Wednesday 8th May 2024
ଦଶହରା ପର୍ବର ଅମୂଲ୍ୟ ଗାଥା…

ଦଶହରା ପର୍ବର ଅମୂଲ୍ୟ ଗାଥା…

ଜାଣନ୍ତୁ ମା ଦୁର୍ଗାଙ୍କର ଦଶଭୁଜା ହେବାର କାହାଣୀ

ପ୍ରତିବର୍ଷ ଆଶ୍ୱୀନ ମାସ ଶୁକ୍ଲପକ୍ଷ ଦଶମି ତିଥିକୁ ଦଶହରା ପର୍ବ ହିସାବରେ ପାଳନ କରାଯାଇଥାଏ । ଭାରତର ଉତରପ୍ରାନ୍ତରେ ଯାଗାଯାଗା ଧୁମ୍‌ଧାମ୍‌ରେ ରାବଣପୋଡ଼ି ମହୋତ୍ସବ ପାଳନ କରାଯାଇ ରାବଣର ଦଶଶିରକୁ ଜାଳି ଦିଆଯାଉଥିବା ବେଳେ ପୂର୍ବପ୍ରାନ୍ତରେ ଦଶଭୂଜା ମାଆ ଦୁର୍ଗାଙ୍କ ଦ୍ୱାରା ପାପି ମହିଷାସୁରକୁ ବଦ୍ଧ କରାଯିବାର ଦୃଶ୍ୟର ପ୍ରତିମୁର୍ତିକୁ ନିଷ୍ଠାର ସହ ନ’ ଦିନ ପୂଜା କରାଯାଏ । ମୂଖ୍ୟତଃ ଏଇ ଦୁଇ କିମ୍ବଦନ୍ତି ସର୍ବମାନ୍ୟ । ଦଶହରା ରାବଣର ଦଶଶିର ଯୋଗୁଁ କିମ୍ବା ଜଗଜ୍ଜନନୀ ମାଆ ଦୁର୍ଗାଙ୍କ ଦଶଭୁଜା ଉପରେ ନାମିତ ହୋଇଥାଇପାରେ କିନ୍ତୁ ଦୁଇଟି ଯାକ ଘଟଣାରେ ଗୋଟିଏ କଥା ଦୃଷ୍ଟିଗୋଚରକୁ ଆସେ ଯେ ଏହି ପର୍ବଟି ଅସତ୍ୟ ଉପରେ ସତ୍ୟର ବିଜୟ ଏବଂ ପାପ ଉପରେ ଧର୍ମର ବିଜୟର ପ୍ରତିକ । ଅନେକ ବିଶ୍ୱାସ କରନ୍ତି ଯେ ଦୂର୍ଗ ଶଦ୍ଧରୁ ଦୁର୍ଗା ଶଦ୍ଧର ପରିକଳ୍ପନା କରାଯାଇଛି । ଦୁର୍ଗର ଆକ୍ଷରିକ ଅର୍ଥହେଲା କିଲ୍ଲା, ଯାହାକି ସମ୍ରାଟ ମାନଙ୍କୁ ଶତ୍ରୁ ଆକ୍ରମଣ ବେଳେ ସୁରକ୍ଷା ଯୋଗାଇ ଦିଏ । ସେହିପରି ମାଆ ଦୁର୍ଗା ତାଙ୍କର ସମସ୍ତ ଭକ୍ତମାନଙ୍କ ସହ ସର୍ବ ଦେବାଦେବୀଙ୍କୁ ବି ସମସ୍ତ ପ୍ରକାର ଅସୁର ଶକ୍ତି କବଳରୁ ରକ୍ଷା କରି ଅଭୟ ପ୍ରଦାନ କରିବାରେ ସକ୍ଷମ ।

ତ୍ରେତୟା ଯୁଗରେ ରାବଣର କୁଟୁମ୍ବ ଏତେ ବଢ଼ିଗଲେ ଯେ ସାଧୁସନ୍ଥ ତାଙ୍କର ଦୂରାଚାରରେ ଅତିଷ୍ଠ ହୋଇ ଭଗବାନଙ୍କୁ ରକ୍ଷା କରିବାକୁ ପ୍ରାର୍ଥନା କଲେ । ପୁରାଣ କହେ ରାବଣର ଛପନ(୫୬) ଗଣ୍ଡା(୪) କୁମର ତେରଶତ(୧୩୦୦) ନାତି, ଅର୍ଥାତ ରାବଣକୁ ମିଶାଇ ପରିବାର ସଂଖ୍ୟା ମୋଟେ ପନ୍ଦର ଶହ ପଚିଶ(୧୫୨୫) । ଶେଷରେ ଭଗବାନ ରାମ ଅବତାର ନେଇ ଜଣ ଜଣକରି ବଦ୍ଧ କରିସାରିବା ପରେ ଏହି ବିଜୟା ଦଶମି ଦିନ ରାବଣକୁ ମାରି ଲଙ୍କାଗଢ଼ ଜୟ କରିବା ସହ ମାତା ସୀତାଙ୍କୁ ଉଦ୍ଧାର କରିଥିଲେ । ଦେବୀ ଭାଗବତ ଅନୁସାରେ ମହିଷାସୁରର ଅସହ୍ୟ ଅତ୍ୟାଚାରରେ ପିଡ଼ିତ ସର୍ବ ଦେବା ଦେବୀ ବିଚଳିତ ହୋଇ ପ୍ରାଥନା  କରିବାରୁ ମାଆ ଦୂର୍ଗା ଦଶଭୂଜା ରୂପରେ ଆବିର୍ଭାବ ହୋଇ ମହିଷାସୁର ସାଙ୍ଗରେ ଯୁଦ୍ଧ କଲେ । ଦଶଟି ହାତରେ ଦଶଟି ଅସ୍ତ୍ର ମଧ୍ୟ ଥିଲା ଯାହାର ବର୍ଣ୍ଣନା ବହୁତ ସୁନ୍ଦର ଭାବରେ କରାଯାଇଛି ।

ପ୍ରଥମ ହାତରେ ପ୍ରଥମ ଅସ୍ତ୍ର ଥିଲା ଶଙ୍ଖ-ଯାହା ସୃଜନଶୀଳ ସଂସାରର ପ୍ରତୀକ

ଦ୍ୱିତୀୟ ହସ୍ତରେ ଚକ୍ର- ଯାହା ଅଖଣ୍ଡ ଶକ୍ତିଯୁକ୍ତ ସଂହାରର ପ୍ରତିକ

ତୃତୀୟ ହସ୍ତରେ ଗଦା -ଯାହା ଭକ୍ତି ଏବଂ ଆତ୍ମିୟତା ସହ ସମର୍ପଣ ଭାବର ପ୍ରତୀକ

ଚତୁର୍ଥ ହସ୍ତରେ ପଦ୍ମ-ଯାହାର ମର୍ମ ଟିକିଏ ଅଲଗା । ଯେମିତି ପଦ୍ମଫୁଲ ପଙ୍କରୁ ଉତ୍ପତି ହୋଇଥିଲେ ମଧ୍ୟ ସର୍ବଦା ପାଣିର କିଛି ଉପରେ ରହିବାକୁ ସକ୍ଷମ ଥାଏ ସେମିତି ଆମେ ସଂସାର ମାୟାରୁ ଉତ୍ପତି ହୋଇଥିଲେ ହେଁ ମୋକ୍ଷପାଇଁ ଚେଷ୍ଟାକଲେ ସୁଫଳ ଅବଶ୍ୟ ମିଳିବ ।

ପଞ୍ଚମ ହସ୍ତରେ ଖଣ୍ଡା-ଯାହାକି ନାକାରତ୍ମକ ଶକ୍ତି ଓ ବ୍ୟାଧିକୁ ଛେଦିଦେଇ ସାକାରତ୍ମକ ଦିଶାରେ ଆଗେଇଯିବାର ପ୍ରତିକ

ଷଷ୍ଠ ହସ୍ତରେ ଧନୁଶର -ଧନୂ ଏକ ବିଭବ ଶକ୍ତିର ପ୍ରତିକ ହୋଇଥିବା ବେଳେ ଶର ଗତିଜ ଶକ୍ତିର ପ୍ରତିକ

ସପ୍ତମ ହସ୍ତରେ ତ୍ରୀଶୂଳ-ଯାହା କି ତମ, ରଜ ଓ ସତ୍ୱ ଗୁଣର ଆୟତ କରିବାକୁ ଏକ ଅମୋଘ ଅସ୍ତ୍ର

ଅଷ୍ଟମ ହସ୍ତରେ ବଜ୍ର -ଯାହା କଠୋର ତପ ଦ୍ୱାରା ନିଜ ଲକ୍ଷ ହାସଲ ଦିଗରେ ସଂଯୋଗ କରିବାର ପ୍ରତିକ

ଏବଂ ନବମ ହସ୍ତରେ ଅଗ୍ନିଶିଖା -ଯାହାକି ଜ୍ଞାନ , ସୁଧତା ଓ ସ୍ୱାଧିନତାର ପ୍ରତିକ

 

ଦଶମ ହାତ ମୁର୍ତିରେ ଅଭୟ ମୂଦ୍ରାରେ ରଖାଯାଏ ଏବଂ ବେଳେ ବେଳେ ତ୍ରୀଶୂଳ ବିଧରେ ମାଆ ମଧ୍ୟ ଉପଯୋଗ କାରିବାର ଦେଖାଯାଇଥାଏ । ଏହି ଯୁଦ୍ଧରେ ମାଆଙ୍କ ସହାୟତା ପାଇଁ ଦିବ୍ୟ ଘୋଡ଼ା, ଐରାବତ ହସ୍ତି ଆଦିର ଯୋଗାଡ଼ କରାଯାଇଥିଲା । ଏସବୁ ଥିଲା ଦଶହରା ପର୍ବର କଥା ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )