Friday 19th April 2024
ଆସିବାକୁ ଯାଉଛି ସୌରଭ ଗାଙ୍ଗୁଲିଙ୍କ Biopic ! ଦାଦା ଙ୍କ ଭୂମିକାରେ ଅଭିନୟ କରିବେ ରଣବୀର !

ଆସିବାକୁ ଯାଉଛି ସୌରଭ ଗାଙ୍ଗୁଲିଙ୍କ Biopic ! ଦାଦା ଙ୍କ ଭୂମିକାରେ ଅଭିନୟ କରିବେ ରଣବୀର !

ସୌରଭ ଗାଙ୍ଗୁଲିଙ୍କୁ କିଏବା ନ ଜାଣେ । କ୍ରିକେଟ ପ୍ରେମୀ ମାନଙ୍କ ମନରେ  ସୌରଭ ଗାଙ୍ଗୁଲିଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ଅଛି । ସମୟଥିଲା ଲୋକେ ସୌରଭ ଗାଙ୍ଗୁଲିଙ୍କୁ ଟିକେ ଦେଖିବା ପାଇଁ ଲୋକେ ଲାଇନରେ ଠିଆ ହେଉଥିଲେ । ଟିଭି ସାମ୍ନାରେ ମ୍ୟାଚ୍ ବେଳେ ବସି ରହୁଥିଲେ । “M.S. Dhoni: The Untold Story” ମୁଭିରେ ଦର୍ଶକ Cricket World Cup ଫିଲ୍ମ ହଲରେ ଦେଖିଥିଲେ ।

କର ତାଳି ଶବ୍ଦ ଛଡା ଆଉକିଛି ଶୁଣା ଯାଇନଥିଲା । ଏହି ଫିଲ୍ମର ବର୍ଷେପରେ ଆସିଥିଲା “Sachin: A Billion Dreams” । କ୍ରିକେଟକୁ ନେଇ ଫିଲ୍ମ ବେଶ ଭଲ ଚାଲିଥିଲା । ବ୍ୟବସାୟୀକ ସଫଳତା ସହ ଢେର ଆଦର ସାଉଁଟିଥିଲା ଏହି ଫିଲ୍ମ ଗୁଡିକ । “M.S. Dhoni: The Untold Story” ମୁଭିରେ ସୁଶାନ୍ତ ସିଂ ରାଜପୁତ ଜବରଦସ୍ତ ଅଭିନୟ କରିଥିଲେ ।

ଏବେ ଆସୁଛନ୍ତି ରଣବୀର କପୁର । ସୂଚନା ଅନୁସାରେ ରଣବୀର କପୁର ଅଭିନୟ କରିବେ ସୌରଭ ଗାଙ୍ଗୁଲିଙ୍କ ଜୀବନୀ ଉପରେ ଆଧାରିତ ଏକ ଫିଲ୍ମରେ । ଦୀର୍ଘଦିନ ଧରି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ biopic କୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଫିଲ୍ମଟି ର ସବୁକାମ ପ୍ରାୟତ ସରିଯାଇଛି । ରିପୋର୍ଟ ଅନୁସାରେ ଫିଲ୍ମଟି ର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ । ଗୁରୁତ୍ୱପୁର୍ଣ୍ଣ କଥାଟି ହେଲା ଏହି କାହାଣୀ ଖୋଦ୍ ସୌରଭ ଗାଙ୍ଗୁଲି ଲେଖିଛନ୍ତି ।

ଚଳଚ୍ଚିତ୍ର ନିର୍ମାତା Luv Ranjan ଏବଂ Ankur Garg  ଦ୍ୱାରା ପ୍ରତିଷ୍ଠିତ ପ୍ରଡକ୍ସନ୍ ହାଉସ୍ Luv Films ଇନଷ୍ଟାଗ୍ରାମରେ ସୋରଭ ଗାଙ୍ଗୁଲିଙ୍କୁ ନେଇ ଫିଲ୍ମ ନିର୍ମାଣ ବାବଦରେ ଘୋଷଣା କରିଛନ୍ତି । ଏହି ଘଟଣାର ସଂମ୍ପୁର୍ଣ୍ଣ ସତ । କାହିଁକିନା ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ଟ୍ୱିଟ୍ କରିଛନ୍ତି ।

 ପୂର୍ବତନ ଭାରତୀୟ କ୍ରିକେଟ୍ ପୁରୁଷ ଦଳର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜୀବନୀ ଉପରେ ଏକ ବାୟୋପିକ୍ ଉପରେ କାମ ଚାଲିଛି । ଯାହା Luv Films ଦ୍ୱାରା ନିର୍ମିତ ହେବ। ଗାଙ୍ଗୁଲିଙ୍କୁ ସ୍ନେହରେ ଦାଦା କୁହାଯାଏ । ସେ ଭାରତୀୟ କ୍ରିକେଟ୍ ଇତିହାସର ଅନ୍ୟତମ ସଫଳ skippers ଏବଂ Board of Control for Cricket in India (BCCI) ର ସଭାପତି ଭାବରେ କାର୍ଯ୍ୟ କରିସାରିଛନ୍ତି ।

ଚଳଚ୍ଚିତ୍ର ନିର୍ମାତା Luv Ranjan ଏବଂ Ankur Garg  ଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଡକ୍ସନ୍ ହାଉସ୍ Luv Films ଗୁରୁବାର ଦିନ ଇନଷ୍ଟାଗ୍ରାମରେ ଫିଲ୍ମକୁ ନେଇ ଘୋଷଣା କରିଛି । ପ୍ରଡକ୍ସନ ତରଫରୁ କୁହାଯାଇଛି ଯେ Luv Films  ରେ ” ଦାଦା ” ଙ୍କ ବାୟୋପିକ୍ କରିବ ବୋଲି ଘୋଷଣା କରି ଆମେ ବହୁତ ଆନନ୍ଦିତ ।

 

View this post on Instagram

 

A post shared by Luv Films (@luv_films)

 ପ୍ରଡ୍ୟୁସର ମାନେ  ଆହୁରି ମଧ୍ୟ କହିଛନ୍ତି ଯେ ଏହି ଦାୟିତ୍ୱ ଆମପାଇଁ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ତେଣୁ ଆମେ ଅନେକ ଗବେଷଣା କରୁଛୁ ଫିଲ୍ମର କାହାଣୀକୁ ନେଇ । ୨୦୨୧ ମସିହା ସେପ୍ଟେମ୍ବର ୯ ତାରିଖରେ Luv Films  ଏବଂ  ସୌରଭ ଗାଙ୍ଗୁଲି ମିଶି ସୋସିଆଲ୍ ମିଡିଆରେ ଘୋଷଣା କରିଛନ୍ତି । ଦୀର୍ଘ ଦୁଇ ବର୍ଷର ଗବେଷଣା ପରେ ଏହି କାହାଣୀଟିକୁ  ପ୍ରସ୍ତୁତ କରାଯାଇଛି । ଯେପରିକି ସୌରଭ ଗାଙ୍ଗୁଲିଙ୍କର ଜୀବନୀ ର କିଛି ଅଂଶ ଛାଡି ନଯାଏ ।

ସେହିପରି ବର୍ତ୍ତମାନ ସୌରଭ ଗାଙ୍ଗୁଲିଙ୍କ ଚରିତ୍ରରେ କିଏ ଅଭିନୟ କରିବେ ତାହା ବର୍ତ୍ତମାନ ସ୍ଥିର ହୋଇନାହିଁ କିମ୍ୱା official announcement  ହୋଇନାହିଁ । ଗୁପ୍ତସୁତ୍ର ଅନୁସାରେ ରଣବୀର ଏହି ଭୂମିକାରେ ଆସିବେ ବୋଲି ଏକ ପ୍ରକାର ଚର୍ଚ୍ଚା ଜୋର ଧରିଛି ।ଏପରିକି ସୌରଭ ଗାଙ୍ଗୁଲି ମଧ୍ୟ ନିଜେ ଚାହୁଁଛନ୍ତି ଯେ, ରଣବୀର କପୁର ତାଙ୍କ ଚରିତ୍ରରେ ଅଭିନୟ କରନ୍ତୁ । କାହିଁକିନା ରଣବୀର ଜଣେ ଭଲ କଳାକାର ।

ସେ ଆଗରୁ Rajkumar Hirani’s ଙ୍କ ନିର୍ଦେଶିତ Sanju ମୁଭିରେ Sanjay Dutt ଙ୍କ ଚରିତ୍ରରେ ଖୁବ୍ ନିଖୁଣତାର ସହ ଅଭିନୟ କରିଥିଲେ । Sanju ମୁଭି ବକ୍ସ ଅଫିସରେ କମାଲ ଧମାଲ କରିଥିଲା । ତେବେ ରଣବୀର ଏନେଇ କୌଣସି ମନ୍ତବ୍ୟ ରଖିନାହାନ୍ତି । ତାସହ କେବେ ମୁକ୍ତି ଲାଭ କରିବ ସୌରଭ ଗାଙ୍ଗୁଲିଙ୍କ  biopic , ସେନେଇ ସିନେପ୍ରେମୀ ତଥା କ୍ରିକେଟ ପ୍ରେମୀ ମାନଙ୍କ ମନରେ ରହିଛି ଅନେକ ଉତ୍କଣ୍ଠା ।

ଅପରପକ୍ଷରେ ରଣବୀର ଏବେ ତାଙ୍କ ଫିଲ୍ମ “Tu Jhoothi Main Makkaar” କୁ ନେଇ ଚର୍ଚ୍ଚାରେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )