Friday 19th April 2024
ସରକାରୀ ଚାକିରି କରିବାକୁ ଚାହୁଁଥିଲେ ଆଜି ହିଁ କରନ୍ତୁ ଆବେଦନ

ସରକାରୀ ଚାକିରି କରିବାକୁ ଚାହୁଁଥିଲେ ଆଜି ହିଁ କରନ୍ତୁ ଆବେଦନ

ଅଜିକାଲି ସମସ୍ତେ ସରକାରୀ ଚାକିରି କରିବାକୁ ଚାହାଁନ୍ତି । ତେବେ ଆପଣ ବି ଯଦି ଚାହୁଁଛନ୍ତି ସରକାରୀ ଚାକିରିଟିଏ କରିବାକୁ ତେବେ ଏହି ଖବର ଟି ଆପଣଙ୍କ ପାଇଁ । DRDO-CEPTAM (Defence Research and Development Organisation, Center for Personnel Talent Management) ରେ ଖାଲି ରହିଛି ଅନେକ ପଦବୀ, ଯେଉଁଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ପ୍ରାର୍ଥୀ ମାନେ ଏହାର ଅଫିସିଆଲ ୱେବସାଇଟ୍ http://drdo.gov.in/ କୁ ଯାଇ ଆବେଦନ କରିପାରିବେ । ଅଧିକ ସୂଚନା ପାଇଁ ଆପଣ ଏହି ଲିଙ୍କକୁ କ୍ଲିକ କରିପାରିବେ  https://www.drdo.gov.in/sites/default/files/ceptm-advertisement-documents/CEPTAM10_AA_Final03112022.pdf

DRDO has signed 1,464 technology transfer agreements with Indian companies till date: Government

ଗୁରୁତ୍ୱପୁର୍ଣ୍ଣ ତାରିଖ:

  • ନଭେମ୍ବର ୭ରୁ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି ।
  • ଆବେଦନ ପତ୍ର ଦାଖଲର ଶେଷ ତାରିଖ ଡିସେମ୍ବର ୭ରହିଛି ।
  • Tier-I Exam (CBT) ପରୀକ୍ଷା DRDO ୱେବସାଇଟ୍‌ରେ ଘୋଷଣା କରାଯିବ ।

ଖାଲିଥିବା ପଦବୀ:

  • ଆଡ୍‌ମିନ୍‌ଷ୍ଟ୍ରେଟିଭ୍ ଆସିଷ୍ଟାଣ୍ଟ୍ ‘A’ (English Typing) -୨୫୦ ପଦବୀ
  • ଷ୍ଟେନୋଗ୍ରାଫର ଗ୍ରେଡ୍‌-୧(English Typing)-୨୧୫ ପଦବୀ
  • ଭେଇକିଲ୍ ଅପରେଟର୍ ‘A’ -୧୪୫ ପଦବୀ
  • ଷ୍ଟୋର ଆସିଷ୍ଟାଣ୍ଟ୍ ‘A’ (English Typing)-୧୩୪ ପଦବୀ
  • ଷ୍ଟେନୋଗ୍ରାଫର ଗ୍ରେଡ୍‌-୨ (English Typing)-୧୨୩ ପଦବୀ
  • ଫାୟାରମ୍ୟାନ୍‌: ୮୬ପଦବୀ
  • ସିକ୍ୟୁରିଟି ଆସିଷ୍ଟାଣ୍ଟ୍ ‘A’  -୪୧ ପଦବୀ
  • ଜୁନିଅର ଟ୍ରାନ୍ସଲେସନ ଅଫିସର (JTO) – ୩୩ ପଦବୀ
  • ଆଡ୍ମିନ୍‌ଷ୍ଟ୍ରଟିଭ୍ ଆସିଷ୍ଟାଣ୍ଟ୍ ‘A’ (Hindi Typing)-୧୨ ପଦବୀ
  • ଫାୟାର ଇଞ୍ଜିନ୍ ଡ୍ରାଇଭର ‘A’ -୦୮ ପଦବୀ
  • ଷ୍ଟୋର ଆସିଷ୍ଟାଣ୍ଟ ‘A’ (Hindi Typing)-୦୪ ପଦବୀ

ଆବେଦନ ଫି:

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଦେବାକୁ ପଡ଼ିବ ।

ଏଭଳି ଅନେକ ଚାକିରୀ ସମ୍ବନ୍ଧରେ ଜାଣିବାକୁ ଚାହୁଁଥିଲେ ଆପଣ ଆମ ୱେବସାଇଟ୍ ଓଡ଼ିଆ ଡେଲି ସହ ଯୋଡ଼ି ହୋଇପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )