Friday 26th April 2024
ବୈଜ୍ଞାନିକ ପୋଷ୍ଟ ପାଇଁ CSIR-IICT ବିଜ୍ଞପ୍ତି ପ୍ରକାଶ କରିଛି

ବୈଜ୍ଞାନିକ ପୋଷ୍ଟ ପାଇଁ CSIR-IICT ବିଜ୍ଞପ୍ତି ପ୍ରକାଶ କରିଛି

ବୈଜ୍ଞାନିକ ହେବାକୁ ଚାହୁଁଥିବା ପିଲାଙ୍କ ପାଇଁ ଖୁସିଖବର । CSIR ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି, ହାଇଦ୍ରାବାଦ (CSIR-IICT) ରେ ବୈଜ୍ଞାନିକ, ବରିଷ୍ଠ ବୈଜ୍ଞାନିକ ଓ ପ୍ରିନ୍ସିପାଲ୍ ସାଇଣ୍ଟିଷ୍ଟ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ଆଶାୟୀ ପ୍ରାର୍ଥୀ ମାନେ CSIR-IICT ର ଅଫିସିଆଲ ୱେବସାଇଟ୍ iict.res.in କୁ ଯାଇ ଆବେଦନ କରିପାରିବେ । ଏହା ବ୍ୟତୀତ ବିଜ୍ଞପ୍ତି ଦେଖିବାକୁ ଚାହୁଁଥିବା ପ୍ରାର୍ଥୀମାନେ  https://images.news18.com/ibnkhabar/uploads/2023/01/CSIR-IICT-Recruitment-2023-Notification-PDF.pdf ଏହି ଲିଙ୍କ୍‌ରେ କ୍ଲିକ୍ କରି ଦେଖିପାରିବେ ।CSIR-IICT Hyderabad - YouTube

ଗୁରୁତ୍ୱପୂର୍ଣ୍ଣ ତାରିଖ:

• ଆବେଦନର ଆରମ୍ଭ କରିବାର ତାରିଖ ୧୯ଡିସେମ୍ବର ୨୦୨୨ରୁ ଆରମ୍ଭ ହୋଇଯାଇଛି
• ଆବେଦନ କରିବାର ଶେଷ ତାରିଖ ହେଉଛି ୩୧ ଜାନୁଆରୀ ୨୦୨୩

ଖାଲିଥିବା ପଦବୀ:

• ମୋଟ ପଦବୀ-୨୦
• ବରିଷ୍ଠ ବୈଜ୍ଞାନିକ-୨ଟି ପଦବୀ
• ପ୍ରିନ୍ସିପାଲ୍ ବୈଜ୍ଞାନିକ-୨ଟି ପଦବୀ
• ବୈଜ୍ଞାନିକ- ୧୬ଟି ପଦବୀ

ଯୋଗ୍ୟତା:

ପ୍ରତ୍ୟେକ ପଦବୀ ପାଇଁ ପିଏଚ୍‌ଡି ଡିଗ୍ରୀ ଦରକାର

ଦରମା:

• ବରିଷ୍ଠ ବୈଜ୍ଞାନିକ-୧,୩୯,୯୫୬ ଟଙ୍କା
• ପ୍ରିନ୍ସିପାଲ୍ ବୈଜ୍ଞାନିକ-୨,୧୩,୦୫୧ ଟଙ୍କା
• ବୈଜ୍ଞାନିକ-୧,୨୧,୬୪୧ ଟଙ୍କା

ଆବେଦନ ଶୁଳ୍କ:

ଆଶାୟୀ ପ୍ରାର୍ଥୀମାନେ ଅନ୍‌ଲାଇନ୍ ପେମେଣ୍ଟ ସିଷ୍ଟମ ମାଧ୍ୟମରେ ୧୦୦ଟଙ୍କା ଆବେଦନ ଫି ଜମା କରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )