Friday 26th April 2024
+୩ ପାସ୍ କରିଥିଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ରିଲେସନସିପ୍ ମ୍ୟାନେଜର ପଦବୀ ପାଇଁ ଶୀଘ୍ର ଆବେଦନ କରନ୍ତୁ !

+୩ ପାସ୍ କରିଥିଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ରିଲେସନସିପ୍ ମ୍ୟାନେଜର ପଦବୀ ପାଇଁ ଶୀଘ୍ର ଆବେଦନ କରନ୍ତୁ !

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ହେଉଛି ଏକ ଭାରତୀୟ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା କମ୍ପାନୀ । ଯାହାର ମୁଖ୍ୟକାର୍ଯ୍ୟାଳୟ ମୁମ୍ବାଇରେ ଅବସ୍ଥିତ । କର୍ପୋରେଟ୍ ଫାଇନାନ୍ସ , ବିନିଯୋଗ ବ୍ୟାଙ୍କିଙ୍ଗ୍ , ଜୀବନ ବୀମା ଏବଂ ଧନ ପରିଚାଳନା କ୍ଷେତ୍ରରେ ଏହା ବ୍ୟାଙ୍କିଙ୍ଗ ଉତ୍ପାଦ ଏବଂ ଆର୍ଥିକ ସେବା ପ୍ରଦାନ କରେ । ଓଡିଶାରେ ଏହି ବ୍ୟାଙ୍କ ର ଶାଖା ପ୍ରାୟ ସବୁଆଡେ ଅଛି । ଭୂବନେଶ୍ୱରରେ ମଧ୍ୟ ଏହାର ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି । ବର୍ତ୍ତମାନ ରିଲେସନସିପ୍ ମ୍ୟାନେଜର ପଦବୀ ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ବାହାର କରିଛି ବିଜ୍ଞପ୍ତି । ଭୂବନେଶ୍ୱର ପାଇଁ ବାହାରିଛି ବିଜ୍ଞପ୍ତି । 

ଆପ୍ଲାଇ କରିବାର ଶେଷ ତାରିଖ – ୨୧/୦୩/୨୦୨୩

 

ପଦବୀ ର ନାମ – ରିଲେସନସିପ୍ ମ୍ୟାନେଜର

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍  ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.kotak.com/en/home.html

ଚାକିରୀ କରିବାର ସ୍ଥାନ – ଭୂବନେଶ୍ୱର 

 

ଶିକ୍ଷାଗତ ଯୋଗ୍ୟତା –

ଯୁକ୍ତ ତିନି ବା ସ୍ନାତକ ପାସ୍ କରିଥିବା ଦରକାର 

 

ଅଭିଜ୍ଞତା –

୧ ରୁ ୩ ବର୍ଷ ଥିଲେ ଭଲ । 

ଯେକୌଣସି ବ୍ୟାଙ୍କରେ ଫାଇନାନ୍ସସିଆଲ୍ ସର୍ଭିସରେ ୧ ବର୍ଷର ଅଭିଜ୍ଞତା ଥିଲେ ଭଲ । 

ଚାକିରୀ ର ସିପ୍ଟ – ମହିଳା

 

ଚାକିରୀରେ କଣ ରହିବ ଦାୟିତ୍ୱ ? –

୧) ଗ୍ରାହକ ସେବାକୁ ପରିଚାଳନା କରିବାକୁ ପଡିବ ।

୨) ଗ୍ରାହକ ମାନଙ୍କ ପାଇଁ ଡିମାର୍ଟ ଆକାଉଣ୍ଟ ଖୋଲିବାକୁ ପଡିବ । 

୩) ପ୍ରଡକ୍ଟ ଏବଂ ସର୍ଭିସେସ୍ ବିଷୟରେ ଗ୍ରାହକଙ୍କୁ ଉପଯୁକ୍ତ ପରାମର୍ଶ ଦେବାକୁ ପଡିବ । 

୪) ଗ୍ରାହକ ମାନଙ୍କର ପ୍ରଶ୍ନର ଉଚିତ୍ ଉତ୍ତର ଦେଇ ସନ୍ତୁଷ୍ଟ କରିବାକୁ ପଡିବ ।

୫) ପ୍ରଡକ୍ଟିଭିଟି ଏବଂ ରେଭିନ୍ୟୁ ଜେନେରେସନ୍ ଉପରେ ଧ୍ୟାନ ଦେବାକୁ ପଡିବ ।

୬) ବ୍ୟାଙ୍କ ଏବଂ ନିବେଶ ଉତ୍ପାଦ ପାଇଁ ବିକ୍ରୟ ଲକ୍ଷ୍ୟ ସ୍ଥିର କରିବା ସହ ତାକୁ କାର୍ଯ୍ୟକାରୀ କରିବାକୁ ପଡିବ ।

ଅଧିକ ଜାଣିବା ପାଇଁ ଆପଣ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ର ଅଫିସିଆଲ୍ ଓ୍ୱେବସାଇଟ୍ କୁ ଭିଜିଟ୍ କରିପାରିବେ ।

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://rb.gy/slloli

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )