Thursday 28th March 2024
ଖ୍ରୀଷ୍ଟମାସରେ ସାଣ୍ଟା କ୍ରୁଜ ବେଶ ପଛରେ ଏକ ବଡ଼ ଇତିହାସ

ଖ୍ରୀଷ୍ଟମାସରେ ସାଣ୍ଟା କ୍ରୁଜ ବେଶ ପଛରେ ଏକ ବଡ଼ ଇତିହାସ

ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ୨୫ ତାରିଖକୁ ବଡ଼ଦିନ କିମ୍ବା ଖ୍ରୀଷ୍ଟମାସ ପର୍ବ ଭାବରେ ପାଳନ କରାଯାଏ । ଏହି ଦିନ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ଅବସରରେ ପାଳିତ ହୋଇଥାଏ । ତେବେ ଏହିଦିନ ଲୋକେ ବିଭିନ୍ନ ଉପାୟରେ ଏହାକୁ ପାଳନ କରିଥାନ୍ତି । ସବୁଠି ଆନନ୍ଦ ଉଲ୍ଲାସରେ ଭରି ଯାଇଥାଏ । କିନ୍ତୁ ଖ୍ରୀଷ୍ଟମାସ ରେ ସାଣ୍ଟା କ୍ରୁଜ ବେଶ ଧାରଣ କରିବା କିମ୍ବା ଉପହାର ଦେବା ନେବା କରିବା ଚଳଣି କେଉଁଠୁ ଆସିଲା ତାହା କଣ ଆପଣ କେବେ ଭାବିଛନ୍ତି କି ? ବାସ୍ତବରେ ଏହି ସାଣ୍ଟା କ୍ରୁଜ ପଛରେ ଏକ ବଡ଼ ଇତିହାସ ରହିଛି ।

ବାସ୍ତବରେ ଯେଉଁ ସାଣ୍ଟାଙ୍କ ରୂପ ନେଇ ଖ୍ରୀଷ୍ଟମାସ ଦିନ ସମସ୍ତେ ଖୁସି ହୋଇଥାନ୍ତି ତାଙ୍କର ଅସଲ ନାମ ସେଣ୍ଟ ନିକୋଲାସ । ତୁର୍କସ୍ଥାନର ମିୟରା ସହରରେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁର ୨୮୦ ବର୍ଷ ପରେ ସେଣ୍ଟ ନିକୋଲାସ ଜନ୍ମ ହୋଇଥିଲେ । ସେ ବଡ଼ ହେବା ପରେ ଏକ ଗୀର୍ଜା ର ପାଦ୍ରୀ ହୋଇ ଯାଇଥିଲେ । ତାଙ୍କ ମନରେ ଦୟା ଏବଂ ପରୋପକାର ଗୁଣ ରହିଥିଲା । ଯେଉଁ କାରଣରୁ ସେ ସବୁବେଳେ ଗରିବଙ୍କୁ ସାହାଯ୍ୟ କରୁଥିଲେ ଏବଂ ଯୀଶୁଙ୍କ ଜନ୍ମ ଅବସରରେ ଛୋଟ ପିଲାଙ୍କୁ ଉପହାର ଚକଲେଟ ମଧ୍ୟ ବଣ୍ଟନ କରୁଥିଲେ ।

ଯୀଶୁଙ୍କ ଉପରେ ତାଙ୍କର ଗଭୀର ବିଶ୍ୱାସ ଥିଲା ଏବଂ ସମସ୍ତଙ୍କୁ ସାହାଯ୍ୟ କରିବା ତାଙ୍କର ଧର୍ମ ଥିଲା । ତେଣୁ ସେ ଖ୍ରୀଷ୍ଟମାସ ଦିନ ରାତିରେ କାହାକୁ ନଜଣାଇ ଛୋଟ ପିଲାଙ୍କୁ ଉପହାର ଏବଂ ଚକଲେଟ ବଣ୍ଟନ କରିବାକୁ ଆସୁଥିଲେ । ଏଥିରେ ତାଙ୍କୁ ଅନେକ ଖୁସି ମିଳୁଥିଲା । ପୁଣି ଥରେ ସେ ଜଣେ ଗରିବ ଲୋକଙ୍କୁ ଅଭାବ କାରଣରୁ ତାର ତିନି ଝିଅକୁ ଦେହ ବ୍ୟାପାର କରିବାକୁ ବାଧ୍ୟ କରାଉଥିବା ଜାଣି ରାତି ମଧ୍ୟରେ ଏକ ସୁନା ମୁଦ୍ରା ଆଣି ସକ୍ସ ଭିତରେ ରଖି ଟଙ୍ଗେଇ ଦେଇ ଆସିଥିଲେ । ଯେଉଁ ମୁଦ୍ରା ପାଇଁ ବୃଦ୍ଧଙ୍କ ପରିବାରର ଭାଗ୍ୟ ବଦଳି ଯାଇଥିଲା ।

ତେବେ ସେ ରାତିରେ ଆସିବାର କାରଣ ଏହା ଥିଲା ଯେ ସେ ନିଜ ପରିଚୟ କୁ ଲୁଚାଇବାକୁ ଚାହୁଁଥିଲେ । ସେହି ଦିନ ଠାରୁ ସମସ୍ତେ ତାଙ୍କୁ ସାଣ୍ଟା ଭାବରେ ଜାଣିବାକୁ ଲାଗିଲେ । ସେ କାହାକୁ ନଜଣାଇ ସମସ୍ତଙ୍କୁ ସାହାଯ୍ୟ ଏବଂ ଖ୍ରୀଷ୍ଟମାସ ଦିନ ସମସ୍ତଙ୍କୁ ଖୁସିରେ ଦେଖିବାକୁ ଚାହୁଁଥିଲେ । କିନ୍ତୁ ବର୍ତ୍ତମାନ ଯେଉଁ ସାଣ୍ଟାଙ୍କ ବେଶଭୂଷା ଆମେ ଦେଖୁଛୁ ତାହା କଣ ପ୍ରକୃତ ସାନ୍ଟା ଙ୍କ ବେଶ ଥିଲା ? ବାସ୍ତବରେ ୧୮୨୨ ଖ୍ରୀଷ୍ଟାବ୍ଦରେ ଖ୍ରୀଷ୍ଟମାସ ପୂର୍ବରୁ କ୍ଲେମେଣ୍ଟ ମୋର ନାଇଟ ରେ ମୁଦ୍ରିତ ସାଣ୍ଟା ର କାର୍ଟୁନ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା ସେତେବେଳେ ଥାମାସ ନେଷ୍ଟ ନାମକ ଜଣେ ରାଜନୈତିକ ଏକ ଚିତ୍ରନାଟ୍ୟ ସୃଷ୍ଟି କରିଥିଲେ । ସେହିଠାରୁ ଭିନ୍ନ ଭିନ୍ନ ବେଶରେ ସାଣ୍ଟା ର ରୂପରେ ଲୋକପ୍ରିୟତା ବଢ଼ିଲା । ସେହିଠାରୁ ଲୋକେ ସାଣ୍ଟାଙ୍କ ନୂତନ ଅବତାର କୁ ଲୋକେ ବେଶ ପସନ୍ଦ କରନ୍ତି । ବିଶେଷ କରି ଖ୍ରୀଷ୍ଟମାସ ରେ ଛୋଟ ପିଲା ମାନେ ସାଣ୍ଟା ଙ୍କ ରୂପ ଦେଖନ୍ତି । ସାଣ୍ଟା ପିଲାଙ୍କର ଖୁବ ଆଦରଣୀୟ ମଧ୍ୟ ହୋଇଥାନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )