍ରକାର ଜନଜାତିର ଆଦିବାସୀ ରହିଥାନ୍ତି । ଏଠାରେ ରହୁଥିବା ଆଦିବାସୀ ଜନଜାତୀଙ୍କର ନିଜର ଭିନ୍ନ ଭାଷା, ସଂସ୍କୃତି, ଖାଦ୍ୟପାନୀୟ ରହିଛି । ଯେଉଁ ଲୋକ ଏହି ଜାଗା ରେ ବୁଲିବା ପାଇଁ ଯିବାକୁ ଚାହାଁନ୍ତି ସୋନଙ୍କୁ ଇନର୍ ଲାଇନ୍ ଦରକାର ହୋଇଥାଏ । କୋହିମା, ଦୀମାପୁର, ନୂଆ ଦିଲ୍ଲୀ , ସିଲଙ୍ଗ, ମୋକୋକ୍‌ଚୁଙ୍ଗ ଏବଂ କଲିକତାର ଡେପୁଟି କମିଶନର ଅଫିସ୍ ରୁ ଏଠାକୁ ଯିବାକୁ ପରମିଟ୍ ଆଣିପାରିବେ କିମ୍ବା ଅନଲାଇନ୍ ରୁ ମଧ୍ୟ ଆଣିପାରିବେ ।

ମିଜୋରାମ:

ମିିଜୋରାମର ସୀମା, ମିଆଁମାର ଓ ବାଙ୍ଗଲାଦେଶର ସୀମାକୁ ଛୁଇଁଥାଏ । ଏଠାରେ ବିଭିନ୍ନ ଜନଜାତିର ଆଦିବାସୀ ବସବାସ କରିଥାନ୍ତି । ଏହିଭଳି ସୁନ୍ଦର ଜାଗା ବୁଲିବା ପାଇଁ ଇନର୍ ଲାଇନ୍ ଦରକାର ହୋଇଥାଏ । ଯାହାକୁ ଆପଣ ସିଲଚର, କଲିକତା, ଗୋହାଟୀ, ସିଲଙ୍ଗ ଓ ନୂଆ ଦିଲ୍ଲୀରେ ମିଜୋରାମ ସରକାରଙ୍କ ସମ୍ପର୍କ ଅଧିକାରୀଙ୍କ ଠାରୁ ଆଣିପାରିବେ । ତଥାପି ଯେଉଁ ଲୋକ ଏହି ଜାଗାକୁ ଫ୍ଲାଇଟ୍‌ରେ ଯାଉଛନ୍ତି । ଆଇଜାୱଲଙ୍କ ଲେଙ୍ଗପୁଇ ବିମାନବନ୍ଦରରେ ଥିବା ସୁରକ୍ଷା ଅଧିକାରୀଙ୍କ ଠାରୁ ସ୍ପେଶିଆଲ ପାସ୍ ମଧ୍ୟ ନେଇ ପାରିବେ । ମିଜୋରାମ ଯିବା ପାଇଁ ୨ ପ୍ରକାରର ପର୍‌ମିଟ୍ ଉପଲବ୍ଧ ରହିଛି । ଗୋଟିଏ ପର୍‌ମିଟ୍ କେବଳ ୧୫ ଦିନ ପାଇଁ ହୋଇଥାଏ ଏବଂ ଦ୍ୱିତୀୟ ଟି ୬ ମାସ ପାଇଁ ହୋଇଥାଏ ।

ସିକ୍କିମ୍‌ର ସଂରକ୍ଷିତ ଜାଗା:

ଯଦି ଆପଣ ସିକ୍କିମ୍‌ର ସଂରକ୍ଷିତ ଜାଗାକୁ ବୁଲିବା ପାଇଁ ଯିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଇନର୍ ଲାଇନ୍ ଦରକାର ହୋଇଥାଏ । ଯାତ୍ରୀଙ୍କୁ ନାଥୁଲା ପାସ, ତ୍‌ସୋମଗୋ ବାବା ମନ୍ଦିର ଟ୍ରିପ୍‌, ଦଜୋଙ୍ଗ୍ରି ଟ୍ରେକ୍‌, ସିଙ୍ଗାଲିଲା ଟ୍ରେକ୍‌, ୟୁମସାମଡଙ୍ଗ, ଗୁରୁଡୋଙ୍ଗମାର ହ୍ରଦ ଯାତ୍ରା, ୟୁମଥାଙ୍ଗ, ଜିରୋ ପଏଣ୍ଟ ଯାତ୍ରା ଏବଂ ଥାଙ୍ଗୁ ଚୋପଟା ଉପତ୍ୟକା ଯାତ୍ରା ପାଇଁ ପର୍‌ମିଟ୍‌ର ଆବଶ୍ୟକ ଅଟେ । ପର୍‌ମିଟ୍ Tourism & Civil Aviation Department ଦ୍ୱାରା ଜାରି କରାଯାଏ, ଏହାକୁ ଆପଣ ବାଗ୍‌ଡୋଗ୍‌ରା ଏୟାରପୋର୍ଟ ଓ ରଙ୍ଗପୋଚେକକୋଷ୍ଟରେ ପ୍ରାପ୍ତ କରି ପାରିବେ । ସ୍ପେଶିଆଲ ପରମିଟ୍ ପାଇବା ପାଇଁ ଆପଣ ଟୁର୍ ଅପରେଟର କିମ୍ବା ଟ୍ରାଭେଲ ଏଜେନ୍ସିର ସାହାର୍ଯ୍ୟ ମଧ୍ୟ ନେଇପାରିବେ ।

ଲକ୍ଷଦ୍ୱୀପ:

ଲକ୍ଷଦ୍ୱୀପ ଯିବା ପାଇଁ ମଧ୍ୟ ଯାତ୍ରୀ ମାନଙ୍କୁ ଇନର୍ ଲାଇନ୍ ପର୍‌୍‌ମିଟ୍ ଦରକାର ହୋଇଥାଏ । ପର୍‌ମିଟ୍ ପାଇଁ ଆପଣଙ୍କ ନିକଟସ୍ଥ ପୋଲିସ୍ ଷ୍ଟେସନ୍‌ରୁ କ୍ଲିଅରାନ୍ସ ସାର୍ଟିଫିକେଟ୍ ଦରକାର ହୋଇଥାଏ, ଏହା ବ୍ୟତୀତ ଆପଣଙ୍କ ଡକ୍ୟୁମେଣ୍ଟକୁ ମଧ୍ୟ ଦେଖାଯାଇଥାଏ । ପର୍‌ମିଟ୍ ମିଳିଲା ପରେ ଆପଣଙ୍କ କ୍ଲିୟରାନ୍ସ ସାର୍ଟିଫିକେଟ୍ ଲକ୍ଷଦ୍ୱୀପରେ ଷ୍ଟେସନ୍ ହାଉସ୍ ଅଫିସରଙ୍କ ପାଖରେ ଜମା କରିବାକୁ ପଡ଼ିଥାଏ । ଏଠାକୁ ଯିବା ପାଇଁ ଆପଣ ଅନଲାଇନ୍ ରୁ ମଧ୍ୟ ପର୍‌ମିଟ୍ ଆଣିପାରିବେ ।

ମଣିପୁର:

ମଣିପୁର ଯିବା ପାଇଁ ମଧ୍ୟ ଭାରତୀୟ ଯାତ୍ରୀ ମାନଙ୍କୁ ଇନର୍ ଲାଇନ୍ ପର୍ ମିଟ୍ ଦରକାର ହୋଇଥାଏ । ଏହି ଜାଗାକୁ ଯିବା ପୂର୍ବରୁ ନିଜ ସହ ପାସ୍‌ପୋର୍ଟ ସାଇଜ୍ ଫଟୋ ଏବଂ ନିଜର ପରିଚୟ ପତ୍ର ନିଶ୍ଚୟ ନେଇକି ଯିବାକୁ ହୁଏ ।

ଲଦାଖର ଏମିତି କିଛି ଜାଗା ଯେଉଁ ଜାଗା ପାଇଁ ନୋବାକୁ ପଡ଼ିବ ପର୍‌ମିଟ୍‌:

ଲଦାଖର ସୀମା, ଚୀନ୍ ଓ ପାକିସ୍ତାନର ସୀମାରେଖାକୁ ଛୁଇଁଥାଏ । ଏହି କାରଣରୁ ଏହି କ୍ଷେତ୍ରକୁ ବିବାଦୀୟ ମାନା ଯାଏ । ପୋଙ୍ଗଲ, ଖରଦୁଙ୍ଗଲା ପାସ୍ ଏବଂ ନୁବ୍ରା ଉପତ୍ୟକା ଭଳି କିଛି ଜାଗାକୁ ଯିବା ପାଇଁ ଆପଣଙ୍କୁ ସ୍ପେଶିଆଲ ପର୍‌ମିଟ୍ ଦରକାର ହୋଇଥାଏ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )