Saturday 27th July 2024
ବାଜିବ ହକି ବିଶ୍ୱକପ୍ ବିଗୁଲ୍,ଉଦଘାଟନୀ କାର୍ଯ୍ୟକ୍ରମରେ ଦୁଲୁକିବ ଐତିହାସିକ ବାରବାଟୀ…

ବାଜିବ ହକି ବିଶ୍ୱକପ୍ ବିଗୁଲ୍,ଉଦଘାଟନୀ କାର୍ଯ୍ୟକ୍ରମରେ ଦୁଲୁକିବ ଐତିହାସିକ ବାରବାଟୀ…

ଆମ ପାଇଁ ଗର୍ବ ଆମ ରାଜ୍ୟର ଉନ୍ନତି । ଆଉ ବର୍ତ୍ତମାନ ସମୟରେ ଆମ ରାଜ୍ୟ ଓଡିଶା କ୍ରୀଡା କ୍ଷେତ୍ରରେ ଖୁବ୍ ଉତ୍ସାହ ଦେଖାଇଛି । ସେଥିପାଇଁ ତ ଓଡିଶା ହକି ବିଶ୍ୱକପ୍ ର ଆୟୋଜକ ପାଲଟିଛି । । ଏହି ହକି ବିଶ୍ୱକପ୍ ମହାପର୍ବ ଅବସରରେ ସାରା ଓଡିଶାବାସୀଙ୍କ ମନରେ ଖୁସିର ଲହର । ଆଉ କେଇ ଘଣ୍ଟା ଭିତରେ ଆରମ୍ଭ ହେବ ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ । କଟକର ବାରବାଟୀ ଷ୍ଟାଡିୟମ୍‌ରେ ଏହି ଉତ୍ସବ ପାଳନ କରାଯିବ । ଦର୍ଶକ ଓ ଖେଳାଳିଙ୍କ ପାଇଁ ରହିଛି ମନୋରଂଜନ କାର୍ଯ୍ୟକ୍ରମ । ନାମୀଦାମୀ କଳାକାର ଉଦଘାଟନୀ ଉତ୍ସବରେ ସାମିଲ ହେବେ । ଆଜି ବାଜିବ ହକି ବିଶ୍ୱକପ୍ ବିଗୁଲ୍ । ଉଦଘାଟନୀ କାର୍ଯ୍ୟକ୍ରମରେ ଦୁଲୁକିବ ଐତିହାସିକ ବାରବାଟୀ ଷ୍ଟାଡିୟମ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାରୋହକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ରହିବେ । ଉଦଘାଟନୀ ଉତ୍ସବ ପାଇଁ ଆସିଛନ୍ତି ଦେଶର ଜଣାଶୁଣା ଅଭିନେତା, ଅଭିନେତ୍ରୀ ଓ କଣ୍ଠଶୀଳ୍ପି ।

ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ୱକପ୍ । ଯାହାକି ଜାନୁଆରୀ ୨୯ ପର୍ଯ୍ୟନ୍ତ ଚାଲିବ । ଅପରାହ୍ନ ୩ଟାରେ ହକି ଉଦ୍‌ଘାଟନୀ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ କଳାକାର ରଣବୀର ସିଂହଙ୍କ ସମେତ ଦିଶା ପଟାନୀ, ଓଲିଉଡର କଳାକାର ସବ୍ୟସାଚୀ, ଅର୍ଚ୍ଚିତା, ଏଲିନା ସାମନ୍ତରାୟ, ଅନନ୍ୟା ନନ୍ଦ, ଲିସା ମିଶ୍ର, ଋତୁରାଜ ମହାନ୍ତି, ସୁନୀତି ମିଶ୍ର ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରୀତମ ବ୍ୟାଣ୍ଡ ସଂଗୀତ ପରିବେଷଣ କରିବା ସହ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌, ଅରୁଣା ମହାନ୍ତି ଡ୍ୟାନ୍ସ ଗ୍ରୁପ୍‌ ନୃତ୍ୟ ପରିବେଷଣ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାରୋହକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ଅତିଥି ଉଦ୍‌ଘାଟନ ସମାରୋହରେ ଉପସ୍ଥିତ ରହିବେ।

ଉଦଘାଟନୀ ଉତ୍ସବରେ ଧମାଲ କରିବେ ବଲିଉଡ୍ ଷ୍ଟାର ରଣବୀର ସିଂହ ଓ ଦିଶା ପଟାନୀ । ସେହିଭଳି ପ୍ରୀତମଙ୍କ ସଙ୍ଗୀତର ଯାଦୁରେ ଝୁମିବେ ଦର୍ଶକ । ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଛାତ୍ରଛାତ୍ରୀ ଦେଖିପାରିବେ । ଏଥିପାଇଁ ରାଜ୍ୟରେ ସରକାରୀ, ଓ ସରକାରୀ ଅନୁଦାନପ୍ରାପ୍ତ ତଥା ବେସରକାରୀ ସ୍କୁଲଗୁଡିକୁ ଅପରାହ୍ନ ଗୋଟାଏରୁ ଛୁଟି ଘୋଷଣା କରାଯାଇଛି । କଟକ ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ସରକାରୀ ଅଫିସ, ବିଶ୍ୱବିଦ୍ୟାଳୟ, କଲେଜ, ସ୍କୁଲକୁ ଦିନ ଗୋଟାଏରୁ ଛୁଟି ଘୋଷଣା କରାଯାଇଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )