Friday 26th April 2024
Social Media ହେଉଛି bussiness ବଢେଇବାର ବେଷ୍ଟ ପ୍ଲାଟଫର୍ମ..

Social Media ହେଉଛି bussiness ବଢେଇବାର ବେଷ୍ଟ ପ୍ଲାଟଫର୍ମ..

ଆଜି ହିଁ ଆପଣାନ୍ତୁ ଏହି ୫ଟି ଉପାୟ ..

ବିଜନେସ୍ ପାଇଁ ସୋସିଆଲ ମିଡିଆର ବ୍ୟବହାର ବର୍ତ୍ତମାନ ସମୟରେ ଏକ ବଡ ମାଧ୍ୟମ । ଏହି ସୋସିଆଲ ମିଡିଆ ଯେତେବେଳେ ଆରମ୍ଭ ହେଇଥିଲା କଣ କିଏ କେବେ ଭାବିଥିବେ ଯେ ବିଜନେସ୍ ଆଗକୁ ବଢାଇବାରେ ଏହା ଏକ ବଡ ସୁତ୍ରଧର ପାଲଟିବ ବୋଲି । ଆଜିର ଦିନରେ ନିଜର ଛୋଟ କିମ୍ବା ବଡ ବିଜନେସ୍ ପାଇଁ ମଧ୍ୟ ଲୋକେ ସୋସିଆଲ ମିଡିଆର ସାହାରା ନେଉଛନ୍ତି । ବର୍ତ୍ତମାନ ସମୟରେ ୪.୨ ବିଲିୟନ ଆକ୍ଟିଭ୍ ସୋସିଆଲ ମିଡିଆ ସାରା ବିଶ୍ୱରେ ବିଜନେସ୍ ପାଇଁ ଚାଲୁଛି । ଯଦି ଏଯାଏଁ ଆପଣ ନିଜ କାମକୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରମୋସନ କରିନାହାନ୍ତି ତାହାଲେ ହୁଏତ ଆପଣ ପ୍ରତିଯୋଗିତାର ଦୁନିଆରେ ଖୁବ୍ ପଛରେ ପଡିଯିବେ ।


ବର୍ତ୍ତମାନ ଦୁନିଆକୁ ଘରେ ବସି ହାତ ମୁଠାରେ ପାଇବାର ମାଧ୍ୟମ ହିଁ ସୋସିଆଲ ମିଡିଆ । ତାହାଲେ ଚାଲନ୍ତୁ ଏ ବିଷୟରେ ଆହୁରୀ ଅଧିକ ଜାଣିବା ଓ ଆପଣଙ୍କ ବିଜନେସ୍ କେମିତି ଆଗକୁ ବଢିପାରିବ ତା ଉପରେ କିଛିଟା ଟିପ୍ସ ଉପରେ ଧ୍ୟାନ ଦେବା । ଏହା ଦ୍ୱାରା ଆପଣ ଜାଣିପାରିବେ କେମିତି ସୋସିଆଲ ମିଡିଆ ଆପଣଙ୍କ ବିଜନେସ୍ ପାଇଁ ଅଧିକ ଜରୁରୀ ।

ସୋସିଆଲ ମିଡିଆ ବ୍ୟବହାର ଆପଣଙ୍କ ବିଜନେସ୍ ବ୍ରାଣ୍ଡକୁ ଦେବ ଫାଇଦା !

 

୧-ନିଜ ବିଜନେସ୍ ବ୍ରାଣ୍ଡର ପ୍ରଚାର କରନ୍ତୁ-

ବର୍ତ୍ତମାନ ସମୟରେ ଜନସଂଖ୍ୟାର ଅଧା ସୋସିଆଲ ମିଡିଆ ବ୍ୟବହାରକାରୀ । ଫେସବୁକ୍‌,ଇନଷ୍ଟାଗ୍ରାମ,ଟୁଇଟର ଭଳି ପ୍ଲାଟଫର୍ମରେ ଅଧିକ ଯୋଡି ହୋଇ ରହୁଛନ୍ତି ଲୋକେ । କେବଳ ସେତିକି ନୁହେଁ ନୂଆ ନୂଆ ସୂଚନା ପାଇବାକୁ ବି ସେମାନେ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ସେଥିପାଇଁ ଆପଣଙ୍କ ବ୍ରାଣ୍ଡର ପ୍ରଚାର ଯଦି ଏହି ମାଧ୍ୟମରେ ହୁଏ ତାହାଲେ ଯେଉଁମାନେ ବି ଆପଣଙ୍କ ବିଜନେସ୍ ବିଷୟରେ ଜାଣିବାକୁ ଚାହିଁବେ ସେମାନଙ୍କୁ ଏଠାରେ ସହଜରେ ସବୁକିଛି ଉପଲବ୍ଧ ହୋଇଯିବ । ସେଥିପାଇଁ ଫେସବୁକ୍ ରେ ଆପଣଙ୍କୁ ନିଜ ବ୍ରାଣ୍ଡ ନାଁର କିଛି ପୋଷ୍ଟ କରିବାକୁ ହେବ । ଏବଂ ଆପଣଙ୍କ ବ୍ରାଣ୍ଡ କଣ କଣ ଯୋଗାଇପାରିବ ସେ ବିଷୟରେ କିଛି ଟା ତଥ୍ୟ ଆପଣ ପୋଷ୍ଟ ମାଧ୍ୟମରେ ଦେଇପାରିବେ । ଯାହା ଫଳରେ ଆପଣଙ୍କ ଗ୍ରାହକ ଜାଣିପାରିବେ ଓ ଆପଣଙ୍କ ସହ ଯୋଡିହେବେ ।

୨-ସୋସିଆଲ ମିଡିଆରେ ପବ୍ଲିକ ରିଲେସନ ଗଢିବା

ଏହାର ଅର୍ଥ ଆପଣଙ୍କୁ ସିଧାସଳଖ ଆପଣଙ୍କ ଫୋଲରସ୍ ଙ୍କ ସହ ଯୋଡି ହେବାର ଅଛି । ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କ ପ୍ରଶ୍ନ କିମ୍ବା କଥାର ଉତ୍ତର ଦେଲେ ସେମାନେ ଅଧିକ ବିଶ୍ୱାସ କରିବାକୁ ଲାଗିବେ । ଏବଂ ଆପଣଙ୍କ ପ୍ରଡକ୍ଟ ସତରେ ଭଲ କି ନୁହେଁ ସେ ବିଷୟରେ ତାଙ୍କର ଧାରଣା ମଧ୍ୟ ରହିବ । ବିଶ୍ୱାସ ବଢିବା କାରଣରୁ ସେମାନେ ଆପଣଙ୍କର ରେଗୁଲାର ଗ୍ରାହକ ରୂପେ ରହିବେ ଓ ଅନ୍ୟମାନଙ୍କ ସହ ତାଙ୍କର ଅନୁଭୂତି ସେୟାର କରିବେ ।

 

୩- ନିଜ େଓବ୍‌ସାଇଟ୍ ର ଟ୍ରାଫିକ ବଢିବ –

ଯେତେବେଳେ ଆପଣ ନିଜ ସୋସିଆଲ ମିଡିଆରେ ବ୍ରାଣ୍ଡର ପ୍ରମୋସନ କରିବେ । ସେତେବେଳେ ଏହା ଆପଣଙ୍କ େଓବସାଇଟ୍ କୁ ଅଧିକ ଲାଭ ଦେବ । ମୋଟାମୋଟି ଭାବେ କହିବାକୁ ଗଲେ ସୋସିଆଲ ମିଡିଆ ପୋଷ୍ଟ ଓ ଆଡଭରଟାଇଜମେଣ୍ଟ ଆପଣଙ୍କ େଓବସାଇଟକୁ ଟ୍ରାଫିକ ଯୋଗାଇବ । ଯିଏ ବି ଆପଣଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଦେଖିବେ ସେହିଠାରୁ ଆପଣଙ୍କ େଓବ୍‌ସାଇଟକୁ ବି ଲୋକ ଭିଜିଟ୍ କରିବେ । ତେଣୁ ଯଦି ଆପଣ କିଛି ନୂଆ ଅପଡେଟ୍ ଆଣିବେ ତାହା ବି ଆପଣଙ୍କ ବିଜନେସ୍ ଫଲୋରସ୍‌ଙ୍କୁ ଜଣାପଡିଯିବ ।

୪-ନିଜ ବ୍ରାଣ୍ଡକୁ ଏକ ଭିନ୍ନ ପରିଚୟ ଦେବାର ପ୍ରୟାସ-

ଧରାଯାଉ ଆପଣଙ୍କର ଏକ ପ୍ରଡକ୍ଟର ବିଜନେସ୍ ରହିଛି । କିନ୍ତୁ ତାହାକୁ ଲୋକ ଯଦି କିଣିବେ ତାହାଲେ କାହିଁକି କିଣିବେ? ଏହାର ଏକ ସ୍ୱତନ୍ତ୍ରତା ରହିବା ଦରକାର । ଆପଣଙ୍କ ଭଳି ବହୁତ ଜଣ ନିଜ ପ୍ରଡକ୍ଟକୁ ସୋସିଆଲ ମିଡିଆରେ ପ୍ରମୋସନ କରୁଥିବେ । ତାହାଲେ ଆପଣଙ୍କ ପ୍ରଡକ୍ଟ ଭିତରେ ଅଧିକ କଣ ଭଲ ଅଛି ସେଇ ଜିନିଷକୁ ଆପଣଙ୍କୁ ନିଜ ଫଲୋରସ୍‌ଙ୍କୁ ଦେଖାଇବାକୁ ପଡିବ । ନିଜ ପ୍ରଡକ୍ଟର ବିଶେଷତ୍ୱ ବିଷୟରେ ସୋସିଆଲ ମିଡିଆରେ ପ୍ରକାଶ କରିବାକୁ ପଡିବ । ଏହା ତାଙ୍କ ଦୈନନ୍ଦିନ ଜୀବନରେ କେତେ କାମରେ ଆସୁଛି । ସେ ବିଷୟରେ ବି ତାଙ୍କୁ ଜଣାଇଲେ ଆପଣଙ୍କ ପ୍ରଡକ୍ଟ ପାଇଁ ଭଲ ରିଚ୍ ବଢିବ ।

୫-ନିଜ ଫଲୋରସ୍‌ଙ୍କ ରୁଚିକୁ ବୁଝି ପୋଷ୍ଟ ପକାନ୍ତୁ-

ଆଜିକାଲି ଆପଣ ଦେଖୁଥିବେ ସମସ୍ତଙ୍କର ଛୋଟ ଛୋଟ ପୋଷ୍ଟ ବହୁତ ହିଁ ଅଧିକ ସେୟାର ହୋଇଥାଏ । ଏହାର ଦୁଇଟି କାରଣ ଥାଏ-ଏହାକୁ ସବୁଠି ପୋଷ୍ଟ କରିହୁଏ ଏବଂ ଅଧିକ ସମୟ ଖର୍ଚ୍ଚ ନ କରି ସବିଶେଷ ସୂଚନା ମିଳିଯାଏ ।ତେଣୁକରି ଯଦି ଆପଣଙ୍କୁ ନିଜ ପ୍ରଡକ୍ଟ ବିଷୟରେ ଛୋଟ ଛୋଟ ସୂଚନା ଦେବାରେ ଅଛି ଆପଣ ନିଜ ଫଲୋରସ୍‌ଙ୍‌କ ରୂଚି ଅନୁସାରେ ପୋଷ୍ଟ କରିଲେ ଆପଣଙ୍କୁ ଭଲ ଲାଭ ମିଳିବ । ତାସହ ସବୁଠୁ ଅଧିକ ଫଲୋରସ୍ ଆପଣଙ୍କୁ ଫେସବୁକ୍ ମାଧ୍ୟମରୁ ମିଳିପାରିବ । ତେଣୁକରି ସେ ଉପରେ ବି ବିଶେଷ ଧ୍ୟାନ ଦେଇ ଆପଣଙ୍କୁ ପୋଷ୍ଟ କରିବାର ଅଛି ।

 

ଏହି ୫ଟି ଉପାୟ ଥିଲା କେମିତି ମିଳିବ ଆପଣଙ୍କ ବିଜନେସ୍ କୁ ସୋସିଆଲ ମିଡିଆ ମାଧ୍ୟମରେ ଫାଇଦା । କିନ୍ତୁ ପ୍ରକୃତରେ ସୋସିଆଲ ମିଡିଆରେ କେମିତି ହୁଏ ପ୍ରମୋସନ ଓ କେଉଁ ଜିନିଷ ପାଇଁ ଅଧିକ ଲୋକଙ୍କ ପାଖରେ ଆପଣଙ୍କ ବିଜନେସ୍ ପହଂଚେ ସେ ସବୁ ବିଷୟରେ ଆଗକୁ ଆଉ ଏକ ଆର୍ଟିକିଲରେ ତଥ୍ୟ ଦିଆଯିବ । ଯଦି ଏହିଭଳି ସୂଚନା ଆପଣଙ୍କ ପାଇଁ ଲାଭଦାୟୀ ହେଉଛି ତାହାଲେ ଆମର ପୋଷ୍ଟକୁ ଅନ୍ୟମାନଙ୍କ ସହ ସେୟାର କରିବାକୁ ଭୁଲିବେନି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )