Friday 19th April 2024
କିପରି ପାଇବେ ଚାକିରୀ ? ଚାକିରୀ ପାଇବା ପାଇଁ କଣ ରହିଛି ଗୁପ୍ତ ଜ୍ଞାନ !

କିପରି ପାଇବେ ଚାକିରୀ ? ଚାକିରୀ ପାଇବା ପାଇଁ କଣ ରହିଛି ଗୁପ୍ତ ଜ୍ଞାନ !

ବର୍ତ୍ତମାନ ସମୟରେ ଟଙ୍କା ରୋଜଗାର କରିବା ହେଉଛି ସମସ୍ତଙ୍କର ପ୍ରଥମ ପ୍ରାଥମିକତା । ଟଙ୍କା ବିନା କିଛିବି କରିବା ସଂମ୍ଭବ ନୁହଁଁ । ଆତ୍ମନିର୍ଭରଶୀଳ ହେବା ପାଇଁ ଟଙ୍କାର ଆବଶ୍ୟକତା ବହୁତ ଅଛି । ବିନା ଟଙ୍କାରେ ବଞ୍ଚିବା ଭାରି କଷ୍ଟକର । ଟଙ୍କା ରୋଜଗାର କରିବା ପାଇଁ ବିଭିନ୍ନ ମାଧ୍ୟମ ଅଛି । ବେପାର ବାଣିଜ୍ୟ ଏବଂ ଚାକିରୀ କରିବା ହେଉଛି ଦୁଇ ଗୋଟି ପ୍ରମୁଖ ମାଧ୍ୟମ । ତେବେ ଜଣେ ସାଧାରଣ ଲୋକଟିଏ ପାଇଁ ଟଙ୍କା ରୋଜଗାର କରିବାର ଉତ୍ତମ ମାଧ୍ୟମ ହେଉଛି ଚାକିରୀ । ଚାକିରୀରେ ବେପାର ବାଣିଜ୍ୟ ପରି ଟଙ୍କା ବୁଡି ଯିବା କିମ୍ବା କ୍ଷତି ହେବା ଭଳି ବିପଦ ନଥାଏ । ବେପାର ବାଣିଜ୍ୟ ରେ ଲାଭ ଯେମିତି ହୁଏ , ସେପରି କ୍ଷତି ର ସଂମ୍ଭାବନା ମଧ୍ୟଥାଏ । ତେଣୁ ଅନେକ ବ୍ୟକ୍ତିଙ୍କ ଚାକିରୀ ପସନ୍ଦ । ମାସ ଶେଷରେ ଦରମା ମିଳିବ , ଏଇ ଆଶା ନେଇ ପ୍ରତିଦିନ ପରିଶ୍ରମ କରିଥାନ୍ତି କର୍ମଚାରୀ । ଚାକିରୀ ଗୋଟିଏ କରିବା ବା ଚାକିରୀ ପାଇବା କେତେ କଷ୍ଟ ତାହା ପ୍ରତିଦିନ ଚାକିରୀ ଖୋଜୁଥିବା ଚାକିରୀ ଆଶାୟୀ ଙ୍କୁ ଭଲଭାବେ ଜଣା । କିଛି ବ୍ୟକ୍ତି ଚାକିରୀ ଖଣ୍ତେ ପାଇଁ କେତେ ହନ୍ତ ସନ୍ତ ହେଉଛନ୍ତି ତାହା ଆପଣ ଜଣେ ଚାକିରୀ ଆଶାୟୀକୁ ପଚାରିଲେ ଭଲଭାବେ ଜାଣିପାରିବେ । ଭଲ ବିଶ୍ୱବିଦ୍ୟାଳୟ କିମ୍ବା ବଡ କଲେଜରେ ପାଠ ପଢି ଭଲ ନମ୍ବର ରଖି ମଧ୍ୟ ଆଜି ଭାରତରେ ଅନେକ ଯୁବକ ଯୁବତୀ ବେକାର ହୋଇ ବସି ରହିଛନ୍ତି । କିଛି ଲୋକ ମାନଙ୍କ ପାଇଁ ଚାକିରୀ ଗୋଟିଏ ସ୍ୱପ୍ନ । ବର୍ତ୍ତମାନ ଭାରତରେ ଜନସଂଖ୍ୟାର ବିଷ୍ପୋରଣ ଘଟିଛି । ଦିନକୁ ଦିନ ବଢିଚାଲିଛି ଭାରତର ଜନସଂଖ୍ୟା ଏବଂ ତା ସହ ବଢିଛି ବେକାରୀ ସମସ୍ୟା । ବେକାରୀ ସମସ୍ୟା ବଢିବାର ମୁଖ୍ୟକାରଣ ହେଉଛି ଭାରତରେ ଚାକିରୀର ଅଭାବ । 

job

ଏତେ ଅସୁବିଧାରେ ମଧ୍ୟ କିଛି ଲୋକ ବହୁତ ଶୀଘ୍ର ଚାକିରୀ ପାଇଯାନ୍ତି ଏବଂ ଭଲ ଦରମା ମଧ୍ୟ ପାଇଥାନ୍ତି । ସେହି ବ୍ୟକ୍ତି ମାନେ କଣ ନିୟମ ପାଳନ କରନ୍ତି ଯେ , ଶୀଘ୍ର ତାଙ୍କୁ ଚାକିରୀ ମିଳିଯାଏ । ଗୋଟିଏ ଇଣ୍ଟରଭ୍ୟୁ ରେ ସେମାନେ ଚାକିରୀ ପାଇଯାଆନ୍ତି । ତେବେ ଚାକିରୀ ପାଇବା ପାଇଁ କଣ କିଛି ଗୁପ୍ତଜ୍ଞାନ ଅଛିକି ? ସେମାନେ କେଉଁ ଟିପ୍ସ ଏବଂ ଟ୍ରିକ୍ସ କୁ ଅନୁସରଣ କରିଥାନ୍ତି । କଣ ସେହି ଗୁପ୍ତ ଜ୍ଞାନ  ? ଯାହା କିଛି ବ୍ୟକ୍ତିଙ୍କୁ ଚାକିରୀ ପାଇବାରେ ସାହାଯ୍ୟ କରେ । ଅନ୍ୟମାନେ ସେବିଷୟରେ ଜାଣିନପାରି ଚାକିରୀ ପାଇନଥାନ୍ତି । ଅଯଥାରେ ଇଣ୍ଟରଭ୍ୟୁ ଦେଇ ଦେଇ ଥକି ଯାଆନ୍ତି । କିଛି ବ୍ୟକ୍ତି ମଧ୍ୟ ଏପରି ଅଛନ୍ତି , ଯେଉଁମାନେ ବିଭିନ୍ନ ଚାକିରୀ ପାଇଁ ଆବେଦନ କଲେ ମଧ୍ୟ ତାଙ୍କ ପାଖକୁ ଗୋଟିଏ  ହେଲେ ଫୋନ୍ କଲ୍ ଆସିନଥାଏ ।ଫୋନ୍ କଲ୍ ନଆସିଲେ ଜଣେବ୍ୟକ୍ତି ଇଣ୍ଟରଭ୍ୟୁ ଦେବ କିପରି ? ସରକାରୀ ଚାକିରୀ ହେଉ କିମ୍ବା ବେସରକାରୀ , ସବୁଥିରେ ଆବେଦନ କରନ୍ତି ସମସ୍ତେ । କିନ୍ତୁ ଚାକିରୀ କରନ୍ତି ସେମାନେ , ଯାହାପାଖରେ ଥାଏ ସେହି ଚାକିରୀ ପାଇଁ ଆବଶ୍ୟକ ଜ୍ଞାନ କୌଶଳ । କିଛି ବ୍ୟକ୍ତି ବିଶେଷ ମାନଙ୍କ ପାଖରେ ଉପଯୁକ୍ତ ଜ୍ଞାନ କୌଶଳ ଥିଲେ ମଧ୍ୟ ସେମାନେ ଚାକିରୀ କରିବାରୁ ବଞ୍ଚିତ ରହିଥାନ୍ତି । କାହିଁକିନା ତାଙ୍କ ପାଖରେ ସେହି ଜ୍ଞାନ କୌଶଳ ବା ପ୍ରୋଫେସନାଲିଜିମ୍ ନଥାଏ । 

ତେବେ କଣ ସେହି ଗୁପ୍ତ ଜ୍ଞାନ ? 

 

ଯାହା ଆପଣଙ୍କୁ ଚାକିରୀ ପାଇବାରେ ସାହାଯ୍ୟ କରିବ –

୧) ପାଠ ପଢିବା ବେଳୁ ଚାକିରୀ ପାଇଁ ପ୍ରସ୍ତୁତି –

job tricks

କିଛି ଛାତ୍ରଛାତ୍ରୀ ଅଛନ୍ତି , ଯେଉଁମାନେ ପାଠ ପଢିଲା ବେଳୁ ଚାକିରୀ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି । ଯାହା ଫଳରେ ତାଙ୍କର ଚାକିରୀ ବିଷୟରେ ଅନେକ ଧାରଣା ଆସିଯାଇଥାଏ । ତାଙ୍କ ମନରେ ଚାକିରୀକୁ ନେଇ ଏକ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଥାଏ । କେଉଁ ଚାକିରୀ ନିଜ ପାଇଁ ଠିକ୍ ଏବଂ ଯୋଗ୍ୟତା ଅନୁସାରେ କେଉଁଟି ଠିକ୍ ନୁହଁ ତାହା ପାଠ ପଢିଲା ବେଳୁ ତାଙ୍କୁ ଜଣାଥାଏ । ତେଣୁ ପାଠ ପଢିଲାବେଳୁ ସେମାନେ ନିଜ କ୍ୟାରିୟର ପାଇଁ ସଠିକ୍ କୋର୍ସ ଚୟନ କରିଥାନ୍ତି । ଯାହା ଭବିଷ୍ୟତରେ କ୍ୟାରିୟରରେ ସାହାଯ୍ୟ କରିଥାଏ । ପାଠ ପଢିବା ବେଳୁ ଏଭଳି ପ୍ରସ୍ତୁତି ଚାକିରୀ ମିଳିବା ପାଇଁ ସହାୟକ ହୋଇଥାଏ । ସ୍ନାତକୋତ୍ତର କିମ୍ବା ସ୍ନାତକ ଆଗରୁ ଚାକିରୀ ପାଇଁ ସନ୍ଧାନ କରିବା ଆବଶ୍ୟକ ।

job tricks

ୟୁପିଏସି ଟପର ସୃଷ୍ଟି ଜୟନ୍ତ ଦେଶମୁଖ ଏହାର ଜଳ୍ୱନ୍ତ ଉଦାହରଣ । ସେ ଗୋଟିଏ ମିଡିଆ ଇଣ୍ଟରଭ୍ୟୁରେ କହିଛନ୍ତି ଯେ – ” ସେ ବିଟେକ୍ ଦ୍ୱିତୀୟ ବର୍ଷରୁ ହିଁ  ୟୁପିଏସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଯାହାକି ତାଙ୍କୁ ୟୁପିଏସି ପରୀକ୍ଷା ପାଇଁ ବହୁତ ସାହାଯ୍ୟ କରିଥିଲା । ପରୀକ୍ଷାର ପ୍ରସ୍ତୁତି ପାଇଁ ତାଙ୍କୁ ଦୀର୍ଘ ସମୟ ମିଳିଥିଲା । ସେହି ସମୟରେ ସେ ନିଜର ଭୁଲ ଗୁଡିକୁ ସୁଧାରି ନେଇଥିଲେ । ଯାହାକି  ତାଙ୍କ ଉନ୍ନତିରେ ଖୁବ୍ ସହାୟକ ହୋଇଥିଲା । 

 

୨) କ୍ୟାରିୟରରେ ପ୍ରୋଫେସନାଲ୍ କୋର୍ସ –

job tricks

ନିଜ କ୍ୟାରିୟରରେ କୌଣସି ଗୋଟିଏ ପ୍ରୋଫେସନାଲ୍ କୋର୍ସ ରେ ନାଁ ଲେଖାନ୍ତୁ । ପ୍ରୋଫେସନାଲ୍ କୋର୍ସ ଆପଣଙ୍କର Resume କୁ ଶକ୍ତିଶାଳୀ କରେ । ପ୍ରୋଫେସନାଲ୍ କୋର୍ସ ଆପଣଙ୍କ Resume କୁ ଅନ୍ୟମାନଙ୍କ ଠାରୁ ଭିନ୍ନ ବନାଏ । Resume ରେ ପ୍ରୋଫେସନାଲ୍ କୋର୍ସଥିଲେ ଆପଣଙ୍କ ପାଖକୁ ଚାକିରୀ ଇଣ୍ଟରଭ୍ୟୁ ପାଇଁ ଫୋନ୍ କଲ୍ ଆସିପାରେ । କାହିଁକିନା ପ୍ରୋଫେସନାଲ କୋର୍ସ ଗୁଡିକୁ କେବଳ ଚାକିରୀ ପାଇଁ ହିଁ ବନାଯାଇଥାଏ । ବିଭିନ୍ନ ବର୍ଗର ଚାକିରୀ ପାଇଁ ଅଛି ବିଭିନ୍ନ ପ୍ରକାର ର ପ୍ରୋଫେସନାଲ କୋର୍ସ । ତେଣୁ ଆପଣ Distance କିମ୍ବା Regular ପ୍ରୋଫେସନାଲ୍ କୋର୍ସରେ ନାଁ ଲେଖେଇ ପାରିବେ । ନିଜ ରୁଚି ମୁତାବକ ପ୍ରୋଫେସନାଲ୍ କୋର୍ସ ଚୟନ କରନ୍ତୁ । ପ୍ରୋଫେସନାଲ୍ କୋର୍ସ ଆପଣଙ୍କୁ ଚାକିରୀ ପାଇବାରେ ବହୁତ ସହାୟକ ହେବ । 

 

 ୩ ) Resume କୁ ଠିକ୍ ଭାବରେ design କରନ୍ତୁ –

job tricks

ଗୋଟିଏ କଥା ସବୁବେଳେ ମନେ ରଖନ୍ତୁ । Resume କୁ ଲମ୍ବା ବନାନ୍ତୁ ନାହିଁ । ଗୋଟିଏ ପୃଷ୍ଠାରେ ସୀମିତ ରଖନ୍ତୁ । Resume କୁ ଅତ୍ୟଧିକ ଲମ୍ବା କଲେ କେହିବି ପଢିବେ ନାହିଁ । ନିଜର ଦକ୍ଷତା ଏବଂ ଯୋଗ୍ୟତା କୁ ଭଲ ଭାବେ ଚିହ୍ନନ୍ତୁ । ଆପଣ ଯେଉଁ ଚାକିରି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେହି ଅନୁସାରେ Resume କୁ ତିଆରି କରନ୍ତୁ । ବିଭିନ୍ନ ପ୍ରକାର ର ଚାକିରୀ କିମ୍ବା ପଦବୀ ପାଇଁ ବିଭିନ୍ନ ଡିଜାଇନ୍ ର Resume ପ୍ରସ୍ତୁତ କରନ୍ତୁ । Resume ଡିଜାଇନ୍ କଲାବେଳେ ଚାକିରୀ ର ବର୍ଗକୁ ଲକ୍ଷ୍ୟ କରି ଡିଜାଇନ୍ କୁ ପ୍ରାଥମିକତା ଦିଅନ୍ତୁ । ଏପରି କଲେ ଆପଣଙ୍କ Resume ଅନ୍ୟ ମାନଙ୍କ  ଠାରୁ  ଭିନ୍ନ ଲାଗିବ । 

job tricks

Resume ଯେତେ ଆକର୍ଷଣୀୟ ହେବ ସେତେ ଇଣ୍ଟରଭ୍ୟୁ ପାଇଁ ଫୋନ କଲ୍ ଆସିବ । Resume କୁ ଦେଖି ଆପଣଙ୍କୁ Interview କୁ ଡାକିବାପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି Hiring manager । Resume ଆପଣଙ୍କ ପ୍ରତିଭା , ଦକ୍ଷତା ଏବଂ କ୍ୟାରିୟରକୁ ଦର୍ଶାଇ ଥାଏ ।Resume ରେ ଆପଣଙ୍କର ସାରା ଜୀବନର ଅଭିଜ୍ଞତା ସହ କ୍ୟାରିୟର ର ତଥ୍ୟ ଥାଏ । ତେଣୁ ଅନାବଶ୍ୟକ ଢଙ୍ଗରେ ଉପସ୍ଥାପନ କଲେ ଚାକିରୀ ମିଳିବା କଷ୍ଟକର । Resume ରେ Point to Point ଲେଖନ୍ତୁ ।  ଯାହାକି ଆପଣଙ୍କ Resume କୁ ଆକର୍ଷିତ କରିବ । Resume ରେ କେବଳ ଦକ୍ଷତା ଏବଂ ଅଭିଜ୍ଞତା ଉପରେ ଧ୍ୟାନ ଦିଅନ୍ତୁ । 

job tricks

Resume ରେ ଆପଣଙ୍କ weak points ଗୁଡିକୁ highlight କରନ୍ତୁ ନାହିଁ । କେବଳ କ୍ୟାରିୟର ସଂମ୍ପର୍କିତ କାର୍ଯ୍ୟକଳାପ ଗୁଡିକୁ highlight କରନ୍ତୁ । 

 

୪ ) Online job ପୋର୍ଟାଲ୍ କିମ୍ବା website ରେ ଆକାଉଣ୍ଟ ବନାନ୍ତୁ – 

job tricks

Internet ଯୁଗରେ ସବୁକିଛି ସହଜରେ ହେଇପାରୁଛି । ଅନେକ କିଛି ତଥ୍ୟ Internet ରୁ ସହଜରେ ଉପଲବ୍ଧ ହେଇପାରୁଛି । ବିଭିନ୍ନ ତଥ୍ୟ ପାଇଁ ଅଛି , ବିଭିନ୍ନ ପ୍ରକାରର website । ଚାକିରୀ ଖୋଜିବା ପାଇଁ ମଧ୍ୟ ଅଛି ବିଭିନ୍ନ website । ଏହି website ଗୁଡିକରେ ଆପଣ ଆକାଉଣ୍ଟ ବନାଇଲେ ଆପଣଙ୍କୁ ଅନେକ ବିଜ୍ଞପ୍ତି ଖବର ମିଳିବ ଏବଂ ଆପଣ ନିଯୁକ୍ତି ଉପରେ ସବୁବେଳେ ରହିବେ update

job tricks

LinkedIn  ଏମିତି ଏକ social media platform ଯାହାକି କେବଳ ଆପଣଙ୍କ କ୍ୟାରିୟର ପାଇଁ କାମ କରେ । ଚାକିରୀ ଏବଂ company  ସମ୍ବନ୍ଧିତ ଅନେକ ତଥ୍ୟ ମିଳିଥାଏ ଏହି platform ରେ ।  ବିଭିନ୍ନ ବର୍ଗରେ ଚାକିରୀ କରୁଥିବା ବ୍ୟକ୍ତି ବିଶେଷ ଏବଂ ବ୍ୟକ୍ତିତ୍ୱ ମାନଙ୍କ ସହ ଅତି ସହଜରେ Digital format  ରେ ଯୋଡିହେବାକୁ ସୁଯୋଗ ପ୍ରଦାନ କରେ LinkedIn ।Professional Success ପାଇଁ ଅନେକ ଗୁଡିଏ company LinkedIn ଜରିଆରେ ତାଙ୍କର Promotion କରାନ୍ତି ଏବଂ company ପାଇଁ  Employee ଖୋଜିଥାନ୍ତି । LinkedIn ରେ ସାଧାରଣତ ବେସରକାରୀ ଚାକିରୀ ଏବଂ Big Company Jobs ବିଷୟରେ ଅଧିକ ଜାଣିବାକୁ ମିଳିଥାଏ । LinkedIn Profile  ଆପଣଙ୍କ Work experience ର ବିବରଣୀ ଭଳି ମଧ୍ୟ କାମ କରିଥାଏ । ଯାହାକି ଆପଣଙ୍କୁ ଚାକିରୀ ଖୋଜିବାରେ ସହାୟକ ହୋଇଥାଏ ।

job tricks

Indeed ମଧ୍ୟ ଏକ job platformଏହି website କମ୍ପାନୀଗୁଡିକ ର ଦରମା ଏବଂ reviews ବିଷୟରେ ସୂଚନା ପ୍ରଦାନ କରିଥାଏ । ଯାହା ଚାକିରୀ ଆଶାୟୀ ମାନଙ୍କୁ ସେମାନଙ୍କର ଚାକିରି ସନ୍ଧାନ କରିବାରେ ସାହାର୍ଯ୍ୟ କରେ । ଯେଉଁଥିରେ ଆପଣ ଅନେକ ଗୁଡିଏ ଚାକିରୀ ବିଷୟରେ ତଥ୍ୟ ପାଇପାରିବେ ।Indeed ରେ ବିଭିନ୍ନ ପ୍ରକାରର ଚାକିରୀ ବିଷୟରେ ବିଜ୍ଞାପନ ବାହାରେ ଏବଂ ବିଶେଷକରି ବେସରକାରୀ ଚାକିରୀ ଅଧିକ ମିଳେ । ଯଦି ଆପଣ ନିଜର Resume Indeed ରେ Uplode କରନ୍ତି , ତେବେ Company କିମ୍ବା Hiring manager ପାଖରୁ ଆପଣଙ୍କ ପାଖକୁ Interview ପାଇଁ call ଆସିବାର ସଂମ୍ଭାବନା ଅଧିକ ।  Naukri.com ଦ୍ୱାରା ଅନେକ ଚାକିରୀ ପାଇ ଏବେ ଚାକିରୀ କରୁଛନ୍ତି । Part -Time ହେଉ କିମ୍ବା Full – Time  ସବୁ ପ୍ରକାରର ଚାକିରୀ ଏଠାରେ ଦେଖିବାକୁ ମିଳେ । Timesjob.com website ଆପଣଙ୍କ ଜ୍ଞାନ ବଢାଇବା ସହ Interview ଏବଂ ଚାକିରୀରେ ସାହାର୍ଯ୍ୟ କରିବ । ଆପଣ ଚାହିଁଲେ Location  ଅନୁସାରେ ଚାକିରୀ ଖୋଜିପାରିବେ ଏହି website ରେ । 

 

୫ ) ପ୍ରୋଫେସନାଲ୍ ଲୋକଙ୍କ ସହ ମିଶନ୍ତୁ ଏବଂ  References ବନାନ୍ତୁ –

job tricks

ପ୍ରୋଫେସନାଲ୍ ଲୋକଙ୍କ ସହ ମିଶିଲେ ଆପଣ ହେଇଯିବେ ସ୍ମାର୍ଟ । ପ୍ରୋଫେସନାଲ୍ ହେଲେ ଆପଣଙ୍କ ବ୍ୟକ୍ତିତ୍ୱରେ ସୁଧାର ଆସିବ । ପ୍ରୋଫେସନାଲ୍ ଲୋକଙ୍କ ସହ ମିଶିଲେ ଚାକିରୀ ସଂମ୍ପର୍କିତ ଅନେକ କଥା ଜାଣିବାକୁ ପାଇବେ । ଆପଣଙ୍କ ପବ୍ଲିକ୍ ରିଲେସନ୍ ବା ଲୋକ ସଂମ୍ପର୍କ ବଢିବ । ପ୍ରୋଫେସନାଲ୍ ଲାଇଫରେ ଆପଣଙ୍କ ଚିହ୍ନା ପରିଚୟ ଯେତେ ବଢିବ ସେତେ ଭଲ । ସରକାରୀ ଚାକିରୀରେ ଏହାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ବେସରକାରୀ ଚାକିରୀରେ ଚାଲେ References । ଯଦି କିଏ ବଡ ପଦବୀରେ ଥିବା ବ୍ୟକ୍ତି କିମ୍ବା ଚିହ୍ନା ବ୍ୟକ୍ତି Refer କରନ୍ତି ତେବେ ଚାକିରୀ ମିଳିଯିବାର ସଂମ୍ଭାବନା ଅଧିକ । ଯଦି ଚାକିରୀ ପାଇଁ ଆବଶ୍ୟକ ଥିବା ଦକ୍ଷତା ଆପଣଙ୍କ ପାଖରେ ଅଛି ତାହେଲେ ଚାକିରୀ ମିଳିଯିବାର ସଂମ୍ଭାବନା ଅଧିକ । Reference ଦେଇଥିବା ବ୍ୟକ୍ତି ବିଶେଷଙ୍କର ପରିଚୟରେ ସହଜରେ ମିଳିଯାଏ ଚାକିରୀ । ତେଣୁ ଯେଉଁ ଚାକିରୀ କରିବାକୁ ଚାହୁଁଛନ୍ତି , ସେହି ସଂମ୍ପର୍କିତ ପ୍ରୋଫେସନାଲ୍ ଲୋକଙ୍କ ସହ ମିଶିଲେ ଆପଣ ଲାଭରେ ରହିବେ । ଭଲ ସଂମ୍ପର୍କ ଆପଣଙ୍କ କ୍ୟାରିୟର ସେତୁ ପରି କାମକରିବ । 

 

୬ ) ପ୍ରଥମ ଚାକିରୀରେ  ଅଧିକ salary demand କରନ୍ତୁ ନାହିଁ –

job tricksବେସରକାରୀ ଚାକିରୀରେ ଅଧିକ ଅଭିଜ୍ଞତାକୁ ଅଧିକ ଗୁରୁତ୍ୱ ଦିଆଯାଏ । ଯାହାର ଯେତେ ଅଭିଜ୍ଞତା ତାକୁ ସେତେ expertise ବୋଲି ଧରାଯାଏ । ତେଣୁ ପ୍ରଥମ ଚାକିରୀରେ ସବୁବେଳେ କାମ ଶିକ୍ଷିବାରେ ଗୁରୁତ୍ୱ ଦିଅନ୍ତୁ । ନିଜ ଦକ୍ଷତାରେ ଉନ୍ନତି ଆଣନ୍ତୁ । Interview ରେ Hiring manager  ଅଭିଜ୍ଞତା ବା work experience ବିଷୟରେ ପଚାରିବା ସ୍ୱାଭାବିକ । company ର turn over ବା status କୁ ଦେଖି ନିଜର salary expectation କଥା କୁହନ୍ତୁ । କାମ ଅନୁସାରେ salary demand କରିବା କିଛି ଅସୁବିଧା ନାହିଁ । କିନ୍ତୁ Fresher ହେଇଥିଲେ above average salary demand କରନ୍ତୁ । ଅତିକମରେ କାମ କରନ୍ତୁ ନାହିଁ କିମ୍ବା ଅତି ବେଶି salary demand କରନ୍ତୁ ନାହିଁ । ଆପଣ ଇଣ୍ଟରଭ୍ୟୁରେ Salary Negotiation ଉପରେ ନୁହଁ ବରଂ Value Creation ଉପରେ ଅଧିକ ଗୁରୁତ୍ୱ ଦିଅନ୍ତୁ । 

 

୭ ) ଇଣ୍ଟରଭ୍ୟୁ ସମୟରେ ଫର୍ମାଲ ଡ୍ରେସ ପିନ୍ଧନ୍ତୁ –

job tricks

ଚାକିରୀ ପାଇବାରେ ଇଣ୍ଟରଭ୍ୟୁୁ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ୍ଣଥାଏ । ଇଣ୍ଟରଭ୍ୟୁୁରେ ଜଣାପଡେ ପ୍ରାର୍ଥି ର ଦକ୍ଷତା କେତେ । ଇଣ୍ଟରଭ୍ୟୁୁରେ ଭଲକଲେ ଆପଣ ପାଇପାରିବେ ଚାକିରୀ । ଶୀଘ୍ର ଚାକିରୀ କରିବାପାଇଁ ଇଣ୍ଟରଭ୍ୟୁୁରେ କଣ କରିବେ ? କଣ ନ କରିବେ ? ତାହା ଶୀଘ୍ର ଶିକ୍ଷନ୍ତୁ । ଆପଣ କେଉଁ ଡ୍ରେସ ପିନ୍ଧିବେ ଇଣ୍ଟରଭ୍ୟୁୁରେ ଏବଂ କଣ ନ ପିନ୍ଧିବେ ତାହା ଜାଣିରଖନ୍ତୁ । କାହିଁକିନା ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ ଆପଣ ପିନ୍ଧିଥିବା ଡ୍ରେସ୍ । ଆପଣଙ୍କ Body language ଆପଣଙ୍କ ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ । Body language smart ଥିଲେ ଆପଣ smart ଲାଗିବେ । smart body language Interview ରେ Hiring manager ଙ୍କୁ ଆକର୍ଷଣ କରିଥାଏ । ଯାହାଫଳରେ ଆପଣଙ୍କ  Interview ରେ ସଫଳ ହେବାର chance ଅଧିକ ଥାଏ । ତେଣୁ ଅନେକ ସଫଳ ବ୍ୟକ୍ତି କୁହନ୍ତି ଯେ – “ Personality do matter ” ।ତେଣୁ ଫର୍ମାଲ ଡ୍ରେସ୍ ପିନ୍ଧନ୍ତୁ । ଫର୍ମାଲ ଡ୍ରେସ୍ କୋଡ ଅଫିସ୍ ପାଇଁ ଉପଯୁକ୍ତ । ଫର୍ମାଲ ଡ୍ରେସ୍ କୋଡରେ ଇଣ୍ଟରଭ୍ୟୁରେ ଆପଣଙ୍କ ପ୍ରତି ଭଲ ପ୍ରଭାବ ପଡିଥାଏ । ଅର୍ଦ୍ଧନଗ୍ନ ଡ୍ରେସ୍ ପିନ୍ଧି କେବେବି  ଇଣ୍ଟରଭ୍ୟୁ କୁ ଯାଆନ୍ତୁ ନାହିଁ । ଅର୍ଦ୍ଧନଗ୍ନ ଡ୍ରେସ୍ ପିନ୍ଧିକି ଗଲେ ଆପଣ ସ୍ମାର୍ଟ ବଦଳରେ ପାର୍ଟିକୁ ଆସିଲାଭଳିଆ ଲାଗିବେ । ଏପରି ଡ୍ରେସ୍ ପିନ୍ଧିଲେ ଆପଣଙ୍କ ଇଣ୍ଟରଭ୍ୟୁ ପ୍ରତି ଗୁରୁତ୍ୱ ନାହିଁ ପରି ଲାଗିବ । ତେଣୁ ନିଜର ଗୁରୁତ୍ୱ ବଢେଇବା ପାଇଁ ଫର୍ମାଲ ଡ୍ରେସ୍ କୋଡରେ ଇଣ୍ଟରଭ୍ୟୁକୁ ଯାଆନ୍ତୁ । 

job tricks

ଚାକିରୀ ପାଇଁ କୌଣସି ଆଡେ ଧକା ଖାଇବାର ନାହିଁ କିମ୍ବା ଧାଁ ଧପଡ କରିବାର ନାହିଁ । ସ୍ମାର୍ଟ ହୋଇ ଯାଆନ୍ତୁ । ସ୍ମାର୍ଟ ନିଷ୍ପତି ନିଅନ୍ତୁ । ଦେଖିବେ ଶୀଘ୍ର ଚାକିରୀ କରିବେ ।

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )