Friday 19th April 2024
ଓଡିଶା ଦେଖିବ ବିରଳ ଚନ୍ଦ୍ରଗ୍ରହଣ ,ଜାଣନ୍ତୁ କେମିତି ରହିବ ସବୁ ନିୟମ

ଓଡିଶା ଦେଖିବ ବିରଳ ଚନ୍ଦ୍ରଗ୍ରହଣ ,ଜାଣନ୍ତୁ କେମିତି ରହିବ ସବୁ ନିୟମ

ମଙ୍ଗଳବାର ହେଉଛି କାର୍ତ୍ତିକ ପୂର୍ଣ୍ଣିମା । କିନ୍ତୁ ଏଥର କାର୍ତ୍ତିକ ପୂର୍ଣ୍ଣମୀରେ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିବ । ସବୁ ବର୍ଷ ଭଳି ଏବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ହୋଇପାରିବ ନାହିଁ । କାରଣ ଚଳିତ ବର୍ଷ ଏହି ଦିନରେ ଚନ୍ଦ୍ରଗ୍ରହଣ ଲାଗୁଛି । ସେଥିପାଇଁ ୮ ତାରିଖ ପୁରୀ,ଓଡିଶା ତଥା ଦେଶରେ ଏକ ସମୟରେ ଗ୍ରହଣସ୍ପର୍ଶ ଦିବା ଘଣ୍ଟା ୨/୩୯ ମିନିଟ ସମୟରେ (ଚନ୍ଦ୍ର ଉଦୟ ହୋଇ ନଥିବାରୁ ଅଦୃଶ୍ୟ),ଗ୍ରହଣ ମଧ୍ୟ-ଦିବା ଘ୪/୧୯ ମିନିଟ୍ ସମୟ ,ଗ୍ରହଣ ଦୃଶ୍ୟ ଆରମ୍ଭ- ସଂନ୍ଧ୍ୟା ୫/୬/୨୯ ସେକେଣ୍ଡ ସମୟ ଏବଂ ଗ୍ରହଣ ମୋକ୍ଷ-ସନ୍ଧ୍ୟା ଘ/୬/୧୯ ମିନିଟ ସମୟରେ ହେବ ।


ଚନ୍ଦ୍ରଗ୍ରହଣ ଦିବା ଘ/୨/୩୯ ମିନିଟରେ ସ୍ପର୍ଶ ହେଉଥିବାରୁ ଶାସ୍ତ୍ରମତରେ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ ୮ ତାରିଖ ମଙ୍ଗଳବାର ପ୍ରାତଃ ଘ/୫/୩୯ ମିନିଟ ଠାରୁ ପାକତ୍ୟାଗ ଅନ୍ନ ଭୋଜନ ଆଦି ଦେବନୀତି ଆଦି ନିଷେଧ ହେବ । ଅପରାହ୍ନ ୫ଟା ୫ରେ ଚନ୍ଦ୍ର ଉଦୟ ସମୟରୁ ଓଡିଶାରେ ୬ରୁ ୭ ମିନିଟ୍ ପର୍ଯ୍ୟନ୍ତ ହିଁ ଚନ୍ଦ୍ରଗ୍ରହଣ ଦୃସ୍ୟମାନ ହେବ । ବିଭିନ୍ନ ଜିଲ୍ଲାରେ ଏହା ଭିନ୍ନ ଭିନ୍ନ ସମୟରେ ଦୃଶ୍ୟମାନ ହେବ । ଭୁବନେଶ୍ୱରବାସୀ ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାତ୍ର ୬ମିନିଟ୍ ଦେଖିବାକୁ ପାଇବେ । ତେବେ ଆଂଶିକ ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୫ଟା ୧୧ ରୁ ୬ଟା ୧୯ ଯାଏଁ ଦେଖାଯିବ । ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ମଙ୍ଗଳବାର ଭୋର ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିବ । ଗ୍ରହଣ ଦିନ କାତ୍ତିକ ପୂର୍ଣ୍ଣିମା ପଡୁଥିବାରୁ କେତେବେଳେ ଡଙ୍ଗା ଭସାଇବେ,ତାକୁ ନେଇ ଚିନ୍ତାରେ ଶ୍ରଦ୍ଧାଳୁ । କାର୍ତ୍ତିକ ପୂର୍ଣ୍ଣମା ପାଇଁ ସାଧାରଣତଃ ଭୋର ଲୋକମାନେ ଡଙ୍ଗା ଭସାଇଥାଆନ୍ତି । କିନ୍ତୁ ଏଥର ଏକ ନିର୍ଦ୍ଧାରିତ ସମୟ ହୋଇଯାଇଥିବାରୁ ସମସ୍ତେ ଆଗୁଆ ଭସାଇବା କଥା ହିଁ ଚିନ୍ତା କରୁଛନ୍ତି ।

କିନ୍ତୁ ଚଳିତ ବର୍ଷ ହେଉଥିବା ଚନ୍ଦ୍ରଗ୍ରହଣ ନିଶ୍ଚିତ ରୂପେ ବିରଳ । କାରଣ ପୂର୍ବରୁ ୨୦୧୮ ମସିହା ଜାନୁଆରୀ ୩୧ ତାରିଖରେ ଓଡିଶାରେ ଗ୍ରସ୍ତୋଦୟ ଚନ୍ଦ୍ର ଗ୍ରହଣ ସଂଘଟିତ ହୋଇଥିଲା ଏବଂ ପୁଣି ଏହି ବିରଳ ଚନ୍ଦ୍ରଗ୍ରହଣ ଅଅସନ୍ତା ୨୦୨୫ ମସିହା ସେପ୍ଟେମ୍ବର ମାସରେ ଦେଖାଯିବ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )