Saturday 27th July 2024
ଡିଜିଟାଲ୍ ପରିବର୍ତ୍ତନର ଏହି ୫ଟି ଉପାୟ ନ ମାନିଲେ ବଢିବନି ବିଜନେସ୍

ଡିଜିଟାଲ୍ ପରିବର୍ତ୍ତନର ଏହି ୫ଟି ଉପାୟ ନ ମାନିଲେ ବଢିବନି ବିଜନେସ୍

କରୋନା ପରେ କାମକ୍ଷେତ୍ରରେ ଟେକ୍ନୋଲୋଜୀ ବହୁତ ଶୀଘ୍ର ଆସି ପ୍ରବେଶ କରିସାରିଛି । ଏମିତିକି କରୋନା ପୂର୍ବରୁ ବି ଡିଜିଟାଲ୍ ଦୁନିଆ ଆରମ୍ଭ ହୋଇସାରିଥିଲା କିନ୍ତୁ ବର୍ତ୍ତମାନ ଏହାର ମାତ୍ରା ସବୁଠୁ ଅଧିକ ହୋଇସାରିଛି । ଯେଉଁ ଡିଜିଟାଲ୍ ମାଧ୍ୟମ ଧୀର ଗତିରେ ଗତ କିଛି ବର୍ଷ ଧରି ଚାଲିଥିଲା । ସେହି ମାଧ୍ୟମ କୋଭିଡ୍ ର କିଛି ମାସ ଭିତରେ ଆକାଶଛୁଆଁ ଗତିରେ ଚାଲିଲା । ଆମ ଦୈନନ୍ଦିନ ଜୀବନ ଇଣ୍ଟରନେଟ୍ ବିନା ଅସଜଡା ହେଇଗଲା । କାମ ହେଉ କି ମଜା ସବୁଥିରେ ଲାଗିଲା ଡିଜିଟାଲାଇଜେସନ୍ ର ଟ୍ୟାଗ୍ । ଆଉ ସେହି ଡିଜିଟାଲାଇଜେସନ୍ ନୂଆ ନୂଆ ବିଜନେସ୍‌କୁ ମେଣ୍ଟେନ କରିବା ପାଇଁ ଭଲ ସାହାର୍ଯ୍ୟ କଲା । ସୁଦୃଢ ହୋଇ କାମ କରିବାର ଉପାୟ ଦେଲା । ଯଦି ଡିଜିଟାଲ୍ ଦୁନିଆକୁ କିଏ ବେଶି ଆପଣାର କରିପାରିଛି ତାହାଲେ ତାହା ହେଉଛି ଆଇଟି ସେକ୍ଟର । ସେମାନଙ୍କ ପାଇଁ କୋଭିଡ୍ ସମୟ ଏକ ନୂଆ ବାତ୍ତା ଦେଇ ଯାଇଛି । ସେଇ ଅନୁସାରେ ୯୦ ପ୍ରତିଶତ ଆଇଟି-ସେକ୍ଟର ବର୍ତ୍ତମାନ ଡିଜିଟାଲୀ ହିଁ କାମ କରୁଛି । ଲୋକଙ୍କ ଆବଶ୍ୟକତାକୁ ପୂରଣ କରୁଛି । ନିଜକୁ ଡିଜିଟାଲୀ ଟ୍ରାନଫର୍ କରିବା ବିଜନେସ୍ ପାଇଁ ମୂଳମନ୍ତ୍ର ପାଲଟିଯାଇଛି ।

୨୦୨୦ ରୁ ୨୦୨୨ ଭିତରେ ଡିଜିଟାଲାଇଜେସନ୍ ପ୍ରତ୍ୟୋକ ବିଜନେସ୍ କମ୍ପାନୀଙ୍କୁ ଶିଖାଇଲା ଗୋଟିଏ ଜିନିଷ- ତାହାହେଲା ଟେକ୍ନୋଲୋଜୀକୁ ନିଜ ପସନ୍ଦ ହିସାବରେ ଆପଣାଓ ନାହିଁ ,ବରଂ ତାଙ୍କୁ ନିଜର ଆବଶ୍ୟକତା ଅନୁସାରେ କାମରେ ଲଗାଓ । ବିଜନେସ୍ ରେ ସବୁଠୁ ବଡ ଓ ଜରୁରୀ ବିଷୟ ନୂଆ ନୂଆ ଟେକ୍ନୋଲୋଜୀ ହିଁ ହେବା ଦରକାର । ତେଣୁ ଏସବୁକୁ ଯିଏ ନିଜ ବିଜନେସ୍ ରେ impliment କରିବ ସେ ସେତେ ଭଲ ଭାବରେ ସଫଳତା ପାଇପାରିବ । କିନ୍ତୁ ଜଣେ traditionally ବିଜନେସ୍ କରୁଥିବା ବ୍ୟକ୍ତି ଯଦି ନିଜ ସଂସ୍ଥାକୁ ଡିଜିଟାଲୀ ନେବ ତାହାଲେ କେଉଁ କେଉଁ ଉପାୟ ସେଠାରେ ଆପଣାଇବା ଆବଶ୍ୟକ । ଧରାଯାଉ ବର୍ତ୍ତମାନ ଆପଣ ନିଜ ବିଜନେସ୍ କୁ ଡିଜିଟାଲୀ ନେବାକୁ ଚାହୁଁଛନ୍ତି । କିନ୍ତୁ ତାକୁ ନେବା ପାଇଁ ଆପଣଙ୍କୁ ପ୍ରଥମେ କେଉଁ କେଉଁ ଜିନିଷକୁ ଭଲ ଭାବରେ ବୁଝିବା ଦରକାର ତା ଉପରେ ଧାରଣା ରହିବା ନିହାତି ଜରୁରୀ । ତେବେ ଚାଲନ୍ତୁ ଆପଣଙ୍କର ଏହି ଆରମ୍ଭକୁ ଆମେ ଏକ ସହଜ ଓ ସୁବିଧା ଉପାୟରେ ଆର୍ଟିକିଲ୍ ମାଧ୍ୟମରେ ବୁଝାଇବାକୁ ଚେଷ୍ଟା କରିବା । ଯଦି ସବୁକିଛି ସ୍ପଷ୍ଟ ଭାବରେ ଜାଣିବାକୁ ଚାହୁଁଛନ୍ତି ତାହାଲେ ଶେଷ ଯାଏଁ ଆର୍ଟିକିଲ୍ କୁ ପଢନ୍ତୁ ।

ବିଜନେସ୍ ବୃଦ୍ଧି ପାଇଁ ଜରୁରୀ ଏହି ୫ଟି ଜରୁରୀ କଥା-

୧-ଅନ୍‌-ଡିମାଣ୍ଡ ସେବା ଆଶା କରିବା
୨-କର୍ମଚାରୀଙ୍କୁ ଆଧୁନିକ ଉପକରଣ ଦେବା
୩-ସୁରକ୍ଷାକୁ ବ୍ୟବସାୟରେ ପ୍ରାଥମିକତା ଦେବା
୪-ବ୍ୟବସାୟିକ ସହଭାଗିତାକୁ ମଜବୁତ କରିବା
୫-ଶୀଘ୍ର ଓ ଭଲ ନିର୍ଣ୍ଣୟ ନେବା

୧-ଅନ୍‌-ଡିମାଣ୍ଡ ସେବା ଆଶା କରିବା

ଆଜିକାଲି ବଢୁଥିବା ଇଣ୍ଟରନେଟ୍ ଯୁଗରେ ସବୁକିଛି ନିଜ ମନବୁତାବକ ହୋଇଯାଇଛି । କିଛି ବି ଅସୁବିଧା ହେଲେ ଇଣ୍ଟରନେଟ୍ ରେ ତାର ସମାଧାନ ମିଳିଯାଉଛି । କିଛି ବି ଆବଶ୍ୟକତା ପଡିଲେ ଇଣ୍ଟରନେଟ୍ ମାଧ୍ୟମରେ ସାହାର୍ଯ୍ୟର ଉପାୟ ମିଳିଯାଉଛି । ତେଣୁକରି ଲୋକମାନଙ୍କର ଆବଶ୍ୟକତା ଅନୁସାରେ ଯାହା ଜଲଦୀ ଏବଂ ସମାଧାନପୂର୍ଣ୍ଣ ହୋଇପାରିବ ତାହାହିଁ ଅଧିକ ଚାଲିବ । କାରଣ ସହଜ ଓ ସୁବିଧା ଉପାୟକୁ ହିଁ ଅଧିକରୁ ଅଧିକ ଲୋକ ଆପଣାଇବେ । ତେବେ ବିଜନେସ୍ କ୍ଷେତ୍ରରେ ବି ଆପଣଙ୍କୁ ଏହି କଥାଟି ଉପରେ ଧ୍ୟାନ ଦେବାକୁ ପଡିବ । ଡିଜିଟାଲୀ ଆପଣଙ୍କ ବ୍ୟବସାୟ ଭଳି ଅନେକ ବିଜନେସ୍ ଅନଲାଇନ୍ ଚାଲୁଥିବ । ତେଣୁ ଆପଣ ଯଦି ନିଜ customer ଙ୍କ ଡିମାଣ୍ଡ ଅନୁସାରେ କାମ ନ କରିପାରିଲେ ତାହାଲେ ସେମାନଙ୍କ ପାଖରେ ଆହୁରୀ option ଥିବ ।


ଅଫଲାଇନ୍ ମାର୍କେଟରେ ନିଜ customer ଙ୍କୁ ପ୍ରଲୋଭନ ଦେଇ ବୁଝାଇ ଜିନିଷ ବିକ୍ରି କରାଯାଉଥିଲା ଏବଂ ଗୋଟିଏ ଦୋକାନରୁ ଆଉ ଏକ ଦୋକାନ ବୁଲିବା customer ପାଇଁ କଷ୍ଟ ମଧ୍ୟ ପଡୁଥିଲା । ତେଣୁ ସେମାନେ ତାଙ୍କ ଡିମାଣ୍ଡ ଅନୁସାରେ ଯାହା ମିଳିଯାଉଛି ତାହା କିଣିଦେଉଥିଲେ । କିନ୍ତୁ ଅନଲାଇନ୍ ରେ ଜଣେ customerର ଡିମାଣ୍ଡ ପୁରା କରିବା ପାଇଁ ତା ହାତ ପାହାନ୍ତାରେ ଅନେକ ଦୋକାନ line  ଦେଇଛନ୍ତି । ତେଣୁ ଯଦି ଆପଣ ସେହି ଭିତରେ ରହି ପ୍ରଥମେ ନିଜ customer ର ଡିମାଣ୍ଡକୁ ପୁରା ନ କରିପାରିବେ । ସେ ଅନ୍ୟ ଏକ option ବାଛିବାକୁ ବେଶି ସମୟ ନେବ ନାହିଁ । କାରଣ customerକୁ ଡିଜିଟାଲୀ ନିଜ ଜିନିଷ ଖୋଜିବାରେ କୌଣସି ପରିଶ୍ରମ ଲାଗୁନାହିଁ । ତେବେ ଆପଣ ଡିଜିଟାଲୀ ବିଜନେସ୍ କୁ ଆସିବା ସମୟରେ ନିଜ ଗ୍ରାହକଙ୍କ ଡିମାଣ୍ଡ କେତେ ଜଲଦୀ ପୁରା କରିପାରିବେ ତା ଉପରେ ଚତୁରତାର ସହ ଧ୍ୟାନ ଦେବା ନିହାତି ଜରୁରୀ ।

୨-କର୍ମଚାରୀଙ୍କୁ ଆଧୁନିକ ଉପକରଣ ଦେବା

କର୍ମଚାରୀଙ୍କୁ ଉପକରଣ ଦେବାର ଅର୍ଥ ଭଲ modern tools ଦେବା । ଅର୍ଥାତ ଯାହାର ବ୍ୟବହାର କରି ସେମାନେ କାମର ସ୍ପିଡ୍ ଅଧିକ କରିପାରିବେ । ଆଉ ସେଥିରେ ଉଭୟ କମ୍ପାନୀ ଓ କର୍ମଚାରୀଙ୍କ ଲାଭ ହେବ । ସାରା ଦୁନିଆ କୋଭିଡ୍ ସମୟରୁ ଏକ ନୂଆ କାମ ବିଷୟରେ ଜାଣିଲା । ତାହାହେଲା ୱାର୍କ ଫ୍ରମ୍ ହୋମ୍ (work from home)। ଏଥିରେ କର୍ମଚାରୀଙ୍କୁ ଘରେ ରହି କାମ କରିବାର ସୁଯୋଗ ମିଳିଲା । ବାହାରେ ଅଫିସ୍ ଗଲେ କରୋନା ବ୍ୟାପିବାର ଆଶଙ୍କା ରହୁଥିଲା । ସେଥିପାଇଁ ଅନଲାଇନ୍ ମାଧ୍ୟମରେ ଘରେ ରହି କିଭଳି କାମ କରାଯାଇପାରିବ ତାର ପ୍ରକ୍ରିୟା ଅଧିକ ଚାଲିଲା । କିନ୍ତୁ କୋଭିଡ୍ ସମୟରେ ଆରମ୍ଭ ହୋଇଥିବା ଏହି ୱାର୍କ ଫ୍ରମ୍ ହୋମ୍ ଆଜି ପ୍ରତି କମ୍ପାନୀର ଏକ ନିୟମ ପାଲଟିଯାଇଛି । ଆଉ ଏହା ସମ୍ଭବ ହୋଇପାରିଛି ଆଧୁନିକ ଉପକରଣ ବା  modern tools ପାଇଁ । ଏହି ମଡର୍ଣ୍ଣ ଟୁଲସ୍ କୁ ବ୍ୟବହାର କରି ଜଣେ ବ୍ୟକ୍ତି ଟେକ୍ନୋଲୋଜୀକୁ ବୁଝିପାରିଲା ଏବଂ ନିଜ କାମକୁ ସହଜରେ ଓ କମ୍ ସମୟରେ କରିବାର ଉପାୟ ମଧ୍ୟ ପାଇଲା । ଟେକ୍ନୋଲୋଜୀକୁ ଯିଏ ବୁଝେ ସେ modern tools ଗୁଡିକୁ ସେତେ ସହଜରେ ବ୍ୟବହାର କରିପାରେ । 


ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଦ୍ୱାରା ମୂଳ ବ୍ୟବସାୟ କାର୍ଯ୍ୟଗୁଡିକ ପାଇଁ ଏକ ମୂଲ୍ୟବାନ୍ ସୁଯୋଗ ମିଳିଯାଏ । ଯେମିତିକି finance, ଏବଂ HR ମାନୁଆଲ୍ ପ୍ରକ୍ରିୟାରୁ ଦୂରେଇ ଯାଇ ବେତନ ବା Payroll ଭଳି ପ୍ରମୂଖ କ୍ଷେତ୍ରକୁ ଅଟୋମେଟିକ୍ ଚାଲିଲା ଭଳି କାମ କରିପାରନ୍ତି । ତେଣୁ ଡିଜିଟାଲୀ ଅଟୋମେଟିକ୍ କାମ ହେବା ଦ୍ୱାରା ସମୟ ରକ୍ଷା ହେବ ଆଉ ସେହି ସମୟ ବ୍ୟାପକ ବ୍ୟବସାୟ ସୁଯୋଗ ଉପରେ ଧ୍ୟାନ ଦେବା ପାଇଁ ଆପଣ ଲଗାଇପାରିବେ । ଆଜିକାଲି slack,teamଏବଂ zoom ଭଳି modern tools କେବଳ ଅଫିସରେ ସୀମିତ ନାହିଁ । ବରଂ ଏହା teamwork ର ମୁଖ୍ୟ part ପାଲଟିଯାଇଛି । ଆଜିର ସମୟରେ ସବୁ କର୍ମଚାରୀ ପରସ୍ପରର କାମକୁ ସହଜ ଓ ସୁବିଧା କରିବା ପାଇଁ ଓ ଏକ ଟିମ୍ ହୋଇ ଏହି ସବୁ modern tools ମାଧ୍ୟମରେ ଯୋଡି ରହୁଛନ୍ତି । ଯାହାଦ୍ୱାରା କାମ ବି ସହଜ ହେଉଛି ଏବଂ କର୍ମଚାରୀଙ୍କ ଭିତରେ ଏକ ସୁ-ସଂମ୍ପର୍କ ସ୍ଥାପନ ହୋଇପାରୁଛି । ତାଛଡା ଆପଣଙ୍କ ବିଜନେସ୍ କୁ ଏହି modern tools  ହିଁ ଭଲ customer satisfaction ଦେଇପାରିବ । ଏମିତି ବହୁତ ମଡର୍ଣ୍ଣ ଟୁଲସ୍ ରହିଛି ଯାହା ଦ୍ୱାରା ଆପଣ ଏକାସାଙ୍ଗରେ ଭିନ୍ନ ଭିନ୍ନ client ଙ୍କର କାମ କରିପାରିବେ ତାସହ ନିଜ କର୍ମଚାରୀଙ୍କ କାମକୁ ବି track କରିପାରିବେ । ତେଣୁକରି modern tools ର ବ୍ୟବହାର କରିବାକୁ ବିଲକୁଲ୍ ବି ଅଣଦେଖା କରିବେ ନାହିଁ ।

୩-ସୁରକ୍ଷାକୁ ବ୍ୟବସାୟରେ ପ୍ରାଥମିକତା ଦେବା

ବିଜନେସ୍‌ର ସୁରକ୍ଷା କିଏ କରେ ? ନିଶ୍ଚିତ ଜଣେ guard  । ତେବେ ଅଫଲାଇନ୍ ବ୍ୟବସାୟ କିମ୍ବା ଦୋକାନ ଆଗରେ ଆପଣ guard ନିୟୋଜିତ କରିଦେବେ କିନ୍ତୁ ଅନଲାଇନ୍ ବିଜନେସ୍ ରେ ଆପଣ କାହାକୁ ଗାର୍ଡ କରିବେ ? ଏଠାରେ ସୁରକ୍ଷା ବ୍ୟବସ୍ଥା କେମିତି ସନ୍ତୁଳିତ ରଖିବେ ? ଏହାର ଉତ୍ତର ହେଉଛି ନେଟୱାର୍କ । ଆଜି ଆମେ ଇଣ୍ଟରନେଟ୍ ରେ ସବୁ ଆଡେ ଘେରା ଆଉ ଇଣ୍ଟରନେଟ୍ ପାଖରେ ରହିଛି ଆମର ମୂଲ୍ୟବାନ ଡାଟା । ଆପଣ କରୁଥିବା କାମର ଡାଟା ଯଦି ସେହି ଇଣ୍ଟରନେଟ୍ ରେ hack ହୋଇଗଲା ତାହାଲେ ସବୁ ପରିଶ୍ରମ ବୃଥା । ସେଥିପାଇଁ ଡାଟାର ନେଟୱାର୍କକୁ ଭଲ ଭାବରେ ସୁରକ୍ଷିତ ଉପାୟରେ ରଖିବା ପାଇଁ ଦରକାର online security। ଯେଉଁ ବି ସର୍ଭରରେ ଆପଣଙ୍କର ବିଜନେସ୍ ସମ୍ବନ୍ଧିତ ଡାଟା ରହିଛି ତାକୁ କେଉଁଭଳି ସୁରକ୍ଷିତ ରଖାଯିବ ତାର ଧାରଣା କିଛି ଡିଜିଟାଲ୍ ଏକ୍ସପୋର୍ଟଙ୍କ ପାଖରେ ରହିଛି । ଯେଉଁଥିରେ ଜଣେ ସବୁଧରଣର ସିକ୍ୟୁରିଟିକୁ ଲକ୍ କରି ରଖିପାରିବ । ଆଉ ତାର ସବୁ detail ଆପଣଙ୍କ ପାଖରେ ରହିପାରିବ । ଡିଜିଟାଲୀ ଯେତେ ଆପଣ ଡାଟା ଷ୍ଟୋର କରିବେ ସେତେ ତାହା ହ୍ୟାକ୍ ହେବାର ସମ୍ଭାବନା ରହିଥାଏ । ତେଣୁ ସବୁ ବିଜନେସ୍ ର ଏକ  strong security strategy ରହିବା ଜରୁରୀ । ତେଣୁ ତା ଉପରେ ଧ୍ୟାନ ଦେବାକୁ ବିଲକୁଲ୍ ଭୁଲିବେନି ।

୪-ବ୍ୟବସାୟିକ ସହଭାଗିତାକୁ ମଜବୁତ କରିବା

ବ୍ୟବସାୟିକ ସହଭାଗିତାର ଅର୍ଥ ଯେଉଁ ବିଜନେସ୍ କୁ ଆପଣ ଅନଲାଇନ୍ ଚଲାଇବାକୁ ଚାହୁଁଛନ୍ତି ସେଥିରେ କାମ କରୁଥିବା ସମସ୍ତଙ୍କ ସହ କାମ କ୍ଷେତ୍ରରେ ସମାନତା ରଖିବା । ବହୁତ ସମୟରେ ଆପଣଙ୍କ ଗ୍ରାହକଙ୍କର ଡିମାଣ୍ଡ ବଢିବ,ଯାହାଦ୍ୱାରା କାମ ପ୍ରେସର ମଧ୍ୟ ବଢିବ । ସେଥିପାଇଁ ନିଜ ବିଜନେସ୍ ପାର୍ଟନର କିମ୍ବା ଆପଣଙ୍କ ସହ ଇନଭେଷ୍ଟମେଣ୍ଟ ସମେତ ଯୋଡି ହୋଇଥିବା ଲୋକଙ୍କ ସହ ଆଲୋଚନା କରିବେ । ଆଉ ସମସ୍ତଙ୍କ କାମକୁ ଦେଖି ବେତନ ଓ ଅଧିକ ନିବେଶ କଥା ଚିନ୍ତା କରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ଡିଜିଟାଲ୍ ପ୍ରକ୍ରିୟା ନିର୍ମାଣ କରିବା ପାଇଁ ବ୍ୟାପକ ସଂଗଠନରେ technology କୁ ଏକୀକୃତ କରିବା,ବ୍ୟବସାୟକୁ ଅତ୍ୟାଧୁନିକ କରିବା,ଭବିଷ୍ୟତରେ ଯେଉଁମାନେ ଭାଗୀଦାରୀ ହେବେ ନିବେଶକଙ୍କ ପାଇଁ ହାତ ଖୋଲା ରଖିବା ଏସବୁ କଥାକୁ ଧ୍ୟାନ ଦେବା ଆବଶ୍ୟକ । ସମୟ ସହିତ ଧିରେ ଧିରେ ଯେଉଁ ଡିଜିଟାଲ୍ ପରିବର୍ତ୍ତନ ବିଜନେସ୍ ରେ ହେବାକୁ ଯାଉଛି ତାହା ବ୍ୟବସାୟିକ ସହଭାଗୀତାକୁ ମଜବୁତ କରିଚାଲିବ । ତେଣୁ ସବୁଥିରେ ଆପଣ ଚତୁରତାର ସହ ନିବେଶ କରିବା ଦରକାର । ଆଉ ସମସ୍ତଙ୍କ ସହ ସୁ-ସଂମ୍ପର୍କ ସ୍ଥାପନ କରିବା ଦରକାର ।

୫-ଶୀଘ୍ର ଓ ଭଲ ନିର୍ଣ୍ଣୟ ନେବା

ଡିଜିଟାଲୀ କାମ କଲେ ସବୁଠୁ ଜରୁରୀ ହୋଇଥାଏ ଡାଟା । ଯେଉଁ ଡାଟାକୁ ନେଇ ଜଣେ ଡିଜିଟାଲ୍ ଦୁନିଆରେ ନାଁ କରିଥାଏ ,ଟଙ୍କା କମାଇଥାଏ । ଏଣ୍ଟରପ୍ରାଇଜେସ୍ ଙ୍କ ପାଖରେ ଏବେ ରହିଛି ସବୁଠୁ ବଡ ଶକ୍ତି ଡାଟା । ଡାଟା ଥିଲେ ଆପଣ ଆନାଲିଟିକ୍ସ ଜରିଆରେ ନିଜର ବିଜନେସ୍ କେଉଁ ଦିଗକୁ ଯାଉଛି ଓ କେଉଁ ଦିଗକୁ ଯିବା ଦରକାର ସେ ବିଷୟରେ ଜାଣିପାରିବେ । ଯାହା ଆପଣଙ୍କୁ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବା ପାଇଁ ସୂଚନା ଦେଇପାରେ । ଆନାଲିଟିକ୍ ଉପରେ ଯେତେ ଅଧିକ ଧ୍ୟାନ ଦିଆଯିବ ସେତେ ଲାଭଦାୟକ ହେବ । ଅନଲାଇନ୍ ବିଜନେସ୍ ର ହାର୍ଟ ହେଉଛି ଆନାଲିଟିକ୍ସ । ଆଉ ସେହି ଜାଗାରେ ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସି ବ୍ୟବହାର କରୁଥିବା ଟୋକ୍ନୋଲୋଜୀ ଗୁଡିକ ଏକ ବଡ ତଥ୍ୟର ଚାବିକାଠି ଭଳି କାମ କରନ୍ତି । ତେଣୁ ଆପଣଙ୍କୁ ଅପଡେଟ୍ ରହିବାକୁ ପଡିବ । କାହିଁକି ନା ବିନା ଟେକ୍ନୋଲୋଜୀ ଅପଡେଟ୍ ରେ ଆପଣ ନିଜ ଅନଲାଇନ୍ ବିଜନେସ୍ ପାଇଁ ସଠିକ୍ ନିର୍ଣ୍ଣୟ ନେଇପାରିବେନାହିଁ କିମ୍ବା ବିଜନେସ୍ ର growth କେମିତି ହେବ ତାହା ଚିନ୍ତା କରିପାରିବେ ନାହିଁ । ସେଥିପାଇଁ ଆପଣଙ୍କୁ ଏହା ଉପରେ ବି ଧ୍ୟାନ ଦେବାକୁ ପଡିବ ।

ଡିଜିଟାଲୀ ଆପଣ ଯେତେ ଜଲଦୀ ନିଜ ବିଜନେସ୍ କୁ ଆଣିବେ ସେତେ ଭଲ । କାହିଁକି ନା ଟେକ୍ନୋଲୋଜୀ ଆମ ହିସାବରେ ନୁହେଁ ଆମକୁ ଟେକ୍ନୋଲୋଜୀ ହିସାବରେ ଅପଡେଟ୍ ରହିବାକୁ ପଡିବ । ଆଜି ଯାହା ସୁଯୋଗ ରହିଛି ହୁଏତ ଆଉ କିଛି ବର୍ଷ ପରେ ତାହା ବଦଳିଯିବ । ନୂଆ ଧରଣକୁ ବୁଝିବାକୁ ଆପଣଙ୍କୁ ଅଧିକ ସମୟ ଲାଗିବ । ସେଥିପାଇଁ ଆପଣ ଯଦି ଆଗରୁ ହିଁ ଡିଜିଟାଲ୍ track  ରେ ପାଦ ଦେଇଥିବେ ତେବେ ବିଶେଷ ଅସୁବିଧା ହେବନାହିଁ । ଆଉ ଡିଜିଟାଲୀ ଆସିବା ସହିତ ନିଜ ପ୍ରତିଯୋଗୀଙ୍କ କାମକୁ ବି ଧ୍ୟାନ ଦେବାକୁ ପଡିଥାଏ । ଯାହା ଆପଣଙ୍କର ଅଭିବୃଦ୍ଧିରେ କାମରେ ଆସେ । ଆଉ ଅନଲାଇନ୍ ବିଜନେସ୍ ରେ ସବୁକିଛି ଥାଆନ୍ତି customer ଓ ତାଙ୍କର feedback ବା certification । ଏହା ଯେତେ ଭଲ ଚାଲିବ ଆପଣଙ୍କ ବିଜନେସ୍ ମଧ୍ୟ ସେତେ ଭଲ ଚାଲିବ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )