Saturday 27th July 2024
କ୍ୟାରିୟରକୁ ନେଇ ସବୁବେଳେ ଦ୍ୱନ୍ଦରେ ରହୁଛନ୍ତି କି ? ଜାଣନ୍ତୁ କ୍ୟାରିୟର ସମ୍ବନ୍ଧୀୟ କିଛି କଥା, ଯାହା ଆପଣଙ୍କୁ ଦେବ ସଫଳତା !

କ୍ୟାରିୟରକୁ ନେଇ ସବୁବେଳେ ଦ୍ୱନ୍ଦରେ ରହୁଛନ୍ତି କି ? ଜାଣନ୍ତୁ କ୍ୟାରିୟର ସମ୍ବନ୍ଧୀୟ କିଛି କଥା, ଯାହା ଆପଣଙ୍କୁ ଦେବ ସଫଳତା !

ମନୁଷ୍ୟ ସମାଜ ପାଇଁ କ୍ୟାରିୟର ଶବ୍ଦଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜୀବନରେ ଆଗକୁ ବଢିବାକୁ ହେଲେ କ୍ୟାରିୟର ଉପରେ ଗୁରୁତ୍ୱ ଦେବା ନିହାତି ଜରୁରୀ । କାହିଁକିନା ବୟସ ବଢିବା ସହ ଟଙ୍କା ଏବଂ ଜ୍ଞାନ ର ଆବଶ୍ୟକତା ନିହାତି ପଡିଥାଏ । ବୟସ ବଢିଲେ କିମ୍ବା ବଡ ବଡ ଡିଗ୍ରୀ ପାଖରେ ରଖିଲେ କ୍ୟାରିୟରରେ ଗ୍ରୋତ୍ ହେବ, ତାହା ସ୍ପଷ୍ଟ ରୂପେ କହିହେବ ନାହିଁ । କାରଣ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ବୟସ ୩୫ବର୍ଷ ରୁ ୪୦ ବର୍ଷ । କିନ୍ତୁ ସେମାନଙ୍କ ପାଖରେ ସବୁପ୍ରକାର ର ସୁବିଧା ଥାଇ ମଧ୍ୟ ସେମାନେ ନିଜ କ୍ୟାରିୟରରେ ବିଫଳ । ଅନ୍ୟପକ୍ଷରେ ଆବଶ୍ୟକ ଅନୁସାରେ ସୁବିଧା ସୁଯୋଗ ନଥାଇ ମଧ୍ୟ କିଛି ବ୍ୟକ୍ତି ନିଜ କ୍ୟାରିୟରେ ସଫଳ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା ଏହିକି ଯେ , ସେମାନଙ୍କର ବୟସ ମାତ୍ର ୨୫ ବର୍ଷ ରୁ  ୩୦ ବର୍ଷ । ତେବେ  ସୁବିଧା ସୁଯୋଗ ନଥାଇ ମଧ୍ୟ କମ୍ ବୟସ ଅନେକ ଲୋକ ନିଜ କ୍ୟାରିୟରରେ ଉନ୍ନତି କରି ଅନେକ ସଫଳତାର ସିଡି ଚଢି ଆଗକୁ ବଢିଛନ୍ତି । କ୍ୟାରିୟର ସମ୍ଭନ୍ଧୀୟ ଅନେକ ତଥ୍ୟ ଅଛି ଯାହାକି ଏବେ ବି ଅନେକଙ୍କୁ ଅଜଣା । କାରଣ କ୍ୟାରିୟର ବିଷୟରେ କୌଣସି କୋଚିଂ ସେଣ୍ଟର ହେଉ କିମ୍ବା ସ୍କୁଲ୍ କଲେଜ୍ ରେ ଆବଶ୍ୟକତା ଅନୁସାରେ ଆଲୋଚନା ହୁଏ ନାହିଁ । ତେଣୁ ଅନେକ ଲୋକ ଏବଂ ଛାତ୍ରଛାତ୍ରୀ କ୍ୟାରିୟରକୁ ନେଇ ବାରମ୍ୱାର ଦ୍ୱନ୍ଦରେ ପଡିଥାନ୍ତି । 

ତେଣୁ ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢନ୍ତୁ ଏବଂ ଜାଣନ୍ତୁ କ୍ୟାରିୟର ସମ୍ବନ୍ଧୀୟ କିଛି କଥା, ଯାହା ଆପଣଙ୍କ କ୍ୟାରିୟରକୁ ଦେବ ନୁଆଁ ଉଚ୍ଚତା ।

 

୧ ) କ୍ୟାରିୟର କଣ  ?

ଜୀବନରେ ସଫଳ ହେବା ପାଇଁ କେତେ ଲୋକ ଚେଷ୍ଟା କରୁଛନ୍ତି । କିଏ ସର୍ଟକଟ ପାଇଁ ଚେଷ୍ଟା କରୁଛି , ତପୁଣି କିଏ ବିଭିନ୍ନ ପ୍ରକାର ର ଉପାୟ ପ୍ରୟୋଗ କରୁଛି । ପ୍ରକୃତରେ କ୍ୟାରିୟର ଶବ୍ଦରେ ଅର୍ଥ ହେଉଛି ପ୍ରୋଫେସନାଲ୍ ଲାଇଫ୍ । ଛାତ୍ର ଜୀବନ ରୁ ଆରମ୍ଭ କରି ଚାକିରୀ ପାଇବା ପର୍ଯ୍ୟନ୍ତ ସମୟକୁ କ୍ୟାରିୟର ବୋଲି ବୁଝାଯାଏ । ସେହିପରି ଜଣେ ପାଠପଢିବା ଠାରୁ ଆରମ୍ଭକରି ବିଜନେସ୍ କରିବା ଏବଂ ସେହି ବିଜନେସ୍ ରେ ଉନ୍ନତି କରିବା କିମ୍ବା ଅବନ୍ନତି କରିବାକୁ ମଧ୍ୟ କ୍ୟାରିୟର ବୋଲି ବୁଝାଯାଏ । ଆପଣ ଟିଭିରେ ଏବଂ ରେଡିଓରେ ସିନେ ତାରକା ମାନଙ୍କର ଫିଲ୍ମ ଜଗତର ଯାତ୍ରା ବିଷୟରେ ହେଉଥିବା ଏପିସୋଡ୍ ବିଷୟରେ ନିହାତି ଶୁଣିଥିବେ କିମ୍ବା ଦେଖିଥିବେ । ସେହି ଏପିସୋଡ୍ ଗୁଡିକରେ ସିନେ ତାରକା ମାନଙ୍କର ଫିଲ୍ମ କ୍ୟାରିୟର ସଂମ୍ପର୍କିତ ଅନେକ ରୋଚକ କଥା ଆଲୋଚନା ହୋଇଥାଏ । ତେବେ କ୍ୟାରିୟର ଶବ୍ଦର ବ୍ୟବହାର ଫିଲ୍ମ ଜଗତରେ ମଧ୍ୟ ହୋଇଥାଏ । କ୍ୟାରିୟର ଶବ୍ଦ କୌଣସି ବ୍ୟକ୍ତିର ପ୍ରୋଫେସନାଲ୍ ଲାଇଫ୍ ର ଯାତ୍ରାକୁ ବୁଝାଇଥାଏ । ମନୁଷ୍ୟ ଜୀବନ ଏକ କଏନ୍ ପରି । ଯେପରି ଗୋଟିଏ ସିକ୍କା ବା କଏନ୍ ର ଦୁଇଠି ପାର୍ଶ୍ୱ ଥାଏ ,ସେହିପରି ମଣିଷ ଜୀବନରେ ମଧ୍ୟ ଦୁଇଟି ପାର୍ଶ୍ୱ ଥାଏଗୋଟିଏ ପାର୍ଶ୍ୱ ହେଲା ବ୍ୟକ୍ତିଗତ ଜୀବନ ଏବଂ ଅନ୍ୟଟି ହେଲା ବୃତ୍ତିଗତ ଜୀବନ । ବ୍ୟକ୍ତିଗତ ଜୀବନକୁ କେବେବି କ୍ୟାରିୟର ର ଆଖ୍ୟା ଦିଆଯାଇ ପାରିବନାହିଁ । କ୍ୟାରିୟର ଶବ୍ଦର ପ୍ରକୃତ ଅର୍ଥ ବୃତ୍ତିଗତ ଜୀବନ ବା ପ୍ରୋଫେସନାଲ୍ ଲାଇଫ୍ ସହ ସଂପୃକ୍ତ । ବ୍ୟକ୍ତିଗତ ଜୀବନର ଉନ୍ନତି ଏବଂ ଅବନ୍ନତି ବୃତ୍ତିଗତ ଜୀବନ ଉପରେ ନିର୍ଭର କରିପାରେ । କିନ୍ତୁ ବୃତ୍ତିଗତ ଜୀବନ ବା ପ୍ରୋଫେସନାଲ୍ ଲାଇଫ୍ ବ୍ୟକ୍ତିଗତ ଜୀବନ ସହ ପ୍ରତ୍ୟେକ୍ଷ ଭାବରେ ସଂପୃକ୍ତ ନୁହଁ । ଛୋଟ ପିଲାଟି ଯେତେବେଳେ ତାର ଶିକ୍ଷାରମ୍ଭ କରେ ସେବେଠାରୁ ହିଁ ତାର କ୍ୟାରିୟର ଆରମ୍ଭ ହୋଇଥାଏ । ପରେ ସେହି ପିଲାଟି ବଡ ହୋଇ କ୍ୟାରିୟର ଶବ୍ଦର ପ୍ରକୃତ ଅର୍ଥ ବୁଝିପାରିଥାଏ ।  

 

୨) କ୍ୟାରିୟର ପାଇଁ ଚିନ୍ତା କରିବାର ଠିକ୍ ସମୟ କେଉଁଠି ?

କ୍ୟାରିୟର ପାଇଁ ଚିନ୍ତା କରିବାର ସମୟ ହେଉଛି ଛାତ୍ରବସ୍ଥା । ଏହି ସମୟରେ ଆପଣ କରିଥିବା ଭୁଲ୍ କୁ ପୁଣିଥରେ ଠିକ୍ କରିହେବ । କାରଣ ଏହି ସମୟରେ ପୁନର୍ବାର ଚେଷ୍ଟା କରିବା ପାଇଁ ଉପଯୁକ୍ତ ସମୟ ଥାଏ । ଆପଣଙ୍କ ପାଖରେ ସ୍କୁଲ୍ ହେଉ କିମ୍ବା କଲେଜ୍ ରେ ଶିକ୍ଷକ ମାନେ ଥିବେ । ଯେଉଁମାନେ ଆପଣଙ୍କୁ କ୍ୟାରିୟର ଚୟନ କରିବାରେ ମାର୍ଗଦର୍ଶନ କରିବେ ।

Confused about your Career ? Career Advice for Success

ଗୋଟିଏ ଛୋଟ ଛୁଆ ଯେତେବେଳେ ସ୍କୁଲ୍ ଯାଏ ସେତେବେଳେ ଡରି ଡରି ଥାଏ । କିନ୍ତୁ ପରେ ପରେ ଟିକେ ବଡ ହେଲା ପରେ ପାଠ ପ୍ରତି ତାର ଆଗ୍ରହ ବଢେ । ସେହି ପିଲାଟି ଯେତେବେଳେ ହାଇସ୍କୁଲ୍ ଯାଏ , ସେତେବେଳେ ତାର କ୍ୟାରିୟର ପ୍ରତି ଆଗ୍ରହ ବଢେ । ପରୀକ୍ଷାର ନମ୍ବର ଏବଂ ମାର୍କସିଟ୍ ତାପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଆପଣ ନିଜର ପ୍ରତିଭା ଏବଂ ଦକ୍ଷତାକୁ ସ୍କୁଲ ପଢିଲା ବେଳୁ ନିହାତି ଜାଣିଥିବେ । ସେହି ଦକ୍ଷତା ଏବଂ ପ୍ରତିଭା ଉପରେ କାର୍ଯ୍ୟକରି ତାକୁ ଆହୁରି ସୁଦୃଢ କରନ୍ତୁ । ଆପଣଙ୍କ ପ୍ୟାସନ୍ କିମ୍ବା ରୁଚିଥିବା କାମରେ ଆବଶ୍ୟକ ଥିବା ନିଜ ଦକ୍ଷତାକୁ ବୃଦ୍ଧି କରନ୍ତୁ । ସମୟ ସବୁଠାରୁ ମୂଲ୍ୟବାନ୍ ତେଣୁ ସମୟ ନଷ୍ଟ ନକରି କ୍ୟାରିୟର ଉପରେ ଗୁରୁତ୍ୱ ଦେଇ ଶୀଘ୍ର କାମ ଆରମ୍ଭ କରନ୍ତୁ । ଆପଣ ଯେତେ କମ୍ ବୟସ ରୁ ନିଜ କ୍ୟାରିୟର ଉପରେ କାମ କରିବା ଆରମ୍ଭ କରିବେ ସେବେଠାରୁ ଆପଣଙ୍କ କ୍ୟାରିୟରରେ ଉନ୍ନତି ସମ୍ଭାବନା ଅଧିକ । 

 

୩) କମ୍ ବୟସ ରୁ କ୍ୟାରିୟର ଉପରେ ଗୁରୁତ୍ୱ ଦେଇ ନଥିଲେ କଣ କରିବେ ?

କୌଣସି କାରଣରୁ ଅନେକ ବ୍ୟକ୍ତି ନିଜ କ୍ୟାରିୟର ପ୍ରତି ଯତ୍ନଶୀଳ ହୋଇନଥାନ୍ତି । ପରେ ପରେ ଏଥିପାଇଁ ତାଙ୍କୁ ଅନେକ ପଶ୍ଚାତାପ କରିବାକୁ ପଡିଥାଏ । ୨୫ବର୍ଷ ରୁ ୩୦ ବର୍ଷ ସମୟ ମଧ୍ୟରେ କ୍ୟାରିୟର ପାଇଁ ଚିନ୍ତାରେ ରହିଥାନ୍ତି ସେମାନେ । କିଛି ଚାକିରୀ ଆଶାୟୀ ମାନଙ୍କ ପାଖରେ ଥାଏ ବଡ ବଡ ଡିଗ୍ରୀ । କିନ୍ତୁ ସେହି ଡିଗ୍ରୀ ବା ମାର୍କସିଟ୍ ରେ ଆବଶ୍ଯକଥିବା ନମ୍ବର ନଥାଏ । ଅଧିକାଂଶ ମଧ୍ୟବିତ୍ତ ପରିବାରରୁ ଆସିଥାନ୍ତି । ତେଣୁ କୌଣସି ପ୍ରକାର ର ଷ୍ଟାର୍ଟଅଫ୍ କିମ୍ବା ବିଜନେସ୍ କରିବାପାଇଁ ପୁଞ୍ଜିର ଅଭାବ ଥାଏ । ସରକାରୀ ଚାକିରୀରେ ଅଳ୍ପ ସଂଖ୍ୟକ ପୋଷ୍ଟ ବାହାରିଥାଏ । ସେହି ଅଳ୍ପ ସଂଖ୍ୟକ ପୋଷ୍ଟରେ ପ୍ରତିଯୋଗିତା ଅଧିକ ଏବଂ ତା ସହ ଥାଏ ରିଜର୍ଭଭେସନ୍ । ତେଣୁ ୨୫ବର୍ଷ ରୁ ୩୦ ବର୍ଷ ସମୟ ମଧ୍ୟରେ କିଛି ବ୍ୟକ୍ତିଙ୍କ ପାଇଁ ସରକାରୀ ଚାକିରୀ କରିବା କଷ୍ଟକର ହୋଇଯାଏ ।

Confused about your Career ? Career Advice for Success

ଧର୍ଯ୍ୟଧରି ପରୀକ୍ଷା ପାଇଁ ପ୍ରସ୍ତୁତି କଲେ ଚାକିରୀ ମିଳିବାର ସମ୍ଭାବନା ଅଧିକ । କିନ୍ତୁ ଅନେକଙ୍କ ପାଖରେ ଚଳିବା ପାଇଁ ଅର୍ଥର ଅଭାବ ଥାଏ । ଅର୍ଥର ଅଭାବ ପାଇଁ ମଧ୍ୟ ଅନେକ ଲୋକ ଇଚ୍ଛା ନଥିବା ଚାକିରୀ କରିବା ପାଇଁ ବାଧ୍ୟ ହୋଇଥାନ୍ତି । ଯଦି ଆପଣ ସଂମ୍ପୁର୍ଣ୍ଣ ରୂପରେ ଅର୍ଥ ର ଅଭାବ ପାଇଁ ଚାକିରୀ କରୁଛନ୍ତି , ତେବେ ଅର୍ଥକୁ ଗୁରୁତ୍ୱ ଦିଅନ୍ତୁ । କାରଣ ପ୍ରେଷ୍ଟିଜ୍ କଥା ଭାବିଲେ ଆପଣଙ୍କର ଚାକିରୀ କରିବାପାଇଁ ମନବଳ ହେବନାହିଁଯଦି ଟଙ୍କା ଆପଣଙ୍କର ପ୍ରଥମ ପ୍ରାଥମିକତା , ତେବେ ସବୁକଥା ଭୁଲି ଆପଣ ଅଧିକ ଦରମା ଥିବା ସ୍ଥାନରେ କାମ କରନ୍ତୁ । କୌଣସି କାମ ଛୋଟ କିମ୍ବା ବଡ ନଥାଏ । ଏହା କେବଳ ମନର ମାନସିକତା । ପରେ ପରେ ଟଙ୍କା ସଂଞ୍ଚୟ କରି ଆପଣ ନିଜର ଗୋଟିଏ ଛୋଟ ବିଜନେସ୍ କିମ୍ବା ଷ୍ଟାର୍ଟଅଫ୍ ଆରମ୍ଭ କରିପାରିବେ । ଏହି ସମୟରେ ଆପଣ ଚାହିଁଲେ ଡିଷ୍ଟାନ୍ସ ରେ ଯେକୌଣସି କୋର୍ସରେ ନାମ ଲେଖାଇ ପାରିବେ । ସେହି କୋର୍ସ ଗୁଡିକ ପ୍ରୋଫେସନାଲ୍ କୋର୍ସ ଥିଲେ ଆହୁରି ଭଲ । ଏପରି କଲେ ଭବିଷ୍ୟତରେ ଆପଣ କୌଣସି ବଡ କମ୍ପାନୀରେ ଚାକିରୀ କରି ଭଲ ରୋଜଗାର କରିପାରିବେ । ଆପଣଙ୍କ ଅତୀତ ଆପଣଙ୍କ ହାତରେ ନାହିଁ କିନ୍ତୁ ବର୍ତ୍ତମାନ ଯାହା ଆପଣ କରିବେ ତାହା ଭବିଷ୍ୟତରେ ଆପଣଙ୍କ କ୍ୟାରିୟରରେ ଉନ୍ନତି ଆଣିବ । ତେଣୁ ବୟସକୁ ବାହାନା କରି କ୍ୟାରିୟର ଠାରୁ ନିଜକୁ ଅଲଗା କରନ୍ତୁ ନାହିଁ । ଦେଖିବାକୁ ଗଲେ ଅନେକ ଉଦାହରଣ ଅଛି ଯାହା ଆପଣଙ୍କୁ ପ୍ରେରଣା ଦେବ ।

 

୪) କ୍ୟାରିୟର ଚୟନ କିପରି କରିବେ ?

ଦକ୍ଷତା , ଯୋଗ୍ୟତା ଏବଂ ଅଭିଜ୍ଞତା କ୍ୟାରିୟର ଚୟନରେ ଅନେକ ପ୍ରକାରର ସାହାର୍ଯ୍ୟ କରେ । ଯଦି ଆପଣ ଜଣେ ବିଜ୍ଞାନ ଛାତ୍ର ତେବେ ଆପଣଙ୍କ ରୁଚି ବିଜ୍ଞାନ ପ୍ରତି ନିହାତି ଥିବା ଆବଶ୍ୟକ । କାରଣ ଆପଣଙ୍କ ପାଠ୍ୟକ୍ରମ ଏବଂ ଆପଣଙ୍କ ଡିଗ୍ରୀ ବିଜ୍ଞାନ ର ରହିବ । ଆପଣଙ୍କ ରୁଚି ଯଦି କଳା ବିଷୟ କିମ୍ବା ବ୍ୟବସାୟ ବାଣିଜ୍ୟରେ ଅଛି , ତେବେ ଆପଣ କ୍ୟାରିୟର ଚୟନ କରିବାରେ ଭୁଲ୍ ନିଷ୍ପତି ନେଇଛନ୍ତି । କାରଣ ବିଜ୍ଞାନ ପାଠ ପଢିବା ସହ କଳା ବିଷୟ କିମ୍ବା ବ୍ୟବସାୟ ବାଣିଜ୍ୟ ସହ କୌଣସି ପ୍ରକାର ର ପ୍ରତ୍ୟେକ୍ଷ ସଂମ୍ପର୍କ ନାହିଁ । ତେଣୁ ନିଜର ଭୁଲ୍ ନିଷ୍ପତିକୁ ସୁଧାରିବାକୁ ଚେଷ୍ଟା କରନ୍ତୁ । ନହେଲେ ଆପଣ ବିଜ୍ଞାନରେ ନିଜ କ୍ୟାରିୟର ଗଢନ୍ତୁ । ଏହାକୁ କ୍ୟାରିୟର ସ୍ୱିଚ୍ ବୋଲି କହନ୍ତି । Confused about your Career ? Career Advice for Success

ଭବିଷ୍ୟତ ଉଜ୍ୱଳ ସେତେବେଳେ ଦିଶିବ , ଯେତେବେଳେ  ଆପଣଙ୍କ ଲକ୍ଷ୍ୟ ସ୍ଥିର ରହିବ । କ୍ୟାରିୟର ଗଢିବାର ମୂଳ ମନ୍ତ୍ର ହେଉଛି ନିଜ ଉପରେ ବିଶ୍ୱାସ । ଆତ୍ମବିଶ୍ୱାସ ଥିଲେ ଆପଣ ନିଜର ଶିକ୍ଷାଗତ ଯୋଗ୍ୟତା ଏବଂ ଆବଶ୍ୟକ ଥିବା ଦକ୍ଷତାକୁ ବୃଦ୍ଧି କରିପାରିବେ । ଶିକ୍ଷାଗତ ଯୋଗ୍ୟତା ଏବଂ ଆବଶ୍ୟକ ଥିବା ଦକ୍ଷତା ବୃଦ୍ଧି ହେଲେ ଆପଣ ନିହାତି ଚାକିରୀ ପାଇବେ କିମ୍ବା ନିଜର କୌଣସି ଷ୍ଟାର୍ଟଅପ୍ କମ୍ପାନୀଟିଏ ଆରମ୍ଭ କରିପାରିବେ । ପରେ ପରେ ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ଆବଶ୍ୟକ ଥିବା ଦକ୍ଷତା ବୃଦ୍ଧି ପାଇବା ସହ ଅଭିଜ୍ଞତା ବଢିବ । ଅଭିଜ୍ଞତା ବଢିଲେ ନିଜ କ୍ୟାରିୟର ପାଇଁ ଉଚିତ୍ ପଦକ୍ଷେପ ଆପଣ ନେଇପାରିବେ । କ୍ୟାରିୟର ଚୟନ ବେଳେ ସବୁବେଳେ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କ କଥା ଉପରେ ଗୁରୁତ୍ୱ ଦିଅନ୍ତୁ । ସାଙ୍ଗ ସାଥି , ପରିବାର ଏବଂ ସଂମ୍ପର୍କିୟ ମାନଙ୍କ କଥା ମାନିବା ଆଗରୁ ଜାଣିରଖନ୍ତୁ ତାଙ୍କର ଅଭିଜ୍ଞତା କେତେ । କ୍ୟାରିୟର ଚୟନ ପାଇଁ ୟୁଟୁବ୍ ରେ ଅନେକ ସଫଳ ବ୍ୟକ୍ତିତ୍ୱଙ୍କ ବାର୍ତ୍ତା ଉପରେ ଗୁରୁତ୍ୱ ଦିଅନ୍ତୁ । ଧରାଯାଉ ଆପଣଙ୍କ ଅଭିନୟ ଉପରେ କ୍ୟାରିୟର ଗଢିବାର ଅଛି , ତେବେ କେବଳ ପ୍ରଡ୍ୟୁସର , ଡିରେକ୍ଟର ଏବଂ ସଫଳ କଳାକାର ମାନଙ୍କ ଇଣ୍ଟରଭ୍ୟୁ ଦେଖନ୍ତୁ । ଯାହାକି ଆପଣଙ୍କୁ ଅନେକ ଶିକ୍ଷାଦେବ । ସେହି କଳାକାର ମାନଙ୍କ କ୍ୟାରିୟର ଗ୍ରାଫ୍ ଉପରେ ରିସର୍ଚ୍ଚ କରନ୍ତୁ । ଏପରି କଲେ ଆପଣ ଅନେକ କିଛି ଶିକ୍ଷିବେ । ଶୁଣା କଥା ହେଉଛି ଉଡା କଥା । ପବନ ବହିଲେ ଯେପରି ପବନ କେଉଁଠୁ ଆସିଲା କେଉଁ ଆଡେଗଲା ତାହା ଜଣା ପଡିନଥାଏ । ସେହିପରି ଶୁଣା କଥା ର ସତ୍ୟାସତ୍ୟ କିଛି ନଥାଏ । ଏହା ସତ ହୋଇପାରେ କିମ୍ବା ମିଥ୍ୟା ମଧ୍ୟ ହୋଇପାରେ । ତେଣୁ କ୍ୟାରିୟର ଗଠନ ର ମୂଳ ସିଦ୍ଧାନ୍ତ ହେଲା ଆତ୍ମବିଶ୍ୱାସର ସହ କାମ କରିବା ଏବଂ ନିଜେ ସେହି ବିଷୟରେ ଅତପ୍ରତ ଭାବରେ ଜଡିତ ହେବା । ମନରେ ଦ୍ୱନ୍ଦ ସେତେବେଳେ ଉଠିଥାଏ , ଯେତେବେଳେ ଆପଣଙ୍କ ପାଖରେ ତଥ୍ୟ ଏବଂ ଜ୍ଞାନର ଅଭାବ ଥାଏ । କ୍ୟାରିୟର ପାଇଁ ପ୍ରତ୍ୟେକ ଦିନ ଅତି କମ୍ ରେ ୧୫ ମିନିଟ୍ ଦିଅନ୍ତୁ । ଏହା ଆପଣଙ୍କୁ ଅନେକ ସାହାର୍ଯ୍ୟ କରିବ ।

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )