Thursday 25th April 2024
Interview ପାଇଁ ଡରୁଛନ୍ତି କି ? ଏମିତି କଲେ ଶୀଘ୍ର ପାଇବେ ଚାକିରୀ !

Interview ପାଇଁ ଡରୁଛନ୍ତି କି ? ଏମିତି କଲେ ଶୀଘ୍ର ପାଇବେ ଚାକିରୀ !

ଚାକିରୀ ଆଶାୟୀ ମାନଙ୍କ ପାଇଁ Interview ଶବ୍ଦଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସରକାରୀ କିମ୍ବା ବେସରକାରୀ , ସବୁକ୍ଷେତ୍ରରେ ଚାକିରୀ କରିବା ପାଇଁ ଥାଏ Interview । କିଛି ସରକାରୀ ଚାକିରୀରେ Interview ନଥାଏ । କିନ୍ତୁ ବେସରକାରୀ ଚୀକିରୀରେ Interview ନିଶ୍ଚୟ ଥାଏ । ବେସରକାରୀ ଚୀକିରୀ ବା Private job ରେ ପରୀକ୍ଷାର ନମ୍ବର ଅପେକ୍ଷା ଦକ୍ଷତା ଏବଂ କାର୍ଯ୍ୟକାରିତା ଉପରେ ଅଧିକ ଗୁରୁତ୍ୱ ଦିଆଯାଏ । ତେଣୁ ଏଥିରେ Interview ର ଅଧିକ ଗୁରୁତ୍ୱ  ଥାଏ ।

Interview ର ପ୍ରକୃତ ଅର୍ଥ କଣ ?

ଓଡିଆରେ Interview ର ଅର୍ଥ ହେଉଛି ସାକ୍ଷାତକାର । ଗୋଟିଏ Interview ରେ ବାର୍ତ୍ତାଳାପ ରୁ ଆରମ୍ଭକରି ପ୍ରଶ୍ନ ଉତ୍ତର ଏବଂ ବିଭିନ୍ନ କଥା ଆଲୋଚନା ହେଇପାରେ । Interview ରେ ଆପଣଙ୍କ ବ୍ୟକ୍ତିତ୍ୱ ଜଣାପଡେ । ଗୋଟିଏ Interview ଆପଣଙ୍କୁ ଚାକିରୀ ଦେଇପାରେ । ଏଭଳି ଅବସ୍ଥା ଆସିପାରେ , ଅନେକ Interview ଦେଲେ ମଧ୍ୟ ଚାକିରୀ ମିଳିବା କଷ୍ଟକର ହୋଇଯାଏ । ତେବେ ବିଭିନ୍ନ ବ୍ୟକ୍ତିଙ୍କ ପାଇଁ Interview ର ଅର୍ଥ ଟିକେ ଭିନ୍ନ । ଜଣେ ଚାକିରୀ କରିଥିବା ବ୍ୟକ୍ତିଙ୍କ ପାଇଁ Interview ର ଅର୍ଥ ଟିକେ ଭିନ୍ନ ଏବଂ ଜଣେ ବେରୋଜଗାର ଥିବା ବ୍ୟକ୍ତିଙ୍କ ପାଇଁ Interview ର ଅର୍ଥ ଟିକେ ଭିନ୍ନ । ଜଣେ ଚାକିରୀ କରିଥିବା ବ୍ୟକ୍ତି ଅନ୍ୟ ଚାକିରୀ ପାଇଁ ଯେତେବେଳେ Interview ଦିଏ ସେତେବେଳେ ତା ମନରେ ଗୋଟିଏ ପ୍ରଶ୍ନ ଥାଏ । ଦରମା କେତେ ଅଧିକ ମିଳିବ ? Interview ରେ ଅଧିକ ଦରମା ପାଇଁ କିପରିଭାବେ Demand କରିବି ?

ଅପରପକ୍ଷରେ ବେରୋଜଗାର ଥିବା ବ୍ୟକ୍ତିଙ୍କ ପାଇଁ ମନରେ କେବଳ ଗୋଟିଏ କଥା ଚାଲିଥାଏ । ଦରମା ଯାହାମିଳୁଛି ମିଳୁ , କିନ୍ତୁ Interview ମୋର Clear ହେଇଯାଉ । ତେବେ ଉଭୟପକ୍ଷରେ  Interview କୁ ନେଇ ଉତ୍କଣ୍ଠା ଥାଏ ।

କିପରି ଆପଣ ଏକାଥରକେ Interview ରେ ସଫଳହେବେ ? କଣ କଲେ ଆପଣଙ୍କୁ ଶୀଘ୍ର ଚାକିରୀ ମିଳିବ ?

ଏହି Article ଟିକୁ ଶେଷଯାଏ ପଢିଲେ ଜାଣିପାରିବେ ।

ଭାରତରେ ଜନସଂଖ୍ୟାର ବିଷ୍ପୋରଣ ଘଟି ସାରିଛି । ତେଣୁ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ଦାରିଦ୍ର ଏବଂ ବେକାରୀ ସମସ୍ୟାକୁ ବୃଦ୍ଧି କରୁଛି । ଏଭଳି ପରିସ୍ଥିତିରେ Competition ଏବଂ struggle  ମଧ୍ୟ ବଢିଛି । interview preparation course ନାଁରେ ଅନେକ ପ୍ରକାରର ବେକାର course ବା ଅନାବଶ୍ୟକ course ବଜାରରେ online କିମ୍ବା Offline ରେ ବିକ୍ରି ହେଉଛି । କିଛି ଏମିତି ବ୍ୟକ୍ତି ଅଛନ୍ତି, ଯେଉଁମାନେ interview preparation କରେଇବେ କହି ଅର୍ଥ ହଡପ କରୁଛନ୍ତି । ତେଣୁ ଅଜଥାରେ ଟଙ୍କା ଖର୍ଚ୍ଚକରି କୌଣସି Fake interview preparation course ରେ କିଣିବା ଦରକାର ନାହିଁ । ଏହି Article ରେ Interview କୁ ନେଇ ସମସ୍ତ ତଥ୍ୟ ଦିଆ ଯାଇଛି ।

ତେବେ କଣ କଲେ Interview ରେ ସଫଳ ହେବେ –

 

1. Interview ପୂର୍ବରୁ କଣ କରିବେ –

Interview ଏକ ମୌଖିକ ପରୀକ୍ଷା । ଲିଖିତ ପରୀକ୍ଷା ପରି ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ । ଲିଖିତ ପରୀକ୍ଷାରେ ସମସ୍ତ ପ୍ରଶ୍ନ ଆପଣଙ୍କ ପାଖରେ ଏକାଥରକେ ପହଞ୍ଚିଥାଏ ଏବଂ ଭଲଭାବେ ଚିନ୍ତାକରି ପ୍ରଶ୍ନର ଉତ୍ତର ଦେବାପାଇଁ ସମୟ ମିଳିଥାଏ । କିନ୍ତୁ  Interview ବା ମୌଖିକ ପରୀକ୍ଷା ପୁରା ଓଲଟା । ଏଥିରେ ପ୍ରତ୍ୟେକଟି ପ୍ରଶ୍ନ ପରିସ୍ଥିତିକୁ ଦେଖି ପଚରାଯାଇଥାଏ । ନିଯୁକ୍ତିକାରୀ ଟିମ୍ ଏବଂ HR ଭାବିବା ପାଇଁ ମଧ୍ୟ ସମୟ ଦିଅନ୍ତି ନାହିଁ । ଯଦି ଆପଣ ଭାବି ଭାବି ଚୁପ୍ ରହିଯିବେ ,ତେବେ କିଛି କ୍ଷଣ ମଧ୍ୟରେ ଆପଣଙ୍କ ସମ୍ମୁଖରେ ଏକ ନୁତନ ପ୍ରଶ୍ନ ଥିବ । ଭଲ ଭାବେ ଭାବିବାର ସମୟ ସୀମା କୁ ଆପଣ ବୃଦ୍ଧି କରିପାରିବେ ନାହିଁ । ତେଣୁ ଆପଣ ଯେପରି ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତି କରନ୍ତି ସେପରି ଏହାକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଅନ୍ତୁ । Interview ସମ୍ବନ୍ଧିତ ପ୍ରତ୍ୟେକଟି ପ୍ରଶ୍ନ ପାଇଁ ଆଗରୁ ଉତ୍ତର ଭାବିକି ରଖନ୍ତୁ । ଉତ୍ତର ଟି ଯେପରି ଯୁକ୍ତି ସମ୍ମତ ହେବା ଦରକାର ।

ସ୍ୱାସ୍ଥ୍ୟ ହିଁ ସଂମ୍ପଦ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଗୋଟିଏ ସପ୍ତାହ ପୂର୍ବରୁ  Junk food ଛାଡନ୍ତୁ । ରାତିରେ ଠିକ୍ ସମୟରେ ଶୁଅନ୍ତୁ । ସର୍ବନିମ୍ନ ଆଠ ଘଣ୍ଟା ଶୁଅନ୍ତୁ । ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହ ମସ୍ତିଷ୍କକୁ energetic ରଖେ । ଯାହାଫଳରେ ଆପଣ Interview ରେ Smart ଦେଖାଯିବେ । ଯାହାକି ଆପଣଙ୍କୁ Interview ରେ ସଫଳ ହେବାରେ ସାହାର୍ଯ୍ୟ କରିବ । Hiring manager ତାଙ୍କୁ ନିଯୁକ୍ତି ଦେବାକୁ ଚାହାଁନ୍ତି ଯେଉଁମାନେ ପ୍ରକୃତରେ ସେମାନଙ୍କ Company ଏବଂ ପଦବୀ ପାଇଁ ଆଗ୍ରହୀ ଅଟନ୍ତି । ପୂର୍ବରୁ Company ର ୱେବସାଇଟ୍ Visit କରନ୍ତୁ।  Company ର ୱେବସାଇଟ୍ ରୁ Interview ସମୟର ଅନେକ ପ୍ରଶ୍ନର ଉତ୍ତର ଆଗରୁ ମିଳିଯିବ ।  

2. Interview ପୂର୍ବରୁ Company ବିଷୟରେ ଅନୁସନ୍ଧାନ କରନ୍ତୁ –

ଆପଣଙ୍କର Interview ପୂର୍ବରୁ , Company ଉପରେ ଅନୁସନ୍ଧାନ କରିବାକୁ ଭୁଲନ୍ତୁ ନାହିଁ ।  Company ବିଷୟରେ ଜ୍ଞାନ ଥିଲେ , ଏହା Company ପ୍ରତି ଆପଣଙ୍କ ଆଗ୍ରହକୁ ସୂଚିତ କରିବ । Company ର  Hiring manager ଏହାକୁ ନିହାତି ଧ୍ୟାନ ଦେବେ । ଯେକୌଣସି Company ପାଇଁ ଏହା ଆପଣଙ୍କ ର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ । ଏକ ଅଧ୍ୟୟନରୁ ଜଣାପଡିଛି ଯେ Company ବିଷୟରେ ଜ୍ଞାନ ଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବା ସମ୍ଭାବନା ଅଧିକ ଥାଏ । Interview ରେ ସଫଳ ହେବାରେ ସର୍ବୋତ୍ତମ ଉପାୟ ହେଉଛି Company ର current events ଗୁଡିକୁ ପୂର୍ବରୁ ଅଧ୍ୟୟନ କରିବା ।

3.Resume କୁ ଠିକ୍ ଭାବରେ design କରନ୍ତୁ –

Resume ରେ ଆପଣଙ୍କ weak points ଗୁଡିକୁ highlight କରନ୍ତୁ ନାହିଁ । Job ର position ଅନୁସାରେ Resume କୁ design କରନ୍ତୁ । Resume କୁ ଦେଖି ଆପଣଙ୍କୁ Interview କୁ ଡାକିବାପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି Hiring manager । Resume ଆପଣଙ୍କ ପ୍ରତିଭା , ଦକ୍ଷତା ଏବଂ କ୍ୟାରିୟରକୁ ଦର୍ଶାଇ ଥାଏ । Resume ରେ ଆପଣଙ୍କର ସାରା ଜୀବନର ଅଭିଜ୍ଞତା ସହ କ୍ୟାରିୟର ର ତଥ୍ୟ ଥାଏ । ତେଣୁ ଅନାବଶ୍ୟକ ଢଙ୍ଗରେ ଉପସ୍ଥାପନ କଲେ ଚାକିରୀ ମିଳିବା କଷ୍ଟକର ।  Resume ରେ Point to Point ଲେଖନ୍ତୁ ।  ଯାହାକି ଆପଣଙ୍କ Resume କୁ ଆକର୍ଷିତ କରିବ । Resume ରେ କେବଳ ଦକ୍ଷତା ଏବଂ ଅଭିଜ୍ଞତା ଉପରେ ଧ୍ୟାନ ଦିଅନ୍ତୁ ।

4.ଆପଣ ଆବେଦନ କରୁଥିବା Job ର position ବିଷୟରେ ଜାଣନ୍ତୁ –

ଆପଣ କେଉଁ କାମ ପାଇଁ Apply କରୁଛନ୍ତି ତା ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିରଖନ୍ତୁ । ଏକ Interview ପାଇଁ ଆପଣଙ୍କୁ ଡାକିଲା ପରେ, Interview ରେ କଣ ପଚାରାଯିବ ତାହା ଅଜଣା ଥାଏ । କିଏ Interview ନେବେ ତାହା ମଧ୍ୟ ଜଣା ନଥାଏ । ତେଣୁ ଆପଣ ଯଥା ସଂମ୍ଭବ Job ର position ବିଷୟରେ ଅନୁସନ୍ଧାନ କରି Interview କୁ ଯାଆନ୍ତୁ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଧ୍ୟାନ ଦେଇ ଆପଣଙ୍କ Job ର position ବିଷୟରେ ପଚାରାଯାଇଥିବା ପ୍ରଶ୍ନର ଉତ୍ତର ଦିଅନ୍ତୁ ।

5.ଆକର୍ଷଣୀୟ ଭାବରେ ନିଜ skills ଗୁଡିକୁ ପ୍ରଦର୍ଶିତ କରନ୍ତୁ –

ଆପଣ ଆଗରୁ କଣ କରିଛନ୍ତି ? ଏବଂ  ଆପଣ ଏବେ କଣ କରୁଛନ୍ତି ? ତାହା ଆପଣଙ୍କୁ Interview ରେ ପଚାରାଯିବ । ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ । ଆଗରୁ କରିଥିବା କିଛି କାମର ଉଦାହରଣ ତାଙ୍କୁ ଦେଖାନ୍ତୁ । ଆଉ ଯଦି କିଛି କରିନାହାନ୍ତି ତେବେ ଆପଣଙ୍କ ଦକ୍ଷତାକୁ ଏପରି ଭାବେ ପ୍ରଦର୍ଶନ କରନ୍ତୁ , ଯେପରି Hiring manager ସେଥିରେ impress ହେଇଯିବେ । ଆପଣଙ୍କ ଦକ୍ଷତା ଏପରିଥିବା ଦରକାର ଯେପରି ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ସାମ୍ନାରେ ଏହା ଅଧିକ ଆକର୍ଷିତ ଲାଗିବ । ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ର ଅଧିକ ଅଭିଜ୍ଞତା ସମ୍ମୁଖରେ ଆପଣଙ୍କ ଦକ୍ଷତା ଦୃଢ ଭାବରେ ଠିଆ ହେଇ ରହିବ ।

6.Interview ସମୟରେ Hiring manager ଙ୍କ ଆଖିରେ ଆଖି ମିଶାଇ ଉତ୍ତର ଦିଅନ୍ତୁ –

ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଥାଏ । କିନ୍ତୁ ମଝିରେ ମଝିରେ Interview ରେ ଏଭଳି ପ୍ରଶ୍ନ ପଚରାଯାଏ , ଯାହାର ଉତ୍ତର ନଥାଏ । Hiring manager ଆପଣଙ୍କୁ confuse କରିବା ପାଇଁ ଏମିତି ପ୍ରଶ୍ନ ପଚାରିଥାନ୍ତି । ଯାହା ଫଳରେ ଆପଣ ନିଜର confidence ହରାଇପାରନ୍ତି । ତେଣୁ ଯେଉଁ ପ୍ରଶ୍ନର ଉତ୍ତର ଜଣାନାହିଁ , ସେହି ପ୍ରଶ୍ନକୁ Smoothly Skip କରନ୍ତୁ । ଯେତେପାରିବେ ତର୍କବିତର୍କ ରୁ ଦୁରେଇ ରହନ୍ତୁ । ହସହସ ମୁହଁରେ ଉତ୍ତର ଦିଅନ୍ତୁ । ଏହା ଆପଣଙ୍କୁ Interview  ସମୟରେ confident  ବନାଇବ । ଯାହାଫଳରେ Hiring manager ଙ୍କୁ ଆପଣ ଅଧିକ confident ଲାଗିବେ । Eye contact ଦର୍ଶାଇପାରେ ଯେ ଆପଣ ଜଣେ ଶକ୍ତିଶାଳୀ ବ୍ୟକ୍ତି ଦୁର୍ବଳ ନୁହଁ ।

7.ଆପଣଙ୍କ ଅଙ୍ଗଭଙ୍ଗୀ କିମ୍ବା Body language –

ଆପଣଙ୍କ Body language ଆପଣଙ୍କ ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ । Body language smart ଥିଲେ ଆପଣ smart ଲାଗିବେ । smart body language Interview ରେ Hiring manager ଙ୍କୁ ଆକର୍ଷଣ କରିଥାଏ । ଯାହାଫଳରେ ଆପଣଙ୍କ  Interview ରେ ସଫଳ ହେବାର chance ଅଧିକ ଥାଏ । ତେଣୁ ଅନେକ ସଫଳ ବ୍ୟକ୍ତି କୁହନ୍ତି ଯେ – “ Personality do matter ” ।

8.ଫୋନ୍ କୁ switch off କରି ରଖନ୍ତୁ –

Interview ସମୟରେ ଫୋନ୍ କୁ switch off କରି ରଖନ୍ତୁ । ଅଯଥା ଫୋନ୍ ଆସିଲେ ଆପଣଙ୍କ mind divert ହେବ । ଆପଣଙ୍କ ପ୍ରତି  Interview ନେଉଥିବା Hiring manager ଙ୍କ impression ଖରାପ ହେବ । ସେହି ସମୟରେ କେବଳ Interview ଉପରେ Focous କରନ୍ତୁ ।

9.Interview କୁ ଆସିଥିବା ଅନ୍ୟ ବ୍ୟକ୍ତିମାନଙ୍କ ସହ ଅନାବଶ୍ୟକ ବାର୍ତ୍ତାଳାପ କରନ୍ତୁ ନାହିଁ –

ଅଧିକ କଥା ହେବା ଦ୍ୱାରା ମଧ୍ୟ ମନ ସ୍ଥିର ରହେ ନାହିଁ । ମନ ସ୍ଥିର ନ ରହିଲେ Interview ଉପରେ Focous କରିପାରିବେ ନାହିଁ । ଆପଣଙ୍କୁ ଯଦି କିଏ ଚାକିରୀ ଦେବ ତା ହେଲେ Hiring manager । Interview ପୂର୍ବରୁ କିମ୍ବା  Interview ପରେ ଅନ୍ୟ ବ୍ୟକ୍ତି ଙ୍କ ସହ ଅଧିକ ବାର୍ତ୍ତାଳାପ କରନ୍ତୁ ନାହିଁ । Interview ର Result ଯାଏ ଅପେକ୍ଷା କରନ୍ତୁ ।

10.ନିଜ ବ୍ୟକ୍ତିତ୍ୱକୁ ବଜାଏ ରଖନ୍ତୁ (Be yourself) –

ସ୍ୱାଭିମାନୀ ହୁଅନ୍ତୁ । ଦକ୍ଷତାକୁ ନେଇ ସତ କଥା କୁହନ୍ତୁ । ଯେତିକି ଦରକାର ସେତିକି ମୁହଁ ଖୋଲନ୍ତୁ । ଚାକିରୀ ର ଆବଶ୍ୟକତାକୁ ଅଧିକ ଦର୍ଶାନ୍ତୁ ନାହିଁ । ନିଜ ପରିବାର କଥା ଅଧିକ ଆଲୋଚନା କରନ୍ତୁ ନାହିଁ । Hiring manager ଙ୍କ ସମ୍ମୁଖରେ ଆପଣଙ୍କ ର ଟଙ୍କା ର ଆବଶ୍ୟକତାକୁ ଅଧିକ ପରିପ୍ରକାଶ କରନ୍ତୁ ନାହିଁ । କେବଳ କାମର କଥା ହୁଅନ୍ତୁ । Personal ନୁହଁ Professional କଥା ହୁଅନ୍ତୁ ।

11.ଅଧିକ ଅଭିଜ୍ଞତା ନଥିଲେ ଅଧିକ salary demand କରନ୍ତୁ ନାହିଁ –

Interview ରେ Hiring manager  ଅଭିଜ୍ଞତା ବା work experience ବିଷୟରେ ପଚାରିବା ସ୍ୱାଭାବିକ । ଯାହାର ଯେତେ ଅଭିଜ୍ଞତା ତାକୁ ସେତେ expertise ବୋଲି ଧରାଯାଏ । କିନ୍ତୁ ଏହା ପ୍ରକୃତରେ ସତ ନୁହଁ । କିନ୍ତୁ ପରିସ୍ଥିତି ଏବଂ company ର turn over ବା status କୁ ଦେଖି ନିଜର salary expectation କଥା କୁହନ୍ତୁ । କାମ ଅନୁସାରେ salary demand କରିବା କିଛି ଅସୁବିଧା ନାହିଁ । କିନ୍ତୁ Fresher ହେଇଥିଲେ above average salary demand କରନ୍ତୁ । ଅତିକମରେ କାମ କରନ୍ତୁ ନାହିଁ କିମ୍ବା ଅତି ବେଶି salary demand କରନ୍ତୁ ନାହିଁ ।

ଯେତେ ଶୀଘ୍ର ହେବ salary fix କରି join କରନ୍ତୁ । ଯେତେ ଶୀଘ୍ର ପାରୁଛନ୍ତି join କରନ୍ତୁ ।  join କଲେ ହିଁ କିଛି ବର୍ଷପରେ ଆପଣଙ୍କ experience ବଢିବ । ତାପରେ ଆପଣବି ପାଇବେ ପଦୋନ୍ନତି ଏବଂ salary demand ବି କରିପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )