Thursday 25th April 2024
ଚାକିରୀରେ କ୍ୟାରିୟର ଗ୍ରୋତ୍ ର ସିକ୍ରେଟ୍ କଣ ? କରନ୍ତୁ ଏପରି ଟିମ୍ ସେଟିଂ ଯାହା ଆପଣଙ୍କୁ ଦେବ ପଦୋନ୍ନତି !

ଚାକିରୀରେ କ୍ୟାରିୟର ଗ୍ରୋତ୍ ର ସିକ୍ରେଟ୍ କଣ ? କରନ୍ତୁ ଏପରି ଟିମ୍ ସେଟିଂ ଯାହା ଆପଣଙ୍କୁ ଦେବ ପଦୋନ୍ନତି !

ପାଠ ପଢିବା ଠାରୁ ଆରମ୍ଭ କରି ଚାକିରୀ ପାଇବା ପର୍ଯ୍ୟନ୍ତ ଏବଂ ଚାକିରୀ ପାଇଲା ପରେ ପଦୋନ୍ନତି ପର୍ଯ୍ୟନ୍ତ ସମୟକୁ କ୍ୟାରିୟର ବୋଲି ବୁଝାଯାଏ । କ୍ୟାରିୟର ଏକ ପ୍ରୋଫେସନାଲ ଶବ୍ଦ ।  ବର୍ତ୍ତମାନ ସମୟରେ କ୍ୟାରିୟର ପାଇଁ ସମସ୍ତେ ଚିନ୍ତିତ । କ୍ୟାରିୟର ରେ ସମସ୍ତଙ୍କର ଗ୍ରୋତ୍ ଦରକାର । କ୍ୟାରିୟର ରେ ଗ୍ରୋତ୍ ହେଲେ ଜୀବନରେ ଉନ୍ନତି ଆସେ । ତେଣୁ ଅଧିକାଂଶ ଲୋକଙ୍କ ପାଇଁ କ୍ୟାରିୟର ଗୁରୁତ୍ୱପୂର୍ଣ୍ଣ । କ୍ୟାରିୟର ରେ ଗ୍ରୋତ୍ ହେଲେ ରୋଜଗାର ରେ ମଧ୍ୟ ବୃଦ୍ଧି ହୋଇଥାଏ । ତେବେ କ୍ୟାରିୟର ରେ ଗ୍ରୋତ୍ ପାଇଁ ଅନେକ ଟିପ୍ସ ଏବଂ ଟ୍ରିକ୍ସ ରହିଛି । ସରକାରୀ ହେଉ କିମ୍ୱା ବେସରକାରୀ ଚାକିରୀ ପାଇବା ଭାରି କଷ୍ଟକର । ଯୋଗ୍ୟତା ଥାଇ ମଧ୍ୟ ପାଠ ପଢିସାରି ଚାକିରୀ ପାଉନାହାନ୍ତି ଯୁବପୀଢି । କମ୍ପାନୀ ଗୁଡିକରେ ପୋଷ୍ଟ ର ଅଭାବ ଏହାର ମୁଖ୍ୟ କାରଣ । ଚାକିରୀ ପାଇ ସାରିଲାପରେ ଅଧିକାଂଶ ଲୋକ ସେହି ଦରମା ରେ ବହୁତ ବର୍ଷ ଯାଏ କାମ କରିଥାନ୍ତି । ବର୍ଷ ବର୍ଷ ଧରି ଦରମା ରେ ବୃଦ୍ଧି ହୋଇ ନଥାଏ । ଦରମାରେ ବୃଦ୍ଧି ନହେବା ଦ୍ୱାରା କର୍ମଚାରୀ ର ମନରେ କାମ କରିବାର ଉତ୍ସାହ କମିଯାଏ । ନୁଆଁ କମ୍ପାନୀ ରେ ଜଏନ୍ କରିଥିଲେ ଅନ୍ୟ କମ୍ପାନୀ ସହ ମିଶି କାମ କରିବାକୁ ପଡିଥାଏ । ଯଦି ଆପଣ ଆସିଷ୍ଟାଣ୍ଡ ପୋଷ୍ଟରେ ଜଏନ୍ କରିଛନ୍ତି ତେବେ ଆପଣଙ୍କୁ କମ୍ପାନୀ ର ସିନିୟର ଏମ୍ପଲୟ , ଟିମ୍ ଲିଡର ଏବଂ ଡିପାର୍ଟମେଣ୍ଟ ହେଡ୍ ସହ ମିଶି କାମ କରିବାକୁ  ପଡିବ । ସମସ୍ତଙ୍କ ର କମାଣ୍ଡ ଏବଂ ଡିମାଣ୍ଡକୁ ଫୁଲଫିଲ୍ କଲେ ହିଁ ଆପଣଙ୍କର କ୍ୟାରିୟର ରେ ଗ୍ରୋତ୍ ହେବାର ସମ୍ଭାବନା ଅଧିକ ଥାଏଆଉ ଯଦି ଆପଣ ସିନିୟର ପୋଷ୍ଟ ରେ ଜଏନ୍ କରୁଛନ୍ତି ତେବେ ଆପଣଙ୍କୁ ସମସ୍ତ ଜୁନିୟର ଏମ୍ପଲୟ କୁ ନେଇ କାମ କରିବାକୁ ପଡିବଟିମ୍ ସେଟିଂ ରେ କାମ କଲେ ହିଁ କମ୍ପାନୀର ଗ୍ରୋତ୍ ହେବା ସହିତ ଆପଣଙ୍କର ପଦୋନ୍ନତି ହେବଆପଣଙ୍କ ନିର୍ଦ୍ଦେଶକୁ ଆପଣଙ୍କ ଅଣ୍ଡର ରେ କାମ କରୁଥିବା କର୍ମଚାରୀ ଅମାନ୍ୟ କଲେ କମ୍ପାନୀ ର ଗ୍ରୋତ୍ ସହ ଆପଣଙ୍କ କ୍ୟାରିୟର ରେ ଲାଗିଯିବ ବ୍ରେକ୍ ।

What is the secret of career growth at job ?

ତେବେ ନୁଆଁ କମ୍ପାନୀ ରେ ଜଏନ୍ କଲେ କିପରି ଗଢିବେ ନିଜର ଟିମ୍ ? ଜୁନିୟର କିମ୍ବା ସିନିୟର ପଦବୀ ରେ ଜଏନ୍ କଲେ ବି କାମ କରିବା ପାଇଁ ଟିମ୍ ସେଟିଂ ର ଆବଶ୍ୟକତା ରହିଛି । କମ୍ପାନୀ ର ଟାର୍ଗେଟ୍ କୁ କେବଳ ଟିମ୍ ଓ୍ୱାର୍କରେ ଫିଲଅଫ୍ ବା ସଫଳ କରିବା ସମ୍ଭବପର । ତେବେ ଏହି ଆର୍ଟିକିଲ୍ ଟିକୁ ଶେଷ ଯାଏ ପଢିଲେ ଆପଣ ଜାଣିପାରିବେ କ୍ୟାରିୟର ଗ୍ରୋତ୍ ର ସିକ୍ରେଟ୍

“ ଦଳ ନିର୍ମାଣ ” ହେଉଛି ଏକ ଏପରି ଶବ୍ଦ ଯାହାକି ପ୍ରୋଫେସନାଲ୍ ଲାଇଫ ରେ ବହୁଳ ପରିମାଣରେ ବ୍ୟବହାର ହୁଏ । ପ୍ରାଥମିକ ବିଦ୍ୟାଳୟ ର ପ୍ରଥମ ଶ୍ରେଣୀ ରୁ ଦଳ ନିର୍ମାଣ କରିବା ପାଇଁ ଶିଖାଯାଇଥାଏ । ଦଳ ନିର୍ମାଣ କରି ଖେଳ ଖେଳିବା , ପାଠ ପଢିବା ଏବଂ ଆଲୋଚନା କରିବା ଇତ୍ୟାଦି ଶିଖାଯାଇ ଥାଏ । ଦଶମ କିମ୍ବା ଦ୍ୱାଦଶ ଶ୍ରେଣୀରେ ଗୋଟିଏ ଗୃପ୍ ରେ ପ୍ରୋଜେକ୍ଟ ଓ୍ୱାର୍କ କରିବା ପାଇଁ ଦିଆଯାଇଥାଏ । ଚାକିରୀ ରେ ” ଦଳ ନିର୍ମାଣ ” ବା ” ଟିମ୍ ବିଲଡିଂ ” ଶିଖାଯାଇଥାଏ । ପରସ୍ପରକୁ ବିଶ୍ୱାସ କରି ପରସ୍ପର ସହ କାମ କରିବା ଶିଖାଇଥାଏ ” ଟିମ୍ ସେଟିଂ ” । ଦାୟିତ୍ୱ ବୋଧ ପ୍ରତି ଶିକ୍ଷ୍ୟା ଦେଇଥାଏ ” ଦଳ ନିର୍ମାଣ ” ବା ” ଟିମ୍ ବିଲଡିଂ ” । ସେହିପରି ଭାବରେ ଯଦି ଆପଣ କମ୍ପାନୀର ଟାର୍ଗେଟ୍ ବା ଲକ୍ଷ୍ୟ କୁ ହାସଲ କରିବା ପାଇଁ ଚାହୁଁଛନ୍ତି ତେବେ ଟିମ୍ ଓ୍ୱାର୍କ କରିବାକୁ ପଡିବ । ପ୍ରୋପର ଟିମ୍ ଓ୍ୱାର୍କ ବା ଉପଯୁକ୍ତ ଦଳୀୟ କାର୍ଯ୍ୟକ୍ରମ ପାଇଁ ପ୍ରୋପର ଟିମ୍ ସେଟିଂ ର ଆବଶ୍ୟକତା ରହିଛି । 

ଦଳ ନିର୍ମାଣ ପାଇଁ ଏକ ପ୍ରଭାବଶାଳୀ ରଣନୀତି ହେଉଛି ଟିମ୍ ସେଟିଂ । ଏକ ପ୍ରଭାବଶାଳୀ କର୍ପୋରେଟ୍ ସଂସ୍କୃତି ବା କଲଚର୍ , ଯେଉଁଠାରେ କର୍ମଚାରୀ ମାନେ କାମ ପ୍ରତି ଆକର୍ଷିତ ହୁଅନ୍ତି , ପରସ୍ପରକୁ ବିଶ୍ୱାସ  କରନ୍ତି ଏବଂ ସହଜରେ ସହଯୋଗ କରନ୍ତି । ପ୍ରତ୍ୟେକ କର୍ପୋରେଟ୍ ସେକ୍ଟର ରେ ଉତ୍ତମ ଟିମ୍ ବା ଦଳ ଥାଏ । ଯେଉଁଥିପାଇଁ ସେହି କମ୍ପାନୀ ର ଗ୍ରୋତ୍ ସହ କର୍ମଚାରୀ ମାନଙ୍କର କ୍ୟାରିୟର ରେ ମଧ୍ୟ ଗ୍ରୋତ୍ ହୋଇଥାଏ ।  ଏକ ଶକ୍ତିଶାଳୀ ଦଳ ନିର୍ମାଣ କରିବା ର ମାନେ ଦକ୍ଷତା ସଂମ୍ପର୍ଣ୍ଣ କର୍ମଚାରୀ ମାନଙ୍କୁ ଟିମ୍ ବା ଦଳରେ ସାମିଲ କରିବା ଏବଂ ସେହି କର୍ମଚାରୀଙ୍କୁ ନିଯୁକ୍ତି ଦେବା । ଥରେ କମ୍ପାନୀ କର୍ମଚାରୀମାନଙ୍କୁ ନିଯୁକ୍ତି ଦେଇଥିଲେ , ସେମାନଙ୍କୁ କିପରି ଏକାଠି ଆଣିବା ଏବଂ ଏକ ଉତ୍ପାଦନକାରୀ ଦଳରେ ପରିବର୍ତ୍ତନ କରିବାର ପଦକ୍ଷେପ ଅନୁସନ୍ଧାନ କରିବା ହେଉଛି ଉପଯୁକ୍ତ ଟିମ୍ ସେଟିଂ ର ଲକ୍ଷଣ ।

ଟିମ୍ ସେଟିଂ ର ଲାଭ କଣ ?-

 

୧ ) ବିଶ୍ୱାସ ଗଠନ କରିବା –

ବିଶ୍ୱାସ ପ୍ରଭାବଶାଳୀ ଦଳର ଏକ ଜରୁରୀ ତଥା ଗୁରୁତ୍ୱପୂର୍ଣ୍ଣ ଉପାଦାନ । କର୍ମଚାରୀ ମାନଙ୍କ ମଧ୍ୟରେ ବିଶ୍ୱାସ ରହିବା ନିହାତି ଆବଶ୍ୟକ । ଆପଣ ଜୁନିୟର ବା ଆସିଷ୍ଟାଣ୍ଡ ପୋଷ୍ଟରେ ଥିଲେ ଆପଣଙ୍କ ପ୍ରତି ଆପଣଙ୍କ ସିନିୟର , ଟିମ୍ ଲିଡର ଏବଂ ଡିପାର୍ଟମେଣ୍ଟ ହେଡ୍ ଙ୍କ ର ବିଶ୍ୱାସ ରହିବା ଆବଶ୍ୟକ । ବିଶ୍ୱାସ ରହିଲେ ଆପଣ ବଡ ବଡ ଏବଂ କମ୍ପାନୀ ପାଇଁ ଗୁତୁତ୍ୱପୂର୍ଣ୍ଣ ଥିବା ପ୍ରୋଜେକ୍ଟ ପାଇ ପାରିବେ । ଯାହା ଫଳରେ ଆପଣଙ୍କ କ୍ୟାରିୟରେ ଗ୍ରୋତ୍ ହେବ ଏବଂ ତା ସହ ହେବ ପଦୋନ୍ନତି । ଶୀଘ୍ର ଦରମା ବଢିବା ର ସମ୍ଭାବନା ମଧ୍ୟ ଅଛି ।  ଦଳ ନିର୍ମାଣ ହେଉଛି କମ୍ପାନୀ ର ବିଭିନ୍ନ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା କର୍ମଚାରୀ ଙ୍କୁ ନେଇ ଟିମ୍ ସେଟିଂ କରିବା । ଯେତେବେଳେ ଏକ ସଂସ୍ଥା କର୍ମକ୍ଷେତ୍ରରେ ବିଶ୍ୱାସ ସୃଷ୍ଟି କରେ, ସେତେବେଳେ ସେହି ସଂସ୍ଥା ବା କମ୍ପାନୀ ର ଗ୍ରୋତ୍ ହୋଇଥାଏ । ଏହା ମାଧ୍ୟମରେ କର୍ମଚାରୀମାନେ ଶୀଘ୍ର ନିଜର ଶକ୍ତି ସାମର୍ଥ୍ୟ ଏବଂ ଦୁର୍ବଳତା ସ୍ଥିର କରିପାରନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କର ଭିନ୍ନ ଭିନ୍ନ ଦକ୍ଷତା ଥାଏ । ସେମାନେ ସେହି ଦକ୍ଷତା କୁ ବ୍ୟବହାର କରି କମ୍ପାନୀର କାର୍ଯ୍ୟ ବା ଟାର୍ଗେଟ୍ କୁ ଅତି ସହଜରେ ହାସଲ କରିଥାନ୍ତି । ସମଗ୍ର ଦଳ ର ଦୁର୍ବଳତା ଜାଣିବା ଦ୍ୱାରା ତାକୁ ଶକ୍ତି ସାମର୍ଥ୍ୟରେ ପରିଣତ କରାଯାଇ ପାରେ । ଯାହା ଫଳରେ କର୍ମଚାରୀ ମାନେ ଅଧିକ ଆତ୍ମବିଶ୍ୱାସୀ ହୁଅନ୍ତି । 

୨ ) ଉତ୍ତମ ଯୋଗାଯୋଗ –
ଯେତେବେଳେ କର୍ମଚାରୀମାନେ ଏକତ୍ର କାମ କରନ୍ତି, ସେମାନେ କାର୍ଯ୍ୟଗୁଡ଼ିକୁ ପରିଚାଳନା କରିବା ଏବଂ ଉତ୍କୃଷ୍ଟ ଫଳାଫଳ ପ୍ରଦାନ କରିବାରେ ସମର୍ଥ ହୋଇଥାନ୍ତି ।  ଉପଯୁକ୍ତ ଯୋଗାଯୋଗ ସହିତ , କର୍ମଚାରୀମାନେ ସେମାନଙ୍କର ଭୂମିକା କୁ ଭଲଭାବରେ ବୁଝିପାରନ୍ତି ଏବଂ ସେମାନଙ୍କର ସହକର୍ମୀ କ’ଣ କରୁଛନ୍ତି ତାହା ମଧ୍ୟ ଜାଣିପାରନ୍ତି । ଅନ୍ୟମାନେ କିପରି ଭଲ ପ୍ରଦର୍ଶନ କରୁଛନ୍ତି, ତାହା ତାଙ୍କୁ ଉତ୍ସାହିତ କରେ । 

୩ ) କାର୍ଯ୍ୟଦକ୍ଷତାକୁ ଉନ୍ନତ କରେ ଟିମ୍ ସେଟିଂ –

ଟିମ୍ ବିଲଡିଂ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଗୁଡିକର ଗୁରୁତ୍ୱକୁ କର୍ମଚାରୀ ମାନଙ୍କ ସମ୍ମୁଖରେ ବଢେଥାଏ । ସେହି କାର୍ଯ୍ୟ ଗୁଡିକୁ ସହଜ ଉପାୟରେ କରିବା ପାଇଁ ସାହାଯ୍ୟ କରେ ।  ଯଦି ଜଣେ କର୍ମଚାରୀ କାମ ଟିକୁ କରିବା ପାଇଁ ଦ୍ୱନ୍ଦରେ ଥାନ୍ତି , ତେବେ ଅନ୍ୟ କର୍ମଚାରୀ ଟିମ୍ ମେମ୍ବର ବା ଦଳୀୟ କାର୍ଯ୍ୟକର୍ତ୍ତା ଭାବରେ କାର୍ଯ୍ୟ ଟିକୁ ସମାପ୍ତ କରିବା ପାଇଁ  ସାହାଯ୍ୟ କରିପାରିବେ । 

What is the secret of career growth at job ?

କିପରି କରିବେ ଟିମ୍ ସେଟିଂ –

ଟିମ୍ ବିଲଡିଂ ର ପୂର୍ବାବସ୍ଥା ହେଉଛି ଟିମ୍ ସେଟିଂ । ଆପଣ ଟିମ୍ ସେଟିଂ କଲେ ହିଁ ଗୋଟିଏ କାର୍ଯ୍ୟକ୍ଷମ ଟିମ ବା ଦଳ ନିର୍ମାଣ କରିପାରିବେ । ଟିମ୍ ବିଲଡିଂ ବା ଦଳ ନିର୍ମାଣ କରିସାରିଲା ପରେ ମଧ୍ୟ ଟିମ୍ କୁ ଉତ୍ତମ ରୂପରେ କାର୍ଯ୍ୟକ୍ଷମ କରେଇବା ପାଇଁ ଟିମ୍ ସେଟିଂ ର ଆବଶ୍ୟକତା ପଡିଥାଏ । ଟିମ୍ ସେଟିଂ ବାରମ୍ୱାର ବଦଳି ପାରେ ।

୧) ଯଦି ଆପଣ ଜଣେ ସିନିୟର ଏମ୍ପଲୟ କିମ୍ୱା ଟିମ୍ ଲିଡର –

ଜୁନିୟର ଏମ୍ପଲୟ କିମ୍ୱା ଆସିଷ୍ଟାଣ୍ଡ ଏମ୍ପଲୟ ମାନଙ୍କୁ ପ୍ରେସର ବା ଚାପ ପକାଇଲେ କେବେ ବି ଟାର୍ଗେଟ୍ ଫିଲଅପ୍ ହେବନାହିଁ । ଅଧିକ ଚାପ ପ୍ରୟୋଗ କଲେ ଜୁନିୟର ଏମ୍ପଲୟ କିମ୍ୱା ଆସିଷ୍ଟାଣ୍ଡ ଏମ୍ପଲୟ କମ୍ ସମୟରେ ଅଧିକ କାମ କରିବା ପାଇଁ ଚାହିଁବେ । ଯାହା ଫଳରେ ଅନେକ ଭୁଲ୍ ହୋଇପାରେ । ଏହି ଭୁଲ ଗୁଡିକ ପାଇଁ କମ୍ପାନୀ ଅନେକ ପ୍ରକାର ର କ୍ଷତି ର ସମ୍ମୁଖୀନ ହୋଇପାରେ । ଜୁନିୟର ଏମ୍ପଲୟ କିମ୍ୱା ଆସିଷ୍ଟାଣ୍ଡ ଏମ୍ପଲୟ ମାନଙ୍କ ଚାକିରୀ ଯିବ ଏବଂ ତା ସହ ଆପଣଙ୍କ ଚାକିରୀ ମଧ୍ୟ ଯାଇପାରେ । ହୁଏତ ଆପଣ ଜୁନିୟର ଏମ୍ପଲୟ କିମ୍ୱା ଆସିଷ୍ଟାଣ୍ଡ ଏମ୍ପଲୟ ମାନଙ୍କ ଉପରେ ଦୋଷ ଲଦି ଦେଇପାରନ୍ତି । କିନ୍ତୁ କମ୍ପାନୀର ମୁଖ୍ୟ ବା ମ୍ୟାନେଜିଂ ଡିରେକ୍ଟର ଏକଥା କୁ ସହଜରେ ଗ୍ରହଣ କରି ନପାରନ୍ତି । ତେଣୁ ସାବଧାନ ରୁହନ୍ତୁ । କମ୍ପାନୀରେ ଜୁନିୟର ଏମ୍ପଲୟ କିମ୍ୱା ଆସିଷ୍ଟାଣ୍ଡ ଏମ୍ପଲୟ ମାନଙ୍କୁ ନେଇ ଗୋଟିଏ ଗୃପ ଗଠନ କରନ୍ତୁ । ନିଜର ଗୋଟିଏ ଟିମ୍ ନିର୍ମାଣ କରି ସେହି ଟିମ୍ ର ସର୍ବଦା ମାର୍ଗ ଦର୍ଶନ କରନ୍ତୁ । ଆପଣ ଯେମିତି ଟିମ୍ ସେଟିଂ କରିବେ ସେହିପରି ଆପଣଙ୍କ ଟିମ୍ ଟି ହେବ । ଟିମ୍ ରେ ଅଭିଜ୍ଞତା ଅପେକ୍ଷା ଦକ୍ଷତା କୁ ପ୍ରାଧାନ୍ୟ ଦେଇ କର୍ମଚାରୀ ମାନଙ୍କୁ ଟିମ୍ ରେ ସାମିଲ କରନ୍ତୁ । ଯେଉଁମାନେ କମ୍ପାନୀ ର କାମରେ ଅବହେଳା କରୁଛନ୍ତି କିମ୍ୱା ଠକୁ ଛନ୍ତି ତାଙ୍କୁ ନୋଟିସ୍ କରନ୍ତୁ । ଯଦି ପରବର୍ତ୍ତି ସମୟରେ ସେମାନେ ସେହିପରି ଆଚରଣ କରୁଛନ୍ତି ତେବେ ଏବିଷୟରେ କମ୍ପାନୀର ମୁଖ୍ୟ ବା ମ୍ୟାନେଜିଂ ଡିରେକ୍ଟର ଙ୍କୁ ଜଣାନ୍ତୁ । ଏପରି କଲେ ଆପଣ ନିର୍ମାଣ କରିଥିବା ଟିମ୍ ଆଗକୁ ବଢିବ ଏବଂ କମ୍ପାନୀ ର ଟାର୍ଗେଟ୍ ଅତି ସହଜରେ ଫିଲଅଫ୍ ବା ହାସଲ ହେବ । ଜୁନିୟର ଏମ୍ପଲୟ କିମ୍ୱା ଆସିଷ୍ଟାଣ୍ଡ ଏମ୍ପଲୟ ମାନଙ୍କ ସହ ଏକ ବନ୍ଧୁପରି ମିଶନ୍ତୁ । ଯାହା ଫଳରେ କାହାର କଣ ଦକ୍ଷତା , ଦୁର୍ବଳତା ଏବଂ କାମକୁ ନେଇ ଶକ୍ତି ସାମର୍ଥ୍ୟ ଅଛି ତାହା ସହଜରେ ଜାଣିପାରିବେ । ଜୁନିୟର ଏମ୍ପଲୟ କିମ୍ୱା ଆସିଷ୍ଟାଣ୍ଡ ଏମ୍ପଲୟ ମାନଙ୍କର ସୁବିଧା ଅସୁବିଧା ଜାଣିଲେ ଆପଣ ଜଣେ ଭଲ ଟିମ୍ ଲିଡର ହୋଇପାରିବେ । ଏହା ଆପଣଙ୍କୁ ପଦୋନ୍ନତି ଦେଇପାରେ ଏବଂ ଆପଣଙ୍କ ଦରମା ମଧ୍ୟ ବଢାଇପାରେ ।  

୨) ଯଦି ଆପଣ ଜଣେ ଜୁନିୟର ଏମ୍ପଲୟ କିମ୍ୱା ଆସିଷ୍ଟାଣ୍ଡ ଏମ୍ପଲୟ  –

ଅଭିଜ୍ଞତା ନଥିଲେ ଅଧିକାଂଶ ସମୟରେ ଆସିଷ୍ଟାଣ୍ଡ ଏମ୍ପଲୟ ଭାବରେ ଜଏନ୍ କରିବାକୁ ପଡିଥାଏ । ନୂଆଁ କମ୍ପାନୀ ହେଇଥିଲେ ଆପଣ ସମସ୍ତଙ୍କୁ ଜାଣିନଥିବେ । ତେବେ ଆପଣଙ୍କ ପ୍ରଥମ ପ୍ରାଥମିକତା ହେଉଛି ନିଜ ଟିମ୍ ଲିଡର ଙ୍କ ସହ ଉତ୍ତମ ସଂମ୍ପର୍କ ସ୍ଥାପନ । ନିଜ ଟିମ୍ ଲିଡର ଙ୍କ ଠାରୁ ସବୁବେଳେ ନିଜ କାମ ପଚାରି ବୁଝିନିୟନ୍ତୁ । ଆପଣ କେଉଁ ଟିମ୍ ରେ ଅଛନ୍ତି ଏବଂ ସେହି ଟିମ୍ ର ମେମ୍ୱର କିଏ କିଏ ଭଲ ଭାବରେ ଜାଣନ୍ତୁ । କେଉଁ ଟିମ୍ ମେମ୍ବରଙ୍କ କାମ କଣ କିମ୍ବା କେଉଁ ଟିମ୍ ମେମ୍ବରଙ୍କୁ କଣ କାମ ଆସାଇନ୍ କରାଯାଇଛି ତାହା ଭଲ ଭାବରେ ବୁଝନ୍ତୁ । ଆପଣ ନିଜ ଟିମ୍ ର ଟିମ୍ ସେଟିଂ ଯେତେ ଭଲ ଭାବରେ ବୁଛି ପାରିବେ ତାହା ସେତେ ଆପଣଙ୍କ ପାଇଁ ସେତେ ଭଲ । ଦରକାର ପଡିଲେ ପ୍ରୋଫେସନାଲ୍ ଓ୍ୱାର୍କ ପାଇଁ ଲଞ୍ଚ ବ୍ରେକ୍ ରେ ନିଜ ଟିମ୍ ର କିଛି କର୍ମଚାରୀ ମାନଙ୍କୁ ନେଇ ଟିମ୍ ସେଟିଂ କରନ୍ତୁ । ଏହା ଫଳରେ ଆପଣଙ୍କ ପ୍ରତ୍ୟେକଟି କାମରେ କିଛି ହେଲେବି ସାହାଯ୍ୟ ପାଇବେ । ଟିମ୍ ର ଟାର୍ଗେଟ୍ କୁ ଲଞ୍ଚ ବ୍ରେକ୍ ରେ ନିଜ ଟିମ୍ ସହ ଆଲୋଚନା କରନ୍ତୁ । ଏହା ଆପଣଙ୍କ ଟାର୍ଗେଟ୍ ହାସଲ କରିବା ଏବଂ ପଦୋନ୍ନତି କରିବାରେ ସହାୟକ ହେବ । ଯଦି ଆପଣଙ୍କୁ କୌଣସି କାରଣ ରୁ କାମ ପାଇଁ ଅଧିକ ଚାପ ପଡିଲା , ତେବେ ନିଜ ଟିମ୍ ର ମେମ୍ବର ମାନଙ୍କ ସହ ଆଲୋଚନା କରନ୍ତୁ । ଆବଶ୍ୟକ ଥିଲେ ନିଜ ଟିମ୍ ଲିଡର ଙ୍କ ସହ ଏକାନ୍ତରେ ଚର୍ଚ୍ଚା କରନ୍ତୁ । ଏପରି କଲେ ଟିମ୍ ଲିଡର ଏବଂ ମ୍ୟାନେଜିଂ ଡିରେକ୍ଟର ଙ୍କ ସମ୍ମୁଖରେ ଆପଣଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବ । ଯାହା ଆପଣଙ୍କୁ ଦେଇପାରେ ପଦୋନ୍ନତି ଏବଂ ଦରମାରେ ବୃଦ୍ଧି ମଧ୍ୟ ହୋଇପାରେ । 

ଅନ୍ୟ କର୍ମଚାରୀ ଙ୍କ ସହ ମିଳିମିଶି କାମ କରିବା ପାଇଁ ଚେଷ୍ଟା କରନ୍ତୁ । କର୍ମଚାରୀ ଙ୍କୁ ବ୍ୟକ୍ତିଗତ ବେପାରରେ ସାମିଲ କରନ୍ତୁ ନାହିଁ । ସମସ୍ତ କର୍ମଚାରୀ ସମାନ ନୁହଁନ୍ତି । କୌଣସି କର୍ମଚାରୀ କାମରେ ସହଯୋଗ ନକଲେ କମ୍ପାନୀ ର ଉପରିସ୍ଥ କର୍ମଚାରୀ କିମ୍ବା ମ୍ୟାନେଜିଂ ଡିରେକ୍ଟର ଙ୍କୁ ଜଣାନ୍ତୁ । ସର୍ବଦା ମନେ ରଖନ୍ତୁ ଆପଣ କେବଳ ଚାକିରୀ କରିବା ପାଇଁ ଯାଇଛନ୍ତି , ବନ୍ଧୁ ବାନ୍ଧିବା ପାଇଁ ନୁହଁପ୍ରୋଫେସନାଲ୍ ହୁଅନ୍ତୁ , ପର୍ସନାଲ୍ ନୁହଁ ।  

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )