Tuesday 23rd April 2024
ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ବୟ’ ର ଅଡିଓ ଲୋକାର୍ପଣ ଉତ୍ସବ

ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ବୟ’ ର ଅଡିଓ ଲୋକାର୍ପଣ ଉତ୍ସବ

ଆଜିର ସମୟରେ ସବୁକିଛି ଅନଲାଇନରେ ଉପଲବ୍ଧ । କୌଣସି ବି ଜିନିଷ ଅନଲାଇନରେ ମଗେଇଲା ପରେ କମ୍ପାନିରୁ ଗ୍ରାହକଙ୍କ ପାଖକୁ ପହଞ୍ଚାଇବା ପାଇଁ ଡେଲିଭରି ବୟ ହିଁ ଏକମାତ୍ର ଯୋଗସୂତ୍ର । ହେଲେ ଠିକ୍ ସମୟରେ, ଠିକ୍ ବ୍ୟକ୍ତି ପାଖରେ ତଥା ସଠିକ ଠିକଣାରେ ଜିନିଷ ପହଞ୍ଚାଇବାକୁ ହେଲେ ଡେଲିଭରି ବୟକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଜଣେ ଡେଲିଭରି ବୟ ସାମ୍ନା କରୁଥିବା ସେହି ସବୁ ଅସୁବିଧାକୁ ନେଇ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ବୟ’ ନିର୍ମାଣ ହୋଇଛି। ଯେଉଁ ଚଳଚ୍ଚିତ୍ରର ସଙ୍ଗୀତ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଭୁବନେଶ୍ୱର ସ୍ଥିତ ଉତ୍କଳ‌ ଗ୍ୟାଲେରିଆ ଠାରେ ।ଜେ.ଆର.ଏମ ଙ୍କ କାହାଣୀ, ଅଶ୍ୱିନୀ ତ୍ରିପାଠୀଙ୍କ ଚିତ୍ରନାଟ୍ୟ ତଥା ଡକ୍ଟର ଦୀପକ ଜେନାଙ୍କ ସଂଳାପ ରଚନା ସହ ଅଶ୍ୱିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓ ଜେ.ଆର. ଏମ ଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ବୁଦ୍ଧାଦିତ୍ୟ ମହାନ୍ତି, ସୂର‌୍ୟ୍ୟମୟୀ, ପ୍ରିୟମ୍ବଦା ଓ ଶୈଳେନ୍ଦ୍ର ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ପ୍ରଖ୍ୟାତ ଗୀତିକାର ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଉଦିତ ନାରାୟଣ, ହ୍ୟୁମାନ ସାଗର, ଅସୀମା ପଣ୍ଡା ଋତୁରାଜ ମହାନ୍ତି କଣ୍ଠଦାନ କରିଛନ୍ତି  । ପ୍ରଯୋଜନା ସଂସ୍ଥା ଜେଆରଏମ୍ (ଇନଫ୍ୟୁଜନ ଏଣ୍ଟରଟେନମେଣ୍ଟ) ଦ୍ୱାରା ପ୍ରଯୋଜିତ ଓ ପରିକଳ୍ପିତ କାହାଣୀ କୁ ନେଇ ନିର୍ମାଣ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ରର ସଂଳାପ ଲେଖିଛନ୍ତି ଡକ୍ଟର ଦୀପକ ରଞ୍ଜନ ଜେନା ।ଗୋଟିଏ ପ୍ରକୃତ ଘଟଣାକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହୋଇଛି। କାହାଣୀର ଚିତ୍ରନାଟ୍ୟ ଏପରି ହୋଇଛି ଯେ ଚାରୋଟି ଯାକ ମୁଖ୍ୟ ଚରିତ୍ରକୁ ସମାନ ଭାବରେ ଗୁରୁତ୍ୱ ଦିଆଯାଇଛି। ଏହା ସହ ଏହି ଚଳଚ୍ଚିତ୍ରରେ ପ୍ରତ୍ୟେକଟି ଚରିତ୍ରକୁ ନ୍ୟାୟ ପ୍ରଦାନ କରି ସେମାନଙ୍କର ଭୂମିକାକୁ ଦମଦାର କରାଯାଇଛି। କାହାଣୀରେ ସଡ଼କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବାରୁ ଏହି ଚଳଚ୍ଚିତ୍ର ନିଶ୍ଚିତ ଭାବେ ଦର୍ଶକଙ୍କୁ ପ୍ରଭାବିତ କରିବ ବୋଲି ପ୍ରଯୋଜକ ଜ୍ୟୋତି ରଞ୍ଜନ‌ ମହାନ୍ତି ମତ ପ୍ରକାଶ କରିଛନ୍ତି। ଏନେଇ ଆମର ମ୍ୟୁଜିକ ସଙ୍ଗୀତ ବିତରଣ ଦାୟିତ୍ବ ନେଇଛନ୍ତି ,ସମସ୍ତ ଗୀତ ଆଜିଠାରୁ ଆମର ମ୍ୟୁଜିକ ୟୁଟୁବ୍ ଚ୍ୟାନେଲ୍ ରେ ଦେଖିପାରିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦେଇଛନ୍ତି।

CATEGORIES
TAGS
Share This

COMMENTS

Wordpress (0)
Disqus ( )