Thursday 28th March 2024

About Us

ହଁ, ଆମେ ଓଡି଼ଆ । ଆମ ମାତୃଭାଷା ବି ଓଡି଼ଆ । ଆଧୁନିକତା ର ପରିଚୟ ଦେଇ ଓଡି଼ଶାରେ ଯେତେ ହିନ୍ଦୀ ଏବଂ ଇଂରାଜୀ କହିଲେ ମଧ୍ୟ ଓଡି଼ଆ ଭାଷା ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଓଡି଼ଆରେ କଥା ହେଲେ ପ୍ରତ୍ୟେକ କଥା ଆପଣାର ଲାଗେ ।

ଓଡି଼ଶା ହେଉଛି ପ୍ରଥମ ରାଜ୍ୟ ଯାହାକି ଭାଷା ଆଧାରରେ ଗଠନ ହୋଇଥିଲା । ପ୍ରାୟ ୨୦୦୦ ବର୍ଷ ପୂର୍ବରୁ ଉର୍ଦ୍ଧ ଆମ ଓଡି଼ଆ ଭାଷା । ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇବାରେ ଓଡି଼ଆ ୬ ନମ୍ବର । ସଂସ୍କୃତ ପରେ ସର୍ବାଧିକ ପାଣ୍ଡୁଲିପି ଓଡି଼ଆରେ ଲିପିବଦ୍ଧ । ଓଡିଆ ଡେଲି ଓ୍ୱେବସାଇଟ୍ ରେ ଓଡି଼ଶା ର ଖବର ସହ ପ୍ରତ୍ୟେକଟି ବର୍ଗର ତଥ୍ୟ ଓଡିଆ ଭାଷାରେ ଏବେ ଆପଣଙ୍କ ହାତପାହାନ୍ତାରେ । ଓଡିଶାର ଗୁରୁତ୍ୱପୂର୍ଣ୍ଣ ଖବର ହେଉ କିମ୍ବା ମନୋରଞ୍ଜନ ଦୁନିଆର ଚର୍ଚ୍ଚା , ସବୁକିଛି ଆପଣଙ୍କ ହାତ ପାହାନ୍ତାରେ । ଶିକ୍ଷା ଏବଂ ନିଯୁକ୍ତି ର ଚାକିରୀ ବିଜ୍ଞପ୍ତି ହେଉ କିମ୍ବା ସ୍ୱାସ୍ଥ୍ୟ ସଂମ୍ପର୍କିତ ତଥ୍ୟ ଏବେ ଓଡି଼ଆ ଡେଲି ର ଓ୍ୱେବସାଇଟ୍ ରେ ଉପଲବ୍ଧ । ରହସ୍ୟ ଦୁନିଆ , ଖେଳ ଦୁନିଆ ଏବଂ ବ୍ୟବସାୟ ବାଣିଜ୍ୟ ର ଅନେକ ତଥ୍ୟ ଏଠାରେ ଉପଲବ୍ଧ । ବିଜ୍ଞାନ ଓ ପ୍ରଯୁକ୍ତି ବର୍ଗରେ ଆପଣ ଜାଣିପାରିବେ ବିଜ୍ଞାନ ସଂମ୍ପର୍କିତ ଅନେକ କଥା । ତେବେ ଆଉ ଡେରି କାହିଁକି , ଆମ ସହ ଯୋଡି ହୋଇ ଯାଆନ୍ତୁ ଏବଂ ପାଆନ୍ତୁ ବିଭିନ୍ନ ବର୍ଗର ସମସ୍ତ ତଥ୍ୟ କେବଳ ଓଡିଆରେ । ଆମେ ଆଶାକରୁଛୁ ଆପଣ ଉପକୃତ ହେବେ । ଓଡିଆ ଡେଲି ଓ୍ୱେବସାଇଟ୍ ଭିଜିଟ୍ କରିଥିବାରୁ ଧନ୍ୟବାଦ ।

COMMENTS

Wordpress (0)
Disqus (0 )