Thursday 25th April 2024
ସୋସିଆଲ ମିଡିଆ ମାର୍କେଟିଙ୍ଗ କଣ ? ଆଜିର ସମୟରେ କାହିଁକି ଜରୁରୀ ସୋସିଆଲ ମିଡିଆ ମାର୍କେଟିଙ୍ଗ୍ ?

ସୋସିଆଲ ମିଡିଆ ମାର୍କେଟିଙ୍ଗ କଣ ? ଆଜିର ସମୟରେ କାହିଁକି ଜରୁରୀ ସୋସିଆଲ ମିଡିଆ ମାର୍କେଟିଙ୍ଗ୍ ?

କଣ ଆପଣ ଜାଣନ୍ତି ,

ଆମ ଦୈନନ୍ଦିନ ଜୀବନରେ ଗୋଟିଏ ମୁଖ୍ୟ ଜିନିଷ ପାଲଟିଗଲାଣି ଏହି ସୋସିଆଲ ମିଡିଆ । ଯେଉଁଥିରେ ଫେସବୁକ୍‌,ଟୁଇଟର,ଇନଷ୍ଟାଗ୍ରାମ ଭଳି ଆପ୍ ରେ ଆମେ ଅଧିକ ରୁ ଅଧିକ ସମୟ ଅତିବାହିତ କରୁଛୁ । ହେଲେ କେବଳ ଏଥିରେ ସମୟ ଦେଲେ ହେବନି ତାସହ ନିଜ ବିଜନେସ୍‌କୁ ସାରା ଦୁନିଆ ପାଖରେ ସହଜରେ ପହଂଚାଇବାର ବାଟ ବି ପାଇଯିବେ । ସୋସିଆଲ ମିଡିଆରେ ଆଜିର ସମୟରେ ସବୁଠୁ ଅଧିକ ୟୁଜରସ୍ ଅଛନ୍ତି । ତେଣୁ ଯେଉଁଠି ଅଧିକ ଲୋକ ସେଇଠାରେ ମାର୍କେଟିଙ୍ଗ କରିବାର ଭଲ ସୁଯୋଗ ରହିଥାଏ । ତେଣୁ ଯଦି ଆପଣଙ୍କର କିଛି ପ୍ରଡକ୍ଟ ଅଛି ବା କିଛି ବିଜନେସ୍ ଅଛି ତାହାଲେ ତାକୁ ଆପଣ ସୋସିଆଲ ମିଡିଆ ଉପରେ ମାର୍କେଟିଙ୍ଗ କରିପାରିବେ । କିନ୍ତୁ କେମିତି ? ଚାଲନ୍ତୁ ଜାଣିବା ।

 

ସୋସିଆଲ ମିଡିଆ ମାର୍କେଟିଙ୍ଗ କଣ ?

ଏହାକୁ ଏକ ମାର୍କେଟିଙ୍ଗର ପନ୍ଥା ବା ଉପାୟ କହିପାରିବା । ଯାହା ଇଣ୍ଟରନେଟ୍ ମାର୍କେଟିଙ୍ଗର ଏକ ଭାଗ ବୋଲି ମଧ୍ୟ କୁହାଯାଇପାରେ । ଯେଉଁଥିରେ ଆପଣ ଯେକୌଣସୀ ବିଜନେସ୍ ବ୍ରାଣ୍ଡର ପ୍ରମୋସନ ପାଇଁ ଅଲଗା ଅଲଗା କଣ୍ଟେଣ୍ଟ ସେୟାର କରିପାରିବେ । ଉଦାହରଣ- ଭିଡିଓ,ଇନଫୋଗ୍ରାଫିକ,ଅଡିଓ,ବ୍ଲଗପୋଷ୍ଟ ଆଦି ଜିନିଷ ମାଧ୍ୟମରେ ମାର୍କେଟିଙ୍ଗ କରାଯିବ । ଏହାଫଳରେ କଂମ୍ପାନୀ କିମ୍ବା ବିଜନେସ୍ ର ମାର୍କେଟିଙ୍ଗ ଜନିତ ଲକ୍ଷ୍ୟ ପୁରା କରାଯାଇପାରିବ । ଯଦି ଆପଣ ନିଜ ବ୍ରାଣ୍ଡ ବିଷୟରେ ଏହିସବୁ ମାଧ୍ୟମରେ ସୂଚନା ଦେବେ ତାହାଲେ ଲୋକେ ବୁଝିପାରିବେ ଯେ ଆପଣ କଣ ତାଙ୍କୁ ଯୋଗାଇବାକୁ ଚାହୁଁଛନ୍ତି । ତାପରେ ଆପଣଙ୍କ ପୋଷ୍ଟ ସବୁସମୟରେ ଆପଣଙ୍କ ଗ୍ରାହକ ବା ସୋସିଆଲମିଡିଆ ଭିୟୁରଙ୍କ ରୁଚି ଅନୁସାରେ ହେବା ଦରକାର । ଯାହାଫଳରେ ଅଧିକରୁ ଅଧିକ ଲୋକ ଆପଣଙ୍କ ସହ ଯୋଡିହେବେ । ଆପଣଙ୍କ ପ୍ରଡକ୍ଟ ବି ବିକ୍ରି ହେବ ଏବଂ ଆପଣଙ୍କ ବ୍ରାଣ୍ଡ ଭ୍ୟାଲୁ ବି ବଢିବ । ଏହାକୁ ହିଁ କୁହାଯାଏ ସୋସିଆଲ ମିଡିଆ ମାର୍କେଟିଙ୍ଗ

 

କେଉଁ ଉପାୟରେ କରିବେ ସୋସିଆଲ ମିଡିଆର ବ୍ୟବହାର ?

-ପ୍ରଥମେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ବ୍ରାଣ୍ଡ ବିଷୟରେ ଲୋକଙ୍କୁ ଜଣାନ୍ତୁ ।
-ବ୍ରାଣ୍ଡ ବିଷୟରେ ପ୍ରଥମେ କିଛିଟା Ad ପୋଷ୍ଟ ବନାନ୍ତୁ । ଯେଉଁଥିରେ ଆପଣଙ୍କ ବିଜନେସ୍ ବିଷୟରେ ସବିଶେଷ ସୂଚନା ଥିବ ।
-Ad ଚଲାଇବା ଦ୍ୱାରା ଆପଣଙ୍କ ସୋସିଆଲ ମିଡିଆ ଉପସ୍ଥିତି ବିଷୟରେ ଅନ୍ୟମାନେ ଜାଣିପାରିବେ ।
-ସୋସିଆଲ ମିଡିଆ Ad ରେ ଆପଣ ଚାହୁଁଥିବା ବା ଟାର୍ଗେଟ କରୁଥିବା ଗ୍ରାହକଙ୍କୁ ଚୟନ କରିପାରିବେ ।
-ବିଜନେସ୍ କୁ ବୁଷ୍ଟ କରିବାର ବେଷ୍ଟ ଉପାୟ ସୋସିଆଲ ମିଡିଆ Campaign ହୋଇଥାଏ ।
-ଯାହାଦ୍ୱାରା ଆପଣଙ୍କୁ ଦୁଇଗୁଣା ଅଧିକ Lead Generation  ମିଳିପାରିବ ।
-ଟୁଇଟର,ଇନଷ୍ଟାଗ୍ରାମ,ଫେସବୁକ୍‌,ଲିଙ୍କଡଇନ୍ ,ପିନଟ୍ରେଷ୍ଟ ଆଦିକୁ ବିଜନେସ୍ ପ୍ରମୋସନ ପାଇଁ ଅଧିକ ବ୍ୟବହାର କରନ୍ତୁ ।
-ଏହିସବୁ ପ୍ଲାଟଫର୍ମରେ ଆପଣଙ୍କୁ ବ୍ରାଣ୍ଡିଙ୍ଗ ଭ୍ୟାଲୁ ଓ ଅଧିକରୁ ଅଧିକ ଗ୍ରାହକ ମିଳିଯିବେ ।
– ବିଜନେସ୍ ପ୍ରମୋସନରେ ଆପଣ ନିଜ କଂମ୍ପାନୀ website କିମ୍ବା blog ଆଦିର ସୋସିଆଲ ମିଡିଆ ପ୍ରମୋସନ କରିପାରିବେ ।
-ଆପଣଙ୍କ content ରେ ଯଦି ଭଲ ତଥ୍ୟ ଥିବ ତାହାଲେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏଥିରେ ଭଲ ଟ୍ରାଫିକ ଆସିବ ।

 

ଏସବୁ ତ ଥିଲା କେମିତି ନିଜ ବିଜନେସ୍ ପାଇଁ ଆପଣ ସୋସିଆଲ ମିଡିଆର ବ୍ୟବହାର କରିପାରିବେ । କିନ୍ତୁ ଏହା ଉପରେ ଆହୁରୀ ଅନେକ ତଥ୍ୟ ଅଛି । ଆମେ ଆପଣଙ୍କୁ ସେ ସବୁ ସମ୍ବନ୍ଧରେ ଆଗକୁ ଆହୁରୀ ସୂଚନା ଦେବୁ ଓ କେମିତି ସୋସିଆଲ ମିଡିଆରେ ବିଜନେସ୍‌ର ଅଭିବୃଦ୍ଧି ହୁଏ ସେ ବିଷୟରେ ବି କହିବୁ । ତେଣୁକରି ଆପଣ ଏମିତି ଓଡିଆ ଡେଲୀର ପୋଷ୍ଟ ପଢନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )