Friday 19th April 2024
ସେଲ୍ସ ଚାକିରୀରେ କ୍ୟାରିୟର ଗଢିବା ପାଇଁ ଚାହୁଁଛନ୍ତି କି ? ଜାଣନ୍ତୁ ସେଲ୍ସ ର କେଉଁ ପଦବୀ ଗୁଡିକରେ ଦରମା ଅଧିକ !

ସେଲ୍ସ ଚାକିରୀରେ କ୍ୟାରିୟର ଗଢିବା ପାଇଁ ଚାହୁଁଛନ୍ତି କି ? ଜାଣନ୍ତୁ ସେଲ୍ସ ର କେଉଁ ପଦବୀ ଗୁଡିକରେ ଦରମା ଅଧିକ !

ସେଲ୍ସ ଚାକିରୀରେ ଅନେକ ଲୋକ ଚାକିରୀ କରୁଛନ୍ତି । ସେଲ୍ସ ଚାକିରୀରେ ପ୍ରାୟତ ଇକୋନୋମିକ୍ସ , ଏମବିଏ , ବିବିଏ କିମ୍ବା କମର୍ସ ବେଗ୍ରାଉଣ୍ଡ୍ ର ଛାତ୍ରଛାତ୍ରୀ ଚାକିରୀ କରିଥାନ୍ତି । ଏହି ଚାକିରୀ ର ପ୍ରମୁଖ କାମ ଥାଏ ସେଲ୍ସ । କମ୍ପାନୀର ରେଭିନ୍ୟୁ ଜେନେରେସନ୍ ବା ଲାଭ ସୃଷ୍ଟି କରିବା ଏହାର କାମ । କମ୍ପାନୀର ଅର୍ଥନୀତି ପ୍ରତ୍ୟେକ୍ଷରେ ସେଲ୍ସ ଡିପାର୍ଟମେଣ୍ଟ୍ ଉପରେ ନିର୍ଭରଥାଏସେଲ୍ସ ଡିପାର୍ଟମେଣ୍ଟ୍ ର କାମ କମ୍ପାନୀର ପ୍ରଡକ୍ଟ କିମ୍ବା ସର୍ଭିସ୍ କୁ ବିକ୍ରି କରିବା । ଏହା କରିବା ଦ୍ୱାରା କମ୍ପାନୀର ଅର୍ଥନୈତିକ ମେରୁଦଣ୍ଡ ଶକ୍ତିଶାଳୀ ହୋଇଥାଏ । ତେଣୁ ବଡ ବଡ କମ୍ପାନୀ ସେଲ୍ସ ଡିପାର୍ଟମେଣ୍ଟ୍ ରେ ଅଭିଜ୍ଞତା ଥିବା ବ୍ୟକ୍ତିକୁ ଚାକିରୀ ର ଅଫର ଦେଇଥାନ୍ତି । ଭଲ ଅଭିଜ୍ଞତା ଥିବା ବ୍ୟକ୍ତି ମାନେ ଏହି ଚାକିରୀରେ ଅଗ୍ରାଧିକାର ପାଇଥାନ୍ତି । ସେଲ୍ସରେ କାମ କରିବାକୁ ହେଲେ ଯୋଗାଯୋଗ ଦକ୍ଷତା ବା କମ୍ୟୁନିକେସନ୍ ସ୍କିଲ୍ ର ଆବଶ୍ୟକତା ଅଛି । କାରଣ ଯାହାର ଯେତିକି ଯୋଗାଯୋଗ ଦକ୍ଷତା ବା କମ୍ୟୁନିକେସନ୍ ସ୍କିଲ୍ ଷ୍ଟ୍ରଙ୍ଗ୍ , ତାହାର ସେଲ୍ସ ରେ ପଦୋନ୍ନତି ହୋଇଥାଏ । ପରେ ପରେ ସେଲ୍ସରେ କ୍ୟାରିୟରକୁ ମିଳିଥାଏ ନୂତନ ଉଚ୍ଚତା । ସେଲ୍ସ କେବଳ ଗୋଟିଏ ପଦବୀ ନୁହଁ । ସେଲ୍ସରେ ଅନେକ ଗୁଡିଏ ପଦବୀ ଥାଏ । କମ୍ପାନୀ ଅନୁସାରେ ଏହା ଭିନ୍ନ ଭିନ୍ନ ହୋଇପାରେ । ସେଲ୍ସରେ ଟେଲି କଲର , କଷ୍ଟମର ସର୍ଭିସ୍ ବା ଗ୍ରାହକ ସେବା , ପବ୍ଲିକ୍ ରିଲେସନ୍ ବା ଲୋକ ସଂମ୍ପର୍କ , ବିକ୍ରେତା ପରି ଅନେକ ଗୁଡିଏ ପୋଷ୍ଟ୍ ଥାଏ । ତେଣୁ ଅନେକ ଲୋକ ସେଲ୍ସ ରେ କାମ କରି ଭଲ ରୋଜଗାର କରୁଛନ୍ତି । ସେଲ୍ସ ରେ କିଛି ଇନ୍ ହାଉସ୍ ଏବଂ କିଛି ବାହାରେ ବୁଲି ବୁଲି କାମ କରୁଛନ୍ତି । 

 

ଏହି ଆର୍ଟିକିଲ୍ ଟିକୁ ଶେଷ ଯାଏ ପଢନ୍ତୁ ଏବଂ ଜାଣନ୍ତୁ ସେଲ୍ସ ରେ କେଉଁ ପୋଷ୍ଟରେ କାମ କଲେ ଭଲ ରୋଜଗାର ହେବ ।

 

ସେଲ୍ସ  ଚାକିରୀ –

 

୧) ଏଣ୍ଟରପ୍ରାଇସ୍  ସେଲ୍ସ  ବା  ଆକାଉଣ୍ଟ୍  ଏକ୍ସିକ୍ୟୁଟିଭ୍ –

Want to build a career in sales? High-Paying Sales Job

ଏଣ୍ଟରପ୍ରାଇସେସ୍ ସେଲ୍ସ ରେ କାମ ‘ ବି ଟୁ ବି ‘ ଥାଏ । ଅର୍ଥାତ୍  ‘ ବିଜନେସ୍  ଟୁ  ବିଜନେସ୍ ‘ କାମ କରିବାକୁ ପଡିଥାଏ ଏଠାରେ । କମ୍ପଲେକ୍ସ ସେଲ୍ସ ର ଅନ୍ୟନାମ ହେଉଛି ଏଣ୍ଟରପ୍ରାଇସେସ୍ ସେଲ୍ସ  । ଜଣେ ସାଧାରଣ ସେଲ୍ସ ମ୍ୟାନେଜରଙ୍କ ଠାରୁ ଏଣ୍ଟରପ୍ରାଇସେସ୍ ସେଲ୍ସ ମ୍ୟାନେଜରଙ୍କ ଦରମା ଅଧିକ ଥାଏ । କାରଣ ଜଣେ ସେଲ୍ସ ମ୍ୟାନେଜର ୨୦ ରୁ ୨୫ ଟି ସେଲ୍ ଏକାଥରକେ କରିଥାଏ । କିନ୍ତୁ ଜଣେ ଏଣ୍ଟରପ୍ରାଇସେସ୍ ସେଲ୍ସ ମ୍ୟାନେଜର ଏକାଥରକେ ବଲ୍କ ସେଲ୍ କରିଥାନ୍ତି । ୨୦ ରୁ ୨୫ ଟି ଲୋକ କମ୍ପ୍ୟୁଟର ସପ୍ଟଓ୍ୱେୟାର କିଣିଲା ବେଳକୁ ଗୋଟିଏ କମ୍ପାନୀ ଏକାଥରକେ ୫,୦୦୦ ଏମ୍ପଲୟ ପାଇଁ କମ୍ପ୍ୟୁଟର ସପ୍ଟଓ୍ୱେୟାର କିଣିଥାଏ ସେହି କମ୍ପାନୀ ର  ସିଷ୍ଟମ ଡିପାର୍ଟମେଣ୍ଟ୍ । ଏଣ୍ଟରପ୍ରାଇସେସ୍ ସେଲ୍ସ  ରେ ‘ବିଜନେସ୍ ଟୁ ବିଜନେସ୍’ ବା ‘ବି ଟୁ ବି’ ସେଲ୍ସ ହୋଇଥାଏ । ଏହା ଅନ୍ୟ ସେଲ୍ସ ଚାକିରୀ ଅପେକ୍ଷା କଷ୍ଟକର ହୋଇଥାଏ । କିନ୍ତୁ ଏଥିରେ ବଡ ବଡ କମ୍ପାନୀ ସହ କାମ କରିବାକୁ ସୁଯୋଗ ମିଳିଥାଏ । ବଡ ବଡ କମ୍ପାନୀକୁ ପ୍ରଡକ୍ଟ କିମ୍ବା ସର୍ଭିସ୍ ସେଲ୍ କରିପାରିଲେ ଦରମା ବଢିବା ସହ ଅଭିଜ୍ଞତା ବଢିଥାଏ । ଯାହା ଦ୍ୱାରା ସେଲ୍ସରେ ଆପଣଙ୍କ କ୍ୟାରିୟରରେ ଗ୍ରୋତ୍ ହୋଇଥାଏ । 

 

୨) ଫାର୍ମାସ୍ୟୁଟିକାଲ୍ ସେଲ୍ସ  ରିପ୍ରେଜେନଟେଟିଭ୍ – 

Want to build a career in sales? High-Paying Sales Job

ଡାକ୍ତରଖାନା ହେଉ କିମ୍ୱା ଫାର୍ମାସୀ କିମ୍ବା ହେଲଥ୍ ସର୍ଭିସ୍ ସେଣ୍ଟର , ପ୍ରାୟ ସବୁଠାରେ ଥାନ୍ତି  ସେଲ୍ସ ରିପ୍ରେଜେନଟେଟିଭ୍ । ଆପଣ ଡାକ୍ତରଙ୍କ ସହ ପରାମର୍ଶ କଲାବେଳେ ହେଉ କିମ୍ବା ମେଡିସିନ୍ ଷ୍ଟୋର ରୁ ଔଷଧ କିଣିବା ସମୟରେ ଆପଣ ନିହାତି କେବେନା କେବେ ଫାର୍ମାସ୍ୟୁଟିକାଲ୍ ସେଲ୍ସ ରିପ୍ରେଜେନଟେଟିଭ୍ କୁ ଦେଖିଥିବେ । ଗୋଟିଏ ଲାପଟପ୍ କିମ୍ବା କିଛି କାଗଜ ପତ୍ର ଧରି ସେମାନେ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି । ଔଷଧ ଦୋକାନରେ ତାଙ୍କ କମ୍ପାନୀର ଔଷଧକୁ ବିକ୍ରି ପାଇଁ ଆକର୍ଷଣୀୟ ଉପହାର ଦେଇଥାନ୍ତି । ଏଥିରେ ଆପଣଙ୍କ କମ୍ପାନୀର ଔଷଧ ଯେତେ ଅଧିକ ଡାକ୍ତର ତାଙ୍କ ପ୍ରେସକ୍ରିପସନ୍ ରେ ଲେଖିବେ ସେତେ ଆପଣଙ୍କ ର ଲାଭ ହେବ । ସେହି କମ୍ପାନୀର ଔଷଧ ସେତିକି ବିକ୍ରିହେଲେ ଫାର୍ମାସ୍ୟୁଟିକାଲ୍ କମ୍ପାନୀର ଲାଭ ହେବ । ଯାହାଫଳରେ ବଢିବ ଆପଣଙ୍କ ଦରମା । ଫାର୍ମାସ୍ୟୁଟିକାଲ୍ ସେଲ୍ସ ରିପ୍ରେଜେନଟେଟିଭ୍ ମାନଙ୍କ ର ଦରମା ଅନ୍ୟ ସେଲ୍ସ ଚାକିରୀ ଅପେକ୍ଷାରେ ଅଧିକ ଥାଏ । ଏଥିରେ ଆପଣ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ ।

 

୩) ରିଅଲଟର୍ – 

ଆପଣ ରିଏଲ୍ ଷ୍ଟେଟ୍ ବିଷୟରେ ନିହାତି ଶୁଣିଥିବେ । ଏଥିରେ କାମ କରୁଥିବା ସେଲ୍ସ ରିପ୍ରେଜେନଟେଟିଭ୍ ମାନେ ରିଏଲ୍ ଷ୍ଟେଟ୍ ବିଷୟରେ କ୍ଲାଇଣ୍ଟ୍ ମାନଙ୍କୁ ଆକର୍ଷଣୀୟ ଢଙ୍ଗରେ ଆକର୍ଷିତ କରି ସେଲ୍ସ ବଢାଇଥାନ୍ତି । ସେଲ୍ସରେ ସେମାନେ କମିସନ୍ ପାଇଥାନ୍ତି । ଏଥିରେ ଆପଣ ଅନେକ ଧନୀ ଲୋକଙ୍କ ସହ ଚିହ୍ନା ପରିଚୟ ହୋଇପାରିବେ । ଯାହାଦ୍ୱାରା ଆପଣଙ୍କ ପବ୍ଲିକ୍ ରିଲେସନ୍ ବଢିବା ସହ କ୍ଲାଇଣ୍ଟ୍ ମାନଙ୍କ ସଂଖ୍ୟା ମଧ୍ୟ ବଢିବ । ଏଥିରେ ଆପଣ ଫ୍ରିଲାନ୍ସିଂ ମଧ୍ୟ କରିପାରିବେ କିମ୍ବା କୌଣସି ପ୍ରତିଷ୍ଠିତ କମ୍ପାନୀରେ ଚାକିରୀ କରିପାରିବେ । ଏଥିରେ ରୋଜଗାର ଭଲ ହୋଇଥାଏ ।

 

୪) ସିଷ୍ଟମ୍ ସର୍ଭିସ୍ ରିପ୍ରେଜେନଟେବିଭ୍ –

ବର୍ତ୍ତମାନ ସମୟରେ କାହା ପାଖରେ କମ୍ପ୍ୟୁଟର କିମ୍ବା ଲାପଟପ୍ ଟେ ନିହାତି ଥିବ । ସରକାରୀ ଅନୁଷ୍ଠାନ ହେଉ କିମ୍ବା ବେସରକାରୀ ଅନୁଷ୍ଠାନ ସବୁଠି କମ୍ପ୍ୟୁଟର ର ଆବଶ୍ୟକତା ନିହାତି ପଡିଥାଏ । ବିଭିନ୍ନ ଷ୍ଟାର୍ଟଅଫ୍ କମ୍ପାନୀ ହେଉ କିମ୍ୱା ବଡ କମ୍ପାନୀ ସବୁଠାରେ ସିଷ୍ଟମ୍ ର ଆବଶ୍ୟକତା ପଡିଥାଏ । ସିସିଟିଭି ହେଉ କିମ୍ବା ଡାଟା ଷ୍ଟୋରେଜ୍ ପାଇଁ ଆଇଟି ସଲ୍ୟୁସନ୍ କମ୍ପାନୀ ର ଆବଶ୍ୟକତା ନିହାତି ପଡିଥାଏ । ଏହି କମ୍ପାନୀ ଗୁଡିକରେ କାମ କରି ଆଇଟି ସଲ୍ୟୁସନ୍ ର ସେଲ୍ସ କରିବା ଦ୍ୱାରା ଭଲ ରୋଜଗାର ହୋଇଥାଏ । ଜଣେ ସିଷ୍ଟମ୍ ରିପ୍ରେଜେନଟେବିଭ୍ ଏହି କ୍ଷେତ୍ରରେ ୫୦,୦୦୦ ଟଙ୍କାରୁ ଆରମ୍ଭକରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବ । ଅନ୍ୟ କ୍ଷେତ୍ରରେ ସେଲ୍ସରେ କାମ କରିବା ଅପେକ୍ଷା ଏହି କ୍ଷେତ୍ର ଗୁଡିକରେ କାମ କଲେ ଆପଣଙ୍କ କ୍ୟାରିୟରରେ ଗ୍ରୋତ୍ ହେବା ସହ ଦରମା ମଧ୍ୟ ଭଲ ରହିବ ।

 

) ମେଡିକାଲ୍ ଡିଭାଇସ୍ ସେଲ୍ସ  ରିପ୍ରେଜେନଟେଟିଭ୍ – 

ହେଲଥ୍ ସର୍ଭିସ୍ ର ବିଭିନ୍ନ କ୍ଷେତ୍ରରେ ସେଲ୍ସ ରିପ୍ରେଜେନଟେଟିଭ୍ କାମ କରିଥାନ୍ତି । ଆପଣ ଡାକ୍ତରଙ୍କ ସହ ପରାମର୍ଶ କଲାବେଳେ କିମ୍ବା କୌଣସି ଔଷଧ ଦୋକାନରେ ଔଷଧ କିଣିଲାବେଳକୁ ମେଡିକାଲ୍ ଡିଭାଇସ୍ ସେଲ୍ସ ରିପ୍ରେଜେନଟେଟିଭ୍ ମାନଙ୍କୁ ନିହାତି ଦେଖିଥିବେ । ମେଡିକାଲ୍ ଡିଭାଇସ୍ ସେଲ୍ସ  ରିପ୍ରେଜେନଟେଟିଭ୍ ମାନେ ରୋଗୀ ହେଉ କିମ୍ବା ଡାକ୍ତର କିମ୍ୱା ଔଷଧ ଦୋକାନ , ସବୁଠି ମେଡିକାଲ୍ ଡିଭାଇସ୍ ର ପ୍ରଚାର ପ୍ରସାର କରିଥାନ୍ତି ।

Want to build a career in sales? High-Paying Sales Job

ମେଡିକାଲ୍ ଡିଭାଇସ୍ ସେଲ୍ସ  ରିପ୍ରେଜେନଟେଟିଭ୍ ମାନେ ବିଭିନ୍ନ ରୋଗୀ ମାନଙ୍କ ରୋଗ ଅନୁସାରେ ପ୍ରତ୍ୟେକ୍ଷ ହେଉ କିମ୍ବା ପରୋକ୍ଷରେ ମେଡିକାଲ୍ ଡିଭାଇସ୍ କିଣିବା ପାଇଁ ପରାମର୍ଶ ଦେଇଥାନ୍ତି । ଯେପରିକି ବ୍ଲଡ୍ ପ୍ରେସର ମେସିନ୍ , ସୁଗାର ଟେଷ୍ଟିଂ ମେସିନ୍ , ଓଜନ ମେସିନ୍ ଏବଂ ଅନେକ କିଛି ଯାହା ରୋଗ ସହ ଜଡିତ । ଏଥିରେ ପରାମର୍ଶ ଦେଇ ମେଡିକାଲ୍ ଡିଭାଇସ୍ ସେଲ୍ସ  ବଢାଇଥାନ୍ତି ମେଡିକାଲ୍ ଡିଭାଇସ୍ ସେଲ୍ସ  ରିପ୍ରେଜେନଟେଟିଭ୍ । ତେଣୁ ଏଥିରେ କ୍ୟାରିୟର ଗଢିଲେ ପ୍ରେଷ୍ଟିଜ୍ ମିଶିବା ସହ ଦରମା ମଧ୍ୟ ଭଲ ମିଳିଥାଏ ।

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )