Tuesday 16th April 2024
ଅଳ୍ପ Investmentରେ ଆଜି ହିଁ ଆରମ୍ଭ କରନ୍ତୁ ଏହି ୧୦ଟି ବ୍ୟବସାୟ

ଅଳ୍ପ Investmentରେ ଆଜି ହିଁ ଆରମ୍ଭ କରନ୍ତୁ ଏହି ୧୦ଟି ବ୍ୟବସାୟ

ଆମ ଦେଶରେ ମହିଳାଙ୍କ ସଂଖ୍ୟା ପୁରୁଷଙ୍କ ଠାରୁ ଅଧିକ ରହିଛି । ଆଜିର ସମୟରେ ମହିଳା ମାନେ ସ୍ୱାବଲମ୍ବି ହେବାକୁ ଚାହୁଁଛନ୍ତି । ସେମାନେ ମଧ୍ୟ ଚାହାଁନ୍ତି ଚାକିରୀ କିମ୍ବା ବ୍ୟବସାୟ କରି ନିଜ କ୍ୟାରିୟରରେ ଆଗକୁ ବଢ଼ିବେ । ଅନେକ କ୍ଷେତ୍ରରେ ଦେଖାଯାଇଛି କି ମହିଳା ମାନଙ୍କୁ ସାଧାରଣତଃ କଲ୍ ସେଣ୍ଟରରେ, ନର୍ସ, ରୋଷେଆ, ଶିକ୍ଷୟତ୍ରୀ, ବିଉଟିସିଆନ୍‌, ରିସେପ୍ସନିଷ୍ଟ ଭାବେ ଚାକିରୀ ମିଳେ । କିନ୍ତୁ ମହିଳା ମାନଙ୍କ ପାଇଁ କେବଳ ଏହି ଚାକିରୀ ହିଁ କାହିଁକି କରିବେ । ଆଜିର ମହିଳା ସବୁ ପ୍ରକାରର ଚାକିରୀ ଏମିତି କି ବ୍ୟବସାୟ କରିବାର କ୍ଷମତା ରଖୁଛନ୍ତି । ଏବେ ବି ଅନେକ କମ୍ପାନୀରେ ସମାନ ଶିକ୍ଷାଗତ ଯୋଗ୍ୟତା ଥିବା ସତ୍ୱେ ମହିଳାଙ୍କ ପୂର୍ବରୁ ପୁରୁଷଙ୍କୁ ଚାକିରୀ କରିବାକୁ ସୁଯୋଗ ଆଗ ମିଳୁଛି । କାହିଁକି ନା ମହିଳାଙ୍କୁ ସତର୍କ ରହିବାକୁ ପଡ଼େ ଏବଂ କୌଣସି ବି କାର୍ଯ୍ୟ କ୍ଷେତ୍ରରେ ଅତ୍ୟଧିକ ସମୟ ଦେଇପାରନ୍ତି ନାହିଁ ଆହୁରୀ ଅନେକ କିଛି କାରଣ ମହିଳାଙ୍କୁ ଚାକିରୀ କ୍ଷେତ୍ରରେ ସାମ୍ନା କରିବାକୁ ପଡ଼େ । ମାତ୍ର ଆଜିର ଆର୍ଟିକିଲରେ ଆମେ ଆପଣଙ୍କୁ ଜଣାଇବୁ କି କେଉଁ କେଉଁ ବ୍ୟବସାୟ କରି ଜଣେ ମହିଳା ସଫଳ ଉଦ୍ୟୋଗପତି ହୋଇପାରିବ? ତେବେ ଚାଲନ୍ତୁ ଜାଣିବା କଣ କଣ ସେହି ସବୁ ବ୍ୟବସାୟ । ତେବେ ନିମ୍ନରେ ଦିଆଯାଇଥିବା ବ୍ୟବସାୟ ବିଷୟରେ ସବିଶେଷ ସୁଚନା ଜାଣିବା ପାଇଁ ଶେଷ ଯାଏଁ ପଢ଼ନ୍ତୁ ।
Business Ideas for Women - IndiaFilingsସବୁ ମହିଳା କିଛି ନା କିଛି କାମ କରିବା ଦରକାର, ଖାଲି ପଇସା ପାଇଁ ନୁହେଁ ବରଂ ନିଜ ପାଇଁ ଗୋଟିଏ ପରିଚୟ ସୃଷ୍ଟି କରିବା ପାଇଁ । କାରଣ ଯେତେବେଳେ ଗୋଟିଏ ମହିଳା କାମ କରେ ସେ ଆତ୍ମବିଶ୍ୱାସୀ ହୋଇଯାଏ । ଆଉ ସେହି ଆତ୍ମବିଶ୍ୱାସ ରହିଲେ ନିଜେ ନିଜ ପାଇଁ କୌଣସି କ୍ଷେତ୍ରରେ ଛିଡ଼ା ହୋଇପାରିବ । ତେଣୁ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ଘରେ ରହି କାମ କରିବାକୁ ଚାହାଁନ୍ତି, ଯାହା ଫଳରେ ସେମାନଙ୍କୁ ବାହାରକୁ ଯିବାକୁ ପଡ଼ିବନି, ଘରର ସବୁ କାମ ହୋଇ ପାରିବ ଏବଂ ସେମାନେ ସ୍ୱାବଲମ୍ବି ମଧ୍ୟ ହୋଇପାରିବେ । ସେଥିପାଇଁ ପ୍ରଥମେ ମହିଳା ମାନଙ୍କୁ ଭାବିବା ଦରକାର କେଉଁ ବ୍ୟବସାୟ କରିବାରେ ସେମାନଙ୍କୁ ସୁବିଧା ହେବ ।

ବିୟୁଟି ସେଲୁନ୍ (Beauty Salon):

ଯଦି ଆପଣ ଭାବୁଛନ୍ତି କି ଆପଣଙ୍କୁ ବିୟୁଟି ସେଲୁନ୍ ଖୋଲିବା ଦରକାର ତେବେ ଏହା ଏକ ଭଲ ବ୍ୟବସାୟ ଆପଣଙ୍କ ପାଇଁ ସାବ୍ୟସ୍ତ ହୋଇପାରିବ। କିନ୍ତୁ ଏହା କରିବା ପୂର୍ବରୁ ଆପଣଙ୍କୁ ଉଚିତ୍ ନିଷ୍ପତି ନେବାକୁ ପଡ଼ିବ ଏବଂ ଆଗ ଗୋଟିଏ ଭଲ ପ୍ଲାନ ପ୍ରସ୍ତୁତ କରିବାକୁ ପଡ଼ିବ । ଆଜିର ସମୟରେ ସମସ୍ତେ ଚାହାଁନ୍ତି ବାହାଘର କିମ୍ବା ଅନ୍ୟ କୌଣସି ପର୍ବରେ ଭଲ ଦେଖାଯିବାକୁ ଏବଂ ଷ୍ଟାଇଲିସ୍ ରହିବାକୁ । ସବୁ ପର୍ବପର୍ବାଣୀରେ ଭଲ ଦେଖାଯିବାକୁ ପୁଅ, ଝିଅ ସମସ୍ତେ ଚାହଁନ୍ତି ସେଥିପାଇଁ ସେମାନେ ଭଲ ସେଲୁନ୍ ସନ୍ଧାନରେ ଥାଆନ୍ତି । ସେଥିପାଇଁ ଆପଣଙ୍କୁ କିଛି ବିଶେଷ କଥା ଉପରେ ଧ୍ୟାନ ଦେବାକୁ ପଡ଼ିବ ଯେମିତି କି:

•ନିଜ ସେଲୁନକୁ ଗ୍ରାହକଙ୍କୁ ଆକର୍ଷିତ କରିବା
• ଉତ୍ତମ ସେବା ଯୋଗାଇବା
• କାମ ବିଷୟରେ ପାରଜ୍ଞମ ଥିବା କର୍ମଚାରୀଙ୍କୁ ରଖିବା
• ସେଲୁନ୍ ବା ପାର୍ଲରର ପରିବେଶ ଆକର୍ଷଣୀୟ ହେବାଦରକାର
• ଗ୍ରାହକଙ୍କୁ ଆବଶ୍ୟକତା ଅନୁସାରେ ସେବା ଯୋଗାଇବା
• ଉଚିତ୍ ଜାଗାରେ ନିଜର ସେଲୁନ୍ ତିଆରି କରିବା କିମ୍ବା ଭଡ଼ାରେ ନେବା
• ମାର୍କେଟରେ ନିଜ ପ୍ରତିଯୋଗୀଙ୍କୁ ଜାଣିବା
• ସେଲୁନ୍‌ର ଗୋଟିଏ ଭଲ ନାମ ରଖିବା
• ନିଜର ଏକ ଭଲ ଭିଜିଟିଂ କାର୍ଡ ବନେଇବା
• ନିଜ ସର୍ଭିସକୁ ନେଇ ସୋସିଆଲ ମିଡିଆରେ ଭିଡିଓ ଓ ଫୋଟୋ ନିଶ୍ଚୟ ସେୟାର କରିବେ

ଏଭଳି ବିଶେଷ କଥା ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ । ଏହା ଆପଣଙ୍କ ବିଜନେସରେ ଭଲ ରୋଜଗାର କରିବା ଉପାୟ ପାଲଟି ଯିବ । ଯାହା ପରେ ଆପଣ ଗୋଟିଏ ଭଲ ବିୟୁଟି ସେଲୁନ୍ ଖୋଲି ପାରିବେ ଏବଂ ଗୋଟିଏ ସଫଳ ମହିଳା Entrepreneure ହୋଇପାରିବେ ।

ଚକ୍‌ଲେଟ୍ ତିଆରି ବିଜ୍‌ନେସ୍ (Chocolate Making):

ଚକ୍‌ଲେଟ୍ ଏହି ନା’ ଟି ଯଥେଷ୍ଟ ଏହି ବିଷୟରେ କହିବା ପାଇଁ । କାରଣ ଚକ୍‌ଲେଟ୍ ଏମିତି ଗୋଟିଏ ଜିନିଷ ଯାହାକୁ ଛୋଟ ପିଲାରୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି । ଆଉ ଏହା ସେହି ଜିନିଷ ଯାହାକୁ ନେଇ ଆପଣ ଗୋଟିଏ ଭଲ ବିଜନେସ୍ ଆରମ୍ଭ କରିପାରିବେ । ଆଜିର ସମୟରେ ଚକଲେଟ୍ ବିଭିନ୍ନ ପ୍ରକାରର ଷ୍ଟାଇଲରେ ମାର୍କେଟରେ ତିଆରି ହେଉଛି ଏବଂ ବିକ୍ରି ହେଉଛି । ଏହି କ୍ଷେତ୍ରରେ ଆପଣଙ୍କୁ ବିଭିନ୍ନ ପ୍ରକାରର ଫ୍ଲେଭର ତିଆରି କରିବାର ସୁଯୋଗ ମିଳିବ । ତେଣୁ ଆପଣ ମଧ୍ୟ ବିଭିନ୍ନ ପ୍ରକାରର ନୂଆ ନୂଆ ଫ୍ଲେଭରର ଚକ୍‌ଲେଟ୍ ତିଆରି କରିପାରିବେ । ସେଥିପାଇଁ ଆପଣଙ୍କୁ ପ୍ରଥମେ କିଛି ବିଶେଷ କଥା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ ଯେମିତି କି:

• ଆକର୍ଷିତ ପ୍ୟାକେଜିଙ୍ଗ
• ନିଜ ବିଜନେସର ଗୋଟିଏ ଚକ୍‌ଲେଟି ନା’ ରଖନ୍ତୁ
• ଚକଲେଟ୍‌ର ସୁନ୍ଦର ଡିଜାଇନ୍ ସ୍ଥିର କରନ୍ତୁ
• ସୋସିଆଲ ମିଡିଆ ପେଜ୍ ତିଆରି କରି ସେଠାରେ ମାର୍କେଟିଂ କରନ୍ତୁ
• ନିଜ ଲୋକାଲ ମାର୍କେଟକୁ ଚକଲେଟ୍ ବିକ୍ରି କରନ୍ତୁ
• ପର୍ବପର୍ବାଣୀ ସମୟରେ ସ୍ପେସାଲ୍ ଅଫର୍ ଦିଅନ୍ତୁ
• ବଡ଼ ବ୍ୟବସାୟ ପାଇଁ ସ୍ୱାସ୍ଥ୍ୟ ବିଭାଗରୁ ଅନୁମୋଦନ କରନ୍ତୁ

ଏଭଳି ବିଶେଷ କଥା ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ । ଏହା ଆପଣଙ୍କ ବିଜନେସରେ ଭଲ ରୋଜଗାର କରିବା ଉପାୟ ପାଲଟି ଯିବ । ଯାହା ପରେ ଆପଣ ଗୋଟିଏ ଭଲ ଚକ୍‌ଲେଟ୍ ତିଆରି ବିଜ୍‌ନେସ୍ କରିପାରିବେ ଏବଂ ଗୋଟିଏ ସଫଳ ମହିଳା Entrepreneure ହୋଇପାରିବେ।

ଫ୍ୟାସନ ଡିଜାଇନର (Fashion Designer):

ଗୋଟିଏ ଲୋକପ୍ରିୟ ବିଜନେସ୍ ବିଷୟରେ ଯଦି ଆମେ କହିବା ତେବେ ତାହା ହେଉଛି ଫ୍ୟାସନ ଡିଜାଇନ୍ । ଯଦି ଫ୍ୟାସନ୍ ସମ୍ବନ୍ଧିତ ଆପଣଙ୍କ ପାଖରେ କିଛି ଜ୍ଞାନ ଅଛି କିମ୍ବା ଆପଣ କୌଣସି ଫ୍ୟାସନ୍ ଡିଜାଇନ୍ କୋର୍ସ କରିଛନ୍ତି, ତେବେ ଏହି ବିଜ୍‌ନେସ୍ କରିବା ଆପଣଙ୍କ ପାଇଁ ଉଚିତହେବ । ଆଜିର ସମୟରେ ଆପଣ ଯେତେ ବି ଫ୍ୟାସନ ସମ୍ବନ୍ଧିତ ପୋଷାକ ଦେଖୁଛନ୍ତି, ସେ ସବୁକୁ ଜଣେ ଡିଜାଇନର ହିଁ ତିଆରି କରିଥାନ୍ତି । ଏହି କାମଟି ଏତେ ସହଜ ନୁହେଁ ଆପଣଙ୍କୁ କଡ଼ା ପରିଶ୍ରମ କରିବାକୁ ପଡ଼ିଥାଏ ଯାହା ଫଳରେ ଗୋଟିଏ ନୂଆ ପ୍ରଡକ୍ଟ ଆପଣ ବଜାରକୁ ଆଣି ପାରିବେ । କାରଣ ଗ୍ରାହକଙ୍କୁ ସବୁବେଳେ ନୂଆ ଏବଂ ସମସ୍ତଙ୍କ ଠାରୁ ଅଲଗା ଦେଖାଯାଉଥିବା ଡିଜାଇନ୍ ଦରକାର ହୋଇଥାଏ । ତେଣୁ ଯଦି ଆପଣଙ୍କ ଗ୍ରାହକ ଆପଣଙ୍କୁ ବିଶ୍ୱାସ କରୁଛି ତେବେ ତାହା ଆପଣଙ୍କ ପାଇଁ ଗୋଟିଏ ଭଲ କଥା ହୋଇଥାଏ । ସେଥିପାଇଁ ଆପଣଙ୍କୁ ପ୍ରଥମେ କିଛି ବିଶେଷ କଥା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ ଯେମିତି କି:

• ଭଲ ବିଜନେସ୍ ଯୋଜନା
• ଆବଶ୍ୟକ ଜିନିଷ କିଣନ୍ତୁ
• ଉଚିତ୍ ଜାଗାରେ ନିଜର ବୁଟିକ୍ କରନ୍ତୁ
• ନିଜ ବ୍ରାଣ୍ଡର ଗୋଟିଏ ଆକର୍ଷିତ ନା’ ଦିଅନ୍ତୁ ଗୋଟିଏ ଭଲ ଟ୍ୟାଗ୍‌ଲାଇନ୍ ସହିତ
• ଗୋଟିଏ ଭଲ ଲୋଗ ତିଆରି କରନ୍ତୁ
• ନିଜ ବ୍ରାଣ୍ଡିଂର ଅନ୍‌ଲାଇନ୍ ଏବଂ ଅଫ୍‌ଲାଇନ୍ ମାର୍କେଟିଂ କରନ୍ତୁ
• ନିଜ ବିଜନେସ୍‌ରେ ୟଙ୍ଗ ଜେନେରେସନ୍‌କୁ ଅଧିକ ଟାର୍ଗେଟ କରନ୍ତୁ

ଏଭଳି ବିଶେଷ କଥା ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ । ଏହା ରୋଜଗାର କରିବା ଏବଂ ଭଲ ଲାଭ ପାଇବାର ବିଜନେସ୍ ହୋଇଥାଏ । ଯାହା ପରେ ଆପଣ ଗୋଟିଏ ଭଲ ଫ୍ୟାସନ ଡିଜାଇନର ହୋଇପାରିବେ ଏବଂ ଗୋଟିଏ ସଫଳ ମହିଳା Entrepreneure ହୋଇପାରିବେ ।

ମ୍ୟାରେଜ୍ ବ୍ୟୁରୋ (Marriage Bureau):

ଆମ ଭାରତରେ ଅନେକ ମ୍ୟାରେଜ୍ ବ୍ୟୁରୋ ରହିଛି । ଯଦି ଆପଣ ମଧ୍ୟ ଗୋଟିଏ ମ୍ୟାରେଜ୍ ବ୍ୟୁରୋ ବିଜନେସ୍ କରିବାକୁ ଚାହୁଁଛନ୍ତି । ତେବେ ମହିଳା ଭାବେ ଆପଣଙ୍କ କ୍ୟାରିୟର ପାଇଁ ଏହା ଗୋଟିଏ ଭଲ ଅପ୍ସନ ହୋଇପାରେ । କାରଣ ଏହି ବିଜନେସ୍‌ରେ ଆପଣ ଭଲ ରୋଜଗାର କରିପାରିବେ । ଏହି ସର୍ଭିସରେ ପାର୍ଥୀକୁ ନିଜ ନା’ ରେଜିଷ୍ଟର କରିବାକୁ ପଡ଼େ ଗୋଟିଏ ଭଲ ଜୀବନସାଥି ଟିଏ ପାଇବା ପାଇଁ । ଏହା ପରେ ପ୍ରାର୍ଥୀର ଦରକାର ଅନୁସାରେ ବ୍ୟୁରୋ ପରାମର୍ଶ ଦିଏ । ଏହି ପ୍ରକ୍ରିୟାରେ ପ୍ରାର୍ଥୀଙ୍କୁ ରେଜିଷ୍ଟେସନ ପାଇଁ କିଛି ଟଙ୍କା ବାନ୍ଧିବାକୁ ପଡ଼ିଥାଏ । ସେମାନଙ୍କ ପାଇଁ ଗୋଟିଏ ଭଲ ପ୍ୟାକେଜ୍ ୫ହଜାରୁ ୧୦ ହଜାର ଟଙ୍କା ହୋଇଥାଏ । ଯାହା ପରେ ତାଙ୍କ ମନପସନ୍ଦର ପ୍ରାର୍ଥୀ ଖୋଜିପାରିବେ । ଏହା ଭାବିବା ପରେ ଆପଣ ଗୋଟିଏ ମ୍ୟାରେଜ୍ ବ୍ୟୁରୋ ଖୋଲି ପାରିବେ । ସେଥିପାଇଁ ଆପଣଙ୍କୁ ପ୍ରଥମେ କିଛି ବିଶେଷ କଥା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ ଯେମିତି କି:

• ଉଚିତ୍ ଜାଗାରେ ନିଜର ବ୍ୟୁରୋ କରନ୍ତୁ
• ନିଜର ଭଲ ଡିଜାଇନର ୱେବସାଇଟ୍ ତିଆରି କରନ୍ତୁ
• ମାର୍କେଟରେ ନିଜ ପ୍ରତିଯୋଗୀଙ୍କୁ ଜାଣିବା
• ଗ୍ରାହକ କେମିତି ମିଳିବେ ତାର ଅନୁଧ୍ୟାନ କରିବା
• ନିଜ ବ୍ୟୁରୋର ଗୋଟିଏ ଭଲ ଟ୍ୟାଗ୍‌ଲାଇନ୍ ସହିତ ଗୋଟିଏ ଆକର୍ଷିତ ନା’ ଦିଅନ୍ତୁ
• ନିଜ ପ୍ୟାକେଜ୍‌ରେ ବିଭିନ୍ନ ଭେରାଇଟି ରଖନ୍ତୁ

ଏଭଳି ବିଶେଷ କଥା ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ । ଏହା ରୋଜଗାର କରିବା ଏବଂ ଭଲ ଲାଭ ପାଇବାର ବିଜନେସ୍ ହୋଇଥାଏ । ଯାହା ପରେ ଆପଣ ଗୋଟିଏ ଭଲ ମ୍ୟାରେଜ୍ ବ୍ୟୁରୋ ଖୋଲି ପାରିବେ ଏବଂ ଗୋଟିଏ ସଫଳ ମହିଳା Entrepreneure ହୋଇପାରିବେ ।

ରୋଷେଇ ଶିକ୍ଷା (Cooking Classes):

ନୀତିଦିନିଆ ଜିନିଷ ଭିତରେ ଖାଦ୍ୟ ଯାଉଛି, ଆଉ ଖାଦ୍ୟ ଆମ ପାଇଁ ନିହାତି ଆବଶ୍ୟକ । ତେଣୁ ସମସ୍ତେ ଚାହାଁନ୍ତି ସବୁଦିନ କିଛି ନା କିଛି ସୁଆଦିଆ ଖାଦ୍ୟ ଖାଇବାକୁ । ତେବେ ଆପଣ ଯଦି ଭଲ ରୋଷେଇ କରିପାରୁଛନ୍ତି, ବିଭିନ୍ନ ପର୍ବପର୍ବାଣୀରେ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରିବା ଆପଣଙ୍କୁ ପସନ୍ଦ, ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରି ଶିଖେଇବା ପାଇଁ ପସନ୍ଦ ଏବଂ ଏହାକୁ ବୃତ୍ତି କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଗୋଟିଏ ଭଲ ଅପ୍ସନ ହେବ । କାରଣ ଆଜିର ସମୟରେ ଅନେକ ଲୋକଙ୍କୁ ଖାଦ୍ୟ ତିଆରି ଜଣା ନଥାଉଛି, କିନ୍ତୁ ସେମାନେ ଜାଣିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏବଂ ନିଜେ ବୃତ୍ତି କରିବା ପାଇଁ ଆପଣ ରୋଷେଇ ଶିକ୍ଷା ଦେଇ ପାରିବେ । ଯାହା ଫଳରେ ଆପଣ ଅନେକ ଲୋକଙ୍କର ସାହାର୍ଯ୍ୟ କରିପାରିବେ। ସେଥିପାଇଁ ଆପଣଙ୍କୁ ପ୍ରଥମେ କିଛି ବିଶେଷ କଥା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ ଯେମିତି କି:

• କେଉଁଭଳି ମଙ୍କସଗ୍ଦସଦ୍ଭର ଶିଖେଇବାକୁ ଚାହିଁବେ
• ଗୋଟିଏ ବଜେଟ୍ ସ୍ଥିର କରନ୍ତୁ
• ନିଜ ବିଜନେସ୍ ପାଇଁ ଲାଇସେନ୍ସ ଏବଂ ରେଜିଷ୍ଟେସନ କରନ୍ତୁ
• ବିଭିନ୍ନ କୋର୍ସର ଲିଷ୍ଟ ପ୍ରସ୍ତୁତ କରନ୍ତୁ
• ଲିଷ୍ଟର ଆକର୍ଷିତ ନା’ ସହ କୋର୍ସ ଫିସ୍ ସ୍ଥିର କରନ୍ତୁ
• ନିଜ ଘରେ ଅଥବା ଦୋକାନ ଭଡ଼ା ନେଇପାରିବେ
• ନିଜ ରୋଷେଇ ଶିକ୍ଷା ବିଜନେସ୍‌ର ଗୋଟିଏ ଭଲ ନାମ ରଖନ୍ତୁ
• ନିଜ ବିଜନେସ୍ ପାଇଁ ମାର୍କେଟିଂ ପ୍ଲାନ କରନ୍ତୁ
• ଆକର୍ଷିତ ଅଫର ରଖନ୍ତୁ

ଏଭଳି ବିଶେଷ କଥା ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ । ଏହା ରୋଜଗାର କରିବା ଏବଂ ଭଲ ଲାଭ ପାଇବାର ବିଜନେସ୍ ହୋଇଥାଏ । ଯାହା ପରେ ଆପଣ ଗୋଟିଏ ସଫଳ ମହିଳା Entrepreneure ହେବା ସହ ଲୋକଙ୍କୁ ଭଲ ରୋଷେଇ ଶିକ୍ଷା ଦେଇପାରିବେ ।

ପାମ୍ପଡ଼ ତିଆରି ବିଜନେସ୍ (Papad Making):

ନିଜ ଘରୁ ଗୋଟିଏ ଛୋଟ ବିଜନେସ୍ କରିବାକୁ ଚାହୁଁଥିବା ମହିଳା ମାନଙ୍କ ପାଇଁ ଏହା ଏକ ଭଲ ଅପ୍ସନ । ଯାହା ହେଉଛି ପାମ୍ପଡ଼, ଆଜିର ସମୟରେ ଅନେକ ମହିଳା ଘରୁ ଏହି ବିଜନେସ୍ କରି ଭଲ ରୋଜଗାର କରିବା ସହ ଭଲ ଲାଭ ବି କରିପାରୁଛନ୍ତି । ଆପଣ ବି ଯଦି ଘରୁ କିଛି ବିଜନେସ୍ କରିବାକୁ ଚାହୁଁଛନ୍ତି ତେବେ ଏହି ବିଜନେସ୍ କରି ଆପଣ ବହୁତ ଲାଭରେ ରହିବେ । କାରଣ ଏହା ଏକ ଛୋଟ ବିଜନେସ୍ ହୋଇଥାଏ ଯାହାକୁ ଆପଣ ଘରେ ରହି ଆରମ୍ଭ କରିପାରିବେ । ସେଥିପାଇଁ ଆପଣଙ୍କୁ ପ୍ରଥମେ କିଛି ବିଶେଷ କଥା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ ଯେମିତି କି:
• ଚିନ୍ତା କରନ୍ତୁ ଆପଣ କେଉଁ ସ୍ୱାଦଯୁକ୍ତ ପାମ୍ପଡ଼ ତିଆରି କରିବେ ଯେପରି ଆଳୁ ପାମ୍ପଡ଼, ଚାଉଳ ପାମ୍ପଡ଼ ଇତ୍ୟାଦି
• ମାର୍କେଟରେ ଦେଖନ୍ତୁ ଗ୍ରାହକ କେଉଁ ସ୍ୱାଦଯୁକ୍ତ ପାମ୍ପଡ଼ର ଡିଭାଣ୍ଡ ବେସୀ କରୁଛନ୍ତି
• ଡିଲର ଓ ହୋଲସେଲରଙ୍କ ସହ ଯୋଗାଯୋଗ କରନ୍ତୁ
• ନିଜ ବିଜନେସ୍ ଗୋଟିଏ ଆକର୍ଷିତ ନା’ ଦିଅନ୍ତୁ ଗୋଟିଏ ଭଲ ଟ୍ୟାଗ୍‌ଲାଇନ୍ ସହିତ
• ମାକେଟିଂ, ଅନଲାଇନ୍ ମାର୍କେଟିଂ କରନ୍ତୁ
• ଖବର କାଗଜରେ ନିଜ ବିଜନେସ୍‌ର ପାମ୍ପଲେଟ ଦିଅନ୍ତୁ

ଏଭଳି ବିଶେଷ କଥା ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ । ଏହା ରୋଜଗାର କରିବା ଏବଂ ଭଲ ଲାଭ ପାଇବାର ବିଜନେସ୍ ହୋଇଥାଏ । ଯାହା ପରେ ଆପଣ ଗୋଟିଏ ସଫଳ ମହିଳା Entrepreneure ହେବା ସହ ଲୋକଙ୍କୁ ଭଲ ପାମ୍ପଡ଼ କରି ଦେଇପାରିବେ ।

କ୍ୟାରିୟର କାଉନ୍ସିଲିଂ (Career Counseling):

ଆଜିର ସମୟରେ ଅନେକ ପିଲା ଅଛନ୍ତି ଯେଉଁମାନେ ନିଜ ପାଠ ପଢ଼ା ଶେଷ କରି ସାରିଛନ୍ତି କିମ୍ବା ପଢ଼ୁଛନ୍ତି । କିନ୍ତୁ ପିଲାଙ୍କ ପାଇଁ ଅନେକ ସମସ୍ୟା ଏହାକୁ ନେଇ ସୃଷ୍ଟି ହେଉଛି କି କ୍ୟାରିୟରରେ କିଛି କରିବା ପାଇଁ କେଉଁ ଷ୍ଟ୍ରିମ ନେଇକି କଣ କରିବା ଦରକାର କିମ୍ବା ପାଠ ପଢ଼ା ଶେଷ କରିବା ପରେ କେଉଁ ବିଷୟକୁ ନେଇ କ୍ୟାରିୟର କରିବା ଦରକାର । ତେଣୁ ସେମାନଙ୍କୁ ଦରକାର ହୁଏ ଉଚିତ୍ ମାର୍ଗଦର୍ଶନ । ଯାହା ପାଇଁ ଆପଣଙ୍କୁ ଆପଣଙ୍କ ଇଚ୍ଛା ଅନୁସାରେ ଷ୍ଟ୍ରିମ ବାଛିବାକୁ ହୋଇଥାଏ । ଏବେ ଖାଲି ଡାକ୍ତର, ଇଞ୍ଜିନୟର, ଓକିଲ ଏହାର ଅପ୍ସନ ନୁହେଁ ବରଂ ଆଜିର ସମୟରେ ଅନେକ କ୍ୟାରିୟର ଅପ୍ସନ ରହିଛି ଯାହାକୁ ନେଇ ପିତାମାତା ଙ୍କ ସହ ପିଲା ବି ଚିନ୍ତାରେ ରହୁଛନ୍ତି । ତେଣୁ ଆପଣଙ୍କ ପାଖରେ ଯଦି ସେହି ଜ୍ଞାନ ଅଛି ବିଭିନ୍ନ ପ୍ରକାରର ଚାକିରୀକୁ ନେଇ, ଯାହାକି ଛାତ୍ର୍ରୀଙ୍କ ପାଇଁ ତାଙ୍କ ଷ୍ଟ୍ରିମ ଅନୁସାରେ ମନପସନ୍ଦର ହୋଇଥିବ । ତେବେ ଆପଣ କ୍ୟାରିୟର କାଉନ୍ସିଲିଂର ବିଜନେସ କରିପାରିବେ ।

ଫ୍ରିଲାନ୍ସ ଲେଖକ (Freelance Writing):

ଅନେକ ପିଲା ଲେଖିବାକୁ ବହୁତ ପସନ୍ଦ କରିଥାନ୍ତି ମାତ୍ର ପାଠ ପଢ଼ା ଶେଷ ହେବା ପରେ କଣ କରିବେ ଜାଣି ପାରନ୍ତି ନାହିଁ, ଅନେକ ପିଲା ଭଲ ଚାକିରୀ ନମିଳିବାରୁ ପାଠ ପଢ଼ା ସାରି ଘରେ ବସିଛନ୍ତି କିମ୍ବା ବାହାଘର ପରେ ଅନେକ ପିଲା କିଛି ଚାକିରୀ କରିପାରୁ ନାହଁନ୍ତି । ଆଉ ଏହା ଏକ ବଡ଼ କଥା, ତେଣୁ ସେହିପରି ମହିଳା ମାନେ ଘରୁ ହିଁ ନିଜ ବିଜନେସ୍ ଆରମ୍ଭ କରିପାରିବେ । ଯେପରି ଫ୍ରିଲାନ୍ସ ଲେଖକ, ଯଦି ଆପଣଙ୍କ ପାଖରେ ଲେଖିବାର ଭଲ ସ୍କିଲ ଅଛି, ତେବେ ଆପଣଙ୍କୁ ଘରୁ ବାହାରକୁ ଯିବାକୁ ପଡ଼ିବ ନାହିଁ । ସେଥିପାଇଁ ଆପଣଙ୍କୁ ପ୍ରଥମେ କିଛି ବିଶେଷ କଥା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ ଯେମିତି କି:

• ନିଜ ବିଜନେସର ଗୋଟିଏ ଭଲ ଆକର୍ଷିତ ନା’ ଦିଅନ୍ତୁ
• ଆକର୍ଷିତ ଲୋଗ ତିଆରି କରନ୍ତୁ ଓ ବ୍ଲଗ୍ ଲେଖନ୍ତୁ
• ବିଭିନ୍ନ ବିଷୟରେ ଆର୍ଟିକିଲ ଲେଖନ୍ତୁ ଓ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତୁ
• ଅନ୍ୟ କୌଣସି କମ୍ପାନୀ ପାଇଁ ବ୍ଲଗ, ଆର୍ଟିକିଲ, ୱେବସାଇଟ୍ କଣ୍ଟେଣ୍ଟ ଲେଖିପାରିବେ
• ଫ୍ରିଲାନ୍ସର ଭାବେ ବିଭିନ୍ନ କମ୍ପାନୀ ପାଇଁ ଆପଣ କାମ କରିପାରିବେ ।

ଏଭଳି ବିଶେଷ କଥା ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ । ଏହା ରୋଜଗାର କରିବା ଏବଂ ଭଲ ଲାଭ ପାଇବାର ବିଜନେସ୍ ହୋଇଥାଏ । ଯାହା ପରେ ଆପଣ ଗୋଟିଏ ସଫଳ ମହିଳା Entrepreneure ହେବା ସହ ଭଲ ଲେଖକ ମଧ୍ୟ ହୋଇପାରିବେ ।

କେକ୍ ତିଆରି ବିଜନେସ୍ (Cake Making):

କେକ୍ ଏହି ଶବ୍ଦ ଟି ହିଁ ସବୁ ବାକ୍ଷା କରି ଦେଉଛି, ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ କେକ୍ କୁ ପସନ୍ଦ କରନ୍ତି । ସବୁ ପାର୍ଟିର ଆକର୍ଶିତ ଜିନିଷ କଣ ଥାଏ ଯଦି କହିବା ତେବେ ତାହା ହେଉଛି କେକ୍ । ଆପଣ ବି ଯଦି ଭଲ କେକ୍ ତିଆରି କରିପାରନ୍ତି, ତେବେ ଏହା ଗୋଟିଏ ଭଲ ଅପ୍ସନ ଆପଣଙ୍କ ପାଇଁ । କମ୍ ଟଙ୍କା ବିନିଯୋଗ କରି ଆପଣ ଘରୁ ହିଁ ଏହି ବିଜନେସ୍ ଆରମ୍ଭ କରିପାରିବେ । ସେଥିପାଇଁ ଆପଣଙ୍କୁ ପ୍ରଥମେ କିଛି ବିଶେଷ କଥା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ ଯେମିତି କି:

• ଗୋଟିଏ ଭଲ ଯୋଜନା ପ୍ରସ୍ତୁତ କରନ୍ତୁ
• କେଉଁଠାରୁ ହୋଲସେଲରେ କେକ୍ ପାଇଁ ତିଆରି ଜିନିଷ କିଣିପାରିବେ
• ମାର୍କେଟରେ ଦେଖନ୍ତୁ କେଉଁ ସ୍ୱାଦଯୁକ୍ତ କେକ୍ ଲୋକଙ୍କୁ ବେସୀ ପସନ୍ଦ ଆସୁଛି
• ସବୁବେଳେ ଡିଜାଇନ୍ ଓ ଫ୍ଲେଭର ବଦଳାଉଥିବେ
• ନିଜ ବିଜନେସ୍‌ର ଗୋଟିଏ ଭଲ, ଆକର୍ଷିତ ଓ ସ୍ମାର୍ଟ ନା’ ଦିଅନ୍ତୁ ଗୋଟିଏ ଭଲ ଟ୍ୟାଗଲାଇନ୍ ସହ ।

ଏଭଳି ବିଶେଷ କଥା ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ । ଏହା ରୋଜଗାର କରିବା ଏବଂ ଭଲ ଲାଭ ପାଇବାର ବିଜନେସ୍ ହୋଇଥାଏ । ଏହା ରୋଜଗାର କରିବା ଏବଂ ଭଲ ଲାଭ ପାଇବାର ବିଜନେସ୍ ହୋଇଥାଏ । ଯାହା ପରେ ଆପଣ ଗୋଟିଏ ସଫଳ ମହିଳା Entrepreneure ହେବା ସହ ଭଲ କେକ୍ କରି ଲୋକଙ୍କ ପାଇଁ ପ୍ରେରଣା ହୋଇପାରିବେ ।

ବିସ୍କୁଟ୍ ଗୋଟିଏ ଡିମାଣ୍ଡିଂ ସ୍ନାକ୍ସ ହୋଇଥାଏ, ଖାସ କରି ପିଲା 

ବିସ୍କୁଟ୍ ତିଆରି ବିଜନେସ୍ (Biscuit Making):

ମାନଙ୍କ ପାଇଁ । ସକାଳ ଚା’ ଠାରୁ ଆରମ୍ଭ କରି ସନ୍ଧ୍ୟା ସ୍ନାକ୍ସ ପର୍ଯ୍ୟନ୍ତ ସବୁଥିରେ ବିସ୍କୁଟ ସମସ୍ତଙ୍କ ପସନ୍ଦର ହୋଇଥାଏ । ଏହା ଏପରି ଗୋଟିଏ ବିଜନେସ୍ ଯାହାକୁ ଆପଣ ଘରେ ବସି ଆରମ୍ଭ କରିପାରିବେ । ତେଣୁ ଯଦି ଆଣଙ୍କୁ ବେକିଂ କରିବା ପସନ୍ଦ ତେବେ ଏହି ବିଜନେସ୍ ଟି ଆପଣଙ୍କ ପାଇଁ ପ୍ରଯୁଜ୍ୟ । ସେଥିପାଇଁ ଆପଣଙ୍କୁ ପ୍ରଥମେ କିଛି ବିଶେଷ କଥା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ ଯେମିତି କି:

• ମାର୍କେଟ୍‌ରେ ସର୍ଭେ କରନ୍ତୁ, କେଉଁ ସ୍ୱାଦଯୁକ୍ତ ବିସ୍କୁଟ୍ ଖାଇବାକୁ ଲୋକଙ୍କୁ ପସନ୍ଦ
• ଅନ୍ୟ କମ୍ପାନୀ ମାନେ ଗ୍ରାହକଙ୍କ ପାଖରେ କେମିତି ପହଞ୍ଚୁଛନ୍ତି
• ସୋସିଆଲ ମିଡିଆ ମାର୍କେଟିଂ
• ୱେବସାଇଟ୍ ତିଆରି କରନ୍ତୁ
• ନିଜ ବିସ୍କୁଟ୍ କମ୍ପାନୀର ଗୋଟିଏ ଭଲ ନା’ ରଖନ୍ତୁ

ଏଭଳି ବିଶେଷ କଥା ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ । ଏହା ରୋଜଗାର କରିବା ଏବଂ ଭଲ ଲାଭ ପାଇବାର ବିଜନେସ୍ ହୋଇଥାଏ । ଯାହା ପରେ ଆପଣ ଗୋଟିଏ ସଫଳ ମହିଳା Entrepreneure ହେବା ସହ ଭଲ ବିସ୍କୁଟ କରି ଲୋକଙ୍କ ପାଇଁ ମନ ବସନ୍ଦର ବ୍ରାଣ୍ଡ ତିଆରି କରିପାରିବେ ।

ଏହି ବିଜନେସ୍ ସମ୍ବନ୍ଧିତ ଖବର ପାଇବାକୁ ଚାହୁଁଥିଲେ ଆପଣ ଆମ ୱେବସାଇଟ୍ ସହ ଯୋଡି଼ ହୋଇପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )