Thursday 25th April 2024
ମକର ସଂକ୍ରାନ୍ତି ଓ ମକର ଚାଉଳର ସଂମ୍ପର୍କ…

ମକର ସଂକ୍ରାନ୍ତି ଓ ମକର ଚାଉଳର ସଂମ୍ପର୍କ…

ମକରସଂକ୍ରାନ୍ତି ବର୍ଷର ଆରମ୍ଭରୁ ଓଡିଶାର ଏକ ବଡ ପର୍ବ । ଏହି ପର୍ବ କେବଳ ଯେ ଓଡିଶାରେ ପାଳନ ହୁଏ ତା ନୁହେଁ ବରଂ ସମଗ୍ର ଭାରତ ବର୍ଷରେ ଏହାକୁ ଭିନ୍ନ ଭିନ୍ନ ନାଁରେ ପାଳନ କରାଯାଏ ।  ଶ୍ରୀମନ୍ଦିରରେ ପାଳିତ ହୁଏ ମହାପ୍ରଭୁଙ୍କର ମକର ନୀତି ,ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିତି ନିର୍ଘଣ୍ଟ କରାଯାଇଛି । ଏହିଦିନ ପ୍ରାୟତଃ ଭକ୍ତଙ୍କର ସମାଗମ ଅଧିକ ମାତ୍ରାରେ ହୁଏ । ହଜାର ହଜାର ସଂଖ୍ୟାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମକର ଚାଉଳ ପ୍ରସାଦ ପାଇବା ପାଇଁ ଭକ୍ତଙ୍କ ସମାଗମ  ।

ପ୍ରଣାଳୀ

ନୂଆ ଅରୁଆ ଚାଉଳକୁ ଭଲ ଭାବରେ ଧୋଇ ତାକୁ ୩ରୁ ୪ ଘଣ୍ଟା ପାଇଁ ବତୁରାଇ ଦିଅନ୍ତୁ। ୪ ଘଣ୍ଟା ପରେ ଚାଉଳକୁ ଛାଣି ଦେଇ ବାଟି ଦିଅନ୍ତୁ। ଚାଉଳକୁ ବେଶି ବାଟିବେ ନାହିଁ, ଖଦଡ଼ା କରି ବାଟିବେ। ନଚେତ୍‌ ହାତରେ ଚକଟି ଦେଲେ ମଧ୍ୟ ନୂଆ ଚାଉଳ ଗୁଣ୍ଡ ହୋଇଯିବ। ଏବେ ଏହି ଚାଉଳରେ କ୍ଷୀର, କଦଳୀ, ଚିନି, କଟା ଅଦା ପକାଇ ଚକଟିଦେବେ। ଏହାପରେ କଟା ସେଓ, ଚିନି, ଡାଳିମ୍ବ, ଛେନା, ଗୁଜୁରାତି ଓ ଗୋଲମରିଚ ଗୁଣ୍ଡ ମିଶାଇବେ। ଏବେ ପ୍ରସ୍ତୁତ ହୋଇଗଲା ଓଡ଼ିଶାର ସ୍ପେଶାଲ ମକର ଚାଉଳ।

ଉପକୂଳ ଜିଲାର ରଜ ଓ ପଶ୍ଚିମ ଓଡ଼ିଶାର ନୂଆଖାଇ ପରି ଆଦିବାସୀ ଅଧ୍ୟୁସିତ କେନ୍ଦୁଝର ଓ ମୟୁରଭଞ୍ଜ ଜିଲାରେ ମକରସଂକ୍ରାନ୍ତି ଲୋକପର୍ବ ଭାବେ ବେଶ୍‌ ଧୂମ୍‌ଧାମରେ ପାଳିତ ହୋଇଆସୁଛି। ଏହି ଅବସରରେ କୁଡ଼ୁମି ସମ୍ପ୍ରଦାୟ ବା ମହାନ୍ତ ଜାତିର କୁମାରୀ ଓ ସଧବା ସ୍ତ୍ରୀ ଲୋକମାନଙ୍କ ଦ୍ୱାରା ‘ଟୁସୁ ପର୍ବ’ ରାଜାରାଜୁଡା ଅମଳରୁ ପାଳିତ ହୋଇଆସୁଛି। ଏହି ପର୍ବ ମାଘ ମାସର ପ୍ରଥମ ଦିବସରୁ ମକର ସଂକ୍ରାନ୍ତି ଭାବେ ପାଳିତ ହେବା ଓ ‘ମକର ଚାଉଳ’ ପୂଜା ସହ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇଥାଏ। ଜିଲାର ପ୍ରମୁଖ କୃଷି କାର୍ଯ୍ୟ ଖରିଫ୍‌ ଚାଷ ଅମଳ ପରେ ଏହି ପର୍ବ ପାଳିତ ହେଉଥିବାରୁ ଜିଲାବାସୀ ଅତିକମ୍‌ରେ ୭ଦିନ ପର୍ଯ୍ୟନ୍ତ ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। ମକରସଂକ୍ରାନ୍ତି ଠାରୁ ଚାଷକାର୍ଯ୍ୟ ସହ ସମ୍ପର୍କିତ ବାରମାସୀ ମୂଲିଆ ଓ ଗୋଠି କାର୍ଯ୍ୟର ଶେଷ ଦିବସ ଥିବାରୁ ସେମାନେ ଏହି ଦିନଠାରୁ ନିଜକୁ ସାହୁକାରଙ୍କ ଠାରୁ ମୁକ୍ତ ହୋଇ ସପ୍ତାହବ୍ୟାପୀ ଖୁସି ମନାଇଥାନ୍ତି ।

ସଂକ୍ରାନ୍ତି ସତ୍ତ୍ୱେ ଏହି ଦିନ ପ୍ରାୟ ସମସ୍ତଙ୍କ ଘରେ ଆମିଷ ଭୋଜନ ସାଙ୍ଗକୁ ନୂତନବସ୍ତ୍ର ପରିଧାନ ପରମ୍ପରା ଭାବେ ରହିଆସିଛି। ଏମିତିକି ଏହି ପର୍ବ ଅବସରରେ ବନ୍ଧୁତ୍ୱ ସୁଦୃଢ଼ ପାଇଁ ସହି, ସଙ୍ଗାତ, ମକର, ବଉଳ ପ୍ରଭୃତି ନୂଆ ସମ୍ପର୍କ ମଧ୍ୟ ଯୋଡ଼ିଥାନ୍ତି । ମକରସଂକ୍ରାନ୍ତି ଦିନ ସୂର୍ଯେ୍ୟାଦୟ ପୂର୍ବରୁ ପରିବାର ସମସ୍ତ ସଦସ୍ୟ ନିକଟସ୍ଥ ନଦୀ ଓ ପୋଖରୀରେ ‘ମକର ବୁଡ’ ଦେଲେ ପୁଣ୍ୟ ଅର୍ଜନ ମିଳିବା ପ୍ରଥା ଏବେବି ଗାଁ ଗହଳିରେ ପାଳିତ ହୋଇଆସୁଥିବା ଦେଖିବାକୁ ମିଳୁଛି। ଏହି ପର୍ବ ଜିଲାର ବାରାହାଟିପୁରାରେ ସର୍ବାଧିକ ୧୫ଦିନ ଧରି ପାଳନ ହେଉଥିବା ବେଳେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲା ସୀମାବର୍ତ୍ତୀ କେଶରୀକୁଣ୍ଡ ଠାରେ ମକର ସଂକ୍ରାନ୍ତି ଦିନ ଅନୁଷ୍ଠିତ ଦିନିକିଆ ମକରମେଳାରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ବୁଡ ଉଭୟ ଜିଲାବାସୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ସୁଦୃଢ କରିଥାଏ। ସେହିପରି ଜିଲାର ଧାନବେଣୀ, ଭୀମକୁଣ୍ଡ, ଖଳିକୁଣ୍ଡ, ଦେବକୁଣ୍ଡ, ରାମତୀର୍ଥ, ଚକ୍ରତୀର୍ଥ, ରସବନ୍ତଳା, ଅସୁରଖାଲ ଆଦି ପ୍ରସିଦ୍ଧ ସ୍ଥାନ ମାନଙ୍କରେ ୩ ରୁ ୭ ଦିନବ୍ୟାପୀ ମକରମେଳାକୁ ଜିଲାବାସୀ ବେଶ୍‌ ବେଶ୍‌ ମନଭରି ଉପଭୋଗ କରିଥାନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus ( )