Thursday 25th April 2024
ସବୁ ବିଶ୍ୱବିଦ୍ୟାଳୟରେ ଏହିସବୁ କୋର୍ସ ବନ୍ଦ ହେବ !

ସବୁ ବିଶ୍ୱବିଦ୍ୟାଳୟରେ ଏହିସବୁ କୋର୍ସ ବନ୍ଦ ହେବ !

ଆଜିର ସମୟରେ ସବୁଧରଣର ଚାକିରୀ କରିବା ପାଇଁ ସବୁ ପ୍ରକାରର ଶିକ୍ଷା ବ୍ୟବସ୍ଥା ରହିଛି । ମହାବିଦ୍ୟାଳୟରେ ପଠାଯାଉଥିବା ପାଠ ପ୍ରାୟତଃ ସମସ୍ତେ ପଢନ୍ତି । କିନ୍ତୁ ବିଶ୍ୱବିଦ୍ୟାଳୟକୁ ଗଲେ ନିଜ ଭବିଷ୍ୟତକୁ ଆଖି ଆଗରେ ରଖି ସମସ୍ତେ କୋର୍ସ ବାଛି ପାଠ ପଢନ୍ତି । ସରକାରୀ ବିଶ୍ୱ ବିଦ୍ୟାଳୟ ଗୁଡିକରେ ଅନେକ ସଂଖ୍ୟକ କୋର୍ସ ରଖାଯାଏ ହେଲେ ସେଥିରୁ କିଛି କୋର୍ସ ସେଲ୍ଫ ଫାଇନାନ୍ସିଂ ରହିଥାଏ । ଏଥିରେ ପିଲାମାନେ ଏଣ୍ଟ୍ରାନ୍ସ ଦେଇ ପାସ୍ କରନ୍ତି ଓ ନିଜେ ପଇସା ଦେଇ ପାଠ ପଢନ୍ତି । କିନ୍ତୁ ଏବେ ୧ବର୍ଷ ହେବେ ଆମ ଓଡିଶାର ବଡ ବଡ ବିଶ୍ୱବିଦ୍ୟାଳୟରୁ ଏହି ପ୍ରଥାକୁ ଧିରେ ଧିରେ ହଟାଯାଉଛି ।

 

ମୋଟାମୋଟି ଭାବେ କହିଲେ ବିଶ୍ୱବିଦ୍ୟାଳୟର ସେଲ୍ଫ ଫାଇନାନ୍ସିଂ କୋର୍ସ ଉପରେ କଟକଣା ଲଗାଯାଉଛି । ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ଗୁଡିକର ମୋଟ ସିଟ୍ ର ୨୦ ପ୍ରତିଶତ ସିଟ୍ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ପାଇଁ ସଂରକ୍ଷିତ ରହିବ । ଗତ ଏପ୍ରିଲ ୧୨ ରେ ରାଜଭବନ ପକ୍ଷରୁ ଜାରୀ ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରି ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି । ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ରେଭେନ୍ସା ଓ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ସିଟ୍ ହ୍ରାସ କରିଛନ୍ତି ।

ବିଶ୍ବବିଦ୍ୟାଳୟର ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ କଟକଣା ଲାଗିଛି। ବିଶ୍ବବିଦ୍ୟାଳୟଗୁଡ଼ିକର ମୋଟ ସିଟ୍‌ର ୨୦% ସିଟ୍‌ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଲାଗି ସଂରକ୍ଷିତ ରହିବ। ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ରେଭେନ୍ସା ଓ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ(ଏମ୍‌ଏସ୍‌ସିଡି) ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସିଟ୍‌ ହ୍ରାସ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପାଖାପାଖି ୮ଟି ପାଠ୍ୟକ୍ରମରେ ତାଲା ପକାଇଥିବା ବେଳେ କିଛି ସେଲ୍ଫ ଫାଇନାନ୍ସିଂ ବିଭାଗର ସିଟ୍‌ ସଂଖ୍ୟା ହ୍ରାସ କରିଛନ୍ତି। ରେଭେନ୍ସା ବିଶ୍ବବିଦ୍ୟାଳୟ ମଧ୍ୟ ଅନୁରୂପ ଭାବେ ସମୁଦାୟ ସିଟ୍‌ର ୨୦% ହିସାବରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ସିଟ୍‌ ହ୍ରାସ କରିଛନ୍ତି।

 

ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଯୋଗ, ବିଏସ୍‌ସି ନର୍ସିଂ, ରୁରାଲ ଡେଭଲ୍‌ପମେଣ୍ଟ, ମାଷ୍ଟର ଇନ୍‌ ସୋସିଆଲ୍‌ ସାଇନ୍ସ, ଜିଓ ଇନ୍‌ଫରମେଟିଭ୍‌, ଏମ୍‌ଟେକ୍‌ କମ୍ପ୍ୟୁଟର ସାଇନ୍ସ, ରିମୋଟ ସେନ୍ସିଂ ପାଠ୍ୟକ୍ରମ ସହ ସଂସ୍କୃତ ସାର୍ଟିଫିକେଟ୍‌ ପାଠ୍ୟକ୍ରମକୁ ବନ୍ଦ କରାଯିବ। ୨୦୨୧-୨୨ ଶିକ୍ଷାବର୍ଷରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ଯେତିକି ସିଟ୍‌ରେ ନାମଲେଖା ହୋଇଥିଲା ୨୦୨୨-୨୩ରେ ତାହାକୁ ୫୦% ହ୍ରାସ କରାଯାଇଛି ।

ଗତବର୍ଷ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ୯୫୦ ସିଟ୍‌ ଥିବାବେଳେ ଏବର୍ଷ ତାହାକୁ ୫୦୦କୁ କମାଯାଇଛି। ଯେଉଁ କିଛି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ସିଟ୍‌ ପୂରଣ ହେଉଛି ଏବଂ ଭଲ ଭିତ୍ତିଭୂମି ରହିଛି ତାହାକୁ ଚଳାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ତିନି ଦିନ ହେଲା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ବିଭାଗ ବୁଲି ଭିତ୍ତିଭୂମି ଯାଞ୍ଚ କରିବା ସହ ପଦକ୍ଷେପ ନେଇଛନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )