Friday 29th March 2024
OPGC ରେ ଚାକିରୀ ସୁଯୋଗ, ୭୦,୦୦୦ ଟଙ୍କା ରହିଛି ଦରମା

OPGC ରେ ଚାକିରୀ ସୁଯୋଗ, ୭୦,୦୦୦ ଟଙ୍କା ରହିଛି ଦରମା

ଇଞ୍ଜିନିୟରିଂ କରିଥିବା ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଓଡ଼ିଶା ସରକାରଙ୍କ ପାଖରେ କରିପାରିବେ ଚାକିରୀ, ଏନେଇ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (OPGC), ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନିଂ (GET) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏନେଇ ଯୁବ ସ୍ନାତକ ଇଞ୍ଜିନିିୟର ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ । ପ୍ରଶିକ୍ଷାର୍ଥୀମାନେ GATE ୨୦୨୩ ସ୍କୋର ମାଧ୍ୟମରେ ଇଲେକ୍ଟ୍ରିକାଲ, ମେକାନିକାଲ୍, ଇନଷ୍ଟ୍ରୁମେଣ୍ଟସନ୍ ଇଞ୍ଜିନିୟରିଂ ବିଭାଗରେ ନିୟୋଜିତ ହେବେ । ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ ଓଡ଼ିଆ ଭାଷାର ଜ୍ଞାନ ଏକ ବୋନସ୍ ହେବ ଏବଂ ସଂରକ୍ଷଣ ଆଇନ ପ୍ରଯୁଜ୍ୟ ହେବ । ଆଶାୟୀ ପ୍ରାର୍ଥୀ ମାନେ OPGC ର ଅଫିସିଆଲ ୱେବସାଇଟ୍ www.ofrac.co.in କୁ ଯାଇ ସମସ୍ତ ତଥ୍ୟ ପାଇପାରିବେ । ନଚେତ୍ ଏହି https://www.dnaindia.com/education/report-opgc-recruitment-2023-apply-for-graduate-engineer-trainee-posts-at-ofraccoin-salary-upto-rs-70000-3016287/amp ଲିଙ୍କରୁ ତଥ୍ୟ ପାଇପାରିବେ । CCI approves proposed acquisition of 49% of OPGC by Adani Power - OrissaPOST

ଗୁରୁତ୍ୱପୂର୍ଣ୍ଣ ତାରିଖ:

• ଅନ୍ଲାଇନ୍ ରେଜିଷ୍ଟେସନ ଆରମ୍ଭ ତାରିଖ ୨୩ ମାର୍ଚ୍ଚ ୨୦୨୩
• ଆବେଦନ ଶୁଳ୍କ ଦେବାର ଶେଷ ତାରିଖ ୨୨ ଏପ୍ରିଲ୍ ୨୦୨୩
• ଅନ୍ଲାଇନ୍ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ୩୦ ଏପ୍ରିଲ୍ ୨୦୨୩

ଦରମା:

• ଇ-୧ ଗ୍ରେଡ୍ (ଆସିଷ୍ଟାଣ୍ଟ ମ୍ୟାନେଜର)ରେ ନିଶ୍ଚିତ ହେବା ପରେ ସ୍ଥାୟୀ ଦରମା ବାର୍ଷିକ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ।
• ମନୋନୀତ ପ୍ରାର୍ଥୀମାନେ ତାଲିମ ଅବଧିରେ ପ୍ରତି ମାସରେ ୭୦,୦୦୦ ଟଙ୍କା ପାଇବେ ।
• ଭେରିଏବଲ୍ ପେ’, ଅନ୍ୟାନ୍ୟ ଭତ୍ତା ଏବଂ ସୁବିଧା ମଧ୍ୟ ସାମିଲ ହେବ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )