Friday 19th April 2024
ମାଘମାସରେ ଏହି ୫ଟି କାମ କଲେ ବଦଳିଯିବ ଆର୍ଥିକ ସମସ୍ୟା..

ମାଘମାସରେ ଏହି ୫ଟି କାମ କଲେ ବଦଳିଯିବ ଆର୍ଥିକ ସମସ୍ୟା..

ଆମ ହିନ୍ଦୁଧର୍ମରେ ମାସ ଓ ବର୍ଷ ମାନଙ୍କର ଅନେକ ମହତ୍ୱ ରହିଛି । ଏମିତିକି ପ୍ରତି ମାସର କିଛି ଧାର୍ମିକ ମାନ୍ୟତା ଆମ ପୁରାଣ ଗ୍ରନ୍ଥରେ ରହିଛି । ହେଲେ ଧର୍ମମାସ ଅନୁସାରେ ଆମେ କେବଳ କାର୍ତ୍ତିକ ମାସକୁ ହିଁ ମାନିଥାଉ । ଏହି ମାସକୁ ନେଇ ହିଁ ଆମର ପୁଣ୍ୟକାର୍ଯ୍ୟ କରିବାର ନିୟମ ରହିଛି । କିନ୍ତୁ ବର୍ତ୍ତମାନ ଆଉ ଏକ ପୂଣ୍ୟ ମାସ ମଧ୍ୟ ଚାଲିଛି । ଯାହା ହେଲା ମାଘମାସ । ଆମ ଓଡିଶାରେ ଏହି ମାସରେ ପବିତ୍ର ବୁଡ ପକାଯାଏ । ଆଜି ବି ବହୁତ ଜଣ ମାଘ ମାସ ଯାକ ଆମିଷ ଖାଆନ୍ତି ନାହିଁ । କିନ୍ତୁ ଯାହାକୁ ଆମେ ଧର୍ମମାସ କହି ମାନୁଛୁ ତାକୁ ନେଇ ଆମର କିଛି ସଂଯୋଗ ରହିଛି । ତେବେ ଚାଲନ୍ତୁ ଆଜି ଜାଣିବା ମାଘମାସରେ ଏମିତି କଣ କଲେ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହେବ ।

ଏହି ମାସରେ ଶୁଭ କାର୍ଯ୍ୟ ସହ ମାଙ୍ଗଳିକ କାର୍ଯ୍ୟ ମକର ସଂକ୍ରାନ୍ତି ପରେ ଆରମ୍ଭ ହୋଇଥାଏ। ମାଘ ମାସରେ ସ୍ନାନ, ଦାନ, ଓ ଧ୍ୟାନ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହି କାରଣରୁ ପ୍ରୟାଗରାଜରେ ମାଘ ମେଳାର ଆରମ୍ଭ ହୋଇଥାଏ। ମାନ୍ୟତା ଅନୁଯାୟୀ, ମାଘ ମାସରେ କରାଯାଉଥିବା କାର୍ଯ୍ୟ ଖୁବ ଶୁଭ ଫଳ ପ୍ରଦାନ କରିଥାଏ। ଏହି ମାସରେ ଅସହାୟଙ୍କୁ ନିଶ୍ଚୟ ଦାନ କରନ୍ତୁ। ମାଘ ମାସରେ ଭଗବାନ ସୂର୍ଯ୍ୟଙ୍କ ସହ ଭଗବାନ ବିଷ୍ଣୁଙ୍କର ମଧ୍ୟ ପୂଜାର୍ଚ୍ଚନା କରନ୍ତୁ। ଏହାସହ ୩୦ ଦିନ ଯାଏଁ ଏଭଳି କିଛି କାର୍ଯ୍ୟ ରହିଛି, ଯାହାର ପାଳନ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।

-ମାଘ ମାସରେ ପ୍ରତ୍ୟେକ ଦିନ ଗୀତା ପାଠ କରନ୍ତୁ। ଏପରି କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କୁ ଆଶୀର୍ବାଦ ମିଳିଥାଏ। ନକରାତ୍ମକ ଶକ୍ତି ଦୂର ହେବା ସହ ଉତ୍ତମ ବିଚାରଧାରାର ବିକାଶ ହୋଇଥାଏ।

-ମାଘ ମାସରେ ରାଶିର ବିଶେଷ ମହତ୍ତ୍ୱ ରହିଛି। ନିୟମିତ ଭାବେ ଭଗବାନ ବିଷ୍ଣୁଙ୍କୁ ରାଶି ଅର୍ପଣ କରନ୍ତୁ। ଏହାଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ଧନସମ୍ପତ୍ତି ବୃଦ୍ଧି ହେବା ସହ ଆର୍ଥିକ ସମସ୍ୟା ଦୂର ହୋଇଥାଏ।

-ମାନ୍ୟତା ଅନୁଯାୟୀ ମାଘ ମାସରେ ସ୍ନାନ ଜଳରେ ରାଶି ପକାଇ ସ୍ନାନ କରିବା ଦ୍ୱାରା ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ।

-ଏହି ମାସରେ ନିୟମିତ ତୁଳସୀଙ୍କ ପୂଜାର୍ଚ୍ଚନା କରନ୍ତୁ। ସନ୍ଧ୍ୟା ସମୟରେ ତୁଳସୀଙ୍କ ନିକଟରେ ଘିଅର ଦୀପ ଲଗାନ୍ତୁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତି ହେବା ସହ ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ।

-ଏହି ମାସରେ ସ୍ନାନ ଜଳରେ ଗଙ୍ଗାଜଳ ଅଳ୍ପ ମିଶାଇ ସ୍ନାନ କରନ୍ତୁ। ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।

CATEGORIES
TAGS
Share This

COMMENTS

Wordpress (0)
Disqus ( )