Thursday 25th April 2024
ଯେଉଁଠି ବି ପକାଇବେ ଏହି ମେସିନ୍ ,ସବୁଦିନ ହେବ ୨ହଜାର ରୋଜଗାର…

ଯେଉଁଠି ବି ପକାଇବେ ଏହି ମେସିନ୍ ,ସବୁଦିନ ହେବ ୨ହଜାର ରୋଜଗାର…

ଆପଣ ସବୁବେଳେ ରାସ୍ତାରେ ଯାଉଥିବା ସମୟରେ କିଛି ନିଦ୍ଧିଷ୍ଟ ଗାଡି ଉପରେ ନଜର ପକେଇଥିବେ । ଏହି ଗାଡି ଗୁଡିକ ବିଭିନ୍ନ ପେଟ୍ରୋଲ ପମ୍ପ,ହାଇ-େଓ ,ଅଟୋମୋବାଇଲ୍ ଓାର୍କସପ୍‌, ଆଦି ସ୍ଥାନରେ ଦେଖିବାକୁ ମିଳେ । କଣ ଆପଣ ଜାଣନ୍ତି ସେହି ବଡ ଗାଡି ଗୁଡିକରେ କଣ ହୁଏ ? ତେବେ ତାହା ଏକ ପ୍ରକାରର ରୋଜଗାର କରିବାର ମାଧ୍ୟମ ବୋଲି ଆମେ କହିପାରିବା । କିନ୍ତୁ ହଁ ସେଥିରେ କୌଣସୀ ବେଆଇନ ଉପାୟରେ ଟଙ୍କା କମାଯାଇପାରେ ନାହିଁ । ଏହା ସରକାରଙ୍କ ଦ୍ୱାରା ସୀକୃତି ପାଇଥିବା କାମ ବୋଲି ଆମେ କହିପାରିବା । ତେବେ ଏବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଏହା କେଉଁପ୍ରକାରର କାମ ?

ତେବେ ଯଦି ଆପଣ ନିଜର ବିଜନେସ୍ ଆରମ୍ଭ କରିବାକୁ ଚାହୁଁଛନ୍ତି । ତାହାଲେ ଏହି ଉପାୟରେ ଆପଣ ପ୍ରତ୍ୟେକ ଦିନ ୨ହଜାର ଟଙ୍କା ରୋଜଗାର କରିପାରିବେ । ଆଉ ଏହି ବିଜନେସ୍ ରେ ଆପଣଙ୍କୁ କମ୍ ଟଙ୍କା ନିବେଶ କରିବାକୁ ପଡିବ । ଆମେ ଆପଣଙ୍କୁ ଏମିତି ଏକ ବିଜନେସ୍ ଆଇଡିଆ ଦେବାକୁ ଯାଉଛୁ ଯାହା ହୁଏତ ଆପଣଙ୍କ ଭାଗ୍ୟ ଖୋଲିଦେବ । ତେବେ ବିଜନେସ୍ ଟି ହେଉଛି ପଲ୍ୟୁସନ୍ ଟେଷ୍ଟିଙ୍ଗ ସେଣ୍ଟର । ଆପଣ ଯିବା ଆସିବା ରାସ୍ତାରେ ଯେଉଁ ଗାଡି ଦେଖନ୍ତି ତାହା ଦ୍ୱାରା ପ୍ରଦୂଷଣ ଟେଷ୍ଟ କରିବାର କାମ କରାଯାଏ । ଆପଣ ଚଲାଉଥିବା ଯାନବାହନର ପ୍ରଦୂଷଣ ଯାଂଚ କରିବାର ଉପାୟ ହେଉଛି ସେହି ଗାଡି । ସେହି ଗାଡିରେ ଏକ ପ୍ରକାରର ମେସିନ୍ ରହିଥାଏ । ଯାହାକୁ ନେଇ ଗାଡି ମାନଙ୍କର ପ୍ରଦୂଷଣ ଯାଂଚ କରାଯାଏ । ପଲ୍ୟୁସନ ସାର୍ଟିଫିକେଟ୍ ବର୍ତ୍ତମାନ ଯାନବାହନ ନିୟମ ଅଧିନସ୍ଥ ଆସୁଛି । ତେଣୁକରି ଏହା ଅର୍ନିବାର୍ଯ୍ୟ ଅଟେ ।

ଆଜିର ସମୟରେ ଶସ୍ତା ଗାଡି ହେଉ କି ମହଙ୍ଗା,ଟ୍ରାଫିକର ଚେକିଙ୍ଗ ସମୟରେ ଆପଣଙ୍କର ଜରୁରୀ କାଗଜ ପତ୍ର ସହ ପଲ୍ୟୁସନ କାଗଜ ବି ନିହାତି ଜରୁରୀ । ଯଦି ଏହି ସାର୍ଟିଫିକେଟ ଆପଣଙ୍କ ପାଖରେ ନଥାଏ । ତାହାଲେ ଆପଣଙ୍କୁ ଜୋରିମାନା ଭରିବାକୁ ପଡେ । ତେବେ ଜୋରିମାନାର ରାଶି ୧ହଜାରୁ ୧୦ ହଜାର ପର୍ଯ୍ୟନ୍ତ ବି ହୋଇପାରେ । ତେଣୁକରି ଏହିଭଳି ଜରିମାନାରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ପ୍ରାୟତଃ ସବୁ ଗାଡିଚାଳକ ନିଜ ନିଜ ଗାଡିର ପଲ୍ୟୁସନ ଟେଷ୍ଟ କରାଉଛନ୍ତି । ସେଥିପାଇଁ ବର୍ତ୍ତମାନ ସମସ୍ତେ ପଲ୍ୟୁସନ ସେଣ୍ଟର ଖୋଜୁଛନ୍ତି । ଆଉ ଏହିଭଳି ଜିନିଷର ଆବଶ୍ୟକତା ପ୍ରତ୍ୟେକ ଦିନ ରହିଛି ।


କେମିତି ଖୋଲିବେ ପଲ୍ୟୁସନ ସେଣ୍ଟର ?

ଏହି ବିଜନେସ୍ ପାଇଁ ଆପଣଙ୍କୁ ଭାରୀ ମାତ୍ରାରେ ନିବେଶ କରିବାକୁ ପଡିବନାହିଂ । ବରଂ ଆପଣ କେବଳ ୧୦ହଜାର ଟଙ୍କାରୁ ହିଁ ଆରମ୍ଭ କରିପାରିବେ । ପ୍ରାୟତଃ ସବୁ ରାଜ୍ୟରେ ପଲ୍ୟୁସନ ସେଣ୍ଟର ଖୋଲିବା ପାଇଁ ଭିନ୍ନ ଭିନ୍ନ ଚାର୍ଜ ଲାଗିଥାଏ । ସରକାରୀ ସ୍ତରରେ ଆବେଦନ କରିବା ପାଇଁ ଏକ ସ୍ୟକୁରିଟି ଟଙ୍କା ଦେବାକୁ ପଡେ । ଯାହା ପ୍ରାୟତଃ ୫ହଜାର ଟଙ୍କା ହୋଇଥାଏ ଓ ଲାଇସେନ୍ସ ପାଇଁ ୫ହଜାର ଟଙ୍କା ଦେବାକୁ ପଡେ । ପ୍ରଦୂଷଣ ସେଣ୍ଟର ଖୋଲିବା ପାଇଁ କିଛି ନିୟମ ବି ମାନିବାକୁ ପଡିବ । ଏହାକୁ ଆପଣ ଏକ ଗାଡିରେ ଖୋଲିପାରିବେ ଯାହାର ଲାଇସେନ୍ସ ରହିବା ଜରୁରୀ । ନହେଲେ ଏକ କେବିନ୍ ମଧ୍ୟ ଖୋଲିପାରିବେ ଯାହାକି ୨.୫ ମିଟର ଲମ୍ବା ଓ ୨ ମିଟର ଚଉଡା ଓ ୨ମିଟର ଉଚ୍ଚତା ବିଶିଷ୍ଟ ହୋଇଥିବ । ଆଉ କେନ୍ଦ୍ର ଦ୍ୱାରା ଜାରୀ କରାଯାଇଥିବା ଲାଇସେନ୍ସ ନମ୍ବର ବି ସେଥିରେ ଲେଖାଯିବା ଆବଶ୍ୟକ । ତେଣୁ ନିଜ ଅଂଚଳର ଆରଟିଓ ଅଫିସକୁ ଯାଇ ଲାଇସେନ୍ସ ନେଇପାରିବେ ଓ ତାସହ ଏହାକୁ ଆପ୍ଲାଏ କରିବା ପାଇଁ ଏକ ୧୦ ଟଙ୍କାର ଏଫିଡେବିଟ୍ କରିବାକୁ ହେବ । ଆରଟିଓ ତରଫରୁ ନୋ ଅବଜେକସ୍ ସାର୍ଟିଫିକେଟ ମିଳିଲା ପରେ ଆପଣ ନିଜର ସେଣ୍ଟର ଖୋଲିପାରିବେ ।

ଇଏ ତ ହେଇଗଲା ଲାଇସେନ୍ସ ଓ ସରକାରୀ ମାନ୍ୟତାର କଥା କିନ୍ତୁ କେଉଁ ଜିନିଷ ଆପଣଙ୍କୁ ସେଣ୍ଟରରେ ଆବଶ୍ୟକ ପଡିବ ତା ଉପରେ ବି ନଜର ପକାନ୍ତୁ –
୧-କମ୍ପୂଟର/ଲାପଟପ୍‌
୨-ୟୁଏସବି େଓବ୍ କ୍ୟାମେରା
୩-ଇଙ୍କଜେଟ୍ ପ୍ରିଣ୍ଟର
୪-ପାଓାର୍ ସପ୍ଲାଏ
୫-ଇଣ୍ଟରନେଟ୍ କନେକସନ୍‌
୬-ସ୍ମୋକ ଏନାଲାଇଜର୍

ବିଭିନ୍ନ ଗାଡିର ପଲ୍ୟୁସନ ସାର୍ଟିଫିକେଟ୍ ପାଇଁ କେତେ ଟଙ୍କା ?

ସାଧାରଣତଃ ପଲ୍ୟୁସନ ସାର୍ଟିଫିକେଟ ଭିନ୍ନ ଭିନ୍ନ ଯାନ ପାଇଁ ଅଲଗା ରହିଥାଏ । ତାସହ ଫ୍ୟୁଲ କୁ ମଧ୍ୟ ଧ୍ୟାନରେ ରଖି ଟଙ୍କା ଧାର୍ଯ୍ୟ କରାଯାଏ । ଯେମିତିକି ୬୦ ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ଏହା ରହିପାରେ । ନୂଆ ଯାନ ପାଇଁ ଏହି ସାର୍ଟିଫିକେଟର ଭେଲିଡିଟି ୧ବର୍ଷ ପାଇଁ ରହିଥାଏ ଓ ପୁରୁଣା ଯାନ ପାଇଁ ୬ମାସ ରହିଥାଏ । ପ୍ରଦୂଷଣ କେନ୍ଦ୍ରରେ ଯେଉଁମାନେ ବି ଯାଂଚ କରୁଛନ୍ତି ସେମାନଙ୍କର ଡାଟା କମ୍ପୂଟରେ ୧ ବର୍ଷ ପର୍ଯ୍ୟନ୍ତ ରହିବା ନିହାତି ଜରୁରୀ । ଆଉ ଯାଂଚ ପରେ ଯାନ ବାହାନ ଗୁଡିକରେ ସରକାର ଦେଉଥିବା ଷ୍ଟିକର ଲଗାଇବା ବାଧ୍ୟତାମୂଳକ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )