Friday 26th April 2024
ସହିଦ୍ ଭଗତ୍ ସିଂଙ୍କର ବୀରତ୍ୱର ଗାଥା

ସହିଦ୍ ଭଗତ୍ ସିଂଙ୍କର ବୀରତ୍ୱର ଗାଥା

ଭାରତ ମାତାର ସ୍ୱାଧିନତା ପାଇଁ ଅନେକ ବୀର ପୁତ୍ରଙ୍କର ରକ୍ତ ଏ ମାଟିରେ ବୋହିଛି । ସ୍ୱରାଜ ଆମର ଜନ୍ମଗତ ଅଧିକାର ବୋଲି ଏହି ବୀର ପୁତ୍ରମାନେ ଦେଶବାସୀଙ୍କ ମନରେ ଜାଗ୍ରତ କରିଥିଲେ । କିନ୍ତୁ ଏମିତି ବହୁତ ଜଣେ ମହାନପୁରୁଷ ଆମ ମାଟିରେ ଜନ୍ମ ହୋଇଛନ୍ତି ଯେଉଁମାନଙ୍କ ପାଇଁ ଆଜି ବି ଆମ ମାଟି ଗର୍ବିତ । ମା ର ମାନ ରକ୍ଷା କରୁଥିବା ପୁଅକୁ ହିଁ ସୁଯୋଗ୍ୟ ସନ୍ତାନର ଆଖ୍ୟା ମିଳେ । ଆମ ଭାରତର ସେମିତି ଜଣେ ସୁଯୋଗ୍ୟ ସନ୍ତାନ ହେଉଛନ୍ତି ଭଗତ ସିଂହ..

ସେପ୍ଟେମ୍ବର ୨୮ ତାରିଖ ୧୯୦୭ ତାରିଖରେ ପଞ୍ଜବର ଲାୟପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜନ୍ମ ଏକ ଶିଖ ପରିବାରରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଥିଲା ସରଦାର କିସାନ ସିଂହ ସାଧୁ ଏବଂ ମାତା ନାମ ବିଦ୍ୟାବତୀ ଥିଲା । ତାଙ୍କର ପାଞ୍ଚ ଭାଇ ତିନି ଭଉଣି ଥିଲେ । ସମସ୍ତ ଭାଇ ଭଉଣିଙ୍କ ମଧ୍ୟରୁ ଭଗତ ସିଂହ ସବୁଠାରୁ ଚାଲାକ ଚତୁର ଏବଂ ବିଚେକ୍ଷଣ ବୁଦ୍ଧିଆ ଥିଲେ । ଭଗତ ସିଂହଙ୍କ ପରିବାର ପୂର୍ବରୁ ହିଁ ଦେଶପ୍ରେମୀ ଥିଲେ ଏବଂ ଦେଶ ପାଇଁ ଲଢି ଆସୁଥିଲେ । ଭଗତ ସିଂହଙ୍କ ଜନ୍ମ ସମୟରେ ତାଙ୍କ ପିତା ଏବଂ ତାଙ୍କର ଦୁଇ ଦାଦା ଜେଲରେ ବନ୍ଦି ହୋଇ ରହିଥିଲେ । ବାପା ଦାଦାଙ୍କ ଭଳି ଭଗତ ସିଂହଙ୍କ ଭିତରେ ବି ଛୋଟ ବେଳୁ ଦେଶପ୍ରେମ ଭରି ହୋଇ ରହିଥିଲା । ସେ ତାଙ୍କର ପାଠପଢା ଗାଁ ସ୍କୁଲରୁ ଆରମ୍ଭ କରିଥିଲେ । ସ୍କୁଲରେ ଅନ୍ୟ ପିଲାଙ୍କ ଭଳି ଭଗତ ନଥିଲେ । ସେ ପ୍ରତିଦିନ ନୂଆ ନୂଆ ସାଙ୍ଗ ବନାଇବାକୁ ପସନ୍ଦ କରୁଥିଲେ । ଅନ୍ୟ ପିଲାମାନେ ସ୍କୁଲ କକ୍ଷରେ ପାଠ ପଢୁଥିବା ବେଳେ ଭଗତ ଶ୍ରେଣୀ ଗୃହରୁ ବାହାରିଯାଇ ନଦୀ କୁଳରେ ବସି ଝରଣାକୁ ଦେଖିବା ସହ ଚଢେଇମାନଙ୍କ ରାବକୁ ଅନୁଭବ କରୁଥିଲେ ।

୧୪ ଜୁଲାଇ ୧୦୨୯ରେ ଭଗତ ସିଂହ ନିଜର ଦାବି ପୁରା କରିବା ପାଇଁ ଏକ ପତ୍ର ଭାରତ ସରକାରଙ୍କ ଗୁରୁ ସଦସ୍ୟଙ୍କ ପାଖକୁ ପଠାଇଥିଲେ । ସେଥିରେ ଲେଖାଥିଲା, ରାଜନୈତିକ କଏଦି ହୋଇଥିବା କାରଣରୁ ଆମକୁ ମଧ୍ୟ ଭଲ ଖାଦ୍ୟ ଖାଇବାକୁ ଦିଆଯାଉ । ଏଥିପାଇଁ ଆମର ଖାଦ୍ୟ ମଧ୍ୟ ୟୁରୋପିଆନ କଏଦିଙ୍କ ଖାଦ୍ୟ ଭଳି ହେବା ଆବଶ୍ୟକ । ଆମକୁ ଜେଲରେ କାମ କରିବାକୁ କୁହାନଯାଉ । ଏହି ଭଳି ଅନେକ ଦାବି କରି ଅନସନ ଆରମ୍ଭ କରିଥିଲେ ଭଗତ । କେବଳ ଭଗତ ନୁହେଁ ଭଗତଙ୍କ ଅନ୍ୟ ସାଥୀମାନେ ମଧ୍ୟ ଏହି ଅନସନରେ ସାମିଲ ହୋଇଥିଲେ । ସରକାରଙ୍କ ପାଇଁ ଏହି ଅନସନ ଏକ ମୁଣ୍ଡବିନ୍ଧାର କାରଣ ପାଲଟିଯାଇଥିଲା । ସେପଟେ ପ୍ରତିଦିନ ଭଗତ ସିଂହଙ୍କ ଶରୀରର ଓଜନ ୫ ପାଉଣ୍ଡ ଲେଖାଏ କମିବାକୁ ଲାଗିଥିଲା । ୨ ସେପ୍ଟେମ୍ବର ୧୯୨୯ରେ ସରକାର ଜେଲ ଇନକ୍ୱାରି କମିଟି ସ୍ଥାପନା କଲେ । ୧୩ ସେପ୍ଟେମ୍ବର ବେଳକୁ ଏହି ଆନ୍ଦୋଳନ ଭୟଙ୍କର ରୁପ ନେଇଥିଲା । ଏହି ଆନ୍ଦୋଳନରେ ଭଗତ ସିଂହଙ୍କ କେତେକ ମିତ୍ର ଭୋକ ଉପାସରେ ସହିଦ ହୋଇଗଲେ । ପ୍ରାୟ ୧୧୪ ଦିନ ଅନସନରେ ବସିବା ପରେ ଭଗତ ସିଂହ ଏବଂ ତାଙ୍କ ସାଥୀମାନେ ରୁଟି ଏବଂ ଡାଲି ଖାଇ ଅନସନକୁ ସମାପ୍ତ କରିଥିଲେ ।

ଭଗତ ସିଂହଙ୍କୁ ଫାଶୀ :

ଭଗତ ସିଂହ ଜେଲରେ ରହି ମଧ୍ୟ ତାଙ୍କର ଦୁଃସାହସିକ କାର୍ଯ୍ୟକ୍ରମ ବନ୍ଦ କରିନଥିଲେ । ତେଣୁ ବ୍ରିଟିସ ସରକାର ଏହି ମାମଲାକୁ ତୁରନ୍ତ ସମାଧାନ କରିବାକୁ ଚାହୁଁଥିଲେ । ସେଥିପାଇଁ ବ୍ରିଟିସ ସରକାର ମେ ୧ ତାରିଖ ୧୯୩୦ରେ ଏକ ଟ୍ରିବୁନାଲ ବୈଠକ ଡକାଇଥିଲେ । ସେହି ବୈଠକରେ ଏକ ତରଫା ନିଷ୍ପତି ନିଆଯାଇ ୭ ଅକ୍ଟବର ୧୯୩୦ରେ ଭଗତ ସିଂହ ଏବଂ ତାଙ୍କ ସାଥୀଙ୍କ ବିରୁଦ୍ଧରେ ଶୁଣାଣି ହୋଇଥିଲା । ଏହି ଶୁଣାଣିରେ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରଙ୍କୁ ଫାସି ଦଣ୍ଡରେ ଦଣ୍ଡିତ କରିବା ସହ ତାଙ୍କ ଅନ୍ୟ ସାଥୀମାନଙ୍କୁ କଳାପାଣି ଦଣ୍ଡରେ ଦଣ୍ଡିତ କରିଥିଲେ । ବୈଠକର ନିଷ୍ପତି ଅନୁଯାୟୀ, ୨୪ ମାର୍ଚ୍ଚ ୧୯୩୧ରେ ଭଗତଙ୍କୁ ଫାଶୀ ଦିଆଯିବାର ନିଷ୍ପତି ନିଆଯାଇଥିଲା । କିନ୍ତୁ ଜନ ଆନ୍ଦୋଳନକୁ ଆଖିଆଗରେ ରଖି ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟା ୭ଟା ୩୩ ମିନିଟରେ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ ଫାଶୀ ଦେଇଦିଆଗଲା । ଏହି ମହାନ ବ୍ୟକ୍ତିତ୍ୱ ନିଜ ଦେଶବାସିଙ୍କ ମଧ୍ୟରେ ଦେଶ ପ୍ରେମ ଯଗାଇବା ପାଇଁ ସହିଦ ହୋଇଯାଇଥିଲେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )