Friday 29th March 2024
Solar Panel Businessରୁ ରୋଜଗାର କରିବାର ଉପାୟ

Solar Panel Businessରୁ ରୋଜଗାର କରିବାର ଉପାୟ

ବ୍ୟବସାୟ କରିବାର ଉପାୟ ପ୍ରାୟତଃ ସମସ୍ତଙ୍କୁ ଜଣାନଥାଏ । କିନ୍ତୁ ଆମ ଅଜାଣତରେ ଏମିତି ଅନେକ ବ୍ୟବସାୟ ଅଛି ଯାହା ଠୁ ଆମେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବା । ଆଜି ଆମେ ଆପଣମାନଙ୍କୁ ଏପରି ଏକ ବ୍ୟାବସାୟିକ ଆଇଡିଆ ଦେଉଛୁ ଯେଉଁଥିରେ ଆପଣମାନେ ନିଜ ଘରର ଖାଲି ଛାତକୁ ବ୍ୟବହାର କରି ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଆମେ ଆପଣଙ୍କୁ ସୌର ପ୍ୟାନେଲ୍‌ ବ୍ୟବସାୟ ବିଷୟରେ କହୁଛୁ । ସୌର ପ୍ୟାନେଲ୍‌ ବ୍ୟବସାୟ (solar panel business) ଏଗୁଡ଼ିକୁ ଆପଣମାନେ ଯେକୌଣସି ସ୍ଥାନରେ ଲଗାଯାଇପାରିବ । ଆପଣ ଏଗୁଡ଼ିକୁ ନିଜ ଘରର ଛାତ ଉପରେ ରଖି ବିଦ୍ୟୁତ୍ ଉତ୍ପାଦନ କରି ପାରିବେ । ଏହା ଆପଣମାନଙ୍କ ପାଇଁ ଏକ ଭଲ ରୋଜଗାରର ସମ୍ଭାବନା ସୃଷ୍ଟି କରିବ ।

ସହର ହେଉ କି ଗାଁ, ସବୁଆଡ଼େ ବିଦ୍ୟୁତର ଚାହିଦା ଦିନକୁ ଦିନ ବଢ଼ିଚାଲିଛି । (solar panels) ସ୍ଥାପନ କରିବା ପାଇଁ ଆବଶ୍ୟକ ହେଉଥିବା ଅର୍ଥର ୩୦ ପ୍ରତିଶତ କେନ୍ଦ୍ର ସରକାର ସବସିଡି ରୂପେ ଦେଉଛନ୍ତି । ସୌର ପ୍ୟାନେଲ୍‌ ଲଗାଇବା ପାଇଁ ପାଖାପାଖି ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ । ସୋଲାର ସିଷ୍ଟମ ପାଇଁ କେନ୍ଦ୍ର ସରକାର ସୌର କାରଖାନା ସ୍ଥାପନ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି । କେତେକ ରାଜ୍ୟ ଶିଳ୍ପ କ୍ଷେତ୍ରରେ ସୌର କାରଖାନାକୁ ବାଧ୍ୟତାମୂଳକ କରିବା ଆରମ୍ଭ କଲେଣି । କାରଣ ଏମିତି ଗୋଟିଏ ସମୟ ଆସିବ ଯେଉଁଥିରେ ବିଦ୍ୟୁତର ବ୍ୟବହାର ଆମକୁ ଖୁବ୍ ମହଙ୍ଗା ପଡିବ । ସେଥିପାଇଁ ବର୍ତ୍ତମାନ ସବୁ ଦେଶ ଏହି ଉପାୟକୁ ଆପଣାଇବା ଆରମ୍ଭ କଲାଣି । ତେଣୁକରି ବର୍ତ୍ତମାନ ଆପଣଙ୍କ ପାଇଁ ଗୋଟିଏ ଭଲ ସୁଯୋଗ ରହିଛି । ଯଦି ଆପଣ ସୋଲାର୍ ପିଭି,ସୋଲାର ଥର୍ମାଲ ସିଷ୍ଟମ,ସୋଲାର୍ ଆଟିକ୍ ଫ୍ୟାନ୍ ଓ ସୋଲାର କୁଲିଂ ସିଷ୍ଟମର ବ୍ୟବସାୟ ଆରମ୍ଭ କରିପାରିବେ ।

 

ସାଧାରଣତଃ ସୌର ପ୍ୟାନେଲଗୁଡିକର ଆୟୁ ୨୫ ବର୍ଷ । ଆପଣ ନିଜ ଘରର ଛାତ ଉପରେ ଏହି ପ୍ୟାନଲକୁ ସହଜରେ ସ୍ଥାପନ କରିପାରିବେ । ଏଥିସହିତ ଆପଣ ମାଗଣାରେ ବିଦ୍ୟୁତ ପାଇବେ । ଏହାପରେ ବଳୁଥିବା ବିଦ୍ୟୁତ ଗ୍ରୀଡ୍ ମାଧ୍ୟମରେ ସରକାରଙ୍କୁ କିମ୍ବା କୌଣସୀ କମ୍ପାନୀକୁ ମଧ୍ୟ ଆପଣ ବିକ୍ରି କରିପାରିବେ । ଯାହା ଫଳରେ ମାଗଣାରେ ବିଜୁଳି ସହିତ ଆପଣମାନଙ୍କୁ ରୋଜଗାର ବି ମିଳିବ ।

କେମିତି ନେବେ ଲୋନ୍ ?

ବିଶେଷ କଥା ହେଉଛି ଯେ, ସୌର ଶକ୍ତି ସହ ଜଡିତ ବ୍ୟବସାୟ ଆରମ୍ଭ କରିବା ପାଇଁ ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ ଅନେକ ବ୍ୟାଙ୍କର SME ଶାଖାରୁ ଋଣ ପାଇପାରିବେ । ଏହି ଋଣ ପରିମାଣ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ । ସରକାରଙ୍କ ଠାରୁ ମିଳୁଥିବା ସବସିଡି ପରେ ଏକ କିଲୋୱାଟ୍‌ ଶକ୍ତି ଉତ୍ପାଦନ କରୁଥିବା ସୌର କାରଖାନା ମାତ୍ର ୬୦ ହଜାର ଟଙ୍କାରୁ ୭୦ ହଜାର ଟଙ୍କା ମଧ୍ୟରେ ହିଁ ସ୍ଥାପିତ କରିହୁଏ ।

 

ଏହି ବ୍ୟବସାୟ ଆରମ୍ଭ କରିବା ପାଇଁ ପ୍ରାରମ୍ଭିକ ବିନିଯୋଗ ବହୁତ କମ୍ ହୋଇଥାଏ । କିନ୍ତୁ ତଥାପି ଯଦି ଆପଣଙ୍କ ପାଖରେ ଟଙ୍କା ନାହିଁ, ତେବେ ଅନେକ ବ୍ୟାଙ୍କ୍‌ ଏହା ସ୍ଥାପନ କରିବା ପାଇଁ ଅର୍ଥ ପ୍ରଦାନ କରୁଛନ୍ତି । ଏଥି ପାଇଁ ଆପଣ ସୋଲାର୍‌ ସବସିଡି ସ୍କିମ୍, କୁସୁମ୍ ଯୋଜନା ଓ ଜାତୀୟ ସୌର ଶକ୍ତି ମିଶନ୍ ଅଧୀନରେ ବ୍ୟାଙ୍କରୁ SME ଋଣ ନେଇପାରିବେ । ଏକ ଆକଳନ ଅନୁଯାୟୀ, ଏହି ବ୍ୟବସାୟରେ ଏକ ମାସରେ ୩୦ ହଜାର ଟଙ୍କା ରୁ ୧ ଲକ୍ଷ ଟଙ୍କା ସହଜରେ ରୋଜଗାର ମିଳିପାରିବ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )