Wednesday 24th April 2024
ଜେଲ୍‌ରୁ ବାହାରିବାକୁ ଯାଉଛି ୭୦ଦଶକର କୁଖ୍ୟାତ ଅପରାଧୀ

ଜେଲ୍‌ରୁ ବାହାରିବାକୁ ଯାଉଛି ୭୦ଦଶକର କୁଖ୍ୟାତ ଅପରାଧୀ

ସାମ୍ନାକୁ ଆସିଛି ଏକ ବଡ଼ ଖବର, “ବିକିନି କିଲର” ଚାର୍ଲ୍ସ ସୋଭରାଜ୍ ଜେଲ ଦଣ୍ଡରୁ ମୁକ୍ତ ହେବେ । ଦୀର୍ଘ ୨୧ବର୍ଷ ନେପାଳ ଜେଲରେ କାରାଦଣ୍ଡ ଭୋଗ କଲା ପରେ ସୁପ୍ରିକୋର୍ଟଙ୍କ ଏକ ରାଏ ଅନୁସାରେ ଆଜି ତାକୁ ମୁକ୍ତ କରାଯିବ । ତେବେ ଏଠି ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ କି ଇଏ “ବିକିନି କିଲର” କିଏ? ଆଉ ଏହି ବ୍ୟକ୍ତିକୁ ଏହି ନା’ରେ କଣ ପାଇଁ ସମ୍ଭୋଧିତ କରାଯାଉଛି? ଏବଂ କଣ ଏହାର କାହାଣୀ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଦେବା ପାଇଁ ଏହି ଖବରଟି ଆଜି ଆପଣଙ୍କ ପାଇଁ ଆମେ ଆଣିଛୁ । ତେବେ ଚାଲନ୍ତୁ ଜାଣିବା ଏହି ବ୍ୟକ୍ତି ଚାର୍ଲ୍ସ ସୋଭରାଜ୍‌ଙ୍କ ବିଷୟରେ ଅଧିକ କିଛି ।Serial killer Charles Sobhraj walks out of Nepal jail after 19 years -  India Todayମୁକୁଳିବେ ସିରିଏଲ କିଲର, “ତୁରନ୍ତ ଚାର୍ଲ୍ସ ସୋଭରାଜ୍‌ଙ୍କୁ ଜେଲରୁ ମୁକ୍ତ କର” । ସ୍ୱାସ୍ଥ୍ୟଗତ ଦୃଷ୍ଟି କୋଣରୁ ତାଙ୍କୁ ତୁରନ୍ତ ମୁକ୍ତି କରିବାକୁ ନେପାଳ ସରକାରଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ସୁପ୍ରିମକୋର୍ଟ । ୭୮ବର୍ଷ ସୋଭରାଜଙ୍କ ବିରୁଦ୍ଧରେ ଯଦି ଆଉ କିଛି ମାମଲା ନାହିଁ ତେବେ ତାଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ୧୫ ଦିନ ଭିତ୍ତରେ ସେ ନିଜ ଦେଶ ଫ୍ରାନ୍ସକୁ ଯାଇପାରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଧେଶ ଦେଇଛନ୍ତି । ତେବେ ୨୦୦୩ରୁ ନେପାଳ ଜେଲ୍‌ରେ ଅଛନ୍ତି ୭୦ଦଶକର ଆତଙ୍କ “ବିକିନି କିଲର” ଚାର୍ଲ୍ସ ସୋଭରାଜ୍ । ତାଙ୍କୁୁ ଆଜିବନ ଜେଲଦଣ୍ଡ ହୋଇଥିବା ବେଳେ ୨୦୦୩ରୁ ସେ ନେପାଳରେ ୧୯ବର୍ଷ ହେଲା ଜେଲ କାରାଦଣ୍ଡ ଭୋଗି ସାରିଲେଣି । ସୁପ୍ରିମ୍‌କୋର୍ଟ କହିବା କଥା ଚାର୍ଲ୍ସଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଯଦି ବିଚାରକୁ ନିଆଯାଏ, ତେବେ ଏବେ ବି ଯଦି ତାଙ୍କୁ ଜେଲରେ ଭର୍ତ୍ତି କରି ରଖାଗଲା ତେବେ ତାହା ମାନବାଧିକାରୀର ଘୋର ଉଲଂଘନ କଲା ଭଳି ହେବ ।Charles Sobhraj: 19 साल बाद सलाखों से बाहर आएगा 'बिकिनी किलर', एक के बाद एक  ताबड़तोड़ की थी हत्याएंଚାର୍ଲ୍ସ ସୋଭରାଜ୍ ୧୯୪୪ ମସିହା ଏପ୍ରିଲ ୬ ତାରିଖରେ ପୂର୍ବର ଭିଏତନାମ ଏବଂ ଏବେକାର ହୋ-ଚି-ମିନ୍ ରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ବେଳୁ ହିଁ ଚାର୍ଲ୍ସଙ୍କ ସ୍ୱଭାବ କ୍ରିମିନାଲ ପ୍ରକୃତିର ଥିଲା । ଫ୍ରାନ୍ସରେ ଅନେକ ଥର ଜେଲ କାଟିବା ପରେ ସେ ୧୯୭୦ ଦଶକ ବେଳକୁ ଚାଲିଯାଇଥିଲେ ଥାଇଲାଣ୍ଡର ବ୍ୟାଙ୍କକ୍। ଚାର୍ଲ୍ସ ସୋଭରାଜ୍‌, ୧୯୭୦ ଦଶକରେ ଏହି ନା ଶୁଣିଲେ ମନରେ ଭରି ଯାଉଥିଲା ଅନେକ ଭୟ । ପ୍ରଥମେ ଦୋଷୀ ତା ପରେ ଡକାୟତୀ ଓ ପରେ ଡ୍ରଗ୍ସ ଦେଇ ମହିଳା ମାନଙ୍କର ହତ୍ୟାକରୁଥିଲେ । ଖାଲି ଗୋଟିଏ ଦେଶରୁ ନୁହେଁ, ବୁଲି ବୁଲି ଏ ଦେଶରୁ ସେ ଦେଶକୁ । ଚାର୍ଲ୍ସଙ୍କର ଅପରାଧ କରିବାର ତରିକା ଥିଲା ପୂରା ନିଆରା । କୌଣସି ବି ଲୋକଙ୍କ ସହ ସେ ଖୁବ୍ ଶୀଘ୍ର ମିଶିଯାଉଥିଲେ ସେ , ବନ୍ଧୁତା ଏମିତି କରୁଥିଲେ ଯେ ଯିଏ କିଏ ବି ସନ୍ଦେହ କରିବାର କୌଣସି ବି ପ୍ରଶ୍ନ ହିଁ ଉଠୁନଥିଲା । କିନ୍ତୁ ବନ୍ଧୁତା ନିବିଡ଼ ହେଲା ପରେ ଚାର୍ଲ୍ସ ଦେଖାଉଥିଲେ ତାଙ୍କ ଅସଲି ଚେହେରା । ପ୍ରଥମେ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ସବୁ ଜିନିଷ ଚୋରୀ କରି ନେଲା ପରେ ତାଙ୍କୁ ଡ୍ରଗ୍ସ ଦେଇ ମାରିଦେଉଥିଲେ । ଡ୍ରଗ୍ସ ଦେଲା ପରେ କେତେବେଳେ ତଣ୍ଟି ଚିପି ହତ୍ୟା କରୁଥିଲେ ତ କେତେବେଳେ ମାରି ମାରି ମାରି ଦେଉଥିଲେ ଆଉ ପୁଣି କେତେବେଳେ ଜାଳି ପୋଡି଼ ମାରି ଦେଉଥିଲେ ।The true story of Charles Sobhraj, The Serpent – The Bikini Killer –  Strange Unexplained Mysteriesଚାର୍ଲ୍ସ ୧୯୭୫ ମସିହାରେ ପଟାୟା ବିଚ୍‌ରେ ଘଟାଇଥିଲେ ପ୍ରଥମ ହତ୍ୟାକାଣ୍ଡ, ଜଣେ ଆମେରିକୀୟ ମହିଳାଙ୍କୁ ହତ୍ୟା କରିଥିଲେ, ସେତେବେଳେ ମହିଳା ଜଣକ କେବଳ ବିକିନି ହିଁ ପିନ୍ଧିଥିଲେ । ଏହି ହତ୍ୟା କାଣ୍ଡ ପରେ ସମାନ ଢ଼ଙ୍ଗରେ ୨୦ଟି ମର୍ଡର ସାମ୍ନାକୁ ଆସିଥିଲା । ଆଉ ଏହି ସବୁ ଘଟଣା ପରେ ତାଙ୍କ ନା ଆଗରେ ଯୋଡି଼ ହୋଇଥିଲା “ବିକିନି କିଲର” । ବିଦେଶୀ ମହିଳା ମାନଙ୍କୁ ହତ୍ୟା କରିବା ପରେ ତାଙ୍କ ସ୍ୱାମୀ ମାନଙ୍କର ପାସ୍‌ପୋର୍ଟ ସାହାର୍ଯ୍ୟରେ ଅନ୍ୟ ଦେଶକୁ ଚାଲି ଯାଉଥିଲେ ଚାର୍ଲ୍ସ । ପରେ ଦିଲ୍ଲୀରେ ଜଣେ ଫରାସୀ ପର୍ଯ୍ୟଟକଙ୍କ ହତ୍ୟା ଅଭିଯୋଗରେ ୧୯୭୬ରେ ଗିରଫ ହୋଇଥିଲେ ଚାର୍ଲ୍ସ । ସେହି ମାମଲରେ ୧୯୮୬ ଯାଏଁ ଅର୍ଥାତ ୧୦ ବର୍ଷ ଭାରତୀୟ ଜେଲ୍‌ରେ ରହିବାକୁ ପଡ଼ିଥିଲା ତାଙ୍କୁ । ଜେଲ୍‌ରୁ ମୁକ୍ତ ହେବା ପରେ ସେହି ବର୍ଷ ଗୋଆ ବିଚ୍‌ରେ ଆଉ ଏକ ହତ୍ୟା କରି ପୁଣି ଧରା ପଡ଼ିଥିଲେ, ଯାହା ଫଳରେ ୧୯୯୭ ମସିହା ଯାଏଁ ପୁଣି ତାଙ୍କୁ ଭାରତୀୟ ଜେଲରେ ରହିବାକୁ ପଡ଼ିଥିଲା । ୨ଟି ପର୍ଯ୍ୟାୟରେ ଭାରତୀୟ ଜେଲରେ ମୋଟ ୨୧ ବର୍ଷ ରହିଲା ପରେ ୧୯୯୭ରେ ପ୍ୟାରିସ୍ ଯାଇଥିଲେ ଚାର୍ଲସ୍ । କିନ୍ତୁ ପୁଣି ୨୦୦୩ରେ କାଠମାଣ୍ଡୁରେ ଥିବା ବେଳେ ହେଲେ ଗିରଫ, ସେବେଠାରୁ ଏବେ ଯାଏଁ ସେ ନେପାଳ ଜେଲ୍‌ରେ ଅଛନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )