Tuesday 16th April 2024
ଷ୍ଟାର୍ଟଅପ୍ ପାଇଁ ଆଜି ହିଁ ଆପଣାନ୍ତୁ ଏହି ସବୁ ପ୍ଲାନ୍

ଷ୍ଟାର୍ଟଅପ୍ ପାଇଁ ଆଜି ହିଁ ଆପଣାନ୍ତୁ ଏହି ସବୁ ପ୍ଲାନ୍

ପୂର୍ବ ଆର୍ଟିକିଲ ରେhttps://odiadaily.in/how-to-startup-know-these-tips/ ଆପଣ ଜାଣିପାରିଥିବେ କି ଷ୍ଟାର୍ଟଅପ୍ କଣ ଓ ଏହାକୁ କେମିତି ଆରମ୍ଭ କରିପାରିବେ । ଯଦି ଆପଣ ବି ଚାହୁଁଛନ୍ତି ଆପଣଙ୍କ ବିଜନେସ୍ କୁ ଆରମ୍ଭ କରିବାକୁ ତେବେ ସେହି ୩ଟି କଥା ଉପରେ ଧ୍ୟାନ ଦେବେ । ସେହିଭଳି ଏହି ଆର୍ଟିକିଲରେ ଆପଣ ଜାଣିବାକୁ ପାଇବେ ଅନ୍ୟ୪ଟି କଥା ଉପରେ ଯାହା ଆପଣଙ୍କୁ ଧ୍ୟାନ ଦେବା ମଧ୍ୟ ଜରୁରୀ ।India proposes new group at G-20 level for startups

୧. ନିଜର ଟିମ୍ ତିଆରି କରନ୍ତୁ:

ବିଜ୍‌ନେସ୍‌ରେ ଆଇଡିଆ ଠାରୁ ଆରମ୍ଭ କରି କଣ ନା’ ଦେବେ ଏବଂ ରେଜିଷ୍ଟର କରିବା ପର୍ଯ୍ୟନ୍ତ ୩୦ ପ୍ରତିଶତ କାମ ଆପଣଙ୍କର ଏଠି ସରିଯାଏ । କିନ୍ତୁ ଏଠି ଏକ ପ୍ରଶ୍ନ ଉଠେ କି ଆପେଣଙ୍କ ଆଇଡିଆ ଆଗକୁ ବଡ଼ିବ କେମିତି? ଏଥିପାଇଁ ଆପଣଙ୍କର ବିଜ୍‌ନେସ୍ ପାଇଁ ଉଚିତ୍ ପ୍ଲାନ ଏବଂ ପ୍ଲାନକୁ ସୂଚାରୁ ରୂପେ ସମ୍ପୂର୍ଣ୍ଣ କାରିବାକୁ ପଡ଼ିବ । କୌଣସି ବି ଷ୍ଟାର୍ଟଅପ୍‌ର ବିଜ୍‌ନେସ୍ ପ୍ଲାନ୍ ରେ ଏମିତି କିଛି ରହିବା ଦରକାର , ବଜାରରେ ଆପଣଙ୍କ ପ୍ରଡକ୍ଟ କିମ୍ବା ସର୍ଭିସର ଡିମାଣ୍ଡ କେତେ ରହିଛି । ଆଗକୁ ଗଲେ କଣ କଣ ଅସୁବିଧାର ସମ୍ମୁଖିନ କରିବାକୁ ପଡ଼ିବ ଆପଣଙ୍କ ଷ୍ଟାର୍ଟଅପ୍ କମ୍ପାନୀକୁ । ଏସବୁ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । କମ୍ପାନୀର ଆର୍ଥିକ ଆବଶ୍ୟକତାକୁ କେମିତି ପୂରା କରିବେ କିମ୍ବା ଫଣ୍ଡିଂର ବ୍ୟବସ୍ଥା କେମିତି କରିବେ? ଆରମ୍ଭରୁ କେମିତି ଆପଣଙ୍କ ବିଜ୍‌ନେସ୍ ମାର୍କେଟିଂ କରିବେ? ଏଥିପାଇଁ ଆପଣ କୌଣସି ଭି ଚାର୍ଟାଡ୍ ଆକାଉଣ୍ଟେଣ୍ଟ ର ସାହାର୍ଯ୍ୟ ନେଇପାରିବେ ।

୨. ନିଜ ଟିମ୍ ତିଆରି କରିବା:

ଯଦି ଆପଣ ଏହା ଭାବିକି ବିଜ୍‌ନେସ୍‌କୁ ଆରମ୍ଭ କରୁଛନ୍ତି କି ଆପଣ ନିଜେ ହିଁ ଆପଣଙ୍କ ଷ୍ଟାର୍ଟଅପ୍‌କୁ ସମ୍ଭାଳି ଦେଇପାରିବେ । ତେବେ ଆପଣଙ୍କ ଚିନ୍ତାଧାରାକୁ ବଦଳାଇ ଦିଅନ୍ତୁ କାରଣ ଆଗକୁ ଗଲେ ଆପଣଙ୍କୁ ଗୋଟିଏ ଟିମ୍‌ର ଆବଶ୍ୟକତା ନିଶ୍ଚୟ ପଡ଼ିବ । ଯାହା ଫଳରେ ଆପଣ ଥିଲେ ନଥିଲେ ମଧ୍ୟ ସେମାନେ ଆପଣଙ୍କ ପାଇଁ କାମ କରୁଥିବେ । କୌଣସି ବି ପରିସ୍ଥିତିରେ ଆପଣଙ୍କ ସହ ମଧ୍ୟ ରହିବେ ଏବଂ ଆପଣଙ୍କୁ ଉପାୟ ବି ଦେଇପାରିବେ । ଆପଣଙ୍କ ଟିମ୍‌ରେ ସେହିଭଳି ଲୋକଙ୍କୁ ଯାଗା ଦେବା ଜରୁରୀ ଯିଏ କି ବିଶ୍ୱାସନିୟ ହୋଇଥିବେ , କାମ ଭଲ ରେ କରିପାରୁଥିବେ, ବୁଦ୍ଧିମାନ ହୋଇଥିବେ ଏବଂ ସବୁ ଠାରୁ ବଡ଼ କଥା ହେଉଛି କି ଆପଣଙ୍କ ବିଚାରଧାରାକୁ ବୁଝିପାରୁଥିବ ।Kerala among top performers again in providing strong ecosystem for startups | Business | Onmanorama

୩. ଆପଣଙ୍କ ବିଜ୍‌ନେସ୍ ପାଇଁ ନିବେଶକ ଖୋଜିବା:

କୌଣସି ଭି ବିଜ୍‌ନେସ୍ ଆରମ୍ଭ କରିବାକୁ ହେଲେ ବିନା ନିବେଶରେ ସମ୍ଭବ ହୋଇପାରିବ ନାହିଁ । ଅଧିକାଂଶ ଷ୍ଟାର୍ଟଅପ୍ ଆଇଡିଆ, ନିବେଶ କିମ୍ବା ଅର୍ଥର ଅଭାବ କାରଣରୁ ଅଧାରେ ହିଁ ରହିଯାଏ । କିନ୍ତୁ ବର୍ତ୍ତମାନ ସରକାରଙ୍କ ବ୍ୟତିତ ଏମିତି ଅନେକ କମ୍ପାନୀ ଅଛି ଯେଉଁମାନେ ନିବେଶ କରିବାକୁ ପ୍ରସ୍ତୁତ ରହୁଛନ୍ତି। ବ୍ୟାଙ୍କ ଭି ପ୍ରଥମ ଫଣ୍ଡ ଏକାଠି କରିବାକୁ ବି ସାହାର୍ଯ୍ୟ କରୁଛି ।

୪. ନିଜର ପ୍ରଡକ୍ଟ କିମ୍ବା ସର୍ଭିସର ମାର୍କେଟିଂ କରିବା:

ଯେତେବି ଭଲ ଷ୍ଟାର୍ଟଅପ୍ ହେଇଥାଉ ନା କାହିଁକି, ଯେତେ ପଇସା ନିବେଶ କରାଯାଇଥାଉ ନା କାହିଁକି ନିଜ ଅସ୍ଥିତ୍ୱରେ କୌଣସି ବିଜ୍‌ନେସ୍ ଆସେ ନାହିଁ, ଯେଉଁପର୍ଯ୍ୟନ୍ତ ଲୋକ ଜାଣି ନାହାଁନ୍ତି ଆପଣଙ୍କ କମ୍ପାନୀ ବିଷୟରେ । ଲୋକଙ୍କ ପାଖରେ ସେତେବେଳେ ଏହି ଖବର ପହଞ୍ଚିବ ଯେତେବେଳେ ଆପଣ ମାର୍କେଟିଂ କରି ଲୋକ ମାନଙ୍କ ପାଖରେ ପହଞ୍ଚାଇବେ । ଏହି କାରଣରୁ ମାର୍କେଟିଂ କୌଣସି ଭି ପ୍ଲାନ୍‌ର ସବୁଠାରୁ ମହତ୍ୱପୂର୍ଣ୍ଣ କାରକ ବୋଲି ଜଣା ଯାଏ । ନିଜେ କେବଳ ମାର୍କେଟିଂ କଲେ ତାହା ହୋଇପାରିବ ନାହିଁ ବରଂ ବଜାରରେ ଥିବା ଅନେକ ମାର୍କେଟିଂ ଏଜେନ୍ସି ମାନଙ୍କ ମଧ୍ୟରୁ ଜଣଙ୍କର ସାହାର୍ଯ୍ୟ ଆପଣ ନେଇ ପାରିବେ । ଏବେକା ସମୟରେ ଦେଖିବାକୁ ଗଲେ ମାର୍କେଟିଂ ପାଇଁ ଡିଜିଟାଲ ମିଡିଆର ବ୍ୟବହାର ଆବଶ୍ୟକ ଅଟେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )