Tuesday 23rd April 2024
ଏପରି ଏକ ନଦୀ ଯେଉଁଠି ଜୀବଜନ୍ତୁ ପାଲଟି ଯାଆନ୍ତି ପଥର

ଏପରି ଏକ ନଦୀ ଯେଉଁଠି ଜୀବଜନ୍ତୁ ପାଲଟି ଯାଆନ୍ତି ପଥର

ଦର୍ଶକବନ୍ଧୁ ଏହି ଦୁନିଆରେ ଏମିତି ଅନେକ କିଛି ହୁଏ ଯାହା ଆଶ୍ଚର୍ଯ୍ୟକର । ଯାହାକୁ ଆପଣ ପ୍ରଥମ ଥର ପାଇଁ ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ । ସେହିପରି ଆଜି ଆମେ ଆପଣଙ୍କୁ ଗୋଟିଏ ନଦୀ ବିଷୟରେ ଜଣାଇବାକୁ ଯାଉଛୁ । ଯାହା ବିଷୟରେ ଆପଣ ଜାଣି ନିଶ୍ଚୟ ସ୍ତବ୍ଦ ହୋଇଯିବେ । ଏପରି ଏକ ନଦୀ ଯାହାର ପାଣିକୁ ଛୁଇଁଲେ ଯିଏ କିଏ ବି ପାଲଟି ଯାଏ ପଥର । ଏହା ଜାଣି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ କାରଣ ଏହା ଶତ ପ୍ରତିଶତ ସତ ଘଟଣା । Lake Natron, Tanzaniaତେବେ ଆପଣ ଯଦି କେବେ ଗ୍ରୀକର ଇତିହାସ କିମ୍ବା ଗପ ଶୁଣିଥିବେ, ତେବେ ମେଡୁ୍ୟସା ବିଷୟରେ ନିଶ୍ଚୟ ଜାଣିଥିବେ । ଯାହାକୁ ଯିଏ ଥରେ ମାତ୍ର ଦେଖିଛି ସେ ପଥରରେ ପରିଣତ ହୋଇଯାଇଛି । ହେଲେ ଆପଣ କେବେ ଏପରି ଏକ ନଦୀ ବିଷୟରେ ଶୁଣିଛନ୍ତି କି ଯାହା ଭିତରକୁ ଯିଏ ବି ଜୀବିତ ଜୀବ-ଜନ୍ତୁ ଯାଏ ସେ ପାଲଟି ଯାଏ ପଥର । ଏହି ନଦୀଟି ତାନଜିଆରେ ଅବସ୍ଥିତ, ଯାହାର ନା’ ଲେକ୍ ନାଟ୍ରୋନ୍ । ଶୁଣିବାକୁ ମିଳେ ୨୦୧୦ରେ ଫଟୋଗ୍ରାଫର ନିକ୍ ବ୍ରାଣ୍ଡ ଏହି ଯାଗାକୁ ଯାଇଥିଲେ । ଯାହାର ଦୃଶ୍ୟ ତାଙ୍କୁ  ଆଶ୍ଚର୍ଯ କରିଦେଲା ବୋଲି ସେ କୁହନ୍ତି । ସେ ଆଉ ମଧ୍ୟ କୁହନ୍ତି ଯେ ସେଠି ସେ ମୃତ ଜୀବଜନ୍ତୁ ମାନଙ୍କ ପଥର ସବୁ ଦେଖିଛନ୍ତି । ଯେଉଁମାନେ ଏହି ନଦୀକୁ ଯାଇ ଏପରି ପଥର ପାଲଟି ଯାଇଛନ୍ତି । ବ୍ରାଣ୍ଡ ତାଙ୍କ ଲିଖିତ ଏକ ପୁସ୍ତକ “ଆକ୍ରୋସ ଦ ରାଭେଜ୍ ଲ୍ୟାଣ୍ଡ” ରେ ଏହି ପଥର ପାଲଟି ଯାଇଥିବା ଜୀବଜନ୍ତୁଙ୍କ ବିଷୟରେ ଲେଖିଛନ୍ତି ।Nick Brandt: Across the Ravaged Land at Hasted Kraeutler in New York - YouTube ଏହି ନଦୀଟି ଗୋଲାପି ରଙ୍ଗର ହୋଇଥାଏ ।  କିଏ ବି ଜାଣି ନାହାଁନ୍ତି ଏହି ଜୀବଜନ୍ତୁ ପଥରରେ କିପରି ପରିଣତ ହେଲେ । ତେଣୁ କୁହାଯାଏ କି ନଦୀର ରିଫଲେକ୍ଟିଭ ପ୍ରକୃତି ସେମାନଙ୍କୁ ଆକର୍ଶୀତ କରିଥାଇ ପାରେ । ତେବେ ବୈଜ୍ଞାନିକଙ୍କ ମତରେ ଏହି ନଦୀ ପାଖରେ ଏକ ଜ୍ୱାଳାମୁଖ ଅଛି ଯେଉଁଠୁ ଲାଭା ରୁପରେ ନିର୍ଗତ ହୁଏ ସୋଡିୟମ, ସୋଡିୟମ ବାଏ କାର୍ବୋନେଟ, ପୋଟାସିୟମ କାର୍ବୋନେଟ । ଯେଉଁ ପଦାର୍ଥ ମୃତ ମଣିଷର ଶବକୁ ମମିଫିକେସନ କରି ରଖାଯିବା ପାଇଁ ବ୍ୟବହାର କରାଯାଉଥିଲା ।Natron il lago che mummifica i corpi ଯାହାଫଳରେ ମୃତ ମଣିଷର ଶରୀର ବହୁତ ଦିନ ପର୍ଯ୍ୟନ୍ତ ସାଇତିକି ରଖାଯାଇପାରୁଥିଲା । ଏହି ଲାଭା ପାଣି ବା ନଦୀରେ ମିଶିଲା ପରେ ଅମୋନିଆର ପିଏଚ ୧୦.୫ ପାଖାପାଖି ହୋଇଯାଇଥାଏ । ଯାହାକି ବହୁତ ବିଶାକ୍ତ ହୋଇଥାଏ । ଯେଉଁଥି ପାଇଁ ଏହି ନଦୀର ପାଣି ଗୋଲାପି ରଙ୍ଗର ପ୍ରତିତ ହୋଇଥାଏ । କିନ୍ତୁ ଏହି ନଦୀରେ ଗୋଟିଏ ଏମିତି ବି ପକ୍ଷୀ ଅଛି ଯିଏ କି ଜିବୀତ ରହିପାରେ, ସେ ହେଉଛି ଫ୍ଲେମିଙ୍ଗୋ । Flamingoଏହି ପକ୍ଷୀ ଟିର ଗୋଡ଼ ବହୁତ ପତଳା ଓ ଶରୀର ବହୁତ ଟାଣ ହୋଇଥିବାରୁ ସେମାନଙ୍କୁ କୌଣସି କ୍ଷତି ପହଞ୍ଚେ ନାହିଁ । ଯାହାକି ମଣିଷ କିମ୍ବା ଅନ୍ୟ ଜୀବଜନ୍ତୁଙ୍କର ନଥାଏ, ତେଣୁ ଏହି ଜୀବଜନ୍ତୁ ସବୁ ଠିକ୍ ସେଇ ଅବସ୍ତାରେ ଅଛନ୍ତି ଯେଁଉ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଛି । ତେବେ ଦୁନିଆରେ ଏମିତି ଅନେକ ଆଶ୍ଚର୍ଯ୍ୟ କରି ଦେଲା ଭଳି ଘଟଣା ଆମେ ଜାଣିଥାଉ । କିନ୍ତୁ ପ୍ରତ୍ୟେକଟି ଘଟଣାର ନିଜ ନିଜର ବୈଜ୍ଞାନିକ କାରଣ ରହିଥାଏ, ଯାହା ଆଜି ଆମେ ଏହି ନଦୀ ସମ୍ବନ୍ଧରେ ଆପଣଙ୍କୁ ଜଣାଇଲୁ ।

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )