Friday 26th April 2024
ଭୂବନେଶ୍ୱରରେ ଏରିଆ ଲସ୍ ପ୍ରିଭେନସନ୍ ଅଫିସର ପାଇଁ ରିଲାଏନ୍ସ ବାହାର କରିଛି ବିଜ୍ଞପ୍ତି !+୩ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଭୂବନେଶ୍ୱରରେ ଏରିଆ ଲସ୍ ପ୍ରିଭେନସନ୍ ଅଫିସର ପାଇଁ ରିଲାଏନ୍ସ ବାହାର କରିଛି ବିଜ୍ଞପ୍ତି !+୩ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଭାରତରେ ରିଲାଏନ୍ସ ଏକ ଜଣାଶୁଣା ବଡ ବ୍ରାଣ୍ଡ । ଓଡିଶାରେ ରିଲାଏନ୍ସ ରେ ଅନେକ  ବ୍ରାଞ୍ଚ ରହିଛି । ତେବେ ରିଲାଏନ୍ସ କମ୍ପାନୀ ତାର ବ୍ୟବସାୟ ଏବଂ ସର୍ଭିସେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଏଇ କିଛି ବର୍ଷହେବ ରିଲାଏନ୍ସ ତାର ବିଭିନ୍ନ ବ୍ୟବସାୟରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ତେବେ ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ର ପ୍ରଡକ୍ଟ ଏବଂ ସର୍ଭିସେସ୍ ସୁଲଭମୂଲ୍ୟରେ ଦେଖିବାକୁ ମିଳେ । ରିଲାଏନ୍ସ ସୁଲଭମୂଲ୍ୟରେ ସର୍ଭିସେସ୍ ଯୋଗାଇଦେବା ସହ ଟେଲିକମ୍ ଏବଂ ରିଟେଲ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ରିଲାଏନ୍ସ ରିଟେଲ୍ ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି ଭୂୂବନେଶ୍ୱର ପାଇଁ ବାହାରିଛି ।

ଏହି ଲିଙ୍କ୍ କୁ ଯାଇ ରିଲାଏନ୍ସ ରିଟେଲ୍ ବିଷୟରେ ଅଧିକ ଜାଣିପାରିବେ –

https://relianceretail.com/index.html

ପଦବୀ ର ନାମ – ଏରିଆ ଲସ୍ ପ୍ରିଭେନସନ୍ ଅଫିସର

 

ସ୍ଥାନ – ଭୂବନେଶ୍ୱର  

 

ଯୋଗ୍ୟତା  – 

ଯୁକ୍ତ ତିନି ବା ସ୍ନାତକ ପାସ୍ କରିଥିବା ଦରକାର 

 

ଅଭିଜ୍ଞତା – ୪ ରୁ ୮ ବର୍ଷ ଥିଲେ ଭଲ  

 

ଏହି ଚାକିରୀ କରିବା ପାଇଁ କଣ ଦରକାର ? –

୧) ସୁରକ୍ଷା ମାନସିକତା ବା ସିକ୍ୱୁରିଟି ମାଇଣ୍ଡ ସେଟ୍ ।

୨)  ଗ୍ରାହକ ଆଭିମୁଖ୍ୟ ବା କଷ୍ଟମର ଓରିଏଣ୍ଟେସନ୍ ।

୩) ଫଳାଫଳ ଆଭିମୁଖ୍ୟ ବା ରେଜଲ୍ଟ ଓରିଏଣ୍ଟେଡ୍ ।

୪) ଦଳ ଆଭିମୁଖ୍ୟ ବା ଟିମ୍ ଓରିଏଣ୍ଟେସନ୍ । 

୫)  ଆନାଲିଟିକାଲ୍ ଏବଂ ଲଜିକାଲ୍ ରିଜୋନିଂ ।

 

ଚାକିରୀରେ କଣ ରହିବ ଦାୟିତ୍ୱ ? –

୧) ନିର୍ଦ୍ଦିଷ୍ଟ ଷ୍ଟୋରଗୁଡିକରେ ଷ୍ଟୋର ପ୍ରିଭେନସନ୍ ଲସ୍ ପ୍ରତି ପଦକ୍ଷେପ ନେବାକୁ ପଡିବ । 

୨) ଷ୍ଟୋର ପ୍ରିଭେନସନ୍ ଲସ୍ ର ନୀତି ଏବଂ ନୀତିଗୁଡିକ ପରିଚାଳନା ସହ କାର୍ଯ୍ୟକାରୀ କରିବାକୁ ପଡିବ । 

୩) ଷ୍ଟୋର ବା ଦୋକାନ ଚୋରି , କାରବାର ରେ ଠକେଇ, ଆଭ୍ୟନ୍ତରୀଣ ବା ବାହ୍ୟ ଦୁଷ୍ଟ କାର୍ଯ୍ୟକଳାପକୁ ରୋକିବା , ଚିହ୍ନଟ କରିବା ଏବଂ ସମାଧାନ କରିବାକୁ ପଡିବ ।

୪) ନଗଦ ଟଙ୍କା , ଭଣ୍ଡାର ଆର୍ଥିକ କାରବାର ଏବଂ  ବିନିମୟ ରେ ଦୁଷ୍ଟ ଅସଙ୍ଗତିକୁ ବିଶ୍ଳେଷଣ , ନୀରିକ୍ଷଣ , ଚିହ୍ନଟ ଏବଂ ଅନୁସନ୍ଧାନ କରିବାକୁ ପଡିବ । 

୫) ଚୋରି ଏବଂ ଠକେଇର ମୁକାବିଲା ପାଇଁ ଷ୍ଟୋରରେ ସ୍ଥାପିତ ସୁରକ୍ଷା ଉପକରଣ ଯେପରିକି ସିସିଟିଭି , ଡିଭିଆରଏସ୍ , ଇଏସ୍ ଏବଂ ସୁରକ୍ଷା ଫିଚର୍ ଗୁଡିକର ପ୍ରଭାବଶାଳୀ ବ୍ୟବହାର କରିବାକୁ ପଡିବ । 

୬) ଜରୁରୀକାଳୀନ ବା ସଙ୍କଟପୂର୍ଣ ପରିସ୍ଥିତିରେ ପରସ୍ପର ସହ  ଯୋଗାଯୋଗ କରି କାର୍ଯ୍ୟ କରିବାକୁ ପଡିବ ଏବଂ ବ୍ୟବସାୟର ନିରନ୍ତରତାକୁ ସମର୍ଥନ କରିବାକୁ ପଡିବ । 

୭) ଯୋଗାଯୋଗ ଦକ୍ଷତା ନିହାତି ଦରକାର । ସ୍ଥାନୀୟ ପରିବେଶରେ ବିଦ୍ୟମାନ କିମ୍ବା ସମ୍ଭାବ୍ୟ ବିପଦକୁ ଚିହ୍ନଟ କରିବାକୁ ପଡିବ ଏବଂ ଷ୍ଟୋର ପ୍ରିଭେନସନ୍ ଲସ୍ ହେଡ୍ ଙ୍କୁ ଏହା ବାବଦରେ ଅବଗତ କରିବାକୁ ପଡିବ । 

୮) ଲୋକ ପରିଚାଳନା ଦକ୍ଷତା ସହ ସମସ୍ୟାର ସମାଧାନ କରିପାରୁଥିବା ଦରକାର । 

୯ ) ଆଉଟସୋର୍ସିଂ ରୋଲରେ ସୁରକ୍ଷା କର୍ମଚାରୀଙ୍କ ପ୍ରଶାସନ ସହ ଯୋଗାଯୋଗ କରିବାକୁ ପଡିବ । ସୁରକ୍ଷା ଏଜେନ୍ସିଗୁଡିକର କାର୍ଯ୍ୟଦକ୍ଷତାକୁ ଟ୍ରାକ୍ କରିବାକୁ ପଡିବ । 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://rb.gy/pv4chg

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )