Thursday 25th April 2024
Digital Marketing ରେ ROAS କଣ ?

Digital Marketing ରେ ROAS କଣ ?

ଡିଜିଟାଲ୍ ମାର୍କେଟିଙ୍ଗକୁ ଆମେ ଭିନ୍ନ ଭିନ୍ନ କାମ ପାଇଁ ବ୍ୟବହାର କରିଥାଉ । ଯେମିତିକି ନିଜ କୋର୍ସ ପାଇଁ,ନିଜ ପ୍ରଡକ୍ଟ ପାଇଁ କିମ୍ବା ନିଜ ସର୍ଭିସ ପାଇଁ । କିନ୍ତୁ ଏସବୁଥିରେ ଗୋଟିଏ ଜିନିଷ ସବୁଠୁ ବଡ ଭୂମିକା ନିଏ ତାହା ହେଲା –ROAS (return on ad spend )। ଏହାର ପୁରା ସାଧାରଣ ଓ ସହଜ ଅର୍ଥ ହେଲା-ଯଦି ଆପଣ ନିଜର ୧ ଟଙ୍କା ବି ଡିଜିଟାଲ୍ ମାର୍କେଟିଙ୍ଗ୍ ରେ ନିବେଶ କରୁଛନ୍ତି । ତା ଠାରୁ ରିଟର୍ଣ୍ଣ କେତେ ପାଉଛନ୍ତି ? ତାହା ହିଁ ହେଉଛି ROAS ।


ROAS ଏକ Ratio କଳନା କରେ । ଆପଣଙ୍କର ମୋଟ୍ ଆୟ କେତେ ହୋଇଛି ଓ ଆପଣ କେତେ ଟଙ୍କା ଖର୍ଚ୍ଛ କରିଛନ୍ତି ଏହାରି ଉପରେ ହିଁ ଏହି କଳନା ନିର୍ଦ୍ଧାରିତ ହୋଇଥାଏ । ଆଉ ମନେରଖନ୍ତୁ ଆପଣଙ୍କ ROAS ଯେତେ ଅଧିକ ହେଉଥିବ ତାହା ଆପଣଙ୍କୁ ସେତେ ଲାଭ ଦେଉଥିବ ।

ମୋବାଇଲ୍ ମାର୍କେଟିଙ୍ଗ୍ ଓ ଅନଲାଇନ ପାଇଁ ROAS (return on ad spend ) ହେଉଛି ବହୁତ ଜରୁରୀ KPI(Key performance indicator) । ଏହା ସୂଚାଏ ଯେ ଆପଣ ଖର୍ଚ୍ଛ କରୁଥିବା ପ୍ରତ୍ୟେକଟି ଡଲାର୍‌ରୁ କେତେ ଇନକମ୍ ହେଉଛି ?Return on investment(ROI) ପ୍ରିନସିପଲ୍ କୁ ଦେଖି ନିଜର ଆଡଭରଟାଇଜମେଣ୍ଟରେ ଲଗାଇଥିବା ପଇସାର ଲାଭ କେତେ ମିଳିଲା? ତେବେ ଡିଜିଟାଲ୍ ମାର୍କେଟିଙ୍ଗ୍ କ୍ଷେତ୍ରରେ ଏହା ବହୁତ ଜରୁରୀ କଥା । କାରଣ ଆପଣ ନିଜ ଆଡ୍ ପାଇଁ ଲଗାଉଥିବା ଟଙ୍କାରୁ ଯଦି ଲାଭର ହିସାବ ନ କରିବେ ତାହାଲେ ଏହା ଆପଣଙ୍କ ବିଜନେସ୍‌ର ଲକ୍ଷ୍ୟକୁ ଦିଗହରା କରିବ । ତେଣୁ ବ୍ୟୟ ଓ ଆୟ ଦୁଇଟି ଜିନିଷ ଉପରେ ନିଜର କଣ୍ଟ୍ରୋଲ ରହିବା ଦରକାର ।

ଆଡ୍ ରୁ ଲାଭ କେମିତି ?

ଦେଖନ୍ତୁ ଡିଜିଟାଲ୍ ମାର୍କେଟିଙ୍ଗ୍ ରେ ଆମେ କିଛି ଜିନିଷକୁ ଲୋକଙ୍କୁ ଦେଖାଇ ତାର ଲାଭ ଉଠାଇଥାଉ । କିନ୍ତୁ ଡିଜିଟାଲ ମାର୍କେଟିଙ୍ଗ୍ ରେ ପ୍ରଥମେ ଆମକୁ ଟାର୍ଗେଟିଭ୍ ଅଡିଏନ୍ସକୁ ଧରିବାକୁ ପଡିଥାଏ । ଯେଉଁ ଅଡିଏନ୍ସଙ୍କ ରୁଚି ଅନୁସାରେ ଆମକୁ ପୋଷ୍ଟ ବା ଆଡ୍ ଚଲାଇବାକୁ ପଡେ । ତେବେ ଆଡ୍ କେବଳ ଗୋଟିଏ ଫୋଟକୁ କୁହାଯାଏ ନାହିଁ । ଆପଣ ଏହାକୁ text formatରେ ନହେଲେ video format ରେ ନହେଲେ banner formatରେ ନିଜ ଟାର୍ଗେଟ୍ ଅଡିଏନ୍ସକୁ ଦେଖେଇପାରିବେ ।
ଆଉ ଏହି ସବୁ formatକୁ କରିବା ପାଇଁ ଆପଣଙ୍କୁ ଦରକାର ପଡେ content  ।

ଯଦି ଭିଡିଓ କରି ଆଡ୍ ଚଲାଇବାକୁ ଚାହାନ୍ତି- ସେଥିପାଇଁ ଅଲଗା content
ଯଦି କେବଳ ସୋସିଆଲ ମିଡିଆ ପୋଷ୍ଟ କରିବାକୁ ଚାହାନ୍ତି-ସେଥିପାଇଁ ଅଲଗା content
ଯଦି କେବଳ ବ୍ୟାନର ଆଡ୍ ଚଲାଇବାକୁ ଚାହାନ୍ତି-ସେଥିପାଇଁ ଅଲଗା content

ମୋଟାମୋଟି ଭାବେ କହିବାକୁ ଗଲେ ଜଣେ ଆପଣଙ୍କ ଜିନିଷ,ନେବା ପାଇଁ କାହିଁକି ଚାହିଁବ ତାର ରୁଚି ଅନୁସାରେ ହିଁ ସ୍କ୍ରିପ୍ଟ ହେବା ଦରକାର । ଯାହା ଫଳରେ ଆପଣଙ୍କ ଟାର୍ଗେଟ୍ ଅଡିଏନ୍ସଙ୍କୁ ତାହା ଭଲ ଲାଗିବ ଓ ସେମାନେ ଆପଣଙ୍କ ସହ ଯୋଡି ହେବାକୁ ଚେଷ୍ଟା କରିବେ । ଆଉ ଏକ କଥା ବି ମନେରଖନ୍ତୁ- ଯେତେବେଳେ ବି କିଛି ସ୍କ୍ରିପ୍ଟ କରୁଛନ୍ତି ତାହା ଆପଣଙ୍କ ଅଡିଏନ୍ସଙ୍କୁ ବୁଝେଇଲା ଭଳି ଭାଷାରେ ଲେଖିବା ଓ କହିବା ପାଇଁ ଚେଷ୍ଟା କରନ୍ତୁ ।

How to calculate ROAS-

ROAS = (profit/advertising costs)

ଯଦି ଗୋଟିଏ କମ୍ପାନୀ ୧୦୦୦ ଡଲାର ଲାଭ କମାଉଛି କିନ୍ତୁ ସେ ଆଡ୍ ରେ ୨୦୦ ଡଲାର୍ ନିବେଶ କରୁଛି ତାହାଲେ ତାର ଆରଓଏଏସ୍ ୫୦୦ ପ୍ରତିଶତ ହେବ । ତେଣୁ ଏହାର ମୂଲ୍ୟ ଅଧିକ ହିଁ ହେବା ଉଚିତ୍ ।
ତେଣୁ ଆପଣ ଯେତେବେଳେ ବି ଡିଜିଟାଲ୍ ମାର୍କେଟିଙ୍ଗ୍ ର ଆଡ୍ ଚଲାଉଛନ୍ତି ROAS ଉପରେ ବିଶେଷରୂପେ ଧ୍ୟାନ ଦିଅନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )