Wednesday 24th April 2024
Happy Birthday Shaan, ଚର୍ଚ୍ଚିତ ବଲିଉଡ ଗାୟକ ଯିଏ ଓଡିଶାରେ ବି ଖୁବ୍ ପ୍ରସିଦ୍ଧ

Happy Birthday Shaan, ଚର୍ଚ୍ଚିତ ବଲିଉଡ ଗାୟକ ଯିଏ ଓଡିଶାରେ ବି ଖୁବ୍ ପ୍ରସିଦ୍ଧ

() ଗୀତ କାହାକୁ ବା ପସନ୍ଦ ନୁହେଁ । ଯାହାକୁ ଶୁଣି ଆପେ ଆପେ ଗୋଡ଼ ନାଚି ଉଠେ ସେ ହେଉଛି ଗୀତ। କିନ୍ତୁ ଯେଉଁ ଗୀତକୁ ଶୁଣି ଆମେ ସକାଳ ଆରମ୍ଭ କରୁ ତାକୁ ଗାଇଥିବା ଗାୟକ କେତେ ଯେ ପରିଶ୍ରମ କରିଥିବ ତାର କଳ୍ପନା କରି ହେବ ନାହିଁ । ଆମ ଓଡ଼ିଆ ସିନେ ଜଗତରେ ଏମିତି ଅନେକ ଗାୟକ ଅଛନ୍ତି ଯେଉଁମାନଙ୍କ ପାଇଁ ଆମେ ଗର୍ବ ଅନୁଭବ କରିଥାଉ । କିନ୍ତୁ ସେତେବେଳେ ଅଧିକ ଖୁସି ଲାଗେ ଯେତେବେଳେ ବଲିଉଡର ଜଣେ ଗାୟକ ଆମ ଓଡ଼ିଶାକୁ ଆସି ଓଡ଼ିଆ ସଙ୍ଗୀତକୁ ଗାଇଥାନ୍ତି । ସେ ଭଳି ତ ଅନେକ ଗାୟକ ଅଛନ୍ତି, ହେଲେ ସେ ମଧ୍ୟରୁ ଜଣେ ହେଉଛନ୍ତି ସାନ୍ତନୁ ମୁଖାର୍ଜୀ (ସାନ୍‌) । ଅଜି ତାଙ୍କ ଜନ୍ମ ଦିନ ଅବସରରେ ଆସନ୍ତୁ ତାଙ୍କ ବିଷୟରେ ଅଧିକ କିଛି ଜାଣିବା ।    Pin on Singers

କିଏ ସାନ୍ତନୁ ମୁଖାର୍ଜୀ:

ସାନ୍ତନୁ ମୁଖାର୍ଜୀ ହେଉଛନ୍ତି ଜଣେ ପ୍ଲେ ବ୍ୟାକ ସିଙ୍ଗର, ଅଭିନେତା, ମ୍ୟୁଜିକ ଡାଇରେକ୍ଟର, ଆଙ୍କର ଇତ୍ୟାଦି । ସେ ୩୦ ସେପ୍ଟେମ୍ବର ୧୯୭୨ ମସିହା ମଧ୍ୟପ୍ରଦେଶର ଖଣ୍ଡୱାଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ମାନସ ମୁଖାର୍ଜୀ ଜଣେ ମ୍ୟୁଜିକ କମ୍ପୋଜର ଥିଲେ ଏବଂ ମା’ ସୋନାଲୀ ମୁଖାର୍ଜୀ ଜଣେ ଗାୟକ । ଏହା ବ୍ୟତୀତ ସାନ୍ ଙ୍କର ବଡ଼ ଭଉଣୀ ସାଗରିକା ମୁଖାର୍ଜୀ ସେ ବି ଜଣେ ଗାୟକ । ତାଙ୍କ ପରିବାରରେ ସଙ୍ଗୀତ ସମସ୍ତଙ୍କ ପାଖରେ ଥିବାରୁ ସାନ୍ ମଧ୍ୟ ପିଲା ବେଳୁ ହିଁ ଗୀତ ଗାଉଥିଲେ । ୨୦୦୩ରେ ତାଙ୍କ ଦୀର୍ଘ ଦିନ ଧରି ରହିଥିବା ପ୍ରେମିକା ରାଧିକ ମୁଖାର୍ଜୀଙ୍କ ସହ ବିବାହ କରିଥିଲେ । ତାଙ୍କର ୨ଟି ପୁଅ ମଧ୍ୟ ଅଛନ୍ତି ତାଙ୍କ ନା’ ଶୁଭ ମୁଖାର୍ଜୀ ଏବଂ ସୋହମ ମୁଖାର୍ଜୀ ।PHOTOS: Netizens are stunned to see singer Shaan's kids Soham and Shubh all grown upସେ ପିଲା ବେଳୁ ହିଁ ଆଡଭଟାଇଜରେ ଜିଙ୍ଗଲ ଗାଇ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ପରେ ଦୀର୍ଘ ବର୍ଷର ଗ୍ୟାପ ପରେ ପୁଣି ସେ ଜିଙ୍ଗଲ ଗାଇ ଆରମ୍ଭ କଲେ । ୧୯୯୯ରେ ସେ ଫିଲ୍ମ “ପ୍ୟାର ମେ କଭି କଭି”ର ଗୀତ “ମୁସୁମୁ ସୁହାସି” ଏବଂ “ବୋ ପେହେଲି ବାର” ପ୍ରଥମ ଗୀତ ଗାଇ ଡେବ୍ୟୁ କରିଥିଲେ । ପରେ୨୦୦୧ରେ ଅଭିନେତା ଭାବେ ଦର୍ଶକ ତାଙ୍କୁ “ଦାମନ” ଫିଲ୍ମରେ ଦେଖିବାକୁ ପାଇଥିଲେ ।Pyaar Mein Kabhi Kabhi - Films op Google Playତାଙ୍କ ହିଟ ଗୀତ ମଧ୍ୟରୁ କିଛି ଗୀତ ହେଉଛି “ଚାନ୍ଦ ସିଫାରିସ”, “ଅଲ ଇଜ ୱେଲ”, “ତନ୍‌ହା ଦିନ”, “ଲଡ଼କି କୁଁ୍ୟ”, “ଚାର କଦମ”, “ଦଶ ବାହାନେ”, “ମେଁ ହୁଁ ଡନ”, “ତେନରେ ନେନା ମାର ହି ଡାଲେଗେଁ” । ସେହି ଭଳି ସାନ୍ ଓଡ଼ିଶାରେ ଓଲିଉଡ ପାଇଁ ମଧ୍ୟ ଗୀତ ଗାଇଛନ୍ତି, ସେ ଗାଇଥିବା କିଛି ଗୀତ ମାନଙ୍କ ମଧ୍ୟରୁ “ଦିଲ୍ଳୀ କା ଗଲି”, “ସେଇ ବର୍ଷା ସେଇ ରାତି”, “ମୁଁ ଅସ୍ତବ୍ୟସ୍ତ”, “ଦିଲ ତଡ଼ପ ତଡ଼ପ”, “ପ୍ରଥମ ପ୍ରେମ” ଅନ୍ୟତମ । ଆଙ୍କର ଭାବେ “ସା ରେ ଗା ମା ପା”ରେ ୨୦୦୧ ରୁ ୨୦୦୬ ପର୍ଯ୍ୟନ୍ତ କାମ କରିଥିଲେ ଏବଂ ଭଏସ ଇଣ୍ଡିଆ ସିଜନ ୧ ଓ ୨ ସୋରେ କାମ କରିଛନ୍ତି । ସେହିଭଳି ସେ କିଛି ଫିଲ୍ମ ଫେୟାର ଆୱାର୍ଡ ରେ ମଧ୍ୟ ହୋଷ୍ଟ ଭାବେ କାମ କରିଛନ୍ତି । Mu Astabyasta - | Shaan,jyotirmayee,Japani Bhai | Odia New Romantic Song Video - Armaan Music - YouTube

CATEGORIES
TAGS
Share This

COMMENTS

Wordpress (0)
Disqus (1 )