Wednesday 24th April 2024
ମୁନଲାଇଟିଂ ନେଉଛି ଚାକିରୀ

ମୁନଲାଇଟିଂ ନେଉଛି ଚାକିରୀ

ଆର୍ଥିକ ମାନ୍ଦାବସ୍ଥା ପାଇଁ କିଛି କମ୍ପାନୀ ବଡ଼ ଆକାରରେ ନିଜ କର୍ମଚାରୀ ମାନଙ୍କୁ ଛଟେଇ କରୁଛନ୍ତି । ମୁନଲାଇଟିଂ ପାଇଁ ଅନେକ ଲୋକଙ୍କ ଚାକିରି ଯାଇଛି ।

ଏଠାରେ ଆମେ କହିରଖୁ କି ମୁନ୍‌ଲାଇଟିଂ କଣ?:

ତେବେ ସବୁ କମ୍ପାନୀରେ ନିଜ ନିଜର ରୁଲ୍ ରହିଥାଏ, ସେହିଭଳି ମୁନ୍‌ଲାଇଟିଂ ହେଉଛି ଗୋଟିଏ ରୁଲ୍ । ପ୍ରାୟତଃ ଆପଣ ମାନେ ଦେଖିଥିବେ ଗୋଟିଏ ଏମ୍ପଲଇ ଗୋଟିଏ ଫୁଲ୍ ଟାଇମ୍ ଚାକିରୀ କରିବା ପରେ ଫ୍ରିଲାନ୍ସିଂ ମଧ୍ୟ କରିଥାନ୍ତି । ତେଣୁ ମୁଖ୍ୟ କମ୍ପାନୀ ମାନଙ୍କ କହିବା ଅନୁସାରେ ଆମ କମ୍ପାନୀରେ କାମ କରିବା ପରେ ଅନ୍ୟକୌଣସି କମ୍ପାନୀରେ କାମ କରିଲେ ଏହା ପ୍ରଡକ୍ଟିଭିଟି ଉପରେ ପ୍ରଭାବ ପକାଉଛି । ଯାହା ଦ୍ୱାରା କିଛି ବି ନୂଆ ଆଇଡିଆରେ ଭଲ କାମ ହେଇପାରୁ ନାହିଁ । ତେଣୁ କରି ପ୍ରାୟତଃ ବଡ଼ ଆଇଟି କମ୍ପାନୀ ନିଜ କର୍ମଚାରୀ ମାନଙ୍କୁ ଅନ୍ୟ କୌଣସି କମ୍ପାନୀ ପାଇଁ କାମ କରିବାର ଅନୁମତି ଦେଉନାହାଁନ୍ତି, ଆଉ ଏହି ପୂରା ପ୍ରକ୍ରିୟାକୁ ମୁନ୍‌ଲାଇଟିଂ କୁହାଯାଉଛି ।Indian IT sector sees highest growth in a decade, adds 4.5 lakh new jobs | Mintଏନେଇ ଏଚ୍‌ସିଏଲ୍‌, ମହିନ୍ଦ୍ରା, ୱିପ୍ରୋ, ଟେକ୍‌, ଟିସିଏସ ଏବଂ ଇନ୍‌ଫୋସିସ୍ ଭଳି ଦିଗଜ୍ଜ ଆଇଟି କମ୍ପାନୀ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଯେଉଁ କର୍ମଚାରୀ ମାନେ ଏଭଳି କରିଛନ୍ତି ସେମାନଙ୍କୁ ଚାକିରିରୁ ବାହାର କରାଯାଇଛି । ଏହାରି ମଧ୍ୟରେ ଆଇଟି ସେକ୍ଟରରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଏନେଇ ଇନ୍‌ଫୋସିସ୍‌ର କୋ- ଫାଉଣ୍ଡର କ୍ରିସ୍ ଗୋପାଳକୃଷ୍ଣନ ଏକ ସମ୍ମିଳନୀରେ କହିଛନ୍ତି ଯେ ଭାରତୀୟ ଆଇଟି ଇଣ୍ଡଷ୍ଟ୍ରୀ ଦରବୃଦ୍ଧି ଓ ଆମେରିକାରେ ମାନ୍ଦାବସ୍ଥା ଭଳି ସମସ୍ୟା ଭିତରେ ବି ଆଗାମୀ ସମୟରେ ୨ଲକ୍ଷ କର୍ମଚାରୀଙ୍କୁ ଚାକିରୀର ସୁଯୋଗ ଦେବ । ସେ ଆଉ ମଧ୍ୟ କହିଛନ୍ତି ଯେ ଭାରତୀୟ ଆଇଟି ଇଣ୍ଡଷ୍ଟ୍ରିର ରାଜସ୍ୱରେ ୨୨୦ ବିଲିୟନ ଡଲାର ଆଧାରରେ ୮ ରୁ ୧୦ ପ୍ରତିଶତ ହାରରେ ବଢ଼ିବା ନେଇ ଆଶା କରାଯାଉଛି । ୱେବ୍ ୩.୦, ବ୍ଲକଚେନ୍‌, ଏଆଇ/ଏମଏଲ, ମେଟାଭର୍ସ ସହ ଆଇଟି ସେକ୍ଟର ଆଗକୁ ବଢ଼ିବ ଓ ଇଣ୍ଡଷ୍ଟ୍ରିର ବିକାଶ ମଧ୍ୟ ହେବ । ତେଣୁ ଚଟେଇ ବହୁତ କମ୍ ସମୟ ପାଇଁ ରହିବ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )