Thursday 18th April 2024
ଆଲିଆଙ୍କ ପରେ ଜୟା ବଚ୍ଚନଙ୍କ ମିମିକ୍ରି କରି ଭାଇରାଲ

ଆଲିଆଙ୍କ ପରେ ଜୟା ବଚ୍ଚନଙ୍କ ମିମିକ୍ରି କରି ଭାଇରାଲ

ସୋସିଆଲ ମିଡିଆରେ ଆମେ ବିଭିନ୍ନ ଅଭିନେତା ଅଭିନେତ୍ରୀ ମାନଙ୍କୁ ଦେଖୁ ଯାହାଙ୍କ ଭିଡିଓ ଭାଇରାଲ ହୋଇଥାଏ । ତା’ ସହ ଏମିତି ବି ଲୋକଙ୍କ ଭିଡିଓ ଦେଖିବାକୁ ପାଉ ଯାହାଙ୍କର ମିମିକ୍ରି ଭାଇରାଲ ହୋଇଥାଏ । ସାଧାରଣତଃ  ସେମାନେ ସେଲିବ୍ରେଟି ମାନଙ୍କର ମିମିକ୍ରି କରି ପୋଷ୍ଟ କରିଥାନ୍ତି ଓ ଲୋକଙ୍କ ମନୋରଞ୍ଜ କରିଥାନ୍ତି । କିଛି ଲୋକଙ୍କୁ ତାହା ମଜାଳିଆ ଲାଗିଥାଏ ତ ପୁଣି କେତେ ଲୋକଙ୍କୁ ଖରାପ ଲାଗିଥାଏ ।

() ଏବେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମହିଳା ଜୟା ବଚ୍ଚନଙ୍କ  ମିମିକ୍ରି କରୁଥିବା ନଜର ଆସିଛନ୍ତି । ତେବେ ଏଠି ଆମେ କହି ରଖିବାକୁ ଚାହୁଁଛୁ ଯେ ଜୟା ବଚ୍ଚନ ଲ୍ୟାମଲାଇଟକୁ ଏତେ ପସନ୍ଦ କରନ୍ତି ନାହିଁ । ପ୍ରାୟେ ସମୟରେ ଆମେ ଦେଖିଛେ କି ମିଡିଆ ଭାଇ, ଭଉଣୀ ମାନଙ୍କୁ ସେ ପାଟି କରିଥାନ୍ତି, ବିନା ଅନୁମତିରେ ତାଙ୍କ ଫଟୋ ଉଠେଇବା ପାଇଁ, ଯେଉଁଥିପାଇଁ ସେ ବେସ୍ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏବେ ଯେଉଁ ଭିଡିଓ ଟି ଭାଇରାଲ ହେଉଛି,  ସେଥିରେ ମହିଳା ଜଣଙ୍କ ଜୟା ବଚ୍ଚନଙ୍କ ମିମିକ୍ରି କରି ଦେଖାଇଛନ୍ତି କି, ଜୟା କିଭଳି ଲ୍ୟାମଲାଇଟ୍‌କୁ ଆସିଲେ ସାମ୍ବାଦିକ ମାନଙ୍କୁ କୁହନ୍ତି ଏବଂ କେଉଁଭଳି ବ୍ୟବହାର କରିଥାନ୍ତି । ଏନେଇ ମହିଳା ଜଣକ ନିଜ ଭିଡିଓ କ୍ୟାପ୍ସନରେ ଲେଖିଛନ୍ତି ‘କେବଳ ହସିବା ଉଦ୍ଦେଶ୍ୟରେ’ । ପୂର୍ବରୁ କିଛି ଦିନ ତଳେ ବ୍ରହ୍ମାସ୍ତ୍ରରେ ଆଲିଆଙ୍କ କ୍ୟାରେକ୍ଟର ଇଶାର ମିମିକ୍ରି କରି ଜଣେ ମହିଳାଙ୍କ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।

https://www.instagram.com/reel/Cj4jrKqDSC2/?utm_source=ig_web_copy_link

CATEGORIES
TAGS
Share This

COMMENTS

Wordpress (0)
Disqus (0 )